ମସ୍‌ଜିଦରୁ ପାଣି ନେବାରୁ ହିନ୍ଦୁ ପରିବାରକୁ ବନ୍ଧକ ରଖି ନିର୍ଯାତନା

ଇସ୍‌ଲାମାବାଦ,୨୨।୯: ମସଜିଦର ପବିତ୍ରତା ଉଲ୍ଲଂଘନ କରିବା ଲାଗି ଏକ ହିନ୍ଦୁ ପରିବାରକୁ ବନ୍ଧକ କରି ରଖାଯିବା ସହ ନିର୍ଯାତନା ଦିଆଯାଇଛି। ଏଭଳି ଘଟଣା ପାକିସ୍ତାନର ପଞ୍ଜାବ ପ୍ରଦେଶରେ ଘଟିଥିବା ସେଠାକାର ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଛି।

ଡନ ଖବରକାଗଜରେ ପ୍ରକାଶ ପାଇଥିବା ରିପୋର୍ଟ ମୁତାବକ ପଞ୍ଜାବର ରହିମ୍ୟାର ଖାନ ସହରର ବସୀନ୍ଦା ଅଲାମ ରାମ ଭିଲ ନିଜ ପରିବାର ସହ କ୍ଷେତରେ କାମ କରୁଥିଲେ। କ୍ଷେତ ପାଖରେ ଥିବା ମସ୍‌ଜିଦରୁ ସେମାନେ ପିଇବା ପାଇଁ ପାଣି ଆଣିଥିଲେ। ଏଥି ଯୋଗୁ ସେଠାକର ଜମି ମାଲିକ ସେମାନଙ୍କୁ ମାଡ଼ ମାରିଥିଲେ। ପରେ ସେମାନଙ୍କୁ ନିଜ ଘରେ ବନ୍ଧକ ରଖି ନିର୍ଯାତନା ଦେଇଥିଲେ ଜମି ମାଲିକ। ତେବେ ଏ ସମ୍ପର୍କରେ ପୋଲିସ ପ୍ରଥମେ ମାମଲା ରୁଜୁ କରି ନ ଥିଲା। କାରଣ ଅଭିଯୁକ୍ତମାନେ ସ୍ଥାନୀୟ ଏମ୍‌ପିଙ୍କ ନିକଟସ୍ଥ, ଯିଏ କି ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସରକାରୀ ଦଳ ପାକିସ୍ତାନ ତେହରିକ-ଇ-ଇନସାଫ (ପିଟିଆଇ) ପାର୍ଟିର ସଦସ୍ୟ।
ପୋଲିସ ମାମଲା ରୁଜୁ ନ କରିବାରୁ ଅଳ୍ପ ସଂଖ୍ୟକ ସମ୍ପ୍ରଦାୟର ଅନ୍ୟ ସଦସ୍ୟଙ୍କୁ ଧରି ବିକ୍ଷୋଭ କରିଥିଲେ ଅଲାମ ରାମ। ପିଟିଆଇର ଏମ୍‌ପି ଜାଭେଦ ଓ୍ବାରିଆଚଙ୍କ ହସ୍ତକ୍ଷେପ ପରେ ପୋଲିସ ମାମଲା ରୁଜୁ କରିଛି।

Share