ରାସ୍ତା ପାଇଁ କାଳ ସାଜୁଛି ଓଭରଲୋଡିଂ

ଉମରକୋଟ,୨୩।୧୨(ସ୍ବ.ପ୍ର.): ଗତ ୧୫ ତାରିଖରେ ଉମରକୋଟ ସହର ଦେଇ ଯାଇଥିବା ରାସ୍ତାର ଶୋଚନୀୟ ଅବସ୍ଥାକୁ ନେଇ ଉମରକୋଟ ମିଳିତ ନାଗରିକ ମଞ୍ଚ ପକ୍ଷରୁ ସହରର ଡିଏନ୍‌କେ ଛକରେ ୨ ଘଣ୍ଟିଆ ରାସ୍ତାରୋକୋ କରାଯାଇଥିଲା। ରାସ୍ତାରୋକୋରେ ସାମିଲ ହୋଇ ଉମରକୋଟ ବିଧାୟକ, ଭାଜପା ଓ କଂଗ୍ରେସ ନେତାମାନେ ପୂର୍ତ୍ତ ବିଭାଗର କାର୍ଯ୍ୟଧାରାକୁ ନେଇ ପ୍ରତିବାଦ କରିଥିଲେ। ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ଘଟଣାସ୍ଥଳରେ ପହଞ୍ଚତ୍ ୪ ଦିନ ଭିତରେ କାର୍ଯ୍ୟ ଆରମ୍ଭ ହେବ ବୋଲି ପ୍ରତିଶ୍ରୁତି ଦେବାପରେ ରାସ୍ତାରୋକୋ ହଟିଥିଲା। କିନ୍ତୁ ଯେଉଁ ଠିକାଦାର ଧୋଡ୍ରାରୁ ଉମରକୋଟ ରାସ୍ତା କାମର ଠିକା ପାଇଥିଲେ ସେ ନିର୍ଦ୍ଧାରିତ ତାରିଖ ଭିତରେ ସିକ୍ୟୁରିଟି ଅର୍ଥ ପୈଠ କରିବାରେ ବିଫଳ ହେବାରୁ ପୂର୍ତ୍ତ ବିଭାଗ ପୁଣି ସାନି ଟେଣ୍ଡର ଆହ୍ବାନ କରିଥିବା ସୂଚନା ମିଳିଛି। ୨୦ତାରିଖରେ ଟେଣ୍ଡର ଆହ୍ବାନ କରାଯାଇଛି। ୨୭ ତାରିଖ ଟେଣ୍ଡର ପ୍ରକ୍ରିୟାରେ ସାମିଲହେବାର ଶେଷ ତାରିଖ। ଏବେ ରାସ୍ତା କାମ କେବେ ଆରମ୍ଭ ହେବ ତାହାକୁ ନେଇ ଅତିଶ୍ଚିତତା ରହିଛି। ପୂର୍ତ୍ତ ବିଭାଗ ରାସ୍ତାରେ ୨୦ ଟନ୍‌ ପର୍ଯ୍ୟନ୍ତ ମାଲ ପରିବହନ କଲେ ରାସ୍ତା ଶୀଘ୍ର ନଷ୍ଟ ହୁଏନାହିଁ। ଉମରକୋଟ ଦେଇ ଯାଇଥିବା ରାସ୍ତା ପଡ଼ୋଶୀ ରାଜ୍ୟକୁ ସଂଯୋଗ କରେ। ଏଠାରେ ଓଭରଲୋଡ୍‌ ପରିବହନ ମାତ୍ରାଧିକ ବଢ଼ିବାରେ ଲାଗିଛି। ବର୍ତ୍ତମାନ ଭାରତମାଳା ପ୍ରକଳ୍ପ ରାସ୍ତା କାମ ଚାଲିଥିବା ଯୋଗୁ ଗାଡ଼ିରେ ୨୫ରୁ ୩୦ ଟନ୍‌ ମାଲ ପରିବହନ କରାଯାଉଛି। ପଡ଼ୋଶୀ କଳାହାଣ୍ଡିରୁ ଓଭର ଲୋଡିଂ ହୋଇ ପ୍ରତିଦିନ ଧଳା ପାଉଡର ମଧ୍ୟ ଆସୁଛି। ପୋଲିସ ଓ ପରିବହନ ବିଭାଗ ସବୁ ଜାଣି ଚୁପ୍‌ ରହୁଛି ବୋଲି ଲୋକେ ଅଭିଯୋଗ କରିଛନ୍ତି। ଏହି ଓଭରଲୋଡିଂ ଗାଡ଼ି ଯିବା ଆସିବା କରୁଥିବାରୁ ରାସ୍ତା ଖରାପ ହେଉଛି ବୋଲି ସେମାନେ ଅଭିଯୋଗ କରିଛନ୍ତି। ଓଭରଲୋଡିଂ ଭାରିଯାନ ପ୍ରତି ବିଭାଗୀୟ ଅଧିକାରୀମାନେ କୋହଳ ମନୋଭାବ କାହିଁକି ଦେଖାଉଛନ୍ତି ବୋଲି ସେମାନେ ପ୍ରଶ୍ନ କରିଛନ୍ତି। ଜିଲା ପରିବହନ ବିଭାଗ ଅଧିକାରୀଙ୍କୁ ଏ ବିଷୟରେ ପଚାରିବାରୁ ସେ କହିଛନ୍ତି, ଓଭରଲୋଡିଂ ଚେକିଂ କରାଯାଉଛି। ଆଗକୁ ଏହି ଯାଞ୍ଚ କଡ଼ାକଡ଼ି କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?