ତୈଳ ବିଶୋଧନାଗାରରେ ଭୟଙ୍କର ବିସ୍ଫୋରଣ

ଅବୁଜା(ନାଇଜେରିଆ),୨୪।୪: ଦକ୍ଷିଣ ପୂର୍ବ ନାଇଜେରିଆର ଏକ ବେଆଇନ ତୈଳ ବିଶୋଧନାଗାରରେ ଭୟଙ୍କର ବିସ୍ଫୋରଣ ଘଟିଛି। ବିସ୍ଫୋରଣରେ ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ଅନେକ ଲୋକ ଆହତ ହୋଇଥିବା ଜଣାପଡିଛି। ବିସ୍ଫୋରଣରେ ନିଆଁ ଲାଗି ବହୁ କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ସୂଚନା ମିଳିଛି।

ଇମୋରେ ପେଟ୍ରୋଲିୟମ ସମ୍ବଳ କମିଶନର ଗୁଡଲକ ଓପିୟା ସିନ୍ଧୁଙ୍କ କହିବା ମୁତାବକ, ଦକ୍ଷିଣ ପୂର୍ବ ନାଇଜେରିଆର ୨ଟି ବେଆଇନ ତୈଳ ବିଶୋଧାନାଗାରରେ ବିସ୍ଫୋରଣ ହୋଇଛି। ବିସ୍ଫୋରଣର କାରଣ ଜଣାପଡ଼ି ନହିଁ। ଘଟଣାର ତଦନ୍ତ ଚାଲିଛି। ରିଫାଇନାରୀ ବେଆଇନ ଭାବେ ହୋଇଥିବା ବେଳେ ମୃତକଙ୍କ ମଧ୍ୟରେ ଅଧିକାଂଶ ଅପରେଟର ଥିବା ଜଣାପଡିଛି। ସ୍ଥାନୀୟ ପୋଲିସ ରିଫାଇନାରୀର ମାଲିକଙ୍କୁ ଧରିବା ନେଇ ଛାନ୍‌ବିନ୍‌ ଚଳାଇଛି।

Share