ଭୟରେ ଓଡ଼ିଶାରେ ରହୁଥିବା ବାଂଲାଦେଶୀ, ରାତାରାତି ଛାଡ଼ୁଛନ୍ତି…

କେନ୍ଦୁଝର(ନରେଶ ଚନ୍ଦ୍ର ପଟ୍ଟନାୟକ)/ ପାଟଣା(ବୀରକିଶୋର ଦାଶ), ୧୪।୮: ବାଂଲାଦେଶରେ ହିଂସା ଏବଂ ସେଠାରେ ହିନ୍ଦୁ ସମ୍ପ୍ରଦାୟଙ୍କ ଉପରେ ଆକ୍ରମଣ ଘଟଣା ପରେ କେନ୍ଦୁଝର ଜିଲାରେ ବାହାରୁ ଆସି ବିଭିନ୍ନ କାମ, ବ୍ୟବସାୟ କରୁଥିବା ବଙ୍ଗାଳିଙ୍କ ଉପରେ ଆକ୍ରମଣ ବଢ଼ୁଛି। ଏ ନେଇ କୌଣସି ଥାନାରେ ଅଭିଯୋଗ ହୋଇ ନ ଥିଲେ ହେଁ ସେମାନଙ୍କ ମଧ୍ୟରେ ଭୟ ଦେଖାଦେଇଛି। ସେମାନେ ବାଂଲାଦେଶୀ ବା ରୋହିଙ୍ଗା ସନ୍ଦେହ କରି ଛାଡ଼ି ଚାଲିଯିବାକୁ କୁହାଯାଉଛି। ବିଶେଷ କରି ମିସ୍ତ୍ରୀ, ଫେରିବାଲା, ଛୋଟ ଛୋଟ ବ୍ୟବସାୟ କରୁଥିବା ଲୋକେ ଭୟରେ ପଳାଉଥିବା ଦେଖାଯାଇଛି। ବହୁ ସଂଖ୍ୟାରେ ମିସ୍ତ୍ରୀଙ୍କ ପଳାୟନ ଫଳରେ କେନ୍ଦୁଝରରେ ଘରବାଡି, କୋଠା ନିର୍ମାଣ କାମ ବାଧାପ୍ରାପ୍ତ ହେଉଛି। ସେମାନଙ୍କ ଅଧୀନରେ କାମ କରୁଥିବା ଜିଲାର ଶ୍ରମଜୀବୀ କାମ ହରାଇବେ ବୋଲି ପୂର୍ବତନ ବିଧାୟକ ସୁବର୍ଣ୍ଣ ନାୟକ କହିଛନ୍ତି। ଏଣୁ ସେମାନଙ୍କ ଆଧାର ଓ ପରିଚୟପତ୍ର ଚିହ୍ନଟ କରି ସୁରକ୍ଷା ଦିଆଯାଉ, ନଚେତ କେନ୍ଦୁଝରର ଅର୍ଥନୀତି ବିଗିଡିଯିବ ବୋଲି ମତପ୍ରକାଶ ପାଉଛି।
ପୋଲିସ ବିଭାଗ ପକ୍ଷରୁ ସମସ୍ତ ଥାନାଗୁଡ଼ିକୁ ସତର୍କ ରହିବାକୁ କୁହାଯାଇଛି। ବିଶେଷ କରି କେନ୍ଦୁଝର ସହର ବ୍ୟତିତ ରାଇସୁଆଁ, ତୁରୁମୁଙ୍ଗା, ଝୁମ୍ପୁରା ଆଦି ଅଞ୍ଚଳରେ ଅନେକ ହଜାର ସଂଖ୍ୟାରେ ବଙ୍ଗାଳି ମିସ୍ତ୍ରୀ, ବ୍ୟବସାୟୀ ବହୁ ବର୍ଷ ଧରି ରହି କାମ କରି ଆସୁଛନ୍ତି। ବାଂଲାଦେଶୀ ବା ଅଣ ଭାରତୀୟଙ୍କୁ ଚିହ୍ନଟ କରି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଜରୁରୀ ବୋଲି କୁହାଯାଉଛି। ପ୍ରଶାସନ ପକ୍ଷରୁ ପୂର୍ବରୁ ଚିହ୍ନଟ କରାଯାଇଥିଲେ ଏଭଳି ପରିସ୍ଥିତି ଉପୁଜି ନ ଥାନ୍ତା ବୋଲି ସାମାଜିକ କର୍ମୀ ଜୟନୁଲ କହିଛନ୍ତି। ପାଟଣା ଓ ତୁରୁମୁଙ୍ଗା ଥାନା ଅଞ୍ଚଳରେ ପଶ୍ଚିମବଙ୍ଗରୁ ଆସିଥିବା ସଂଖ୍ୟାଲଘୁ ସମ୍ପ୍ରଦାୟର କେତେକ ଫେରିବାଲାଙ୍କୁ ସ୍ଥାନୀୟ ଲୋକେ ବାଂଲାଦେଶୀ ସନ୍ଦେହ କରି ଅଟକାଇ ଆଧାର ଯାଞ୍ଚ କରିବା ସହ ଗାଳିଗୁଲଜ କରୁଥିବା ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି। ସୋମବାର ତୁରୁମୁଙ୍ଗାରେ ରହି ରାଜମିସ୍ତ୍ରୀ ଭାବେ କାମ କରୁଥିବା ପଶ୍ଚିମବଙ୍ଗ ମୁର୍ଶିଦାବାଦର ସାନୱାଲି ଓ ନବାବ ଏସ୍‌. କେଙ୍କୁ ତୁମେ ବାଂଲାଦେଶୀ, ଜାଗା ଛାଡି ଚାଲି ଯାଅ ବୋଲି ୨ଜଣ ଯୁବକ ଧମକ ଦେଇଥିଲେ। ଘଟଣାର ୨୪ ଘଣ୍ଟା ନ ପୂରୁଣୁ ମଙ୍ଗଳବାର ପାଟଣାରେ ରହି ରାଜମିସ୍ତ୍ରୀ, ମାର୍ବଲ ମିସ୍ତ୍ରୀ ଓ ବଢେଇ ଭାବେ କାମ କରୁଥିବା ୭୦ଜଣ ପଶ୍ଚିମବଙ୍ଗ ସଂଖ୍ୟାଲଘୁ ମିସ୍ତ୍ରୀ ଭୟଭୀତ ହୋଇ ଏକ ବସ୍‌ରେ ପଶ୍ଚିମବଙ୍ଗ ପଳାଇଛନ୍ତି। ଏନେଇ ପାଟଣା ଥାନା ଅଧିକାରୀ ବିବତ୍ସ ପ୍ରଧାନଙ୍କୁ ପଚାରିବାରୁ ସେମାନେ ନିଜ ଆଡୁ ପଳାଇଥିବେ। ମଙ୍ଗଳବାର ସାରେ ଉଭୟ ସମ୍ପ୍ରଦାୟ ର ଲୋକଙ୍କୁ ନେଇ ଶାନ୍ତି କମିଟି ବୈଠକ ବସିଥିଲା। ସମସ୍ତଙ୍କୁ ଆମେ ବାଂଲାଦେଶୀ କହିପାରିବା ନାହିଁ। ସନ୍ଦେହ ହେଲେ ସେମାନଙ୍କୁ ଆକ୍ରମଣ ନ କରି ପୋଲିସକୁ ଖବର ଦେଲେ ବାହାରୁ ଆସିଥିବା ବ୍ୟକ୍ତିଙ୍କ ଆଧାର ଯାଞ୍ଚ ହେବ ବୋଲି ଥାନା ଅଧିକାରୀ ଉପସ୍ଥିତ ବିଭିନ୍ନ ବର୍ଗ ଲୋକଙ୍କୁ ଅପିଲ କରିଥିଲେ। ବୈଠକରେ ପାଟଣା ସରପଞ୍ଚ ବିନତିର ବାନରା, ସ୍ଥାନୀୟ ସମିତିସଭ୍ୟ ମୋହନସୁନ୍ଦର ମହାନ୍ତ, ମୂଷା ଖୋରି ସରପଞ୍ଚ ଭାମାମଣି ଦାସ, ଏରେଣ୍ଡେଇ ସରପଞ୍ଚ ପାର୍ବତୀ ଦେହୁରୀ, ଟାଙ୍ଗରପଡ଼ା ସରପଞ୍ଚ ଅନିରୁଦ୍ଧ ନାଏକ, ପୂର୍ବତନ ପାଟଣା ବ୍ଲକ ଅଧ୍ୟକ୍ଷ ଇଂ. ବିଦ୍ୟାଧର ଦାଶ, ବ୍ଲକ ବିଜେଡି ସଭାପତି ମାଧବା ନନ୍ଦ ପୃଷ୍ଟି, ଆରଏସ୍‌ଏସ୍‌ର ବିରଞ୍ଚି କୁମାର ମହାନ୍ତ,, କାଳୀଚରଣ ମହାନ୍ତ, ପ୍ରଦୀପ ମହାନ୍ତ, ସଂଖ୍ୟାଲଘୁ ସମ୍ପ୍ରଦାୟର ଏସ୍‌. କେ. ମନସୁର, ସାମାଜିକ କର୍ମୀ ଅଜୟ କୁମାର ଦାଶ, ଅରୁଣ ମିଶ୍ର, ବ୍ୟବସାୟୀ ଦକ୍ଷ ପ୍ରସାଦ ସାହୁ, ଯତୀନ୍ଦ୍ର କୁମାର ଦାଶ, ବିଜୟରତ୍ନ ପତି, ଭାଜପା ନେତା ସୋମବାରୀ ମୁଣ୍ଡା, ଦୁର୍ଗାଚରଣ ନାୟକ ଓ ଲକ୍ଷ୍ମଣ କୁମାର ପତି, ପ୍ରମୁଖ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ IAS ସ୍ତରରେ ବଡ଼ଧରଣ ଅଦଳବଦଳ, ବଦଳାଇଲେ ଏହି ଜିଲାପାଳ

ଭୁବନେଶ୍ୱର,୧।୧: ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ବରିଷ୍ଠ IAS ଅଧିକାରୀମାନଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ...

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri