ରାଜ୍ୟ ବାହାରକୁ ଶ୍ରମିକ ଚାଲାଣ: ୭୫ ଦାଦନ ଶ୍ରମିକ, ୧୦ ନାବାଳକଙ୍କୁ ଉଦ୍ଧାର କଲା ପୋଲିସ

ଖଡିଆଳ,୪।୧: ନୂଆପଡ଼ା ଜିଲା ଖଡିଆଳ ଥାନା ଅଧିନ ରାଣୀପୁର ନିକଟରେ ଥିବା ଏକ ଢ଼ାବା ପାଖରୁ ଖଡିଆଳ ପୋଲିସ ସୋମବାର ୭୫ ଜଣ ଦାଦନ ଶ୍ରମିକ ଏବଂ ୧୦ ଜଣ ନାବାଳକଙ୍କୁ ଉଦ୍ଧାର କରିଛି। ଶ୍ରମିକମାନେ ବୋଡେନ ବ୍ଳକ ଖିଣମାଲ ଏବଂ ରୋକାଲ ଗ୍ରାମର ବୋଲି ପୋଲିସ କହିଛି।
ମିଳିଥିବା ସୂଚନା ମୁତାବକ, ରାଜ୍ୟ ବାହାରକୁ ଦାଦନ ଶ୍ରମିକ ଚାଲାଣ ହେଉଥିବା ନେଇ ଖଡିଆଳ ଏସ୍‌ଡିପିଓ ସନ୍ତକ ଜେନାଙ୍କୁ ଖବର ମିଳିଥିଲା। ଏନେଇ ପୋଲିସର ଏକ ଟିମ୍‌ ଭୋର ୩ଟାରେ ରାଣୀପୁରରେ ଚଢାଉ କରିଥିଲା। ଚଢାଉ ବେଳେ ପୋଲିସକୁ ଦେଖି ଦାଦନ ଶର୍ଦ୍ଦାର ଫେରାର ହୋଇଯାଇଥିବା ଜଣାପଡିଛି। ଅନ୍ୟପକ୍ଷେ ପୋଲିସ ୭୫ଜଣ ଦାଦନ ଶ୍ରମିକ ଏବଂ ୧୦ଜଣ ନାବାଳଙ୍କୁ ଉଦ୍ଧାର କରି ଗାଡି ଯୋଗେ ଘରକୁ ପଠାଇଛି। ଏସ୍‌ଡିପିଓଙ୍କ ତତ୍ତ୍ୱାବଧାନରେ ଘଟଣାର ଅଧିକ ତଦନ୍ତ ଚାଳିଥିବା ଖଡିଆଳ ଥାନା ଆଇଆଇସି କୈଳାଶ ଚନ୍ଦ୍ର ସେଠୀ ପ୍ରକାଶ କରିଛନ୍ତି।