ବୟସ ୪୦ ଟପିଲେ ହୋଇପାରେ ଏସବୁ ରୋଗ

ଯଦି ବୟସ ୪୦ ଟପିଗଲାଣି ତେବେ ସତର୍କ ହୋଇଯାଆନ୍ତୁ ବୋଲି ଆମେରିକାର ଏକ ସ୍ବାସ୍ଥ୍ୟ ବିଶେଷଜ୍ଞ ଟିମ୍‌ ଗବେଷଣା କରି କହିଛନ୍ତି। ଉକ୍ତ ଟିମ୍‌ କହିଛି, ଏହି ସମୟରେ ନିଜର ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହେବା ଜରୁରୀ। ଏହି ବୟସରେ ରୋଗ ପ୍ରତିରୋଧକ କ୍ଷମତା କମି କମି ଯାଇଥାଏ। ଫଳରେ ବାରମ୍ବାର ଲୋକେ ରୋଗରେ ପଡ଼ିଥାନ୍ତି।

ବୟସ ୪୦ ଟପିଲେ ପ୍ରଥମେ ହାଡ଼ର ଯତ୍ନ ନେବା ନିହାତି ଜରୁରୀ। କାରଣ ଏହି ବୟସରେ କ୍ୟାଲସିୟମ କମିଯାଇଥାଏ। ତେଣୁ ହାଡ଼ ମଜଭୁତ ହୋଇ ନ ଥାଏ। ଡାକ୍ତର ଏଡିନିରନ କୁହନ୍ତି, ପୁରୁଷଙ୍କ ତୁଳନାରେ ଏହି ବୟସରେ ମହିଳାଙ୍କଠାରେ ଅନେକ ରୋଗ ଦେଖା ଦେଇଥାଏ। ହାଡ଼ ଦରଜ ହେବା ସହ ଅଣ୍ଟା ଦରଜ ମଧ୍ୟ ହୋଇଥାଏ। ଯେଉଁ ଖାଦ୍ୟରୁ ଅଧିକ କ୍ୟାଲସିୟମ ମିଳିଥାଏ ସେପରି ଖାଦ୍ୟ ଖାଇବା ନିହାତି ଆବଶ୍ୟକ। ସେହିପରି ଷ୍ଟୋକ୍‌, ଡାଇବେଟିସ୍‌, ସଂକ୍ରମଣ ଜନିତ ସମସ୍ୟା, ହାର୍ଟ ସହିତ ଜଡ଼ିତ ଅନେକ ରୋଗ ଦେଖାଦେଇଥାଏ। ମହିଳାଙ୍କଠାରେ ବ୍ରେଷ୍ଟ କ୍ୟାନସରର ଆଶଙ୍କା ମଧ୍ୟ ଥାଏ।