Categories: ଜାତୀୟ

୧୫ରୁ ଅଧିକ ଘର ପୋଡି ପାଉଁଶ

ଶ୍ରୀନଗର,୨୮।୧୦: ଜମ୍ମୁ-କଶ୍ମୀର କିଶ୍ଟତୱର ଜିଲାର ଗାନ୍ଧାରୀ ଅଞ୍ଚଳରେ ଗୁରୁବାର ବିଳମ୍ବିତ ରାତିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ୧୫ରୁ ଅଧିକ ଘର ପୋଡି ଯାଇଥିବା ଜଣାପଡିଛି। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ମିଶି ନିଆଁକୁ ଆୟତ୍ତ କରିଥିଲେ। ହେଲେ ସେତେବେଳକୁ ୧୫ରୁ ଅଧିକ ଘର ପୋଡି ପାଉଁଶ ହୋଇଯାଇଥିଲା। ଏଥିରେ କୌଣସି ମୃତାହତ ହୋଇ ନ ଥିବା କୁହାଯାଉଛି। ତେବେ ଏହି ଅଗ୍ନିକାଣ୍ଡ କାରଣ ଏ ପର୍ଯ୍ୟନ୍ତ ଜଣାପଡିନାହିଁ।

Share