ଈର୍ଷାପରାୟଣ ହୋଇ ଝିଆରୀଙ୍କୁ ହତ୍ୟା କଲେ ଖୁଡ଼ୀ

ବରଗଡ଼ ଅଫିସ୍‌,୧୦।୧: ବରଗଡ଼ ଜିଲା ପାଇକମାଳ ଥାନା ଅଧୀନ ଯୋଗିନ୍ଦ୍ରନାଥପୁର ଗ୍ରାମର ଜଣେ ନାବାଳିକାଙ୍କୁ ହତ୍ୟା ଘଟଣାର ପର୍ଦ୍ଦାଫାଶ ହୋଇଛି । ପାରିବାରିକ କଳହ ହତ୍ୟାର କାରଣ ଏବଂ ମୃତ ନାବାଳିକାଙ୍କ ଖୁଡ଼ୀ ହିଁ ହତ୍ୟାକାରୀ ବୋଲି ପୋଲିସ ତଦନ୍ତରୁ ଜଣାପଡ଼ିଛି। ପୋଲିସ ଅଭିଯୁକ୍ତ ତଥା ମୃତ ନାବାଳିକାଙ୍କ ଖୁଡ଼ୀଙ୍କୁ ରବିବାର ଗିରଫ କରି ପଦ୍ମପୁର କୋର୍ଟ ଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ପଦ୍ମପୁର ସବଜେଲ୍‌ ହାଜତକୁ ପଠାଇ ଦିଆଯାଇଛି। ଏ ନେଇ ଏକ ମାମଲା (ନଂ.୭/୨୧) ରୁଜୁ ହୋଇଛି ।
ବରଗଡ଼ ପୋଲିସ ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ସୂଚନା ଦେଇ ଏସ୍‌ପି ପଦ୍ମିନୀ ସାହୁ କହିଥିଲେ, ମୃତ ନାବାଳିକାଙ୍କ ବାପା ରାଜିନ୍ଦ୍ର ପାଣ୍ଡେ ଓ ଶ୍ୟାମ ରଣା ଓରଫ ପାଣ୍ଡେ ଦୁଇ ଭାଇ । ଉଭୟେ ବିବାହିତ ଏବଂ ଉଭୟଙ୍କ ଘର ଗୋଟିଏ ଜାଗାରେ ରହିଛି। ରାଜିନ୍ଦ୍ରଙ୍କ କନ୍ୟା (ମୃତ ନାବାଳିକା) ଓ ୪ବର୍ଷର ପୁଅ ଅଛନ୍ତି। ସେହିପରି ଶ୍ୟାମଙ୍କ ଦେଢ଼ବର୍ଷର ଶିଶୁପୁତ୍ର ଅଛନ୍ତି। ଶିଶୁପୁତ୍ର ଅପେକ୍ଷା ଉକ୍ତ ନାବାଳିକାଙ୍କୁ ଶ୍ୟାମଙ୍କ ସମେତ ପରିବାରର ଅନ୍ୟମାନେ ଅଧିକ ସ୍ନେହ କରୁଥିଲେ। ଏଥିରେ ନାବାଳିକାଙ୍କ ଖୁଡ଼ୀ (ଶ୍ୟାମଙ୍କ ସ୍ତ୍ରୀ)ଙ୍କ ଇର୍ସା ମନୋଭାବ ଜାଗ୍ରତ ହୋଇଥିଲା । ଏନେଇ ଶ୍ୟାମ ଓ ତାଙ୍କ ସ୍ତ୍ରୀ ମଧ୍ୟରେ ପୂର୍ବରୁ ଝଗଡ଼ା ହୋଇଥିଲା। ଏପରି କି ମୃତ ନାବାଳିକା ତାଙ୍କ ଘରୁ କିଛି ପଇସା ମଧ୍ୟ ଚୋରି କରିଥିବା ଅଭିଯୁକ୍ତ ଖୁଡ଼ୀ ପୋଲିସ ଆଗରେ ବୟାନ ଦେଇଛନ୍ତି ଏବଂ ପୂର୍ବରୁ ଏଥିପାଇଁ ଗଣ୍ଡଗୋଳ ହୋଇଥିବା ଏସ୍‌ପି କହିଛନ୍ତି। ଫଳରେ ଖୁଡ଼ୀ ସେହିଦିନଠାରୁ ପ୍ରତିଶୋଧ ପରାୟଣ ହୋଇ ସୁଯୋଗ ଅପେକ୍ଷାରେ ଥିଲେ।
ଘଟଣା ଦିନ ଅର୍ଥାତ୍‌ ଗତ ୩ ତାରିଖ ଅପରାହ୍ନରେ ମା’ ବାପା ଘରେ ନ ଥିବାବେଳେ ନାବାଳିକା ଜଣକ ଏକ କୁର୍‌କୁରେ ପ୍ୟାକେଟ୍‌ ଧରି ତାଙ୍କ ଖୁଡ଼ୀଙ୍କ ଘରକୁ ଯାଇଥିଲେ। ସେତେବେଳେ ସେଠାରେ କେହି ନ ଥିବାର ସୁଯୋଗ ନେଇ ଖୁଡ଼ୀ ନାବାଳିକାଙ୍କୁ କ୍ଷେତ ପଟକୁ ଶୌଚଯିବା ଆଳରେ ନିକଟସ୍ଥ ଜଙ୍ଗଲକୁ ନେଇଥିଲେ। ସେଠାରେ ଖୁଡ଼ୀ ସାଙ୍ଗରେ ନେଇଥିବା ବାଲ୍‌ଟିରେ ନାବାଳିକାଙ୍କ ମୁଣ୍ଡକୁ ପିଟିଥିଲେ। ପରେ ପଥରରେ ମୁଣ୍ଡକୁ ଛେଚି ଦେଇଥିଲେ। ଫଳରେ ନାବାଳିକାଙ୍କ ମୃତ୍ୟୁ ହୋଇଥିଲା ବୋଲି ଅଭିଯୁକ୍ତ ବୟାନ ଦେଇଥିବା ଏସ୍‌ପି ସାହୁ କହିଛନ୍ତି। ଖବରଦାତା ସମ୍ମିଳନୀରେ ଅତିରିକ୍ତ ଏସ୍‌ପି ପ୍ରଦ୍ୟୁମ୍ନ କୁମାର ମିଶ୍ର, ପଦ୍ମପୁର ଏସ୍‌ଡ଼ିପିଓ ପ୍ରଦୀପ କୁମାର ସାହୁ, ପାଇକମାଳ ଥାନାଧିକାରୀ ବିଶ୍ୱଜିତ ମନବୋଧ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ନୁହେଁ, ବରଂ ନିଜ ପାଇଁ ସମୟସୀମା ଧାର୍ଯ୍ୟ କଲେ ଟ୍ରମ୍ପ, ଏହି ତାରିଖକୁ ରଖିଥିଲେ ଡେଡ ଲାଇନ

ଓ୍ବାଶିଂଟନ,୪।୪: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ଆତ୍ମସମର୍ପଣ ପାଇଁ ଏପ୍ରିଲ ୬ ପର୍ଯ୍ୟନ୍ତ ସମୟସୀମା ଦେଇଥିଲେ। ତଥାପି, ଏହା ଏବେ ସ୍ପଷ୍ଟ ହୋଇଯାଇଛି ଯେ ଏହି…

ବାଇକ୍‌କୁ ଧକ୍କାଦେଲା ଟ୍ରାକ୍ଟ୍ରର, ଚାଲିଗଲା ୨ ଜଣଙ୍କ ଜୀବନ

ଧାମନଗର,୪ା୪(ସନ୍ତୋଷ କୁମାର ମହାପାତ୍ର/ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଜିଲା ଧାମନଗର ବିଜ୍ଞାପିତ ଅଞ୍ଚଳ ଭଣ୍ଡାରିପଦୀ ଛକ ମୁଖ୍ୟ ରାସ୍ତାରେ ଶନିବାର ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଫଳରେ ୨…

RCBକୁ ପଛରେ ପକାଇ ମହାରେକର୍ଡ କଲା ଚେନ୍ନାଇ ସୁପର୍‌ କିଙ୍ଗ୍ସ: ପ୍ରଥମ ଦଳ ଭାବେ…

ନୂଆଦିଲ୍ଲୀ,୪।୪: ଚେନ୍ନାଇ ସୁପର କିଙ୍ଗସ IPLରେ ଏପରି ଏକ ସଫଳତା ହାସଲ କରିଛି ଯାହା ପୂର୍ବରୁ ଅନ୍ୟ କୌଣସି ଦଳ କରିପାରି ନାହିଁ। ଚେନ୍ନାଇ ଏବେ ଇଣ୍ଡିଆନ…

ଠାକୁରଘରେ ପଶିିଯିବାରୁ ଦଳିତ ବୃଦ୍ଧାଙ୍କୁ ଆକ୍ରମଣ, ଥାନାର ଦ୍ୱାରସ୍ଥ ହେବା ପରେ…

ପଟ୍ଟାମୁଣ୍ଡାଇ,୪ା୪(କଳ୍ପତରୁ ନାୟକ): କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅଧିନ ଖଣତା ଗ୍ରାମର ଜଣେ ଦଳିତ ମାନସିକ ବିକାରଗ୍ରସ୍ତ ବୃଦ୍ଧାଙ୍କୁ ଗୁରୁବାର ଆକ୍ରମଣ ହୋଇଛି। ଗ୍ରାମର ଜଣଙ୍କ…

ପଡ଼ିଆକୁ ହାତ ମିଳାଇବାକୁ ଆସିଥିଲେ ନେହେରା, ହେଲେ ଏମିତି କଲେ ବୈଭବ ସୂର୍ଯ୍ୟବଂଶୀ ଭିଡ଼ିଓ ଦେଖିଲେ ମନ ଖୁସି ହୋଇଯିବ

ନୂଆଦିଲ୍ଲୀ,୪।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗରେ ଏକ ଚମତ୍କାର ଆରମ୍ଭ କରିଥିବା ବୈଭବ ସୂର୍ଯ୍ୟବଂଶୀ ଶନିବାର ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ମଇଦାନକୁ…

ଜମିରେ କୀଟନାଶକ ସିଞ୍ଚନ କରି ଶୋଇ ଆଉ ଉଠିଲେନି କୃଷିଶ୍ରମିକ, ତାପରେ….

ଗଜପତି,୪।୪(ଗିରିଧାରୀ ପରିଛା): ଗଜପତି ଜିଲା ଗୋଷାଣି ବ୍ଲକ ଗୁରାଣ୍ଡି ଥାନା ଅନ୍ତର୍ଗତ ତାଟିପାଟି ଗ୍ରାମରେ ଅଭାବନୀୟ ଘଟଣା । ଜଣେ କୃଷିଶ୍ରମିକ ଭାବେ କାର୍ଯ୍ୟ କରୁଥିବା ବ୍ୟକ୍ତି…

୨୪ ଘଣ୍ଟାରେ ଆମେରିକାକୁ ବଡ଼ ଝଟକା ଦେଲା ଇରାନ

ତେହରାନ,୪।୪: ଗତ ପାଞ୍ଚ ସପ୍ତାହ ଧରି ଚାଲିଥିବା ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ସଂଘର୍ଷ ଏବେ ସବୁଠାରୁ ବିପଜ୍ଜନକ ଏବଂ ଅନିଶ୍ଚିତ ପର୍ଯ୍ୟାୟରେ ପ୍ରବେଶ କରିଛି।…

ଆମେରିକାକୁ ଦୋହଲାଇ ଦେଲା ଇରାନ: ୨୪ ଘଣ୍ଟାରେ କଲା ଏମିତି କ୍ଷତି, ଭୁଲିହେବନି

ତେହରାନ,୪।୪: ଯୁକ୍ତରାଷ୍ଟ୍ର ଆମେରିକା ପାଇଁ ଗୁଡ ଫ୍ରାଇଡେ ଏକ ‘କଳା ଦିବସ’ ପାଲଟିଛି। ଇରାନ ଅତି କମରେ ଆମେରିକାର ଦୁଇଟି ଲଢ଼ୁଆ ବିମାନ, ପାଞ୍ଚଟି ଡ୍ରୋନ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri