ଓଡ଼ିଶା ଜନଜାତିଙ୍କ ସାମଗ୍ରିକ ବିକାଶ

ଓଡ଼ିଶାରେ ୬୪ ଜନଜାତି ବାସ କରନ୍ତି, ଯାହାଙ୍କ ସଂଖ୍ୟା ୨୦୧୧ ଜନଗଣନା ଅନୁଯାୟୀ ୯୫ ଲକ୍ଷରୁ ଅଧିକ ଏବଂ ଏହା ରାଜ୍ୟର ମୋଟ ଜନସଂଖ୍ୟାର ପ୍ରାୟ ୨୨.୮ ପ୍ରତିଶତ। ଦେଶରେ ଥିବା ମୋଟ ଜନଜାତି ୧୦.୪୩ କୋଟିର ୯.୨% ଓଡ଼ିଶାରେ ବାସକରନ୍ତି। ରାଜ୍ୟର ମୁଖ୍ୟ ଜନଜାତିଗୁଡ଼ିକ ହେଉଛି କନ୍ଧ, ସାନ୍ତାଳ, ଗଣ୍ଡ, ମୁଣ୍ଡା, ହୋ, ପରଜା, ସଉରା ଭୂୟାଁ, ଭୂମିଜ ଇତ୍ୟାଦି। ଏହାଛଡ଼ା ରାଜ୍ୟରେ ୧୩ଟି ଆଦିମ ଅଧିବାସୀ ଅଛନ୍ତି, ଯାହାଙ୍କୁ ଏବେ ନିର୍ଦ୍ଦିଷ୍ଟ ଅସହାୟ ଜନଜାତି ବା ପି.ଟି.ଭି (ପର୍ଟିକୁଲାରି ଭଲନେରେବଲ ଟ୍ରାଇବ୍‌ସ) କୁହାଯାଏ। ଏମାନଙ୍କ ସଂଖ୍ୟା ଧୀରେ ଧୀରେ କମି ଯାଉଥିବାରୁ ଏମାନଙ୍କ ବିକାଶ ପାଇଁ ୧୭ ଗୋଟି ମାଇକ୍ରୋ ପ୍ରକଳ୍ପ ରାଜ୍ୟରେ କାର୍ଯ୍ୟକାରୀ ହେଉଛି।
ଆଦିବାସୀଙ୍କ ଏକ ନିଜସ୍ବ ପରିଚୟ ଅଛି। ସେମାନଙ୍କର ସତନ୍ତ୍ର ଐତିହ୍ୟ, ପରମ୍ପରା, ପ୍ରଥା ଓ ସଂସ୍କୃତି ଅଛି। ପ୍ରକୃତିର ମୁକୁଳା ସୌନ୍ଦର୍ଯ୍ୟ ମଧ୍ୟରେ ଏକ ମୁକ୍ତ ଜୀବନ ଯାପନ କରି ନିଜର ଗୁଜୁରାଣ ମେଣ୍ଟାଇବାକୁ ସେମାନେ ସର୍ବଦା ତତ୍ପର। କିନ୍ତୁ ଦେଶ ସ୍ବାଧୀନ ହେବା ପରେ ଅସହାୟ ଜନଜାତିଙ୍କ ଠାରୁ ନିଜର ମୌଳିକ ଅଧିକାର ଛଡ଼ାଇ ନିଆଗଲା। ପୋଡୁଚାଷ ଉପରେ କଟକଣା ଲଗାଇ ଦିଆଗଲା। ଜଙ୍ଗଲ ଅଧିକାରକୁ ସୀମିତ କରି ଦିଆଗଲା। ଆଦିବାସୀଙ୍କ ସାମାଜିକ, ଅର୍ଥନୈତିକ, ସାଂସ୍କୃତିକ ଓ ରାଜନୈତିକ ସୁରକ୍ଷା ନିମନ୍ତେ ସମ୍ବିଧାନ ଧାରା ୧୫,୧୬,୧୭,୧୯, ୨୩,୨୫,୨୯,୩୫, ୪୬,୨୪୪,୨୭୫ ,୩୬୬ ଓ ୩୭୧ରେ କେତେକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆଦିବାସୀଙ୍କ ବିକାଶ ପାଇଁ ଧେବର କମିଶନ (୧୯୬୦), ଲୋକର କମିଟି (୧୯୬୫) ଓ ଜାତୀୟ ଅନୁସୂଚିତ ଜାତି କମିଶନ (୨୦୦୩) ବହୁ ପ୍ରସ୍ତାବ ଦେଇଥିଲେ। ଏହା ସତ୍ତ୍ୱେ ସେମାନଙ୍କର ବିକାଶ ନ ହେବାରୁ ପେସା ଆଇନ ୧୯୯୬ ଓ ଫରେଷ୍ଟ ଅଧିକାର ଆଇନ ୨୦୦୬ ପ୍ରଣୀତ ହୋଇଛି। ପଞ୍ଚମ ସୂଚୀ ଅନ୍ତର୍ଗତ ୧୨ଟି ରାଜ୍ୟ ପାଇଁ ପେସା ଆଇନ ଉଦ୍ଦିଷ୍ଟ ଥିଲେ ମଧ୍ୟ ଓଡ଼ିଶା ଓ ଝାଡ଼ଖଣ୍ଡ ଏଯାଏ ପେସା ନିୟମ ପ୍ରଣୟନ ନ କରିବା ପରିତାପର ବିଷୟ। ସେହିପରି ଫରେଷ୍ଟ ଅଧିକାର ଆଇନ ୨୦୦୬ ଆମ ରାଜ୍ୟରେ ସମ୍ପୂର୍ଣ୍ଣ ଭାବରେ କାର୍ଯ୍ୟକାରୀ ହୋଇନାହିଁ। କାରଣ ଏଥିରେ କେତେକ ଆଇନଗତ ଓ ବୈଷୟିକ ପ୍ରତିବନ୍ଧକ ରହିଛି।
ଆସନ୍ତୁ ଆଲୋଚନା କରିବା ଆଦିବାସୀଙ୍କ ଜୀବିକା ସମ୍ବନ୍ଧରେ। ଆଦିବାସୀଙ୍କ ଜୀବିକା ନିର୍ବାହନ ମୁଖ୍ୟତଃ ପାଞ୍ଚଟି ଉପାୟରେ ହୋଇଥାଏ। ପ୍ରଥମଟି ହେଉଛି ଜଙ୍ଗଲ ଆଧାରିତ। ଜଙ୍ଗଲ ଆଦିବାସୀଙ୍କ ପାଇଁ ଖାଦ୍ୟ,ବାସ,ଜାଳେଣି, ଗୋଖାଦ୍ୟ ଓ ଶିଳ୍ପ ପାଇଁ କଞ୍ଚାମାଲ ସହିତ ବହୁ ଔଷଧୀୟ ବୃକ୍ଷଲତା ଯୋଗାଏ। ବିଭିନ୍ନ ପ୍ରକାର ଫଳ, ଶାଗ, କନ୍ଦା, ମହୁ, ଝୁଣା, ଛତୁ, ପତ୍ର, ଝାଡୁ, ଲତା ଏମାନେ ଜଙ୍ଗଲରୁ ସଂଗ୍ରହ କରି ନିଜର ଆବଶ୍ୟକତା ପୂରଣ ସହିତ ବଜାରରେ ବିକ୍ରୟ କରନ୍ତି। ଦ୍ୱିତୀୟଟି ହେଉଛି ଜମି ଆଧାରିତ। ପାହାଡିଆ ଅଞ୍ଚଳରେ ପୋଡୁଚାଷ , ସୋପାନ ଚାଷ, ଢିପ ଜମିରେ ଓ ଖାଲ ଜମିରେ ବିଭିନ୍ନ ଫସଲ ଚାଷ କରି ଆଦିବାସୀମାନେ ନିଜର ପାରିବାରିକ ଆବଶ୍ୟକତା ପୂରଣ ସହିତ ବଳକା ଦ୍ରବ୍ୟ ବଜାରରେ ବିକ୍ରୟ କରି ନିଜର ଗୁଜୁରାଣ ମେଣ୍ଟାନ୍ତି। ଏହାସହିତ ଗାଈ, ଛେଳି , ମେଣ୍ଢା, ଘୁଷୁରି, କୁକୁଡା ଏମାନଙ୍କର ମୁଖ୍ୟ ପ୍ରାଣୀ। କେତେକ ମଧ୍ୟ ନଦୀ ଓ ପୋଖରୀରୁ ମାଛ ଧରନ୍ତି। ତୃତୀୟରେ ଆଦିବାସୀମାନେ ଜଙ୍ଗଲଜାତ ଦ୍ରବ୍ୟରୁ ଗୃହ ଆସବାବ, ହସ୍ତକଳା, ଝାଡୁ, ଖଲିପତ୍ର, ଧାତୁ ନିର୍ମିତ ଅଳଙ୍କାର, ବସ୍ତ୍ର, ଟସର ଇତ୍ୟାଦି ପ୍ରସ୍ତୁତ କରି ବିକ୍ରୟ କରନ୍ତି। ଚତୁର୍ଥରେ ଜଙ୍ଗଲରୁ ବହୁ ଫଳମୂଳ ସଂଗ୍ରହ କରି ଏମାନେ ଆମ୍ବୁଲ, ଆଚାର, ପାଳୁଅ, ଆମ୍ବ ଶଢ଼ା, ମହୁଲି ମଦ ଇତ୍ୟାଦି ପ୍ରସ୍ତୁତ କରି ବିକ୍ରୟ କରନ୍ତି। ଆମ୍ବ, ପଣସ, କେନ୍ଦୁ, ଚାର ଇତ୍ୟାଦି ଫଳ ସଂଗ୍ରହ ମଧ୍ୟ ଏମାନେ କରନ୍ତି। ପଞ୍ଚମରେ ଏମାନେ ମଜୁରି ପାଇଁ ଖଣି ଖାଦାନ ଯାଆନ୍ତି କିମ୍ବା ଦାଦନ ଖଟିବାକୁ ବାହାରକୁ ପିଲାଛୁଆଙ୍କୁ ସାଙ୍ଗରେ ନେଇ ଯାଆନ୍ତି।
ଆଦିବାସୀଙ୍କ ଜୀବିକା ନିର୍ବାହ କେବେହେଲେ ପ୍ରତିପାଳନକ୍ଷମ ହେଉନାହିଁ। ସାଧାରଣତଃ ଜୀବିକା ପ୍ରତିପାଳନକ୍ଷମ ହେବା ପାଇଁ ପାଞ୍ଚଟି ସମ୍ବଳର ବିକାଶ ହେବା କଥା। ଏହି ସମ୍ବଳଗଡ଼ିକ ହେଲା ପ୍ରାକୃତିକ, ଭୌତିକ, ସାମାଜିକ, ଆର୍ଥିକ ଓ ମାନବିକ। ପ୍ରାକୃତିକ ସମ୍ବଳ ହିସାବରେ ଜମି, ଜଳ, ଜନ୍ତୁ, ଜଙ୍ଗଲ ବିକାଶ ଆଦିବାସୀ ଅଞ୍ଚଳରେ ନିରୁତ୍ସାହଜନକ। ଦୁର୍ଗମ ଅଞ୍ଚଳରେ ବାସ କରୁଥିବା ଜନଜାତିଙ୍କ ପାଇଁ ରାସ୍ତା, ପାନୀୟଜଳ, ବିଦ୍ୟୁତ୍‌ ଏବେବି ଅପହଞ୍ଚ। ସାମାଜିକ ବିକାଶ ପାଇଁ ଆବଶ୍ୟକ ଶିକ୍ଷା,ସ୍ବାସ୍ଥ୍ୟ ସେବା, କର୍ମନିଯୁକ୍ତି ଇତ୍ୟାଦି ଅତ୍ୟନ୍ତ ନିମ୍ନମାନର। ଆର୍ଥିକ ଅନ୍ତର୍ଭୁକ୍ତି ଅଭାବରୁ ବହୁ ଆଦିବାସୀ ଗ୍ରାମ ମହାଜନଙ୍କୁ ଜମି ବନ୍ଧକ ଦେଇ ଋଣଗ୍ରସ୍ତ। ଏହି ଋଣଗ୍ରସ୍ତ ଆଦିବାସୀ ଦାଦନ ଖଟିବାକୁ ଯାଆନ୍ତି। ଗୋଷ୍ଠୀଗତ ଅର୍ଥନୈତିକ ପ୍ରଗତି ଏବେବି ଆଦିବାସୀ ସମାଜରେ ବିରଳ।
ବର୍ତ୍ତମାନ ଆସିବା ବିକାଶ ମାର୍ଗ ଆଡକୁ । ଆମ ଦେଶର ବିଭିନ୍ନ ରାଜ୍ୟରେ ଏବଂ ଆମ ରାଜ୍ୟର କେତେକ ସ୍ଥାନରେ କେତେକ ନୂତନ ରଣନୀତି ସଫଳ ହେବାର ଦେଖାଯାଇଛି। ଏହାକୁ ଆଧାର କରି ନିମ୍ନଲିଖିତ ରଣନୀତି କାର୍ଯ୍ୟକାରୀ ହେଲେ ଆଦିବାସୀଙ୍କ ଜନଜୀବନ ମଧ୍ୟ ପ୍ରତିପାଳନକ୍ଷମ ହୋଇପାରିବ। ପ୍ରଥମରେ ଆଦିବାସୀଙ୍କୁ ଜମି ଅଧିକାର ଦେବା ପାଇଁ ଏଫ.ଆର୍‌. ଆଇନ ୨୦୦୬କୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରାଯାଉ। ଯେହେତୁ ପୋଡୁଚାଷ ଯୋଗୁ ଅବାରିତ ମୃତ୍ତିକା କ୍ଷୟ ହେଉଛି ଓ ଜଙ୍ଗଲ ନଷ୍ଟ ହେଉଛି ଏହାର ବିକଳ୍ପ ହିସାବରେ ଗଡ଼ାଣିଆ କୃଷିଜମି କୌଶଳ ଅନୁସରଣ କରାଯିବା ଆବଶ୍ୟକ। ଏହି କୌଶଳ ଫିଲିପାଇନ୍‌ସରେ ବେଶ୍‌ ସଫଳ ହୋଇଛି। ସେହିପରି ସୋପାନ ଚାଷରେ ସୋପାନ କଡ଼ରେ ସବୁଜ ବାଡ଼ ଦେଇ ଫଳ ଓ ପନିପରିବା ଚାଷ ହୋଇପାରିବ। ଅନ୍ୟ ଚାଷ ଜମିରେ ଜୈବିକ ଚାଷ ସହିତ ଦେଶୀ ବିହନ ଓ ଦେଶୀୟ ଜ୍ଞାନକୌଶଳ ପ୍ରୟୋଗ କରାଗଲେ ଏହି ଚାଷ ଲାଭଦାୟକ ହେବ। ଓ୍ବାଡି ପ୍ରଣାଳୀରେ ଫଳ ଚାଷ, ବୃକ୍ଷରୋପଣ ସହିତ ପଶୁପାଳନ ସମନ୍ବିତ ଚାଷ ବେଶ୍‌ ଲାଭଦାୟକ ହେବ। ନିଜ ବାଡ଼ିବଗିଚାରେ ପାରିବାରିକ ଉଦ୍ୟାନ ହିସାବରେ ଫଳ, ପନିପରିବା ଓ ମସଲା ଫସଲ ଚାଷ କରି ନିଜ ପରିବାରର ଆବଶ୍ୟକତା ପୂରଣ ସହିତ ବଜାରରେ ବଳକା ପଦାର୍ଥ ବିକ୍ରୟ ହୋଇପାରିବ। ଦ୍ୱିତୀୟରେ ଆଦିବାସୀଙ୍କ ଜୀବନରେଖା ହୋଇଥିବା ଜଙ୍ଗଲକୁ ପେସା ଆଇନ ୧୯୯୬ ଅନୁସାରେ ସୁରକ୍ଷିତ କରିବା ଆବଶ୍ୟକ। ଏହି ଆଇନ ଅନୁଯାୟୀ ପ୍ରତି ଗ୍ରାମରେ ଏକ ଗ୍ରାମସଭା ରହିବ ଏବଂ ଏହି ଗ୍ରାମସଭା ସମସ୍ତ ନିଷ୍ପତ୍ତି ନେବ। ପଞ୍ଚାୟତ ସ୍ତରରେ ଅଣ କାଠ ଜଙ୍ଗଲଜାତ ଦ୍ରବ୍ୟର ନିୟନ୍ତ୍ରଣ କରାଯାଇ ଆଦିବାସୀଙ୍କୁ ଏହାର ସଂଗ୍ରହ ଅଧିକାର ଦେବା ସହିତ ସର୍ବନିମ୍ନ ସହାୟକ ମୂଲ୍ୟ ଘୋଷଣା କରିବା ଆବଶ୍ୟକ। ଆଦିବାସୀମାନେ ବ୍ୟବସାୟିକ ଭାବରେ ଶତାବରୀ, ସଫେଦ ମୁସଲି, ପାତାଳଗରୁଡ଼, ବଚ ଇତ୍ୟାଦି ଔଷଧୀୟ ଗୁଳ୍ମ ଚାଷ କରି ଏହାକୁ ଉଚ୍ଚ ମୂଲ୍ୟରେ ବିକ୍ରୟ କରି ପାରିବେ। ଜଙ୍ଗଲରେ ମିଳୁଥିବା ବାହାଡ଼ା, ହରିଡ଼ା, ଅଁଳା, ଭୂଇଁ ନିମ, ଅର୍ଜୁନ ଇତ୍ୟାଦି ଔଷଧୀୟ ଦ୍ରବ୍ୟ ସଂଗ୍ରହ କରି ବିକ୍ରୟ କରିପାରିବେ। ତୃତୀୟରେ ଆଦିବାସୀ ପୁରୁଷ ଓ ମହିଳାମାନଙ୍କୁ ସୟଂ ସହାୟକ ଗୋଷ୍ଠୀରେ ପରିଣତ କରି ବେସରକାରୀ ସଂଗଠନ ଦ୍ୱାରା ସେମାନଙ୍କର ଦକ୍ଷତା ବିକାଶ କରାଇ ଛେଳି ପାଳନ, କୁକୁଡା ପାଳନ, ଖଲିପତ୍ର ପ୍ରସ୍ତୁତି, ହସ୍ତଶିଳ୍ପ ପ୍ରସ୍ତୁତି, ଟସର ଚାଷ, ଫୁଲ ଝାଡୁ ପ୍ରସ୍ତୁତି, ଅଗରବତି ତିଆରି, ହଳଦୀ ଗୁଣ୍ଡ, ମସଲା ଗୁଣ୍ଡ, ଆଚାର ପ୍ରସ୍ତୁତି, ପୁଷ୍ଟି ଶସ୍ୟ ସଂଶାଧନ ଇତ୍ୟାଦି ଲଘୁ ଉଦ୍ୟୋଗ ଜରିଆରେ ରୋଜଗାର ବୃଦ୍ଧି କରାଯାଇ ପାରେ। ଆଦିବାସୀମାନଙ୍କୁ ଗ୍ରାମ ମହାଜନ କବଳରୁ ରକ୍ଷା କରିବା ପାଇଁ ଆନୁଷ୍ଠାନିକ ଋଣ ଯୋଗାଣ ଉପରେ ଗୁରୁତ୍ୱଦେବା ଆବଶ୍ୟକ। ଚତୁର୍ଥରେ ଆଦିବାସୀ ଗ୍ରାମକୁ ପରିବେଶ ଗ୍ରାମରେ ପରିଣତ କରି ପାରିଲେ ପ୍ରାକୃତିକ ସମ୍ବଳର ସଂରକ୍ଷଣ ସହିତ ଆଦିବାସୀଙ୍କ ଜୀବନଧାରଣର ମାନ ବୃଦ୍ଧି ପାଇବ। ଶକ୍ତି ସଞ୍ଚୟ ପାଇଁ ସୌରଶକ୍ତି ବ୍ୟବହାର,ସବଜି କୁଲର, ଧୂମହୀନ ଚୁଲା, ଗୋବର ଗ୍ୟାସ ପ୍ଲାଣ୍ଟ ଇତ୍ୟାଦି ଉପରେ ସହାୟତା ଦେବାକୁ ହେବ। ପଞ୍ଚମରେ ଆଦିବାସୀଙ୍କ ଧର୍ମୀୟ ଭାବନା ଓ ପ୍ରଚଳିତ ପ୍ରଥାକୁ ସମ୍ମାନ ଦେଇ ଏଗୁଡ଼ିକର ସରଂକ୍ଷଣ ପାଇଁ ବ୍ୟବସ୍ଥା କଲେ ସେମାନଙ୍କ ସାମୂହିକ ବିକାଶ ହୋଇପାରିବ।
କଳିଙ୍ଗନଗର, ଭୁବନେଶ୍ବର
ମୋ: ୯୪୩୭୦୭୧୧୯୦


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri