Categories: ଜାତୀୟ

ମୋଦିଙ୍କୁ ହତ୍ୟା ଧମକ

ନୂଆଦିଲ୍ଲୀ,୪।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା ଧମକ ଦେଇଥିବା ଦିଲ୍ଲୀ ଖଜୁରୀଖସ୍‌ ଅଞ୍ଚଳର ଜଣେ ୨୨ ବର୍ଷୀୟ ଯୁବକଙ୍କୁ ପୋଲିସ ଗିରଫ କରିଛି। ଜାମିନରେ ଆସିଥିବା ସଲମାନ ନାମକ ଏହି ଯୁବକ ଜେଲ୍‌ ଫେରିବାକୁ ଚାହୁଁଥିଲେ। ସେଥିପାଇଁ ସେ ଗୁରୁବାର ରାତିରେ ପୋଲିସକୁ ଫୋନ୍‌ କରି ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା କରିବାକୁ ଚାହାନ୍ତି ବୋଲି ଧମକ ଦେଇଥିଲେ। ପୋଲିସ ତାଙ୍କୁ ଗିରଫ କରିନେଇ ଥାନାରେ ଜେରା କଲାବେଳେ ସେ ଜେଲ୍‌କୁ ଫେରିଯିବା ଲାଗି ଏଭଳି ଧମକ ଦେଇଥିବା କଥା ସ୍ବୀକାର କରିଥିଲେ। ତେବେ ପ୍ରଧାନମନ୍ତ୍ରୀଙ୍କୁ ଧମକ ଦିଆଯାଇଥିବାରୁ ଗୋଇନ୍ଦା ବିଭାଗ ସଲମାନଙ୍କୁ ଜେରା କରିବ ବୋଲି ଜଣାପଡ଼ିଛି।

Share