୮୫ ମଣ୍ଡିରେ ପଡିରହିଛି ୨ ଲକ୍ଷରୁ ଊଦ୍ଧର୍‌ବ କୁଇଣ୍ଟାଲ ଧାନ

ଭବାନୀପାଟଣା,୨୮ା୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଗତ କିଛିଦିନ ଧରି ଲଗାଣ ବର୍ଷା ଜାରି ରହିଛି। ଏହା ଚାଷୀଙ୍କ ଚିନ୍ତାର କାରଣ ପାଲଟିଛି। ରବି ଧାନ ଅମଳ କରି ବିକ୍ରି ପାଇଁ ଚାଷୀମାନେ ମଣ୍ଡିରେ ରଖିଛନ୍ତି। ହେଲେ ମଣ୍ଡିରୁ ଧାନ ଠିକ୍‌ ଭାବେ ଉଠୁନାହିଁ। ଫଳରେ ଚାଷୀଙ୍କ କଷ୍ଟ ଉପାର୍ଜିତ ଧାନ ବର୍ଷା ପାଣିରେ ଭିଜି ନଷ୍ଟ ହେବାରେ ଲାଗିଛି। ବିଶେଷ କରି ଜିଲାର ଅନେକ ମଣ୍ଡି ଖୋଲା ଆକାଶ ତଳେ ଚାଲିଥିବାରୁ ସେଠାରେ ଏହି ସମସ୍ୟା ଅଧିକ ଦେଖିବାକୁ ମିଳିଛି। ଆର୍‌ଏମ୍‌ସି ପକ୍ଷରୁ ତାରପୋଲିନ ଦିଆଯାଉଥିଲେ ମଧ୍ୟ ଲଗାଣ ବର୍ଷା ଯୋଗୁ ତଳ ପଟେ ପାଣି ପଶି ଧାନ ଭିଜିଯାଉଛି। ଏଥିଯୋଗୁ ଅନେକ ଚାଷୀଙ୍କ ଧାନ ଗଜା ହୋଇଯାଇଛି। ଧାନ କିଣା ମନ୍ଥର ଯୋଗୁ ଜିଲାର ୮୫ ମଣ୍ଡିରେ ୫ ହଜାର ଟୋକନର ୨ ଲକ୍ଷରୁ ଊଦ୍ଧର୍‌ବ କୁଇଣ୍ଟାଲ ଧାନ ବିକ୍ରି ନ ହୋଇ ପଡିରହିଛି। ମିଳିଥିବା ସୂଚନା ଅନୁଯାୟୀ, ଜିଲାରେ ବୁଧବାର ସୁଦ୍ଧା ୪୨ ହଜାର ୫୭୭ ଚାଷୀଙ୍କ ୩୦ ଲକ୍ଷ ୩ ହଜାର ୬୬୪ କୁଇଣ୍ଟାଲ ଧାନ ଉଠାଣ କରାଯାଇଛି। ସେଥିରୁ ବୁଧବାର ଗୋଟିଏ ଦିନରେ ୭୫୮ ଜଣ ଚାଷୀଙ୍କ ୬୦ ହଜାର ୮୧୫ କୁଇଣ୍ଟାଲ ଧାନ ଉଠାଣ ହୋଇଛି। ଜିଲାରେ ରବି ଧାନ କିଣା ଟାର୍ଗେଟ ବର୍ତ୍ତମାନ ସୁଦ୍ଧା ୩୨ ଲକ୍ଷ ୨୨ ହଜାର ରହିଥିବାବେଳେ ଅବଶିଷ୍ଟ ଧାନ ଏବେ ବିକ୍ରି ନ ହୋଇ ମଣ୍ଡିରେ ପଡିଛି। ସେହିପରି ଚଳିତ ରବି ଧାନ ସଂଗ୍ରହ ପାଇଁ ଜିଲାରେ ୧୪୪ ଧାନ ମଣ୍ଡି ରହିଥିବାବେଳେ ସେଥିରୁ ବର୍ତ୍ତମାନ ୫୯ ମଣ୍ଡିରେ ଧାନ କିଣା ସରିଥିବା ଜଣାପଡିଛି। ପ୍ରକାଶ ଯେ, ଏହି ସମୟରେ ଚାଷୀ ମାନେ ରବି ଧାନ ଅମଳ ପ୍ରକ୍ରିୟା ସାରି ଖରିଫ ଚାଷ ପାଇଁ ସଜବାଜ ହେବା କଥା। ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ରବି ଧାନ ବିକ୍ରି ଶେଷ ହୋଇ ନାହିଁ। ଗତ ୩ବର୍ଷ ଧରି ଜୁନ ୨୦ ତାରିଖ ସୁଦ୍ଧା ରବି ଧାନ ପ୍ରକ୍ରିୟା ଶେଷ ହେଉଥିବାବେଳେ ଚଳିତ ବର୍ଷ କିନ୍ତୁ ଜୁନ ୨୬ ତାରିଖ ପହଞ୍ଚି ଥିବାବେଳେ ଏହା ଶେଷ ହୋଇ ନାହିଁ। ଫଳରେ ଖରିଫ ଧାନ ଚାଷ ବିଳମ୍ବିତ ହେବ ବୋଲି ଜଣାପଡିଛି। ଏ ନେଇ ଜିଲା ମୁଖ୍ୟ ଯୋଗାଣ ଅଧିକାରୀ ପବିତ୍ର ସାହୁଙ୍କୁ ପଚାରିବାରୁ ବର୍ଷା ଯୋଗୁ ଧାନ କିଣା ପ୍ରଭାବିତ ହେଉଛି। ଅନେକ ମଣ୍ଡି ଖୋଲା ଆକାଶ ତଳେ ଚାଲିଥିବାରୁ ଧାନ ଭିଜିବା ସ୍ବାଭାଭିକ। ବର୍ଷା ସତ୍ତ୍ୱେ ଚାଷୀଙ୍କ ଧାନ ଉଠାଣ କରାଯାଉଛି। ବର୍ଷା କମିଲେ ଧାନ କିଣା ସ୍ବାଭାଭିକ ହେବ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀଙ୍କୁ ମାରିବାକୁ ସ୍ବାମୀ ରଚିଥିଲେ ଷଡଯନ୍ତ୍ର: ଘରେ ଲଗାଇଦେଲେ ନିଆଁ, ପରେ…

