ଏସ୍‌ବିଆଇର ନୂତନ ଅଭିଯାନ ‘ଏସ୍‌ଏମ୍‌ଇ ଡିଜିଟାଲ ବିଜ୍‌ନେସ୍‌ ଋଣ’, ୪୫ମିନିଟ୍‌ ଭିତରେ…

ଭୁବନେଶ୍ୱର,୧୩।୬: ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ(ଏସବିଆଇ)ର ନୂତନ ଅଭିଯାନ ‘ଏସ୍‌ଏମ୍‌ଇ ଡିଜିଟାଲ ବିଜ୍‌ନେସ୍‌ ଋଣ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଏମ୍‌ଏସ୍‌ଏମ୍‌ଇ ଋଣ କ୍ଷେତ୍ରରେ ବ୍ୟାଙ୍କ ଏକ ନୂଆ ମାନଦଣ୍ଡ ଧାର୍ଯ୍ୟ କରାଯାଇଥିଲାବେଳେ ଆସନ୍ତା ୫ବର୍ଷ ମଧ୍ୟରେ ବ୍ୟାଙ୍କର ଅଭିବୃଦ୍ଧି ଓ ଲାଭ ପାଇଁ ଏମ୍‌ଏସ୍‌ଏମ୍‌ଇ ଅଗ୍ରିମକୁ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ଭାବେ ଚିହ୍ନଟ କରାଯାଇଛି। ଏଥିରେ ୪୫ମିନିଟ୍‌ ଭିତରେ ଏମ୍‌ଏସ୍‌ଏମ୍‌ଇଙ୍କୁ ଡିଜିଟାଲ ଋଣ ପ୍ରଦାନ କରାଯିବ।

ସେହିଭଳି ଋଣ ପ୍ରକ୍ରିୟାକୁ ସଙ୍ଗଠିତ କରିବା ଲାଗି ଏସ୍‌ଏମ୍‌ଇ ଡିଜିଟାଲ ଋଣ କ୍ଷେତ୍ରକୁ ଉନ୍ନତ ପ୍ରଯୁକ୍ତି ଓ ଏକ ଦୃଢ଼ ବ୍ୟବସ୍ଥା ବ୍ୟବହାର କରାଯାଇଛି। ଏପରିକି ଆଇଟିଆର୍‌, ଜିଏସ୍‌ଟି ରିଟର୍ନ ଏବଂ ବ୍ୟାଙ୍କ ଷ୍ଟେଟମେଣ୍ଟ ଭଳି ଅସଲି ଡାଟାକୁ ବ୍ୟବହାରକରି ବ୍ୟାଙ୍କ ଏକ ଡାଟା ଦ୍ୱାରା ପରିଚାଳିତ ଅନୁଶୀଳନ ଇଞ୍ଜିନ ବିକାଶ କରିଛି, ଯାହା ମାତ୍ର ୧୦ ସେକେଣ୍ଡ ଭିତରେ ଋଣ ମଞ୍ଜୁର ନିଷ୍ପତ୍ତି ପ୍ରଦାନ କରିବ। ଏଥିରେ କୌଣସି ମାନବିକ ହସ୍ତକ୍ଷେପ ଦରକାର ପଡ଼ିବନି।

ଏ ସମ୍ପର୍କରେ ଏସ୍‌ବିଆଇର ଅଧ୍ୟକ୍ଷ ଦୀନେଶ ଖାରା କହିଛନ୍ତି, ଏମ୍‌ଏସ୍‌ଏମ୍‌ଇ ଋଣ କ୍ଷେତ୍ରରେ ନବସୃଜନକୁ ତ୍ୱରାନ୍ବିତ କରିବା ପାଇଁ ଆମର ନିରନ୍ତର ପ୍ରୟାସ ଜାରି ରହିଛି। ଏପରିକି ଏହା ଉପରେ ଗୁରୁତ୍ୱ ଦେଇ ଏସ୍‌ଏମ୍‌ଇ ଡିଜିଟାଲ ବିଜ୍‌ନେସ୍‌ ଋଣ ସହିତ ଏକ ନୂତନ ଶିଳ୍ପ ମାନଦଣ୍ଡ ସ୍ଥାପନ କରିବାକୁ ଆମେ ପ୍ରତିଶ୍ରୁତିବଦ୍ଧ ରହିଛୁ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ ଏହିଦିନ ଲଞ୍ଚ୍‌ କରିବ ୧୦ ଆଉ ୨୦ଟଙ୍କିଆ ପ୍ଲାଷ୍ଟିକ୍‌ ନୋଟ୍‌! ମୋଦି ସରକାର ଦେଲେ ମଞ୍ଜୁରୀ…

ନୂଆଦିଲ୍ଲୀ, ୧୧।୮: କାଗଜର ଚିରା-ଫଟା, ପୁରୁଣା ଏବଂ ଓଦା ହୋଇଯାଇଥିବା ନୋଟ୍‌କୁ ନେଇ ଅସୁବିଧାରେ ପଡ଼ୁଥିବା ଲୋକଙ୍କ ପାଇଁ ଏକ ବଡ଼ ଏବଂ ଖୁସି ଖବର ସାମ୍ନାକୁ…

ସରକାର ବଢାଇଲେ EV ସବସିଡି, ୫ହଜାର ଯାଏ ମିଳିବ ପ୍ରୋତ୍ସାହନ ରାଶି; ଜାଣନ୍ତୁ ଡେଡ୍‌ଲାଇନ କେବେ…

ନୂଆଦିଲ୍ଲୀ, ୧୧।୮: ଇରାନ-ଆମେରିକା ଯୁଦ୍ଧ ପରେ ଲୋକମାନେ ପେଟ୍ରୋଲ-ଡିଜେଲ ଦର ବୃଦ୍ଧି ଦେଖିବାକୁ ପାଇଥିଲେ। ଏହା ପରେ କେନ୍ଦ୍ର ସରକାର ଦେଶରେ ଇଲେକ୍ଟ୍ରିକ୍ ଗାଡ଼ିଗୁଡ଼ିକୁ ପ୍ରୋତ୍ସାହିତ କରିବା…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରତିମାସରେ କେତେ ଦରମା ମିଳେ? ବଙ୍ଗଳା-ଭତ୍ତା ଛଡା ବେସିକ୍‌ ସାଲାରୀ କେତେ ଜାଣିଲେ ଚମକି ପଡିବେ…

ନୂଆଦିଲ୍ଲୀ, ୧୧।୮: ଆପଣ ଡାକ୍ତର, ଇଞ୍ଜିନିୟର ଏବଂ ସରକାରୀ କର୍ମଚାରୀଙ୍କ ଭଳି ବିଭିନ୍ନ ବୃତ୍ତିଗତଙ୍କ ଦରମା ବିଷୟରେ ଶୁଣିଥିବେ। ଏହି ପରିପ୍ରେକ୍ଷୀରେ, ଭାରତର ପ୍ରଧାନମନ୍ତ୍ରୀଙ୍କ ଦରମା କେତେ…

ବଢ଼ିବ ଡିଜେଲ ଦାମ! ସରକାରଙ୍କ ଏଭଳି ନିଷ୍ପତ୍ତି ପରେ ବଢିଲା…

ନୂଆଦିଲ୍ଲୀ, ୧୧।୮: ଦେଶରେ ପେଟ୍ରୋଲ ପରେ ଡିଜେଲରେ ମଧ୍ୟ ଏଥାନଲ ମିଶାଇବା ଯୋଜନା ଉପରେ ସରକାର ବର୍ତ୍ତମାନ ପାଇଁ ରୋକ ଲଗାଇ ଦେଇଛନ୍ତି। ତେଲ ବିପଣନ କମ୍ପାନୀଗୁଡ଼ିକ…

ଅଗଷ୍ଟ ୧୬ରୁ ୧୦୦୦ଟଙ୍କାର ସିଲିଣ୍ଡର ହୋଇଯିବ ୨୯୦୦! ତୁରନ୍ତ କରନ୍ତୁ ଏହି କାମ, ନଚେତ୍‌…

ନୂଆଦିଲ୍ଲୀ, ୯।୮: ଯଦି ଆପଣଙ୍କର ଏଲପିଜି (LPG) ଗ୍ୟାସ ସଂଯୋଗ ଅଛି, ତେବେ ଏହି ଖବରଟି ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ୧୬ ଅଗଷ୍ଟ ସୁଦ୍ଧା ଇ-କେୱାଇସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri