ରୁଷିଆରେ ଯୁଦ୍ଧ ବିରୋଧୀ ଆନ୍ଦୋଳନ ପାଇଁ ୧,୧୦୦ ଅଟକ

ମସ୍କୋ,୬।୩: ୟୁକ୍ରେନ ଉପରେ ସାମରିକ ଆକ୍ରମଣର ବିରୋଧରେ ରୁଷିଆରେ ତେଜିବାରେ ଲାଗିଛି ଆନ୍ଦୋଳନ। ବିଭିନ୍ନ ସହରରେ ରବିବାର ଯୁଦ୍ଧ ବିରୋଧୀ ବିକ୍ଷୋଭରେ ଜଡ଼ିତ ୧,୧୦୦ ଲୋକଙ୍କୁ ଅଟକ ରଖାଯାଇଛି। ଏ ନେଇ ସୂଚନା ଦେଇଛି ବିରୋଧୀ ଦଳର ଆନ୍ଦୋଳନ ଉପରେ ନଜର ରଖୁଥିବା ମନିଟର (ଓଭିଡି-ଇନ୍‌ଫୋ)।

ଏହି ମନିଟର ପକ୍ଷରୁ କୁହାଯାଇଛି, ଅପରାହ୍ନ ୨ଟା ୨୦ ସୁଦ୍ଧା ୩୫ ସହରରେ ୧,୧୦୩ ଜଣଙ୍କୁ ଅଟକ ରଖାଯାଇଛି। ନୋଭୋସିବିର୍ସ୍କ ରାଜ୍ୟର ସାଇବେରିଆନ ସହରରେ ଅଟକ ରଖାଯାଇଥିବା ଆନ୍ଦୋଳନକାରୀଙ୍କ ସଂଖ୍ୟା ସର୍ବାଧିକ। ଦେଶର ରାଜଧାନୀ ମସ୍କୋର ଓ ସେଣ୍ଟ ପିଟରସବର୍ଗରେ ମଧ୍ୟ ଲୋକଙ୍କୁ ଅଟକ କରାଯାଇଛି।

୨୪ ତାରିଖରେ ଯୁଦ୍ଧ ଘୋଷଣା ହେବା ପରଠାରୁ ରୁଷିଆରେ ଆନ୍ଦୋଳନ ଚାଲିଛି। ଆନ୍ଦୋଳନକୁ ତୀବ୍ର ହେବାରୁ ରୋକିବା ପାଇଁ ଆନ୍ଦୋଳନକାରୀଙ୍କୁ ଅଟକ ରଖାଯାଉଛି। ଏପର୍ଯ୍ୟନ୍ତ ପ୍ରାୟ ୧୦ ହଜାର ଆନ୍ଦୋଳନକାରୀଙ୍କୁ ଅଟକ ରଖାଗଲାଣି।


Enter your email to get our daily news in your inbox.

All Right Reserved By Dharitri.Com

ଶିଶୁୁତ୍ରକୁ ଜନ୍ମ ଦେଇ ଆଖିବୁଜିଦେଲେ ମା’: ହସ୍ପିଟାଲରେ ତାଲାମାରି ଚମ୍ପଟ ମାରିଲେ…

ଧର୍ମଶାଳା,୩୦।୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁରର ମେଡିକାଲ ଛକ ନିକଟରେ ଏକ ଘରୋଇ ମେଡିକାଲ ସାମ୍ନାରେ ପ୍ରସବ ପାଇଁ ଆସିଥିବା ପ୍ରସୂତିଙ୍କ ମୃତ୍ୟୁ ଘଟିଛି। ଚିକିତ୍ସାରେ ଅବହେଳା...

କେମିତି ରହିବ ୨୦୨୬ରେ ଶନିଙ୍କ ଚାଲି? ଏସବୁ ରାଶି ରହିବେ ସତର୍କ, ଖରାପ ଟାଇମ୍‌ ଆରମ୍ଭ…

ହିନ୍ଦୁ ଧର୍ମ ଏବଂ ଜ୍ୟୋତିଷ ଶାସ୍ତ୍ରରେ, ଶନି ଦେବଙ୍କୁ କର୍ମର ଦାତା ଏବଂ ନ୍ୟାୟର ଦେବତା ଭାବରେ ବିବେଚନା କରାଯାଏ। ତାଙ୍କୁ ନଅଟି ଗ୍ରହ ମଧ୍ୟରେ...

ଗଞ୍ଜେଇ ଚୋରାଚାଲାଣ ପଡିଲା ମହଙ୍ଗା: ବନ୍ଧା ହେଲେ ୱେବ ଚ୍ୟାନେଲ ସାମ୍ବାଦିକ

ଖୋର୍ଦ୍ଧା,୩୦।୧୨(ପ୍ରଭାତ ପାଣିଗ୍ରାହୀ): ସାମ୍ବାଦିକ ଆଳରେ ଗଞ୍ଜେଇ ଚୋରାଚାଲାଣ ପଡିଲା ମହଙ୍ଗା। ଖୋର୍ଦ୍ଧା ଅବକାରୀ ବିଭାଗର ଜିଲା ମୋବାଇଲ ୟୁନିଟ ହାତରେ ଧରାପଡ଼ିଲେ ୱେବ ଚ୍ୟାନେଲ ସାମ୍ବାଦିକ...

ପାହାଡ଼ ଉପରେ ପୂଜା ପାଉଛନ୍ତି ମା’ ବାଳକୁମାରୀ, ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ଏହି ସ୍ଥାନ

ଗଞ୍ଜାମ ,୩୦।୧୨(ବିଦ୍ୟାଧର ସାହୁ ): ଗଞ୍ଜାମ ଜିଲା ବ୍ରହ୍ମପୁର ଠାରୁ ୨୫ କି.ମି. ଚିକିଟିରୁ ୮ କିଲୋମିଟର ଗଲାପରେ ଧାନ ଘର ଛକ ଏବଂ ସେଠାରୁ...

୨୦୨୬ ଟି-୨୦ ବିଶ୍ୱକପ ପାଇଁ ଦଳ ଘୋଷଣା କଲା ଇଂଲଣ୍ଡ, ଜାଣନ୍ତୁ କାହାକୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ,୩୦।୧୨: ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ECB) ଭାରତରେ ହେବାକୁ ଥିବା ୨୦୨୬ ଟି-୨୦ ବିଶ୍ୱକପ ପାଇଁ ଏହାର ଦଳ ଘୋଷଣା କରିଛି। ଆଶ୍ଚର୍ଯ୍ୟଜନକ...

ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ବଡ଼ ବୟାନ, ବଣଭୋଜି ନାରେ ପ୍ରଦୂଷଣ କଲେ ହେବ…

ଭୁବନେଶ୍ୱର,୩୦।୧୨: ବର୍ତ୍ତମାନ ସମୟରେ ପର୍ଯ୍ୟଟନ ଋତୁ ଚାଲୁଥିବା ବେଳେ ଅନେକ ସ୍ଥାନରେ ପର୍ଯ୍ୟଟକଙ୍କ ଗହଳି ଦେଖାଯାଉଛି । ବଣଭୋଜି କରି ମଜା ନେଉଛନ୍ତି ଲୋକେ ।...

ଖଣି ପାଇଁ ଜମି ଯିବାରୁ ଜୀବନ ହାରିଲେ ଯୁବକ, ୧୭ ଘଣ୍ଟାରୁ ଅଧିକ ସମୟ ମୃତଦେହକୁ ରଖି ବିକ୍ଷୋଭ କଲେ…

ଝାରସୁଗୁଡା, ୩୦।୧୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଉବୁଡା ଗ୍ରାମର ଜଣେ ୨୫ ବର୍ଷୀୟ ଯୁବକଙ୍କ ସୋମବାର ଆତ୍ମହତ୍ୟା ପରେ ସ୍ଥାନୀୟ ଅଞ୍ଚଳରେ...

ନୂଆବର୍ଷ ପାଇଁ ପୁରୀରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା

ପୁରୀ,୩୦।୧୨: ନୂଆବର୍ଷ ପାଳନ ପାଇଁ ପୁରୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଦିଆଯାଇଛି। ଶ୍ରଦ୍ଧାଳୁଙ୍କ ସୁରକ୍ଷା ଏବଂ ଶୃଙ୍ଖଳିତ ଦର୍ଶନ ପାଇଁ ୭୦ ପ୍ଲାଟୁନ ପୋଲିସ ଫୋର୍ସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri