ଉଛୁଳିଲାଣି ବୈତରଣୀ, ଗାଁଦାଣ୍ଡରେ ଲହଡ଼ି ଭାଙ୍ଗୁଛି ଜଳ

ଚାନ୍ଦବାଲି,୧୬।୭(ଡି.ଏନ୍‌.ଏ.): ଲଘୁଚାପଜନିତ ବର୍ଷା ଜଳରେ ଉଛୁଳିଲାଣି ବୈତରଣୀ ଓ ସାଳନ୍ଦୀ ନଦୀ। ଆରଡ଼ି ନିକଟସ୍ଥ ଶୀତଳପୁର, ପାଲଟପୁର, ସାନପଙ୍କି, କୁଲିବିନ୍ଧା, ଗରିପୁର ଆଦି ଗାଁରେ ଜୁଆରପାଣି ପଶିଛି। ଏମିତିକି ଗାଁ ଗାଁରେ ଲହଡ଼ି ଭାଙ୍ଗୁଛି। ବିଶେଷକରି ଶୀତଳପୁର ଗାଁ ଦାଣ୍ଡରେ ଜୁଆରପାଣି ପ୍ରବାହିତ ହେଉଥିବାରୁ ସାଳନ୍ଦୀ କୁମ୍ଭୀର ଭୟରେ ଗାଁ ଲୋକଙ୍କ ଯାତାୟାତ ଏକପ୍ରକାର ଠପ୍‌ ହୋଇଯାଇଛି। ଶହଶହ ଏକର ଧାନତଳିରେ ପାଣି ମାଡିଯାଇ ଗତ ୨ଦିନ ହେବ ଲହଡ଼ି ଭାଙ୍ଗୁ ଥିବାରୁ ଧାନତଳି ପଚିବା ଆଶଙ୍କା ଦେଖାଦେଇଛି।