ଉଦଳା,୨୨।୧୨: ସ୍ତ୍ରୀଙ୍କୁ ମାରିବାକୁ ସ୍ବାମୀ ରଚିଥିଲେ ଷଡଯନ୍ତ୍ର । ପୋଡ଼ି ମାରିବାକୁ ସ୍ବାମୀ ଘରେ ନିଆଁ ଲଗାଇ ଦେଇଥିଲେ। ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ...

ମଣ୍ଡିରେ ପଡ଼ିଛି ଧାନ: ଚାଲିଛି ନେତାଙ୍କ ଟଣା ଓଟରା

ଭୁବନେଶ୍ୱର,୨୨।୧୨: ମଣ୍ଡିରେ ଚାଷୀଙ୍କ ଧାନ କିଣା ସମସ୍ୟା ନେଇ ପ୍ରତିକ୍ରିୟା ରଖିଲା ବିଜେଡି। ସମବାୟ ମନ୍ତ୍ରୀଙ୍କୁ ବିଜେଡି ବରିଷ୍ଠ ଉପ ସଭାପତି ସଞ୍ଜୟ ଦାସବର୍ମା ଟାର୍ଗେଟ...

ଆଜି ଜାତୀୟ ଗଣିତ ଦିବସ: ଅଧିକ ଗବେଷଣା ପ୍ରତି ଆଗ୍ରହ ଆବଶ୍ୟକ

ଗଣିତର ବିକାଶ ବିନା କୌଣସି ସଭ୍ୟତାର ବିକାଶ ସମ୍ଭବ ନୁହେଁ। ଆଜକୁ ୪୦୦୦ ବର୍ଷ ପୂର୍ବେ ଭାରତର ଉତ୍ତର-ପଶ୍ଚିମାଞ୍ଚଳରେ ଗଢ଼ିଉଠିଥିବା ସିନ୍ଧୁ ସଭ୍ୟତାର ଭଗ୍ନାବଶେଷରୁ ସେମାନଙ୍କର...

ପୁଅ IPLରେ ଚୟନ ହେବା ପରେ ଖୁସି ହେଲେ ପପୁ, ଦହି-ପୋଡି କରି ଗାଁ ଲୋକଙ୍କୁ…

ନୂଆଦିଲ୍ଲୀ,୨୨।୧୨: ପୂର୍ଣ୍ଣିଆର ସ୍ୱାଧୀନ ସାଂସଦ ପପ୍ପୁ ଯାଦବ ତାଙ୍କ ପୁଅ ସାର୍ଥକ ରଞ୍ଜନଙ୍କ IPL ଦଳରେ ଚୟନ ହେବା ପରେ ଖୁସି ହୋଇ ଭୋଜି ଦେଇଥିଲେ...

ଚିଟ୍‌ଫଣ୍ଡ ଜମାକାରୀଙ୍କ ପାଇଁ ବଡ଼ ଖବର: ମନମୋହନ କହିଲେ…

ଭୁବନେଶ୍ୱର,୨୨।୧୨: ଚିଟ୍‌ଫଣ୍ଡ ଜମାକାରୀଙ୍କ ପାଇଁ ଆସିଲା ବଡ଼ ଖବର। କ୍ଷୁଦ୍ର ଚିଟ୍‌ଫଣ୍ଡ ଜମାକାରୀଙ୍କୁ ଟଙ୍କା ଫେରସ୍ତ ନେଇ ଅର୍ଥ ବିଭାଗର ବିଜ୍ଞପ୍ତି ପ୍ରସଙ୍ଗରେ ଭାଜପା ଜିଲା...

ଦାରିଙ୍ଗବାଡିରେ ନୂଆ ଇନ୍ସପେକ୍ଟର: ଅଞ୍ଚଳରେ ପୂର୍ବରୁ ରହିଛି ଅଭିଜ୍ଞତା

ଦାରିଙ୍ଗବାଡି,୨୨।୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନାରେ ନୂତନ ଇନ୍ସପେକ୍ଟର ଭାବେ ସଂଗ୍ରାମ କେଶରୀ ଜେନା ଯୋଗଦାନ କରିଛନ୍ତି। ସେ ଏବେ ଅତିରିକ୍ତ ଥାନା ଅଧିକାରୀ...

ମୁଁ ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଥିଲି…ଅବସର କଥା କହି ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କଲେ ରୋହିତ ଶର୍ମା

ନୂଆଦିଲ୍ଲୀ,୨୨।୧୨: ଭାରତୀୟ କ୍ରିକେଟର ସବୁଠାରୁ ସଫଳ ଅଧିନାୟକଙ୍କ ମଧ୍ୟରୁ ଜଣେ ରୋହିତ ଶର୍ମା ତାଙ୍କ କ୍ୟାରିୟର ବିଷୟରେ ଏକ ଖୁଲାସା କରିଛନ୍ତି। ଏହା ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ...

ପୁଣି ଶ୍ରୀମନ୍ଦିର ଫଟୋ ଭାଇରାଲ୍‌: ଜଗନ୍ନାଥପ୍ରେମୀ ଅସନ୍ତୋଷ

ପୁରୀ,୨୨ା୧୨(ଅଜିତ୍‌ କୁମାର ମହାନ୍ତି): ପୁଣିଥରେ ଶ୍ରୀମନ୍ଦିର ଫଟୋ ଭାଇରାଲ୍‌ ହୋଇଛି। ଡ୍ରୋନ୍‌ ସହାୟତାରେ ଶ୍ରୀମନ୍ଦିରର ଫଟୋ ଭାଇରାଲ୍‌ ହୋଇଛି। ଫେସ୍‌ବୁକରେ ଏକ୍ସପ୍ଲୋର ଇଣ୍ଡିଆ ନାମକ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri