Categories: ଜାତୀୟ

ଦିଲ୍ଲୀରେ ଗୋଷ୍ଠୀ ସଂକ୍ରମଣ

ନୂଆଦିଲ୍ଲୀ,୧୬।୧: ଦିଲ୍ଲୀରେ ଓମିକ୍ରନ୍‌ ଭାରିଆଣ୍ଟର ଗୋଷ୍ଠୀ ସଂକ୍ରମଣ ହୋଇଥିବା ଜଣାପଡ଼ିଛି। ସଂକ୍ରମିତଙ୍କ ମଧ୍ୟରୁ ୬୧ ପ୍ରତିଶତଙ୍କର ଅନ୍ତର୍ଜାତୀୟ ଟ୍ରାଭେଲ ହିଷ୍ଟ୍ରି ନ ଥିବା ଏକ ଅଧ୍ୟୟନରୁ ସୂଚନା ମିଳିଛି। ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଲିଭର ଆଣ୍ଡ୍‌ ବିଲିଆରୀ ସାଇନ୍ସର ବୈଜ୍ଞାନିକମାନେ ୨୬୪ ମାମଲାର ଜିନୋମ ସିକ୍ୱେନ୍ସିଂକୁ ଅଧ୍ୟୟନ କରିଥିଲେ। ୬୧ ପ୍ରତିଶତ ସଂକ୍ରମିତ ପୂର୍ବରୁ ବିଦେଶ ଯାଇ ନ ଥିବାରୁ ସେମାନେ ସ୍ଥାନୀୟ ଅଞ୍ଚଳର ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ଓମିକ୍ରନ୍‌ ସଂକ୍ରମିତ ହୋଇଥିବା ସ୍ପଷ୍ଟ ହୋଇଛି।

Share