ପାପୁଆ ନିଉ ଗିନି ଭୟଙ୍କର ଭୂସ୍ଖଳନ, ୬୭୦ରୁ ଅଧିକ ଲୋକ ମୃତ

ନୂଆଦିଲ୍ଲୀ,୨୬।୫: ପାପୁଆ ନ୍ୟୁ ଗିନିରେ ଏକ ବଡ଼ ଧରଣର ଭୂସ୍ଖଳନ ପରେ ୬୭୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଜାତିସଂଘର ଏଜେନ୍ସିର ଅଧିକାରୀ ସେରହାନ ଆପ୍ଟୋପ୍ରାକ୍ କହିଛନ୍ତି ଯେ ବର୍ତ୍ତମାନ ପ୍ରାୟ ୧୫୦ରୁ ଉର୍ଦ୍ଧ ଘର ପୋତି ହୋଇ ରହିଛି। ଏଥିରେ ୬୭୦ ରୁ ଉର୍ଦ୍ଧ ଲୋକେ ମୃତ ବୋଲି ଅନୁମାନ କରାଯାଉଛି।

ପୋର୍ଟ ମୋରେସବିରେ ଅବସ୍ଥାପିତ ଆପ୍ଟୋପ୍ରାକ୍ କହିଛନ୍ତି ଯେ “ଭୂସ୍ଖଳନ ଅତ୍ୟନ୍ତ ଭୟଙ୍କର ସ୍ଥିତି ସୃଷ୍ଟି କରିଛି। ଏହାପରେ ଏହି ସ୍ଥାନରେ ପାଣି ଚାଲୁଥିବାରୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହେଉଛି।

ଶୁକ୍ରବାର ପୂର୍ବାହ୍ନରେ ଭୂସ୍ଖଳନ ଘଟିବା ପରେ ଏଙ୍ଗା ପ୍ରଦେଶର ଏକଦା ପାହାଡ଼ିଆ ପାର୍ଶ୍ଵବର୍ତ୍ତୀ ଗାଁ ପ୍ରାୟ ସଂପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଥିଲା। ମାଟି ତଳେ ପୋତି ହୋଇଥିବା ଶବକୁ ବାହାର କରିବା ପାଇଁ ଲୋକମାନେ ବାଡ଼ି, କୋଦାଳ ବ୍ୟବହାର କରୁଛନ୍ତି ବୋଲି ଆପ୍ଟୋପ୍ରାକ୍ କହିଛନ୍ତି।

ଏହି ପ୍ରାକୃତିକ ବିପର୍ୟ୍ୟୟ ଦ୍ୱାରା ୧୦୦୦ ରୁ ଅଧିକ ଲୋକ ବିସ୍ଥାପିତ ହୋଇଥିଲା ବେଳେ ଅଞ୍ଚଳରେ ଖାଦ୍ୟ ଏବଂ ପାନୀୟ ଜଳ ଯୋଗାଣ ପ୍ରାୟ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ବୋଲି ସେ କହିଛନ୍ତି। ସହାୟତା ଏଜେନ୍ସି ଏବଂ ସ୍ଥାନୀୟ ନେତାମାନେ ପ୍ରଥମେ ଭୟ କରୁଥିଲେ ୧୦୦ ରୁ ୩୦୦ ଲୋକ ଏହି ବିପର୍ୟ୍ୟୟରେ ପ୍ରାଣ ହରାଇଥିବେ। କିନ୍ତୁ ଏହି ସଂଖ୍ୟା ୬୭୦ ପାର କରିଛି। ସେହିପରି ଉଦ୍ଧାର ସମୟରେ ଉଦ୍ଧାରକାରୀମାନେ ଅନୁଭବ କରିଥିଲେ ଯେ ଗାଁରେ ଅଧିକ ଲୋକ ବାସ କରୁଛନ୍ତି।

ତେବେ ପ୍ରଭାବିତ ହୋଇଥିବା ଗ୍ରାମରେ ୪୦୦୦ ଲୋକେ ବସବାସ କରୁଥିଲେ ବୋଲି ଜଣାପଡିଛି। ଅଞ୍ଚଳରେ ଏଭଳି ପ୍ରାକୃତିକ ବିପତ୍ତି ସମୟରେ ଏଠାକାର ଆଦିବାସୀ ଲୋକମାନଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିବା ଦେଖାଦେଇଛି।

ତେଣୁକରି ଉଦ୍ଧାରକାର୍ଯ୍ୟ କିପରି ପ୍ରଭାବିତ ନ ହେବ ଏବଂ ଆହତ ମାନଙ୍କୁ କିପରି ହସପିଟାଲକୁ ନିଆଯିବ ସେ ନେଇ ସେନା ଦାୟିତ୍ୱ ନେଇଛି।

ଭୂସ୍ଖଳନର କିଛି କିଛି ସ୍ଥାନରେ କାର ଆକାରର ବିରାଟ ବିରାଟ ପଥର(ଯାହାର ଆକାର ୨୬ ଫୁଟ) ଯାହା ସେଠାରେ ଥିବା ଅନେକ ଗଛକୁ ଭାଙ୍ଗି ଦେଇଛନ୍ତି। ତେବେ ପ୍ରବଳ ବର୍ଷ କାରଣରୁ ଏହି ଭୂସ୍ଖଳନ ଘଟିଥିବା ସ୍ଥାନୀୟ ଲୋକେ କହିଛନ୍ତି, ଗତ କିଛି ସପ୍ତାହ ହେଲା ଏଠାରେ ପ୍ରବଳ ବର୍ଷା ଲାଗିରହିଥିଲା।

ବିଶ୍ୱ ବ୍ୟାଙ୍କ ରିପୋର୍ଟ ଅନୁଯାୟୀ ପାପୁଆ ନ୍ୟୁ ଗିନିରେ ପୃଥିବୀର ସବୁଠାରୁ ଆର୍ଦ୍ର ଜଳବାୟୁ ରହିଛି। ବିଶ୍ୱ ବ୍ୟାଙ୍କ ଅନୁଯାୟୀ, ପ୍ରବଳ ବର୍ଷା ଦ୍ୱାରା ଏଠାରେ ଭୟଙ୍କର ପ୍ରାକୃତିକ ବିପର୍ଯ୍ୟ ଦେଖାଦେଇପରେ।

ବିପର୍ଯ୍ୟୟ ପରେ ଲୋକମାନେ ବଡ଼ ବଡ଼ ପଥର ଖଣ୍ଡକୁ ହଟାଇ କଳଙ୍କି ଲାଗିଥିବା କର୍କଟ ତଳେ ଆଶ୍ରୟ କରୁଥିବା ରିପୋରଟେ ଜଣାପଡିଛି ।

ତେବେ ଉଦ୍ଧାରକାର୍ଯ୍ୟ ପାଇଁ ବହୁ ଆବଶ୍ୟକୀୟ ଭାରୀ ଯନ୍ତ୍ର ରବିବାର ଉକ୍ତ ସ୍ଥାନରେ ପହଞ୍ଚିବା ଆରମ୍ଭ କରିବ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ହନିମୁନରେ ସ୍ୱାମୀଙ୍କୁ ହତ୍ୟା କଲେ ସ୍ତ୍ରୀ, ପ୍ରେମିକ ସହ ମିଶି ରଚିଲେ ଦୁର୍ଘଟଣାର ନାଟକ

ଶ୍ରୀଗଙ୍ଗାନଗର,୫।୨: ରାଜସ୍ଥାନରୁ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡର ଖବର ସାମ୍ନାକୁ ଆସିଛି। ଜଣେ ନବବିବାହିତ ଯୁବକଙ୍କୁ ତାଙ୍କ ସ୍ତ୍ରୀ ନିଜ ପ୍ରେମିକ ସହ ମିଶି ଅତି ନିର୍ମମ ଭାବେ…

ଫେବୃୟାରୀ ୯ ରେ ହେବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି 

ଭୁବନେଶ୍ୱର,୫।୨: ଆସନ୍ତା ସୋମବାର ଫେବୃଆରୀ ୯ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ । ମାନ୍ୟବର ମୁଖ୍ୟମନ୍ତ୍ରୀ ପୂର୍ବାହ୍ନ ୧୦ ଘଟିକାରୁ ୟୁନିଟ-୨, ଅଶୋକ…

IAS ସ୍ତରରେ ବଡ଼ ଧରଣର ଅଦଳବଦଳ: ଅରବିନ୍ଦ ପାଢ଼ୀଙ୍କୁ ରାଜସ୍ୱ ବିଭାଗ

ଭୁବନେଶ୍ୱର,୫।୨: ଓଡିଶା ସରକାର ସଚିବ ସ୍ତରରେ ବଡ଼ ଅଦଳବଦଳ କରିଛନ୍ତି। ଅନେକ ଅଭିଜ୍ଞ IAS ଅଧିକାରୀଙ୍କୁ ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ସହ ଅତିରିକ୍ତ କାର୍ଯ୍ୟଭାର ମଧ୍ୟ ଅର୍ପଣ…

ଆସିଲା ନୂଆ ଆଇନ, ମହିଳାଙ୍କୁ ମିଳିଲା ମୋଟରସାଇକେଲ ଚଳାଇବାକୁ ଅନୁମତି

ତେହେରାନ,୫।୨: ଇରାନ ସରକାର ମହିଳାମାନଙ୍କ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, ଇରାନ ମହିଳାମାନଙ୍କୁ ଆଇନଗତ ଭାବରେ ମୋଟରସାଇକେଲ ଚଲାଇବାକୁ ଅନୁମତି ଦିଆଯାଇଛି।…

ୟୁରୋପ, ଆମେରିକା ପରେ ଭାରତ ଟାର୍ଗେଟରେ ଏସବୁ ଧନୀ ଦେଶ; ଖୁବଶୀଘ୍ର ହେବ ବାଣିଜ୍ୟ ଚୁକ୍ତି

ନୂଆଦିଲ୍ଲୀ,୫।୨: ଅନେକ ଆଲୋଚନା ପରେ ଭାରତ ୟୁରୋପ, ଆମେରିକା ସହିତ ବାଣିଜ୍ୟ ଚୁକ୍ତି କରିବାରେ ସଫଳ ହୋଇଛି। ଏହି ଚୁକ୍ତି ଭାରତ ଅର୍ଥନୀତି ପାଇଁ ଖୁବ ସୁଯୋଗ…

ଚାଇନା-ରୁଷିଆ-ଆମେରିକାକୁ ପଛରେ ପକାଇ ଏହି ଲିଷ୍ଟ୍‌ରେ ଆଗକୁ ଗଲା ଭାରତ, ଜାଣନ୍ତୁ ପାକିସ୍ତାନ ସ୍ଥିତି କ’ଣ

ନୂଆଦିଲ୍ଲୀ,୫।୨: ବିଶ୍ୱ ବୌଦ୍ଧିକ ଫାଉଣ୍ଡେସନ (WIF) ଦ୍ୱାରା ପ୍ରକାଶିତ ଦାୟିତ୍ୱବାନ ରାଷ୍ଟ୍ର ସୂଚକାଙ୍କ ଦେଶଗୁଡ଼ିକ ଉପରେ ଏକ ନୂତନ ଦୃଷ୍ଟିକୋଣ ପ୍ରଦାନ କରେ। ଏହି ତାଲିକା ଏକ…

ରାଶନକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ: ଏଣିକି ଶସ୍ୟ ବଦଳରେ ମିଳିବ…

ନୂଆଦିଲ୍ଲୀ,୫।୨: ଯଦି ଆପଣଙ୍କର ରାଶନ କାର୍ଡ ଅଛି ଏବଂ ଆପଣ ସରକାରଙ୍କ ମାସିକ ମାଗଣା ରାଶନ ଯୋଜନାର ହିତାଧିକାରୀ, ତେବେ ଏହା ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା।…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା: ଭାରତ-ଆମେରିକା ବାଣିଜ୍ୟ ଚୁକ୍ତିରୁ ଓଡ଼ିଶାକୁ ମିଳିବ ଫାଇଦା, ଏମାନେ ହେବେ ଉପକୃତ….

ଭୁବନେଶ୍ୱର,୫।୧: ଭାରତ-ଆମେରିକା ନୂତନ ବାଣିଜ୍ୟ ଚୁକ୍ତିରୁ ଓଡ଼ିଶାକୁ ଫାଇଦା। ଏନେଇ ଗୁରୁବାର ଏକ୍ସରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶାର ସାମୁଦ୍ରିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri