Advertisement

ଘନକୁହୁୁଡ଼ି ଯୋଗୁ ଚିଲିକାରେ ୫୦ରୁ ଊର୍ଦ୍ଧ୍ୱ ଡଙ୍ଗା ବାଟବଣା: ଚଳାଚଳ ବନ୍ଦ

ବାଲୁଗାଁ/କୃଷ୍ଣପ୍ରସାଦ,୧୪।୧(ଡି.ଏନ୍‌.ଏ): ଚିଲିକାରେ ଘନକୁହୁଡ଼ି ଯୋଗୁ ଶନିବାର ୫୦ରୁ ଊର୍ଦ୍ଧ୍ୱ ଯାତ୍ରୀବାହୀ ଡଙ୍ଗା ବାଟବଣା ହୋଇଥିବା ଜଣାପଡିଛି। ପବିତ୍ର ମକର ସଂକ୍ରାନ୍ତି ଅବସରରେ କାଳିଜାଈରେ ମକର ମେଳା ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ଭୋରୁରୁ ଯାତ୍ରୀଙ୍କୁ ଧରି କାଳିଜାଈ ମନ୍ଦିର ଯାଉଥିବା ଡଙ୍ଗାଗୁଡିକ ଘନ କୁହୁଡି ଯୋଗୁ ଦିଗବାରି ନ ପାରି ସାତପଡା ଏବଂ ବନବଣ ଅଞ୍ଚଳକୁ ଚାଲିଯାଇଥିଲେ। କ୍ରମେ ପାଗ ବଦଳିଯିବାରୁ ଡଙ୍ଗାଗୁଡିକ କୂଳକୁ ଫେରୁଥିବା ଜଣାପଡିଛି। ଅନ୍ୟପକ୍ଷେ ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଡଙ୍ଗା ଚଳାଚଳକୁ ବନ୍ଦ କରାଯାଇଛି। ପୁରୀ, ଖୋର୍ଦ୍ଧା, ଗଞ୍ଜାମ ପ୍ରଶାସନର ଆଲୋଚନା ପରେ ଡଙ୍ଗା ଚଳାଚଳ କରାଯିବ ବୋଲି ଏସ୍‌ଡିପିଓ ମାନସ ରଞ୍ଜନ ବାରିକ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜିଲାପାଳଙ୍କୁ ନିର୍ଦ୍ଦେଶ: ଡିଏମ୍‌ଏଫ୍‌ ପ୍ରକଳ୍ପ ନିର୍ଦ୍ଧାରିତ ସମୟରେ ଶେଷ କର

ଭୁବନେଶ୍ୱର,୧।୧୧(ବ୍ୟୁରୋ) : ଡିଷ୍ଟ୍ରିକ୍ଟ ମିନେରାଲ ଫଣ୍ଡ(ଡିଏମ୍‌ଏଫ୍‌) ଏବଂ ଓଡ଼ିଶା ମିନେରାଲ ବିୟରିଂ ଏରିଆ ଡେଭଲପମେଣ୍ଟ କର୍ପୋରେଶନ (ଓମ୍ବାଡକ) ଅର୍ଥରେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପଗୁଡ଼ିକର କାର୍ଯ୍ୟ ନିର୍ଦ୍ଧାରିତ...

ଖୋଲିଲା ରାଜଭବନ ଉଦ୍ୟାନ: ପ୍ରଥମ ଦିନରେ ବୁଲିଲେ ୪ହଜାର ଦର୍ଶକ

ଭୁବନେଶ୍ୱର,୬ା୧(ବ୍ୟୁରୋ): ସର୍ବସାଧାରଣ ଓ ଛାତ୍ରୀଛାତ୍ରଙ୍କ ପାଇଁ ରବିବାର ରାଜଭବନ ଉଦ୍ୟାନ ଖୋଲାଯାଇଛି। ଗୋଲାପ ଉଦ୍ୟାନଠାରୁ ଆରମ୍ଭ କରି ବିଭିନ୍ନ କିସମର ଗେଣ୍ଡୁ, ସେବତୀ, ଗ୍ଲାଡିଓଲି, ଡାଲିଆ,...

ବିଛଣା ଧରିଲା ଘର ଚଳାଉଥିବା ଯୁଆନ ପୁଅ

ଦଶମନ୍ତପୁର,୧୧ା୧୦(ଡି.ଏନ୍‌.ଏ.): ଦିନେ ସେ ଘର ଚଳାଉଥିବା ଯୁଆନ ପୁଅ ଥିଲେ। କିନ୍ତୁ ଏବେ ସକାଳ ହେଲେ ପରିବାର ଲୋକେ ତାଙ୍କୁ ଘରୁ ଟେକି ଆଣି ବାରଣ୍ଡାରେ...

ସାମ୍ପ୍ରଦାୟିକ ରାଜନୀତି କରୁଛନ୍ତି ମମତା: ଧର୍ମେନ୍ଦ୍ର

ଭୁବନେଶ୍ୱର,୫।୪(ବ୍ୟୁରୋ): ଜୟ ଶ୍ରୀରାମ ନାରାକୁ ଶୁଣି ଚିହିଁକି ଉଠୁଥିବା ମମତା ଦିଦି ସାମ୍ପ୍ରଦାୟିକ ରାଜନୀତି କରୁଛନ୍ତି ବୋଲି ରବିବାର ପଶ୍ଚିମବଙ୍ଗର କମାରହାଟି ବିଧାନସଭା ନିର୍ବାଚନମଣ୍ଡଳୀରେ ଦଳୀୟ...

ମଞ୍ଚେଶ୍ୱରରୁ ନକଲି ଇଞ୍ଜିନ ଅଏଲ କାରଖାନା ଠାବ

ଭୁବନେଶ୍ୱର,୩୦ା୯ (ବ୍ୟୁରୋ):ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ସମେଇଗାଡିଆ ଅଞ୍ଚଳରେ ଚାଲିଥିଲା ନକଲି ଇଞ୍ଜିନ ଅଏଲ କାରଖାନା। ମଙ୍ଗଳବାର କମିଶନରେଟ ପୋଲିସର କୁଇକ୍‌ ଆକ୍ସନ ଟିମ୍‌ ଓ ସ୍ଥାନୀୟ...

ପ୍ରଦୀପ୍ତ ନାୟକଙ୍କ ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୬।୫(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ବିରୋଧୀ ଦଳ ନେତା ତଥା ଭାଜପା ନେତା ପ୍ରଦୀପ୍ତ କୁମାର ନାୟକଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି।...

ଭୁବନେଶ୍ୱରକୁ ଫେରିଲା କଣ୍ଟେନମେଣ୍ଟ ଜୋନ

ଭୁବନେଶ୍ୱର,୨।୭: ଭୁବନେଶ୍ୱର ସାମପୁର ଓ୍ବାର୍ଡ ନମ୍ବର-୨୩ ସ୍ଥିତ ଜିମଖାନା ପାମ୍‌ ହାଇଟ୍‌ ଆପାର୍ଟମେଣ୍ଟର ବ୍ଲକ ‘ଇ’କୁ ସିଲ କରିଛି ବିଏମ୍‌ସି। ଉକ୍ତ ବ୍ଳକରୁ ଏକାଧିକ କୋଭିଡ୍‌...

୫ କି.ମି. ଖଟିଆରେ ବୁହାହେଲେ ଗର୍ଭବତୀ

ଭବାନୀପାଟଣା,୩୧।୧୨(ସ୍ବ.ପ୍ର.): କଳାହାଣ୍ଡିରେ ପୁଣି ଜନନୀ ଯନ୍ତ୍ରଣା ଦେଖିବାକୁ ମିଳିଛି। ଭାରରେ ବୁହା ହେଲେ ଗର୍ଭବତୀ। ରାସ୍ତା ସମସ୍ୟା ଯୋଗୁ ଗାଁକୁ ଯାଇ ପାରିଲାନି ଆମ୍ବୁଲାନ୍ସ। ଆଉ...

Advertisement
Archives

Model This Week