Categories: ଜାତୀୟ

ବିହାର ନିର୍ବାଚନ: ନୋଟାରେ ୭ ଲକ୍ଷରୁ ଊର୍ଦ୍ଧ୍ୱ ଭୋଟ

ନୂଆଦିଲ୍ଲୀ,୧୧।୧୧-ବିହାର ବିଧାନସଭା ନିର୍ବାଚନରେ ନନ୍‌ ଅଫ୍‌ ଦ ଆବଭ୍‌ (ନୋଟା)ରେ ୭ ଲକ୍ଷରୁ ଅଧିକ ଭୋଟ ପଡ଼ିଛି। ଏ ନେଇ ନିର୍ବାଚନ କମିଶନଙ୍କ ପକ୍ଷରୁ ପ୍ରକାଶ କରାଯାଇଛି। ମୋଟ୍‌ ୭,୦୬,୨୫୨ ଭୋଟର (୧.୭%) ନୋଟାରେ ଭୋଟ ଦେଇଥିବା ଜଣାପଡ଼ିଛି। ତିନି ପର୍ଯ୍ୟାୟ ମତଦାନରେ ୪ କୋଟିରୁ ଅଧିକ ଭୋଟର ସେମାନଙ୍କର ରାଜନୈତିକ ଅଧିକାର ସାବ୍ୟସ୍ତ କରିଥିଲେ। ମୋଟ ୭.୩ କୋଟି ଭୋଟରଙ୍କ ମଧ୍ୟରୁ ମାତ୍ର ୫୭.୦୯% ମତଦାନ କରିଥିଲେ। ୨୦୧୩ରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଇଭିଏମ୍‌ରେ ନୋଟା ବଟନ ରହିବା ପରଠାରୁ ଦିନକୁ ଦିନ ଏଥିରେ ଅଧିକ ଭୋଟ ପଡ଼ିବାରେ ଲାଗିଛି।

Share