ଭୟରେ ଓଡ଼ିଶାରେ ରହୁଥିବା ବାଂଲାଦେଶୀ, ରାତାରାତି ଛାଡ଼ୁଛନ୍ତି…

କେନ୍ଦୁଝର(ନରେଶ ଚନ୍ଦ୍ର ପଟ୍ଟନାୟକ)/ ପାଟଣା(ବୀରକିଶୋର ଦାଶ), ୧୪।୮: ବାଂଲାଦେଶରେ ହିଂସା ଏବଂ ସେଠାରେ ହିନ୍ଦୁ ସମ୍ପ୍ରଦାୟଙ୍କ ଉପରେ ଆକ୍ରମଣ ଘଟଣା ପରେ କେନ୍ଦୁଝର ଜିଲାରେ ବାହାରୁ ଆସି ବିଭିନ୍ନ କାମ, ବ୍ୟବସାୟ କରୁଥିବା ବଙ୍ଗାଳିଙ୍କ ଉପରେ ଆକ୍ରମଣ ବଢ଼ୁଛି। ଏ ନେଇ କୌଣସି ଥାନାରେ ଅଭିଯୋଗ ହୋଇ ନ ଥିଲେ ହେଁ ସେମାନଙ୍କ ମଧ୍ୟରେ ଭୟ ଦେଖାଦେଇଛି। ସେମାନେ ବାଂଲାଦେଶୀ ବା ରୋହିଙ୍ଗା ସନ୍ଦେହ କରି ଛାଡ଼ି ଚାଲିଯିବାକୁ କୁହାଯାଉଛି। ବିଶେଷ କରି ମିସ୍ତ୍ରୀ, ଫେରିବାଲା, ଛୋଟ ଛୋଟ ବ୍ୟବସାୟ କରୁଥିବା ଲୋକେ ଭୟରେ ପଳାଉଥିବା ଦେଖାଯାଇଛି। ବହୁ ସଂଖ୍ୟାରେ ମିସ୍ତ୍ରୀଙ୍କ ପଳାୟନ ଫଳରେ କେନ୍ଦୁଝରରେ ଘରବାଡି, କୋଠା ନିର୍ମାଣ କାମ ବାଧାପ୍ରାପ୍ତ ହେଉଛି। ସେମାନଙ୍କ ଅଧୀନରେ କାମ କରୁଥିବା ଜିଲାର ଶ୍ରମଜୀବୀ କାମ ହରାଇବେ ବୋଲି ପୂର୍ବତନ ବିଧାୟକ ସୁବର୍ଣ୍ଣ ନାୟକ କହିଛନ୍ତି। ଏଣୁ ସେମାନଙ୍କ ଆଧାର ଓ ପରିଚୟପତ୍ର ଚିହ୍ନଟ କରି ସୁରକ୍ଷା ଦିଆଯାଉ, ନଚେତ କେନ୍ଦୁଝରର ଅର୍ଥନୀତି ବିଗିଡିଯିବ ବୋଲି ମତପ୍ରକାଶ ପାଉଛି।
ପୋଲିସ ବିଭାଗ ପକ୍ଷରୁ ସମସ୍ତ ଥାନାଗୁଡ଼ିକୁ ସତର୍କ ରହିବାକୁ କୁହାଯାଇଛି। ବିଶେଷ କରି କେନ୍ଦୁଝର ସହର ବ୍ୟତିତ ରାଇସୁଆଁ, ତୁରୁମୁଙ୍ଗା, ଝୁମ୍ପୁରା ଆଦି ଅଞ୍ଚଳରେ ଅନେକ ହଜାର ସଂଖ୍ୟାରେ ବଙ୍ଗାଳି ମିସ୍ତ୍ରୀ, ବ୍ୟବସାୟୀ ବହୁ ବର୍ଷ ଧରି ରହି କାମ କରି ଆସୁଛନ୍ତି। ବାଂଲାଦେଶୀ ବା ଅଣ ଭାରତୀୟଙ୍କୁ ଚିହ୍ନଟ କରି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଜରୁରୀ ବୋଲି କୁହାଯାଉଛି। ପ୍ରଶାସନ ପକ୍ଷରୁ ପୂର୍ବରୁ ଚିହ୍ନଟ କରାଯାଇଥିଲେ ଏଭଳି ପରିସ୍ଥିତି ଉପୁଜି ନ ଥାନ୍ତା ବୋଲି ସାମାଜିକ କର୍ମୀ ଜୟନୁଲ କହିଛନ୍ତି। ପାଟଣା ଓ ତୁରୁମୁଙ୍ଗା ଥାନା ଅଞ୍ଚଳରେ ପଶ୍ଚିମବଙ୍ଗରୁ ଆସିଥିବା ସଂଖ୍ୟାଲଘୁ ସମ୍ପ୍ରଦାୟର କେତେକ ଫେରିବାଲାଙ୍କୁ ସ୍ଥାନୀୟ ଲୋକେ ବାଂଲାଦେଶୀ ସନ୍ଦେହ କରି ଅଟକାଇ ଆଧାର ଯାଞ୍ଚ କରିବା ସହ ଗାଳିଗୁଲଜ କରୁଥିବା ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି। ସୋମବାର ତୁରୁମୁଙ୍ଗାରେ ରହି ରାଜମିସ୍ତ୍ରୀ ଭାବେ କାମ କରୁଥିବା ପଶ୍ଚିମବଙ୍ଗ ମୁର୍ଶିଦାବାଦର ସାନୱାଲି ଓ ନବାବ ଏସ୍‌. କେଙ୍କୁ ତୁମେ ବାଂଲାଦେଶୀ, ଜାଗା ଛାଡି ଚାଲି ଯାଅ ବୋଲି ୨ଜଣ ଯୁବକ ଧମକ ଦେଇଥିଲେ। ଘଟଣାର ୨୪ ଘଣ୍ଟା ନ ପୂରୁଣୁ ମଙ୍ଗଳବାର ପାଟଣାରେ ରହି ରାଜମିସ୍ତ୍ରୀ, ମାର୍ବଲ ମିସ୍ତ୍ରୀ ଓ ବଢେଇ ଭାବେ କାମ କରୁଥିବା ୭୦ଜଣ ପଶ୍ଚିମବଙ୍ଗ ସଂଖ୍ୟାଲଘୁ ମିସ୍ତ୍ରୀ ଭୟଭୀତ ହୋଇ ଏକ ବସ୍‌ରେ ପଶ୍ଚିମବଙ୍ଗ ପଳାଇଛନ୍ତି। ଏନେଇ ପାଟଣା ଥାନା ଅଧିକାରୀ ବିବତ୍ସ ପ୍ରଧାନଙ୍କୁ ପଚାରିବାରୁ ସେମାନେ ନିଜ ଆଡୁ ପଳାଇଥିବେ। ମଙ୍ଗଳବାର ସାରେ ଉଭୟ ସମ୍ପ୍ରଦାୟ ର ଲୋକଙ୍କୁ ନେଇ ଶାନ୍ତି କମିଟି ବୈଠକ ବସିଥିଲା। ସମସ୍ତଙ୍କୁ ଆମେ ବାଂଲାଦେଶୀ କହିପାରିବା ନାହିଁ। ସନ୍ଦେହ ହେଲେ ସେମାନଙ୍କୁ ଆକ୍ରମଣ ନ କରି ପୋଲିସକୁ ଖବର ଦେଲେ ବାହାରୁ ଆସିଥିବା ବ୍ୟକ୍ତିଙ୍କ ଆଧାର ଯାଞ୍ଚ ହେବ ବୋଲି ଥାନା ଅଧିକାରୀ ଉପସ୍ଥିତ ବିଭିନ୍ନ ବର୍ଗ ଲୋକଙ୍କୁ ଅପିଲ କରିଥିଲେ। ବୈଠକରେ ପାଟଣା ସରପଞ୍ଚ ବିନତିର ବାନରା, ସ୍ଥାନୀୟ ସମିତିସଭ୍ୟ ମୋହନସୁନ୍ଦର ମହାନ୍ତ, ମୂଷା ଖୋରି ସରପଞ୍ଚ ଭାମାମଣି ଦାସ, ଏରେଣ୍ଡେଇ ସରପଞ୍ଚ ପାର୍ବତୀ ଦେହୁରୀ, ଟାଙ୍ଗରପଡ଼ା ସରପଞ୍ଚ ଅନିରୁଦ୍ଧ ନାଏକ, ପୂର୍ବତନ ପାଟଣା ବ୍ଲକ ଅଧ୍ୟକ୍ଷ ଇଂ. ବିଦ୍ୟାଧର ଦାଶ, ବ୍ଲକ ବିଜେଡି ସଭାପତି ମାଧବା ନନ୍ଦ ପୃଷ୍ଟି, ଆରଏସ୍‌ଏସ୍‌ର ବିରଞ୍ଚି କୁମାର ମହାନ୍ତ,, କାଳୀଚରଣ ମହାନ୍ତ, ପ୍ରଦୀପ ମହାନ୍ତ, ସଂଖ୍ୟାଲଘୁ ସମ୍ପ୍ରଦାୟର ଏସ୍‌. କେ. ମନସୁର, ସାମାଜିକ କର୍ମୀ ଅଜୟ କୁମାର ଦାଶ, ଅରୁଣ ମିଶ୍ର, ବ୍ୟବସାୟୀ ଦକ୍ଷ ପ୍ରସାଦ ସାହୁ, ଯତୀନ୍ଦ୍ର କୁମାର ଦାଶ, ବିଜୟରତ୍ନ ପତି, ଭାଜପା ନେତା ସୋମବାରୀ ମୁଣ୍ଡା, ଦୁର୍ଗାଚରଣ ନାୟକ ଓ ଲକ୍ଷ୍ମଣ କୁମାର ପତି, ପ୍ରମୁଖ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ପ୍ରଶାସନିକ ଅଣଦେଖା ପ୍ରତିବାଦରେ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଚିକିଟିର ଜନପ୍ରତିନିଧି, ୨ ବର୍ଷ ହେଲା ଉଦ୍ଦେଶ୍ୟମୂଳକ ଭାବେ…

ଛତ୍ରପୁର,୯।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଏବଂ ଏନ୍‌ଏସି (NAC) ପ୍ରଶାସନ ପକ୍ଷରୁ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ କ୍ରମାଗତ ଭାବେ ଅଣଦେଖା କରାଯାଉଥିବା ନେଇ ସ୍ୱର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ପାଟିତୁଣ୍ଡ ଭିତରେ ପଶି କରିଥିଲେ ହତ୍ୟା: ଅଭିଯୁକ୍ତ ଉପେନ୍ଦ୍ରଙ୍କୁ ଆଜୀବନ ଜେଲ୍

ଛତ୍ରପୁର,୯।୪(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ବାଳକୃଷ୍ଣପୁର ଗ୍ରାମର ୨୦୧୩ ମସିହାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଆଜି ପ୍ରକାଶ ପାଇଛି ।…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଖବରଦାତାଙ୍କ ପତ୍ନୀଙ୍କ ଅକାଳ ବିୟୋଗ: ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଲେ ଛତ୍ରପୁର ବିଧାୟକ

ଗଞ୍ଜାମ,୯।୪(ବିଦ୍ୟାଧର ସାହୁ), ୯/୪: ଗଞ୍ଜାମ ବ୍ଲକ ଅଞ୍ଚଳର ବରିଷ୍ଠ ଖବରଦାତା ରାମଚନ୍ଦ୍ର ବେହେରାଙ୍କ ଧର୍ମପତ୍ନୀ ସୁନିତା ବେହେରାଙ୍କର (୪୫) ଅକାଳ ବିୟୋଗ ଘଟିଛି। ଏହି ଖବର ପ୍ରସାରିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri