ରାସ୍ତା ପାଇଁ କାଳ ସାଜୁଛି ଓଭରଲୋଡିଂ

ଉମରକୋଟ,୨୩।୧୨(ସ୍ବ.ପ୍ର.): ଗତ ୧୫ ତାରିଖରେ ଉମରକୋଟ ସହର ଦେଇ ଯାଇଥିବା ରାସ୍ତାର ଶୋଚନୀୟ ଅବସ୍ଥାକୁ ନେଇ ଉମରକୋଟ ମିଳିତ ନାଗରିକ ମଞ୍ଚ ପକ୍ଷରୁ ସହରର ଡିଏନ୍‌କେ ଛକରେ ୨ ଘଣ୍ଟିଆ ରାସ୍ତାରୋକୋ କରାଯାଇଥିଲା। ରାସ୍ତାରୋକୋରେ ସାମିଲ ହୋଇ ଉମରକୋଟ ବିଧାୟକ, ଭାଜପା ଓ କଂଗ୍ରେସ ନେତାମାନେ ପୂର୍ତ୍ତ ବିଭାଗର କାର୍ଯ୍ୟଧାରାକୁ ନେଇ ପ୍ରତିବାଦ କରିଥିଲେ। ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ଘଟଣାସ୍ଥଳରେ ପହଞ୍ଚତ୍ ୪ ଦିନ ଭିତରେ କାର୍ଯ୍ୟ ଆରମ୍ଭ ହେବ ବୋଲି ପ୍ରତିଶ୍ରୁତି ଦେବାପରେ ରାସ୍ତାରୋକୋ ହଟିଥିଲା। କିନ୍ତୁ ଯେଉଁ ଠିକାଦାର ଧୋଡ୍ରାରୁ ଉମରକୋଟ ରାସ୍ତା କାମର ଠିକା ପାଇଥିଲେ ସେ ନିର୍ଦ୍ଧାରିତ ତାରିଖ ଭିତରେ ସିକ୍ୟୁରିଟି ଅର୍ଥ ପୈଠ କରିବାରେ ବିଫଳ ହେବାରୁ ପୂର୍ତ୍ତ ବିଭାଗ ପୁଣି ସାନି ଟେଣ୍ଡର ଆହ୍ବାନ କରିଥିବା ସୂଚନା ମିଳିଛି। ୨୦ତାରିଖରେ ଟେଣ୍ଡର ଆହ୍ବାନ କରାଯାଇଛି। ୨୭ ତାରିଖ ଟେଣ୍ଡର ପ୍ରକ୍ରିୟାରେ ସାମିଲହେବାର ଶେଷ ତାରିଖ। ଏବେ ରାସ୍ତା କାମ କେବେ ଆରମ୍ଭ ହେବ ତାହାକୁ ନେଇ ଅତିଶ୍ଚିତତା ରହିଛି। ପୂର୍ତ୍ତ ବିଭାଗ ରାସ୍ତାରେ ୨୦ ଟନ୍‌ ପର୍ଯ୍ୟନ୍ତ ମାଲ ପରିବହନ କଲେ ରାସ୍ତା ଶୀଘ୍ର ନଷ୍ଟ ହୁଏନାହିଁ। ଉମରକୋଟ ଦେଇ ଯାଇଥିବା ରାସ୍ତା ପଡ଼ୋଶୀ ରାଜ୍ୟକୁ ସଂଯୋଗ କରେ। ଏଠାରେ ଓଭରଲୋଡ୍‌ ପରିବହନ ମାତ୍ରାଧିକ ବଢ଼ିବାରେ ଲାଗିଛି। ବର୍ତ୍ତମାନ ଭାରତମାଳା ପ୍ରକଳ୍ପ ରାସ୍ତା କାମ ଚାଲିଥିବା ଯୋଗୁ ଗାଡ଼ିରେ ୨୫ରୁ ୩୦ ଟନ୍‌ ମାଲ ପରିବହନ କରାଯାଉଛି। ପଡ଼ୋଶୀ କଳାହାଣ୍ଡିରୁ ଓଭର ଲୋଡିଂ ହୋଇ ପ୍ରତିଦିନ ଧଳା ପାଉଡର ମଧ୍ୟ ଆସୁଛି। ପୋଲିସ ଓ ପରିବହନ ବିଭାଗ ସବୁ ଜାଣି ଚୁପ୍‌ ରହୁଛି ବୋଲି ଲୋକେ ଅଭିଯୋଗ କରିଛନ୍ତି। ଏହି ଓଭରଲୋଡିଂ ଗାଡ଼ି ଯିବା ଆସିବା କରୁଥିବାରୁ ରାସ୍ତା ଖରାପ ହେଉଛି ବୋଲି ସେମାନେ ଅଭିଯୋଗ କରିଛନ୍ତି। ଓଭରଲୋଡିଂ ଭାରିଯାନ ପ୍ରତି ବିଭାଗୀୟ ଅଧିକାରୀମାନେ କୋହଳ ମନୋଭାବ କାହିଁକି ଦେଖାଉଛନ୍ତି ବୋଲି ସେମାନେ ପ୍ରଶ୍ନ କରିଛନ୍ତି। ଜିଲା ପରିବହନ ବିଭାଗ ଅଧିକାରୀଙ୍କୁ ଏ ବିଷୟରେ ପଚାରିବାରୁ ସେ କହିଛନ୍ତି, ଓଭରଲୋଡିଂ ଚେକିଂ କରାଯାଉଛି। ଆଗକୁ ଏହି ଯାଞ୍ଚ କଡ଼ାକଡ଼ି କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

ଗିରଫ ହେଲେ କୁବେର ଯନ୍ତ୍ରୀ, ଚଢାଉ ପରେ ଧରାପଡିଲା ଅମାପ ଅମାପ ସମ୍ପତ୍ତି

ଭୁବନେଶ୍ୱର,୨୬।୭: ଗିରଫ ହେଲେ କୁବେର ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଶୁକ୍ରବାର ଯନ୍ତ୍ରୀ ସୁନୀଲ ରାଉତଙ୍କୁ ଗିରଫ କରିଛି...

ଅସହାୟ ପିଲାଙ୍କୁ ଶିକ୍ଷାଦାନ ପାଇଁ ହାତ ବଢାଇଲେ ଡାକ୍ତର

କେସିଙ୍ଗା,୨୬।୭(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କାଣ୍ଡେଲ ଗ୍ରାମର ପୂର୍ଣଚନ୍ଦ୍ର ହରିଜନ ଗତ ୪ବର୍ଷ ତଳେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ...

ମହିଳାଙ୍କ ଉପରକୁ ଚଢ଼ିଗଲା ଟ୍ରକ୍‌

ବଡବିଲ,୨୬।୭(ଦେବପ୍ରିୟ ରଣା): ୫୨୦ ନମ୍ବର ଜାତୀୟ ରାଜପଥ କେନ୍ଦୁଝର ଜିଲା ରୁଗୁଡ଼ି ଥାନା କେନ୍ଦୁଡିହି ଛକରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଧକ୍କାରେ...

ଲକ୍ଷ୍ମୀବସ୍‌ର ମନମୁଖୀ କାର୍ଯ୍ୟ: ତାତିଲେ ଘରୋଇ ବସ୍‌ ମାଲିକ ସଂଘ

ଛତ୍ରପୁର,୨୬।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଲକ୍ଷ୍ମୀବସ ମନମୁଖୀ ଓ ବେନିୟମ ଭାବେ ଚଳାଚଳ ନେଇ ଏହାକୁ ଘରୋଇ ବସ୍‌ ମାଲିକ ସଂଘ ବିରୋଧ କରିଛନ୍ତି।...

ଗଞ୍ଜେଇ କାରବାରରେ ଶିକ୍ଷକ

ଟିଟିଲାଗଡ଼,୨୬।୭: ଅବକାରୀ ବିଭାଗ ଏବଂ ପୋଲିସ ଶୁକ୍ରବାର ଚଢାଉ କରି ଏକ ବଡ଼ ଧରଣର ଗଞ୍ଜେଇ ର଼୍ୟାକେଟ୍‌କୁ ଧରିବାର ସଫଳ ହୋଇଛି। ଅଧକାରୀମାନେ ଟିଟିଲାଗଡ଼ରୁ ୨୪୩...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri