ପ୍ରଦୂଷଣ ଜ୍ୱାଳାରେ ୨୦ରୁ ଊର୍ଦ୍ଧ୍ୱ ଗାଁ

ଯାଜପୁର ଅଫିସ,୯ା୫: କଳିଙ୍ଗନଗର ଶିଳ୍ପାଞ୍ଚଳର କେତେକ କାରଖାନା ଏବଂ ସୁକିନ୍ଦା ଖଣି ଅଞ୍ଚଳରୁ ନିଷ୍କାସିତ ବର୍ଜ୍ୟଜଳ ବ୍ରାହ୍ମଣୀ ଓ ଏହାର ଉପନଦୀ ଖରସ୍ରୋତାରେ ମିଶୁଛି। ଏହି ନଦୀ ଜଳରେ ମାରାତ୍ମକ ସାୟନାଇଡ୍‌ ଓ ଫେନୋଲିକ କମ୍ପାଉଣ୍ଡ (କୋଇଲାଯୁକ୍ତ ପଦାର୍ଥ) ପରିମାଣ ଚିନ୍ତାଜନକ ଥିବା ପୂର୍ବରୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏସ୍‌ପିସିବି) ପକ୍ଷରୁ ହୋଇଥିବା ନମୁନା ଯାଞ୍ଚରୁ ଜଣାପଡ଼ିଛି। କାରଖାନାରୁ ଯେଉଁ ବାଟ ଦେଇ ଏହି ବର୍ଜ୍ୟଜଳ ପ୍ରବାହିତ ହେଉଛି ସେହି ଅଞ୍ଚଳରେ ଜୀବନଯାପନ ପ୍ରଭାବିତ ହେବା ସହିତ ଚାଷ କ୍ଷତିଗ୍ରସ୍ତ ହେଉଥିବା ଅଭିଯୋଗ ହୋଇଆସୁଛି। ଏସ୍‌ପିସିବି ବେଳେବେଳେ ଜଳ ନମୁନା ପରୀକ୍ଷା କରି କାରଖାନାର ବର୍ଜ୍ୟଜଳ ସେତେଟା ବିଷାକ୍ତ ନୁହେଁ ବୋଲି ପ୍ରମାଣିତ କରୁଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ହେଲା, ଷ୍ଟିଲ ହବ୍‌ ଭାବେ ପରିଚିତ କଳିଙ୍ଗନଗରରେ ସିମେଣ୍ଟ ଗ୍ରାଇଣ୍ଡିଂ ୟୁନିଟ୍‌ ଉତ୍ପାଦନକ୍ଷମ ହେବା ପରେ ପ୍ରଦୂଷଣ ଘାତକ ହେବାରେ ଲାଗିଛି। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏସ୍‌ପିସିବି) ଶିଳ୍ପସଂସ୍ଥାଗୁଡ଼ିକର ହାତବାରିସି ସାଜିଥିବାରୁ ପ୍ରଦୂଷଣ ବିପଜ୍ଜନକ ହେଉଥିବା ସେମାନେ କହୁଛନ୍ତି।
କଳିଙ୍ଗନଗର ଶିଳ୍ପାଞ୍ଚଳ ଅରାସାହି ବାସିନ୍ଦା ରାମରାୟ ଲାଗୁରି କୁହନ୍ତି, ତାଙ୍କ ସାହି ନିକଟ ଦେଇ ଏକ ପ୍ରାକୃତିକ ନାଳ ବୋହୁଛି। ସେହି ନାଳରେ ପୂର୍ବରୁ ଗାଧୋଇବା ସହ ଧାନ ଓ ପନିପରିବା ଚାଷ ହେଉଥିଲା। ବର୍ତ୍ତମାନ ସେହି ନାଳରେ କାରଖାନାର ବର୍ଜ୍ୟଜଳ ଛଡ଼ାଯିବା ଯୋଗୁ ବ୍ୟବହାର ଅନୁପଯୋଗୀ ହୋଇଛି। ସେହି ପାଣିରେ ସାବୁନରୁ ଫେଣ ବାହାରୁ ନାହିଁ। ପାଣି ଦେହରେ ଲାଗିଲେ କୁଣ୍ଡେଇ ହେଉଛି। କାଛୁ କୁଣ୍ଡିଆ ରୋଗରେ ପିଲାମାନେ ଆକ୍ରାନ୍ତ ହେଉଛନ୍ତି। ଯେକୌଣସି ଚାଷ କଲେ ଗଛ ମରିଯାଉଛି। କୁଡୁମୀସାହି ବାସିନ୍ଦା ମୌନାବତୀ ପାତ୍ର କୁହନ୍ତି, କୁଡୁମୀସାହି, କଚେରି ଗାଁ ଟାଙ୍ଗରସାହି ଶିଳ୍ପ କାରଖାନା ପାଚେରି କଡ଼ରେ ରହିଛି। କାରଖାନାର ଧୂଳିଧୂଆଁ ଯୋଗୁ ଶିଶୁ ଓ ବୃଦ୍ଧାବୃଦ୍ଧ ଥଣ୍ଡା, କାଶ, ଜଣ୍ଡିସ, ଚର୍ମରୋଗ ସମେତ ଅଣନିଃଶ୍ୱାସୀ ଲାଗିବା ଭଳି ରୋଗ ହେଉଛି। ତୁରନ୍ତ ଏହାର ପ୍ରତିକାର ବ୍ୟବସ୍ଥା କରା ନ ଗଲେ ଜୀବନହାନି ଆଶଙ୍କା ରହୁଛି। ଟାଙ୍ଗରସାହି ଗ୍ରାମର ପାଣ୍ଡବ ବଦରା କୁହନ୍ତି, ନିକଟସ୍ଥ କାରଖାନାରୁ ବର୍ଜ୍ୟପାଣି ଓ ଦୂଷିତ ବାୟୁ ବାହାରୁଛି। ଗ୍ରାମବାସୀ ପ୍ରଦୂଷଣରେ ଜର୍ଜରିତ ହେଉଛନ୍ତି। ଏନେଇ ବାରମ୍ବାର ଅଭିଯୋଗ କଲେ ବି କିଛି ସୁଫଳ ମିଳିପାରୁନାହିଁ।
୨୦୧୭ରୁ କଳିଙ୍ଗନଗର ଶିଳ୍ପାଞ୍ଚଳ, ମାନପୁର ଓ ଯଖପୁରା ନିକଟରେ ପ୍ରତିଷ୍ଠିତ କାରଖାନାଗୁଡ଼ିକ ପ୍ରଦୂଷଣ ନୀତିନିୟମ ମାନୁନାହାନ୍ତି। ଫଳରେ ଶିଳ୍ପାଞ୍ଚଳର ପ୍ରାୟ ୫୦ ହଜାର ଲୋକ ବାୟୁ ଓ ଜଳବାହିତ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ୨୦୦ରୁ ଊର୍ଦ୍ଧ୍ୱ ଲୋକ କିଡ୍‌ନୀଜନିତ ରୋଗରେ ପ୍ରାଣ ହରାଇଛନ୍ତି। କଳିଙ୍ଗନଗର ପରିବେଶ ସୁରକ୍ଷା ସମିତି ପକ୍ଷରୁ ବାୟୁ ଓ ଜଳ ପ୍ରଦୂଷଣକୁ ନେଇ ହୋଇଥିବା ଅଭିଯୋଗ ଆଧାରରେ ଏନ୍‌ଜିଟିରେ ମାମଲା (୧୯/୨୦୧୯) ରୁଜୁ ହୋଇଛି। ସେହିପରି ବ୍ୟକ୍ତିଗତ ଭାବେ ଅଞ୍ଚଳବାସୀଙ୍କ ପକ୍ଷରୁ କେତେକ ଅଭିଯୋଗ ଇତିମଧ୍ୟରେ ଏନ୍‌ଜିଟିରେ ହୋଇଛି। ସୂଚନାଥାଉ କି, ଏନ୍‌ଜିଟିରେ ମାମଲା ରୁଜୁ ହେବା ଏବଂ ଜନସାଧାରଣଙ୍କ ଅଭିଯୋଗକୁ ଭିତ୍ତିକରି ଯାଜପୁର ଜିଲାପାଳ ୭ା୧୧ା୨୦୧୯ରେ ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ଆଇନ ଓ ପ୍ରତିକାର ଅନୁସାରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଏସ୍‌ପିସିବିର ଆଞ୍ଚଳିକ ଅଧିକାରୀଙ୍କୁ ନିର୍ଦ୍ଦେଶ (ପତ୍ର ସଂଖ୍ୟା ୯୪୩୨) ଦେଇଥିଲେ। ଏହାକୁ ଅତି ଗୁରୁତର ଭାବେ ଗ୍ରହଣ କରି ଶିଳ୍ପ କାରଖାନାଗୁଡ଼ିକ ଗାଇଡ୍‌ଲାଇନ୍‌ ଅନୁସାରେ ପ୍ରଦୂଷଣ ନିୟନ୍ତ୍ରଣ ଯନ୍ତ୍ରପାତି ସ୍ଥାପନ କରିଛନ୍ତି କି ନାହିଁ ସେ ନେଇ ନିୟମିତ ଭାବେ କ୍ଷେତ୍ର ପରିଦର୍ଶନ କରିବାକୁ ଜିଲାପାଳ ପରାମର୍ଶ ଦେଇଥିଲେ। ନିର୍ଦ୍ଧାରିତ ପରିବେଶ ମାନଦଣ୍ଡକୁ ମାନୁ ନ ଥିବା କାରଖାନାଗୁଡ଼ିକ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ତାଙ୍କ ପତ୍ରରେ ଦର୍ଶାଇଥିଲେ। କିନ୍ତୁ ଏ ସବୁ ସତ୍ତ୍ୱେ ପ୍ରଦୂଷଣ ନିୟନ୍ତ୍ରଣ ହୋଇପାରୁନାହିଁ।
ବାୟୁ ପ୍ରଦୂଷଣ ନିରୀକ୍ଷଣ କେନ୍ଦ୍ର ପକ୍ଷରୁ ୨୦୧୫ରୁ ୨୦୧୭ ମଧ୍ୟରେ ସଂଗୃହୀତ ତଥ୍ୟ ଅନୁସାରେ କଳିଙ୍ଗନଗର ଶିଳ୍ପାଞ୍ଚଳରେ ବାୟୁ ଗୁଣାତ୍ମକ ମାନ ପ୍ରତି ଘନମିଟର ପିଛା ୧୧୩ ମାଇକ୍ରୋଗ୍ରାମ ରହିଥିଲା। ତେବେ ଏହି ୨ ବର୍ଷ ମଧ୍ୟରେ ଘନମିଟର ପିଛା ମାଇକ୍ରୋଗ୍ରାମ ପରିମାଣ ବହୁଗୁଣରେ ବୃଦ୍ଧି ହୋଇଥିବା ଅନୁମାନ କରାଯାଉଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ସିପିସିବି)ଦ୍ୱାରା ନିର୍ଦ୍ଧାରିତ ବାର୍ଷିକ ବାୟୁ ଗୁଣାମତ୍କ ମାନ ଘନମିଟର ପିଛା ୬୦ ମାଇକ୍ରୋଗ୍ରାମ କଣିକା ରହିବା କଥା। ଅନ୍ତର୍ଜାତୀୟସ୍ତରରେ ୨୦୧୧ ମସିହାଠାରୁ ଭାରତର ବାୟୁ ପ୍ରଦୂଷଣ କ୍ରମାଗତ ଭାବରେ ବୃଦ୍ଧି ପାଇବାରେ ଲାଗିଛି। କଳିଙ୍ଗନଗର ବ୍ୟତୀତ ଓଡ଼ିଶାର ଅନୁଗୋଳ, ସମ୍ବଲପୁର, ବାଲେଶ୍ୱର, ପାରାଦୀପ, ଭୁବନେଶ୍ୱର, କଟକ, ରାଉରକେଲା ଏବଂ ତାଳଚେର ସହର ଅତି ପ୍ରଦୂଷଣ ତାଲିକାରେ ରହିଛି। କଳିଙ୍ଗନଗରରେ ଗୋଟିଏ ପରେ ଗୋଟିଏ ଅତି ପ୍ରଦୂଷଣକାରୀ କାରଖାନା ପ୍ରତିଷ୍ଠା ହେବା ଜିଲାବାସୀଙ୍କ ପାଇଁ ସାଂଘାତିକ ହେବାରେ ଲାଗିଛି। ଏହି ପ୍ରଦୂଷଣ ଆଗାମୀ ଦିନରେ ସାରା ଜିଲାକୁ ଗ୍ରାସ କରିବ ବୋଲି ମତପ୍ରକାଶ ପାଇଛି। ବେଳହୁଁ ପାୱାର ପ୍ଲାଣ୍ଟ, କ୍ରଶର, ଚିମିନି ଭାଟି, ରେଳ ସାଇଡିଂ, ଯାନବାହନ ପ୍ରଦୂଷଣ ଆଦିକୁ ନିୟନ୍ତ୍ରଣ କରା ନ ଗଲେ ଲୋକଙ୍କ ଜୀବନ ଦୁର୍ବିଷହ ହେବା ନିଶ୍ଚିତ ବୋଲି କୁହାଯାଉଛି।
ଏସ୍‌ପିସିବିର କଳିଙ୍ଗନଗର ଆଞ୍ଚଳିକ ଅଧିକାରୀ ପ୍ରମୋଦ କୁମାର ବେହେରାଙ୍କୁ ପଚାରିବାରେ ସେ କହିଛନ୍ତି, କଳିଙ୍ଗନଗର ଶିଳ୍ପାଞ୍ଚଳ ପାଇଁ ଏକ ସମନ୍ବିତ ଆକ୍ସନ ପ୍ଲାନ୍‌ ପ୍ରସ୍ତୁତି ଚାଲିଛି। ବାୟୁ ଓ ଜଳ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଆବଶ୍ୟକ ପଦକ୍ଷେପମାନ ଗ୍ରହଣ କରାଯାଉଛି। ପ୍ରଦୂଷଣ ନିୟନ୍ତ୍ରଣ କରିବାକୁ ବିଭାଗ ସର୍ବଦା ତପତ୍ର ରହିଛି ବୋଲି ବେହେରା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri