ପାପୁଆ ନିଉ ଗିନି ଭୟଙ୍କର ଭୂସ୍ଖଳନ, ୬୭୦ରୁ ଅଧିକ ଲୋକ ମୃତ

ନୂଆଦିଲ୍ଲୀ,୨୬।୫: ପାପୁଆ ନ୍ୟୁ ଗିନିରେ ଏକ ବଡ଼ ଧରଣର ଭୂସ୍ଖଳନ ପରେ ୬୭୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଜାତିସଂଘର ଏଜେନ୍ସିର ଅଧିକାରୀ ସେରହାନ ଆପ୍ଟୋପ୍ରାକ୍ କହିଛନ୍ତି ଯେ ବର୍ତ୍ତମାନ ପ୍ରାୟ ୧୫୦ରୁ ଉର୍ଦ୍ଧ ଘର ପୋତି ହୋଇ ରହିଛି। ଏଥିରେ ୬୭୦ ରୁ ଉର୍ଦ୍ଧ ଲୋକେ ମୃତ ବୋଲି ଅନୁମାନ କରାଯାଉଛି।

ପୋର୍ଟ ମୋରେସବିରେ ଅବସ୍ଥାପିତ ଆପ୍ଟୋପ୍ରାକ୍ କହିଛନ୍ତି ଯେ “ଭୂସ୍ଖଳନ ଅତ୍ୟନ୍ତ ଭୟଙ୍କର ସ୍ଥିତି ସୃଷ୍ଟି କରିଛି। ଏହାପରେ ଏହି ସ୍ଥାନରେ ପାଣି ଚାଲୁଥିବାରୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହେଉଛି।

ଶୁକ୍ରବାର ପୂର୍ବାହ୍ନରେ ଭୂସ୍ଖଳନ ଘଟିବା ପରେ ଏଙ୍ଗା ପ୍ରଦେଶର ଏକଦା ପାହାଡ଼ିଆ ପାର୍ଶ୍ଵବର୍ତ୍ତୀ ଗାଁ ପ୍ରାୟ ସଂପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଥିଲା। ମାଟି ତଳେ ପୋତି ହୋଇଥିବା ଶବକୁ ବାହାର କରିବା ପାଇଁ ଲୋକମାନେ ବାଡ଼ି, କୋଦାଳ ବ୍ୟବହାର କରୁଛନ୍ତି ବୋଲି ଆପ୍ଟୋପ୍ରାକ୍ କହିଛନ୍ତି।

ଏହି ପ୍ରାକୃତିକ ବିପର୍ୟ୍ୟୟ ଦ୍ୱାରା ୧୦୦୦ ରୁ ଅଧିକ ଲୋକ ବିସ୍ଥାପିତ ହୋଇଥିଲା ବେଳେ ଅଞ୍ଚଳରେ ଖାଦ୍ୟ ଏବଂ ପାନୀୟ ଜଳ ଯୋଗାଣ ପ୍ରାୟ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ବୋଲି ସେ କହିଛନ୍ତି। ସହାୟତା ଏଜେନ୍ସି ଏବଂ ସ୍ଥାନୀୟ ନେତାମାନେ ପ୍ରଥମେ ଭୟ କରୁଥିଲେ ୧୦୦ ରୁ ୩୦୦ ଲୋକ ଏହି ବିପର୍ୟ୍ୟୟରେ ପ୍ରାଣ ହରାଇଥିବେ। କିନ୍ତୁ ଏହି ସଂଖ୍ୟା ୬୭୦ ପାର କରିଛି। ସେହିପରି ଉଦ୍ଧାର ସମୟରେ ଉଦ୍ଧାରକାରୀମାନେ ଅନୁଭବ କରିଥିଲେ ଯେ ଗାଁରେ ଅଧିକ ଲୋକ ବାସ କରୁଛନ୍ତି।

ତେବେ ପ୍ରଭାବିତ ହୋଇଥିବା ଗ୍ରାମରେ ୪୦୦୦ ଲୋକେ ବସବାସ କରୁଥିଲେ ବୋଲି ଜଣାପଡିଛି। ଅଞ୍ଚଳରେ ଏଭଳି ପ୍ରାକୃତିକ ବିପତ୍ତି ସମୟରେ ଏଠାକାର ଆଦିବାସୀ ଲୋକମାନଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିବା ଦେଖାଦେଇଛି।

ତେଣୁକରି ଉଦ୍ଧାରକାର୍ଯ୍ୟ କିପରି ପ୍ରଭାବିତ ନ ହେବ ଏବଂ ଆହତ ମାନଙ୍କୁ କିପରି ହସପିଟାଲକୁ ନିଆଯିବ ସେ ନେଇ ସେନା ଦାୟିତ୍ୱ ନେଇଛି।

ଭୂସ୍ଖଳନର କିଛି କିଛି ସ୍ଥାନରେ କାର ଆକାରର ବିରାଟ ବିରାଟ ପଥର(ଯାହାର ଆକାର ୨୬ ଫୁଟ) ଯାହା ସେଠାରେ ଥିବା ଅନେକ ଗଛକୁ ଭାଙ୍ଗି ଦେଇଛନ୍ତି। ତେବେ ପ୍ରବଳ ବର୍ଷ କାରଣରୁ ଏହି ଭୂସ୍ଖଳନ ଘଟିଥିବା ସ୍ଥାନୀୟ ଲୋକେ କହିଛନ୍ତି, ଗତ କିଛି ସପ୍ତାହ ହେଲା ଏଠାରେ ପ୍ରବଳ ବର୍ଷା ଲାଗିରହିଥିଲା।

ବିଶ୍ୱ ବ୍ୟାଙ୍କ ରିପୋର୍ଟ ଅନୁଯାୟୀ ପାପୁଆ ନ୍ୟୁ ଗିନିରେ ପୃଥିବୀର ସବୁଠାରୁ ଆର୍ଦ୍ର ଜଳବାୟୁ ରହିଛି। ବିଶ୍ୱ ବ୍ୟାଙ୍କ ଅନୁଯାୟୀ, ପ୍ରବଳ ବର୍ଷା ଦ୍ୱାରା ଏଠାରେ ଭୟଙ୍କର ପ୍ରାକୃତିକ ବିପର୍ଯ୍ୟ ଦେଖାଦେଇପରେ।

ବିପର୍ଯ୍ୟୟ ପରେ ଲୋକମାନେ ବଡ଼ ବଡ଼ ପଥର ଖଣ୍ଡକୁ ହଟାଇ କଳଙ୍କି ଲାଗିଥିବା କର୍କଟ ତଳେ ଆଶ୍ରୟ କରୁଥିବା ରିପୋରଟେ ଜଣାପଡିଛି ।

ତେବେ ଉଦ୍ଧାରକାର୍ଯ୍ୟ ପାଇଁ ବହୁ ଆବଶ୍ୟକୀୟ ଭାରୀ ଯନ୍ତ୍ର ରବିବାର ଉକ୍ତ ସ୍ଥାନରେ ପହଞ୍ଚିବା ଆରମ୍ଭ କରିବ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପରମାଣୁ ବୋମା ରେସ୍‌ରେ ପାକିସ୍ତାନକୁ ପଛରେ ପକାଇଲା ଭାରତ: ଜାଣନ୍ତୁ କେଉଁ ଦେଶ ପାଖରେ କେତେ ପରମାଣୁ ବୋମା…

ନୂଆଦିଲ୍ଲୀ,୧୭।୬: ପରମାଣୁ ବୋମା ତିଆରି କରିବା ପାଇଁ ସାରା ବିଶ୍ୱରେ ଏକ ରେସ୍‌ ଚାଲିଛି। ଏହି ରେସ୍‌ରେ ଭାରତ ପାକିସ୍ତାନକୁ ପଛରେ ପକାଇ ଦେଇଛି। ସମଗ୍ର...

ଅଂଶୁଘାତରେ ଚାଲିଗଲା ୧୯ ହଜ୍‌ ଯାତ୍ରୀଙ୍କ ଜୀବନ

ନୂଆଦିଲ୍ଲୀ,୧୬ା୬: ହଜ୍‌ ଯାତ୍ରାରେ ସାଉଦି ଆରବ ଆସିଥିବା ଅନୂ୍ୟନ ୧୯ ତୀର୍ଥଯାତ୍ରୀଙ୍କର ମୃତ୍ୟୁ ଘଟିଛି। ସେମାନେ ଜୋର୍ଡାନ ଏବଂ ଇରାନରୁ ଆସିଥିଲେ। ଜୋର୍ଡାନ ବହିର୍ବ୍ୟାପାର ମନ୍ତ୍ରଣାଳୟର...

ଟମାଟୋ କିଲୋ ପ୍ରତି ମୂଲ୍ୟ ୨୦୦ଟଙ୍କା ଉପରେ

ପେଶାଓା୍ବର,୧୬।୬: ପାକିସ୍ତାନର ସ୍ଥାନୀୟ ଖୁଚୁରା ବଜାରରେ ଇଦ ଅଲ-ଅଜାହ ପୂର୍ବରୁ ଟମାଟୋ ମୂଲ୍ୟରେ ବ୍ୟାପକ ବୃଦ୍ଧି ଘଟିଛି। ଏକ୍ସପ୍ରେସ ଟ୍ରିବ୍ୟୁନ ରିପୋର୍ଟ କରିଛି ଯେ ପେଶାୱାରରେ...

ହିଟଓ୍ବେଭ ନେଲା ୧୪ ହଜ ଯାତ୍ରୀଙ୍କ ଜୀବନ

ରିୟାଦ,୧୬।୬: ଇଦ-ଉଲ-ଅଜାହ ପର୍ବ ମଧ୍ୟରେ ସୌଦି ଆରବରେ ବହୁ ସଂଖ୍ୟାରେ ହଜ ତୀର୍ଥଯାତ୍ରୀ ଏକତ୍ରିତ ହୋଇଥିଲେ। ତେବେ ସୌଦି ଆରବରେ ପ୍ରବଳ ଉତ୍ତାପ ହଜ ତୀର୍ଥଯାତ୍ରୀଙ୍କ...

ତେହରିକ-ଏ-ତାଲିବାନର କମାଣ୍ଡର ନିହତ

ଇସଲାମାବାଦ,୧୬।୬: ନିଷିଦ୍ଧ ଆତଙ୍କବାଦୀ ସଂଗଠନ ତେହେରିକ-ଏ-ତାଲିବାନ ପାକିସ୍ତାନ (ଟିଟିପି) ର ଶୀର୍ଷ କମାଣ୍ଡରଙ୍କୁ ଖାଇବର-ପଖତୁନୱା ପ୍ରଦେଶରେ ସୁରକ୍ଷା ବାହିନୀ ହତ୍ୟା କରିଛନ୍ତି। ଏକ ରିପୋର୍ଟରେ କୁହାଯାଇଛି...

ଭାରତକୁ ନିମନ୍ତ୍ରଣ କରିବ କି କାନାଡ଼ା: ଟ୍ରୁଡୋ ଦେଲେ ଏମିତି ଜବାବ

ବାରି(ଇଟାଲୀ),୧୬।୬:ଆସନ୍ତା ବର୍ଷ ଅନୁଷ୍ଠିତ ହେବାକୁ ଥିବା ଜି୭ ସମ୍ମିଳନୀରେ କାନାଡା ଅଧ୍ୟକ୍ଷତା କରିବ। କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ କହିଛନ୍ତି, ସେତେବେଳେ ତାଙ୍କୁ ବହୁତ କିଛି...

‘ଇମ୍ରାନ ଖାଁ ବାହାରକୁ ଆସିଲେ ହେବ ହିଂସା,’ ପାକିସ୍ତାନ ପ୍ରଧାନମନ୍ତ୍ରୀ କହିଲେ କାହିଁକି ୨୦୨୯ ପର୍ଯ୍ୟନ୍ତ ଜେଲରେ ରହିବା ଉଚିତ ଇମ୍ରାନ

ଇସଲାମାବାଦ,୧୬।୬: ପାକିସ୍ତାନର ଲୋକମାନେ ବିଶ୍ୱାସ କରନ୍ତି ଯେ ଦେଶର ଆର୍ଥିକ ସ୍ଥିରତା ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କୁ ୨୦୨୯ ପର୍ଯ୍ୟନ୍ତ ପାଞ୍ଚ ବର୍ଷ ଜେଲରେ...

ଜାପାନରେ ବ୍ୟାପିଲା ମାଂସ ଖାଉଥିବା ବିରଳ ଜୀବାଣୁ, ଯାହା ୨ ଦିନରେ ନେଇପାରେ ଜୀବନ

ନୂଆଦିଲ୍ଲୀ, ୧୬।୬: ମାଂସ ଖାଉଥିବା ବିରଳ ଜୀବାଣୁ ବ୍ୟାପିଛି ଜାପାନରେ ଯାହାଦ୍ୱାରା ଲୋକମାନେ ମାତ୍ର ୪୮ ଘଣ୍ଟାରେ ଜୀବନ ହରାଇ ପାରନ୍ତି। କରୋନା ମହାମାରୀ ପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri