ଓଭରହେଡ୍‌ କେବୁଲ ତାର ମୁକ୍ତ ଅଭିଯାନ ବାଟବଣା

ରାଉରକେଲା,୩ା୫(ବିପ୍ଲବ ରଞ୍ଜନ ଦାଶ): ସ୍ମାର୍ଟ ସିଟି ରାଉରକେଲା ଓଭରହେଡ୍‌ କେବୁଳ ମୁକ୍ତ ସହର ହେବ ବୋଲି ନିଷ୍ପତ୍ତି ନିଆଗଲା। ମାତ୍ରା ତାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିଲା ନାହିଁ। ଫଳରେ ସହରର ଡେଲି ମାର୍କେଟ, କୋଏଲନଗର, ଛେଣ୍ଡ,ପାନପୋଷ,ବାସନ୍ତୀ କଲୋନି ଏବଂ ଉଦିତ୍‌ନଗର, ସିଭିଲ ଟାଉନଶିପରେ ମାଳ ମାଳ କେବୁଳ ତାର ବିପଦପୂର୍ଣ୍ଣ ଏବଂ ଅସୁରକ୍ଷିତ ଭାବେ ଝୁଲି ରହିଛି। ବୁଢ଼ିଆଣୀ ଜାଲ ବୁଣିଲା ଭଳି କେବୁଳ ତାର ସ୍ମାର୍ଟ ସିଟି ସୌନ୍ଦର୍ଯ୍ୟତାରେ ଅଙ୍କୁଶ ଲଗାଉଛି। ସହରରେ କେବୁଲ ବ୍ୟବସ୍ଥା ସୁଦୃଢ଼ୀକରଣ ପାଇଁ ହକି ବିଶ୍ୱକପର ୧୦ଦିନ ପୂର୍ବରୁ ତକତ୍ାଳୀନ ରାଉରକେଲା ଅତିରିକ୍ତ ଜିଲାପାଳ ଡ. ଶୁଭଙ୍କର ମହାପାତ୍ର ଟିପିଡବ୍ଲ୍ୟୁଡିଏଲ୍‌ ନୋଡାଲ ଅଧିକାରୀଙ୍କ ଉପସ୍ଥିତିରେ ବିଦ୍ୟୁତ୍‌ ବିଭାଗୀୟ ଅଧିକାରୀ, ରାଉରକେଲା ଜିଓ କର୍ତ୍ତୃପକ୍ଷ ଓ ଅନୁମୋଦିତ ସହରର ୪ମୁଖ୍ୟ କେବୁଳ ଅପରେଟର ସଂସ୍ଥା ସହିତ ମିଶି ସହରକୁ ଓଭରହେଡ୍‌ କେବୁଲମୁକ୍ତ କରିବା ପାଇଁ ବୈଠକରେ ନିଷ୍ପତ୍ତି ଗ୍ରହଣ କରିଥିଲେ। ପାନପୋଷରୁ ରେଲଓ୍ବେ ଷ୍ଟେଶନ ଯାଏଁ ପ୍ରାଥମିକ ସ୍ତରରେ ଭୂତଳରେ କେବୁଳ ତାର ବିଛାଇବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଏଥିସହ ଅନ୍ୟାନ୍ୟ କେବୁଳ ଅପରେଟର ସଂସ୍ଥାଙ୍କୁ ବିଦ୍ୟୁତ୍‌ ଖୁଣ୍ଟରେ କେବୁଳ ତାର ନ ବିଛାଇବାକୁ ତକତ୍ାଳୀନ ଅତିରିକ୍ତ ଜିଲାପାଳ ନିର୍ଦ୍ଦେଶ ଦେବା ସହ ଖିଲାପୀ କଲେ ଖିଲାପକାରୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ତାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିଲା ନାହିଁ। ଅମାନିଆ କେବୁଲ ଓ ନେଟ୍‌ଓ୍ବାର୍କିଂ ଅପରେଟର ଡେଲିମାର୍କେଟ ଭଳି ଜନଗହଳି ଛକରେ ଅସୁରକ୍ଷିତ ଭାବେ କେବୁଲ ତାର ବିଛାଉଛନ୍ତି। ଏମିତିକି ଅନେକ ଛୋଟ ବଡ ଦୁର୍ଘଟଣା ବି ଘଟୁଥିବା ନଜିରକୁ ଆସୁଛି। କିଛିଦିନ ତଳେ ଉଦିତନଗର ନିକଟସ୍ଥ ଫିଟ୍‌ନେସ୍‌ ପାର୍କ ରାସ୍ତାରେ କେବୁଲ ତାର ଅତ୍ୟଧିକ ଭାର ଯୋଗୁ ୩୧କେଭି ବିଦ୍ୟୁତ୍‌ ତାର ରାସ୍ତା ଉପରେ ଛିଣ୍ଡି ପଡ଼ିଥିଲା। ଫଳରେ ରାସ୍ତାରେ ଯାତାୟାତ କରୁଥିବା ଯାତ୍ରୀ ଅଳ୍ପକେ ଏଥିରୁ ବର୍ତ୍ତିଯାଇଥିଲେ। ଏନେଇ ସହରବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏନେଇ ରାଉରକେଲା ଅତିରିକ୍ତ ଜିଲାପାଳ ଆଶୁତୋଷ କୁଲକର୍ନୀଙ୍କୁ ପଚାରିବାରୁ, ନିର୍ଦ୍ଦେଶକୁ ଅବମାନନା କରି ମନମୁଖି କେବୁଲ ତାର ବିଛାଉଥିବା ସଂସ୍ଥାଗୁଡିକ ବିରୋଧରେ ବିହିତ ପଦକ୍ଷେପ ଗ୍ରହଣ କରାଯିବ। ରାଉରକେଲା ସହର କିଭଳି ଓଭରହେଡ୍‌ କେବୁଲ ମୁକ୍ତ ସଫଳ ହେବ ସେ ନେଇ ନିର୍ବାଚନ ପରେ ବିହିତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଥିଲେ।
ଫଟୋ- ରାଉରକେଲା ଡେଲି ମାର୍କେଟର ବିଦ୍ୟୁତ୍‌ ଖୁଣ୍ଟରେ ମାଳ ମାଳ କେବୁଲ ତାର ଅସୁରକ୍ଷିତ ଭାବେ ଝୁଲି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପ୍ରବେଶିକାର ଲିଖିତ ଓ ଶାରୀରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ପୋଲିସରେ ନିଯୁକ୍ତି ମିଳିଥାଏ। ଏଥିପାଇଁ ଅଶାୟୀମାନେ ବୟସ ସୀମା ମଧ୍ୟରେ ନିଜକୁ ପ୍ରସ୍ତୁତ କରିଥାନ୍ତି।...

ସ୍ମାର୍ଟ ସିଟି ଲୋକର ବ୍ୟଥା

ପ୍ରବଳ ଶୀତରେ କିଛି ବେସାହାରା ଲୋକ ପୋଲ ତଳେ, ଦୋକାନ ପିଣ୍ଡାରେ, ପାର୍କ ବେଞ୍ଚ ଉପରେ କଟାଉଥିବା ଦେଖାଯାଏ। ସେମାନଙ୍କ ମଧ୍ୟରୁ କୌଣସି ବୃଦ୍ଧାବୃଦ୍ଧ ରୋଗୀଙ୍କ...

ସୁଦର୍ଶନଙ୍କୁ ଚାପି ଦେଲା ଆମ ବସ୍‌: ଡ୍ରାଇଭର ଖସି ପଳାଇବାକୁ ଉଦ୍ୟମ

ଭୁବନେଶ୍ୱର, ୬ା୧୨(ସତ୍ୟଜିତ ରାଉତ):ରାଜଧାନୀରେ ପୁଣି ଜୀବନ ନେଇଛି ‘ଆମ ବସ୍‌’। ସତ୍‌ସଙ୍ଗ ବିହାର ସମ୍ମୁଖ ୧୬ ନଂ. ଜାତୀୟ ରାଜପଥରେ ଶୁକ୍ରବାର ସାରେ ଏହି ଦୁର୍ଘଟଣା...

ଗଣତନ୍ତ୍ର କ’ଣ ଦଳ-ମୁଖ୍ୟଙ୍କ ତନ୍ତ୍ର

ଯେଉଁ ଦଳର କେନ୍ଦ୍ର ସରକାର ସମ୍ବିଧାନ ଦିବସ (ନଭେମ୍ବର ୨୯) ପାଳନ କରି ସମ୍ବିଧାନର ଆଦର୍ଶକୁ ସର୍ବୋଚ୍ଚ ସ୍ଥାନ ଦେଉଛି ସେହି ଦଳର ରାଜ୍ୟ ସରକାର...

ପ୍ରେସିଡେଣ୍ଟ ହାଉସରେ ଆୟୋଜିତ ଡିନରରେ କାହିଁକି ରାହୁଲଙ୍କୁ ମିଳିଲା ନାହିଁ ନିମନ୍ତ୍ରଣ? ଜଣାପଡିଲା କାରଣ

ନୂଆଦିଲ୍ଲୀ,୬।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତ ସମୟରେ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ କେରଳ କଂଗ୍ରେସର ଏକ ପୋଷ୍ଟ ରାଜନୈତିକ ଏବଂ...

ପରିଚିତଙ୍କ ହାତରେ ପଦବୀ

ଭବିଷ୍ୟତରେ କାର୍ଯ୍ୟକୁ ସୁଚାରୁରୂପେ ସଞ୍ଚାଳନକରିବା ପାଇଁ ସବୁଠାରୁ ନିରାପଦ ଉପାୟ ଉପରେ ଆନ୍ଧ୍ରପ୍ରଦେଶ ନିଷ୍ପତ୍ତି ନେଇଥିବା ଜଣାଯାଇଛି। ଏଥିରେ ଏହାର ଶ୍ରେଷ୍ଠ ବାବୁମାନଙ୍କ ପାଇଁ ରହୁଥିବା...

ଧାନ ବିକ୍ରି ସମସ୍ୟା, ତାତିଲା କଂଗ୍ରେସ

ବରଗଡ଼,୬।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ନେଇ ନାନା ସମସ୍ୟା ଲାଗି ରହିଛି। ଏଥିପାଇଁ ଚାଷୀମାନଙ୍କୁ ବହୁ ହଇରାଣ ହରକତ ହେବାକୁ ପଡୁଛି।...

ପାକିସ୍ତାନ ସଂସଦରେ ପଶିଲା ଗଧ, ୟୁସୁଫ ରାଜା କହିଲେ, ‘ଜୀବଜନ୍ତୁମାନେ ମଧ୍ୟ ଆଇନ ଉପରେ ନିଜର ମତାମତ ଦେବାକୁ ଆସିଛନ୍ତି’

ଇସଲାମାବାଦ,୬।୧୨: ଡିସେମ୍ବର ୫ରେ, ପାକିସ୍ତାନର ସଂସଦରେ ଏକ ହାସ୍ୟରସପୂର୍ଣ୍ଣ କିନ୍ତୁ ପ୍ରକାଶ୍ୟ ସୁରକ୍ଷା ତ୍ରୁଟି ଦେଖାଦେଲା। ଉଚ୍ଚ ସଦନ ସିନେଟ ଅଧିବେଶନ ଚାଲୁଥିଲା ବେଳେ ହଠାତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri