ଅଂଶୁଘାତ ନେଲାଣି ୧୦୦ରୁ ଊର୍ଦ୍ଧ୍ୱ ଜୀବନ

ଲକ୍ଷ୍ନୌ/ପାଟନା/ଭୁବନେଶ୍ୱର(ଅନୁରାଧା ମହାରଣା),୧୯ା୬: ମୌସୁମୀ ଆଗମନରେ ବିଳମ୍ବ ହେତୁ ଦେଶର ବିଭିନ୍ନ ଭାଗରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଏହାର ପ୍ରଭାବରେ ଉତ୍ତର ପ୍ରଦେଶ, ବିହାର, ତାମିଲନାଡୁ, ମଧ୍ୟପ୍ରଦେଶ, ଝାଡ଼ଖଣ୍ଡ, ଓଡ଼ିଶା, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ ଓ ତେଲଙ୍ଗାନା ସମେତ ଅନ୍ୟ କେତେକ ରାଜ୍ୟରେ ଆଉ ୪ ଦିନ ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ରୌଦ୍ରତାପ ଲାଗିରହିବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ସତର୍କତା ଜାରି କରିଛି। ଓଡ଼ିଶା ସମେତ ଉତ୍ତର ଭାରତରେ ସର୍ବାଧିକ ଖରା ଅନୁଭୂତ ହେଉଛି। ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଲାଣି। ବିହାର ଓ ଉତ୍ତର ପ୍ରଦେଶରେ ଗତ ୩ ଦିନ ମଧ୍ୟରେ ଅଂଶୁଘାତରେ ୧୦୧ ଜଣଙ୍କ ପ୍ରାଣହାନି ଘଟିଥିବା ସରକାରୀ ଭାବେ କୁହାଯାଉଥିଲେ ହେଁ ପ୍ରକୃତ ମୃତ୍ୟୁସଂଖ୍ୟା ଆହୁରି ଅଧିକ ହେବ। ସେହିପରି ଓଡ଼ିଶାରେ ୨୦ଜଣଙ୍କ ଅଂଶୁଘାତରେ ମୃତ୍ୟୁ ଘଟିଥିବା ଅଭିଯୋଗ ଆସିଛି। ସେଥିମଧ୍ୟରୁ ବାଲେଶ୍ୱରରେ ଜଣଙ୍କର ମୃତ୍ୟୁ ଅଂଶୁଘାତ ଜନିତ ବୋଲି ସ୍ପଷ୍ଟ ହୋଇଥିବାବେଳେ ଅନ୍ୟ ଅଭିଯୋଗଗୁଡ଼ିକ ସମ୍ପର୍କରେ ଜିଲାପାଳମାନଙ୍କ ଦ୍ୱାରା ତଦନ୍ତ କରାଯାଉଥିବା ସ୍ବତନ୍ତ୍ର ରିଲିଫ କମିଶନର (ଏସ୍‌ଆର୍‌ସି)ଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।
ରିପୋର୍ଟ ଅନୁସାରେ ଜୁନ୍‌ ୧୫, ୧୬ ଓ ୧୭ରେ ଉତ୍ତରପ୍ରଦେଶର ବାଲିଆସ୍ଥିତ ଜିଲା ହସ୍ପିଟାଲରେ ଭର୍ତ୍ତି ହୋଇଥିବା ୪୦୦ ଜଣଙ୍କ ମଧ୍ୟରୁ ୫୭ ଜଣଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ବୟସ ୬୦ରୁ ଅଧିକ ବୋଲି ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଜୟନ୍ତ କୁମାର ସୂଚନା ଦେଇଛନ୍ତି। ବିହାରରେ ମଧ୍ୟ ଅନୁରୂପ ସ୍ଥିତି ଲାଗିରହିଛି। ବିହାରରେ ଗ୍ରୀଷ୍ମ ପ୍ରବାହ ଯୋଗୁ ଗତ ୨୪ ଘଣ୍ଟା ମଧ୍ୟରେ ୪୪ ଜଣଙ୍କ ମୃତ୍ୟୁ ଘଟିଛି।
ସେମାନଙ୍କ ମଧ୍ୟରୁ ୩୫ ଜଣ କେବଳ ପାଟନାରେ ପ୍ରାଣ ହରାଇଛନ୍ତି। ଏହି ୨ ରାଜ୍ୟର ଅଧିକାଂଶ ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୪୪ରୁ ୪୫.୨ ଡିଗ୍ରୀ ସେଲ୍‌ସିୟସ୍‌ ରହିଛି। ଅସହ୍ୟ ତାତିକୁ ଦୃଷ୍ଟିରେ ରଖି ଅନେକ ରାଜ୍ୟରେ ଖରାଛୁଟି ଅବଧି ବଢ଼ାଇ ଦିଆଯାଇଛି।
ଓଡ଼ିଶାରେ ଚଳିତବର୍ଷ ହିଟୱେଭ୍‌ ଗତ ୧୦ବର୍ଷର ରେକର୍ଡ ଭଙ୍ଗ କରିଛି। ଚଳିତମାସ ପ୍ରଥମ ସପ୍ତାହରୁ ପ୍ରବଳ ଗ୍ରୀଷ୍ମପ୍ରବାହ ଜାରି ରହିଛି। ଆର୍ଦ୍ରତା ଅଧିକ ରହୁଥିବା କାରଣରୁ ଅସହ୍ୟ ଗୁଳୁଗୁଳିରେ ଜନସାଧାରଣ ଛଟପଟ ହେଉଛନ୍ତି। ଲଗାତର ରାଜ୍ୟର ଅଧିକାଂଶ ସ୍ଥାନରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ସେଲ୍‌ସିୟସ୍‌ ଉପରେ ରହୁଛି। ବିଶେଷକରି ପଶ୍ଚିମଓଡ଼ିଶାରେ ତାତିର ପ୍ରକୋପ ସବୁଠୁ ଅଧିକ ଅନୁଭୂତ ହେଉଛି। ସ୍ବାଭାବିକ ଭାବେ ଜୁନ ୧୧ ସୁଦ୍ଧା ମୌସୁମୀ ଓଡ଼ିଶା ଛୁଇଁଥାଏ। ମାତ୍ର ଚଳିତବର୍ଷ ୧୯ରୁ ୨୨ ତାରିଖ ମଧ୍ୟରେ ମୌସୁମୀ ଓଡ଼ିଶା ଛୁଇଁପାରେ। ପରିବେଶ ପରିବର୍ତ୍ତନର ପ୍ରଭାବରେ ମୌସୁମୀ ଆଗମନ ଓ ବୃଷ୍ଟିପାତରେ ଅନିଶ୍ଚିତତା ଦେଖିବାକୁ ମିଳୁଛି। ବର୍ତ୍ତମାନ ଓଡ଼ିଶାରେ ଲୋକେ ପ୍ରବଳ ଗରମରେ ଦହଗଞ୍ଜ ହେଉଥିବାବେଳେ ଆସାମରେ ଅତ୍ୟଧିକ ବର୍ଷାରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।
ରବିବାର ରାଜ୍ୟର ପଶ୍ଚିମାଞ୍ଚଳରେ ପାରଦ ୪୬ ଡିଗ୍ରୀ ଛୁଇଁଥିବାବେଳେ ଉପକୂଳରେ ଅସହ୍ୟ ଗୁଳୁଗୁଳି ସାଙ୍ଗକୁ ପାରଦ ୪୦ ଡିଗ୍ରୀ ପାର କରିଛି। ୭ ସହରରେ ତାପମାତ୍ରା ୪୫ ଡିଗ୍ରୀ ସେଲ୍‌ସିୟସ୍‌ ଉପରେ ରହିଥିବାବେଳେ ସମ୍ବଲପୁର ରାଜ୍ୟର ଉତ୍ତପ୍ତ ସହର ପାଲଟିଛି। ଏଠାରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୬ ଡିଗ୍ରୀ ସେଲ୍‌ସିୟସ୍‌ ରେକର୍ଡ ହୋଇଛି। ସେହିଭଳି ସୋନପୁରରେ ୪୫.୮, ହୀରାକୁଦ ଓ ବୌଦ୍ଧରେ ୪୫.୫, ଝାରସୁଗୁଡ଼ାରେ ୪୫.୨, ବଲାଙ୍ଗୀର ଓ ସୁନ୍ଦରଗଡ଼ରେ ୪୫, ବରଗଡ଼ରେ ୪୪.୨, ଟିଟିଲାଗଡ଼ ଓ ରାଉରକେଲାରେ ୪୩.୫, ନୟାଗଡ଼ରେ ୪୩.୪ ଡିଗ୍ରୀ ସେଲ୍‌ସିୟସ୍‌ ରେକର୍ଡ କରାଯାଇଛି। ଭୁବନେଶ୍ୱରରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୧.୬ ଡିଗ୍ରୀ ଏବଂ କଟକରେ ୪୦.୨ ଡିଗ୍ରୀ ସେଲ୍‌ସିୟସ୍‌ ରେକର୍ଡ କରାଯାଇଛି। ୨୨ ସହରରେ ପାରଦ ୪୦ ଡିଗ୍ରୀ ସେଲ୍‌ସିୟସ୍‌ ଉପରେ ରହିଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। କେବଳ ଦିନ ନୁହେଁ ରାତିରେ ମଧ୍ୟ ପାରଦ ୩୩ରୁ ୩୫ ଡିଗ୍ରୀ ରେକର୍ଡ କରାଯାଉଛି। ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନାନୁସାରେ ୨୦ ତାରିଖରୁ ପରବର୍ତ୍ତୀ ୨ଦିନ ମଧ୍ୟରେ ରାଜ୍ୟରେ ଦିନ ତାପମାତ୍ରା ୩ରୁ ୫ ଡିଗ୍ରୀ ସେଲ୍‌ସିୟସ୍‌ ଯାଏ ତଳକୁ ଖସିପାରେ। ୨୧ରେ ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ଥିବାବେଳେ ୨୨ ଜୁନ୍‌ରେ କିଛି ଜିଲାରେ ପ୍ରବଳ ବର୍ଷା ହୋଇପାରେ। ଆକାଶ ମୁଖ୍ୟତଃ ମେଘାଚ୍ଛନ୍ନ ରହିବ। ବାଲେଶ୍ବର, ମୟୂରଭଞ୍ଜ ଓ କେନ୍ଦୁଝରରେ ଅଧିକ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।
ଅନ୍ୟପକ୍ଷରେ ସୋମବାର ୮ ଜିଲାକୁ ହିଟ୍‌ ୱେଭ୍‌ ନେଇ ସତର୍କତା ଜାରି କରାଯାଇଛି। ୧୦ ଜିଲାକୁ ଅରେଞ୍ଜ ଓ ୮ ଜିଲାକୁ ୟେଲୋ ୱାର୍ନିଂ ଦିଆଯାଇଛି। ଝାରସୁଗୁଡ଼ା, ସୁନ୍ଦରଗଡ଼, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୋଳ, ସୋନପୁର, ବୌଦ୍ଧ, ବଲାଙ୍ଗୀର ଓ କନ୍ଧମାଳ ଜିଲାକୁ ଅରେଞ୍ଜ ୱାର୍ନିଂ ରହିଛି। ସେହିପରି ନୂଆପଡ଼ା, କଳାହାଣ୍ଡି, ମୟୂରଭଞ୍ଜ, ଢେଙ୍କାନାଳ, ନୟାଗଡ଼, ଖୋର୍ଦ୍ଧା, କଟକ ଓ କେନ୍ଦୁଝର ଜିଲାକୁ ୟେଲୋ ୱାର୍ନିଂ ଜାରି ହୋଇଛି। ୨୦ ତାରିଖରେ ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ନେଇ ସମ୍ବଲପୁର, ବରଗଡ଼, ସୋନପୁର, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲାକୁ ୟେଲୋ ୱାର୍ନିଂ ଜାରି କରାଯାଇଛି। ଆସନ୍ତା ୩ ଦିନ ଯାଏ ପାଗରେ କିଛି ବିଶେଷ ପରିବର୍ତ୍ତନ ନାହିଁ। ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ଯାଏ ଲୋକଙ୍କୁ ଘରେ ରହିବାକୁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସତର୍କ କରାଇଛି। ଅପରାହ୍ନ ସମୟରେ କାଳବୈଶାଖୀ ନେଇ ମଧ୍ୟ ୧୫ ଜିଲାକୁ ୟେଲୋ ୱାର୍ନିଂ ଦିଆଯାଇଛି। ସେହି ଜିଲାଗୁଡ଼ିକ ହେଲା ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ଅନୁଗୋଳ, ଢେଙ୍କାନାଳ, କଟକ, ଯାଜପୁର, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ଗଜପତି, ଗଞ୍ଜାମ, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି।

 

 


Enter your email to get our daily news in your inbox.

All Right Reserved By Dharitri.Com

ଏତିକି ଦିନ ପାଇଁ ଅସ୍ତ୍ରବିରତି ଘୋଷଣା: ୨ ନେତାଙ୍କୁ ଧନ୍ୟବାଦ ଦେଲା ଇରାନ, କହିଲା ଏମାନଙ୍କ ପାଇଁ…

ଓ୍ବାଶିଂଟନ୍‌,୮।୪: ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦୁଇ ସପ୍ତାହ ପାଇଁ…

ଏହି କାର୍ଯ୍ୟ ପାଇଁ ଦେଶରେ ପ୍ରଥମ ହେଲା ଓଡ଼ିଶା: ମିଳିଲା ଉଲ୍ଲେଖନୀୟ ସଫଳତା

ଭୁବନେଶ୍ୱର, ୮ା୪(ବନ୍ଦନା ସେଠୀ):ସହରାଞ୍ଚଳ ବିକାଶ କ୍ଷେତ୍ରରେ ଓଡ଼ିଶା ଆଉ ଏକ ସଫଳତା ହାସଲ କରିଛି। ‘ଅଟଳ ମିଶନ ଫର୍‌ ରିଜୁଭେନେଶନ ଆଣ୍ଡ୍‌ ଅର୍ବାନ ଟ୍ରାନ୍ସଫର୍ମେଶନ’(ଅମୃତ) ୨.୦ର ସଫଳ…

କରାମାଡ଼ରେ ଦୋହଲିଲା ଚାଷୀଙ୍କ ମେରୁଦଣ୍ଡ: ୨୮୦୦ ହେକ୍ଟର ଫସଲ ପ୍ରଭାବିତ

ବରଗଡ଼,୮।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ସୋମବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ହୋଇଥିବା ଝଡ଼ବର୍ଷା ଓ କରାମାଡ଼ ଜିଲାର ଚାଷୀଙ୍କ ମାନସିକ ସ୍ଥିତିକୁ ଦୋହଲାଇ ଦେଇଛି। ଜିଲାର ଅନେକ ଚାଷୀଙ୍କ…

୪୨.୫% ଭାରତୀୟ ସ୍ବାସ୍ଥ୍ୟକୁ କରନ୍ତି ଅଣଦେଖା: ଆସିଲା ଚାଞ୍ଚଲ୍ୟକର ରିପୋର୍ଟ

ନୂଆଦିଲ୍ଲୀ,୮ା୪(ପି.ଟି.):କାର୍ଯ୍ୟବ୍ୟସ୍ତତା କାରଣରୁ ୪୨.୫ ପ୍ରତିଶତ ଭାରତୀୟ ସେମାନଙ୍କ ସ୍ବାସ୍ଥ୍ୟ ପ୍ରତି ଅଣଦେଖା କରୁଥିବା ସ୍ବୀକାର କରିଛନ୍ତି। ୫୭.୮ ପ୍ରତିଶତ କହିଛନ୍ତି, ସେମାନଙ୍କ ସ୍ବାସ୍ଥ୍ୟ ପାଇଁ କ’ଣ ଭଲ…

୮୦ ଫୁଟ୍‌ ତଳକୁ ଖସିଲା ଟ୍ରକ୍‌: ଭିତରେ ଥିଲେ ଡ୍ରାଇଭର

ଜୟପୁର,୮।୪(ପବନ ପାଣିଗ୍ରାହୀ): ୮୦ ଫୁଟ୍‌ ତଳକୁ ଖସିଲା ଟ୍ରକ୍‌। ଫଳରେ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଉଦ୍ଧାର କରାଯାଇ ପୋଲିସ ଡାକ୍ତରଖାନାରେ ଭର୍ତ୍ତି କରିଛି। ଜୟପୁର…

ଘୂର୍ଣ୍ଣିବଳୟ ସୃଷ୍ଟି: ଆସନ୍ତା ୩ଦିନ ପର୍ଯ୍ୟନ୍ତ ରାଜ୍ୟରେ….

ଭୁବନେଶ୍ୱର,୮ା୪(ବନ୍ଦନା ସେଠୀ):ଓଡ଼ିଶା ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଏକ ଉପରବାୟୁ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଘୂର୍ଣ୍ଣିବଳୟଟି ସମୁଦ୍ର ପତ୍ତନଠାରୁ ୦.୯ କିମି ଉଚ୍ଚତାରେ ରହିଛି। ଏହାସହ ଏକ…

ଯୁଦ୍ଧବିରତି ଘୋଷଣା କଲେ ଟ୍ରମ୍ପ: ହର୍ମୁଜ ପ୍ରଣାଳୀ ଖୋଲିବାକୁ ରାଜି ହେଲା ଇରାନ, ବିଶ୍ୱବାସୀଙ୍କ ପାଇଁ ଖୁସିଖବର

ଓ୍ବାଶିଂଟନ୍‌,୮।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯୁଦ୍ଧବିରତି ଘୋଷଣା କରିଛନ୍ତି। ଟ୍ରମ୍ପ ଘୋଷଣା କରିଛନ୍ତି ଯେ ଆମେରିକା ଇରାନ ସହିତ ଦୁଇ…

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri