କାହା ସ୍ବାର୍ଥରେ କୋର୍ଟ ବାହାରେ ସମାଧାନ

ଭୁବନେଶ୍ୱର,୨୨।୨(ବ୍ୟୁରୋ):ନବୀନ ନିବାସକୁ ଲାଗି ଭୀମପୁରା ମୌଜାରେ ଥିବା ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପ୍ରାୟ ୩ ଏକର ଜମିରେ ବହୁରାଷ୍ଟ୍ରୀୟ କମ୍ପାନୀ ହୋଟେଲ କରିବା ଘଟଣାକୁ ନେଇ ବିବାଦ ଲାଗି ରହିଥିବାବେଳେ ରାଜ୍ୟ ସରକାରଙ୍କ ହସ୍ତକ୍ଷେପକୁ ନେଇ କଂଗ୍ରେସ ଅଭିଯୋଗ ଉଠାଇଛି। ସୋମବାର କଂଗ୍ରେସ ଭବନରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଦଳର ଉପସଭାପତି ଶିବାନନ୍ଦ ରାୟ କହିଛନ୍ତି, ସରକାର କାହିଁକି ଏହି ଜମି ବିବାଦରେ ଆପୋସ ସମାଧାନ ଚାହିଁଲେ। ଉକ୍ତ ଜମିକୁ ବିକ୍ରି କରିବା ଆଇନସିଦ୍ଧ ନୁହେଁ। କିନ୍ତୁ ସରକାର ବିକ୍ରି ଓ ଖରିଦ କାରବାରରେ ଜଡ଼ିତ ଥିବା ବ୍ୟକ୍ତିବିଶେଷଙ୍କୁ ଅହେତୁକ ଅନୁକମ୍ପା ଦେଖେଇଛନ୍ତି। ଓଡ଼ିଶା ହିନ୍ଦୁ, ଦେବଦେବୀ ସମ୍ପର୍କିତ ଆଇନ ୧୯୫୧ ଧାରା ୧୯ ଅନୁସାରେ ଯଦି ପ୍ରଭୁ ଲିଙ୍ଗରାଜ ଟ୍ରଷ୍ଟବୋର୍ଡ କୌଣସି ସମ୍ପତ୍ତିକୁ ଲିଜ୍‌ ଦେବାପାଇଁ ଚାହାନ୍ତି ତାହାହେଲେ ଦେବୋତ୍ତର କମିଶନରଙ୍କୁ ଏ ବାବଦରେ ଜଣାଇବା ଆବଶ୍ୟକ। ଏହି ନିୟମ ଅନୁସାରେ, କମିଶନର ସର୍ବାଧିକ ୫ ବର୍ଷ ପର୍ଯ୍ୟନ୍ତ ଲିଜ୍‌ ଦେଇପାରିବେ। କିନ୍ତୁ ଏହି ହୋଟେଲକୁ କେତେବର୍ଷ ପାଇଁ ଲିଜ୍‌ ଦିଆଯାଇଛି? ଏହି ବିବାଦ ନ୍ୟାୟାଳୟରେ ବିଚାରାଧୀନ ଥିବାବେଳେ କାହା ସ୍ବାର୍ଥକୁ ପୂରଣ କରିବାପାଇଁ ସରକାର କୋର୍ଟ ବାହାରେ ଆପୋସ ସମାଧାନ ପାଇଁ ଆବେଦନ କରିଥିଲେ ବୋଲି ରାୟ ପ୍ରଶ୍ନ କରିଛନ୍ତି।
ସେହିପରି ଭୁବନେଶ୍ୱର ଜିଲା କଂଗ୍ରେସ ସଭାପତି ବିଶ୍ୱଜିତ ଦାଶ କହିଛନ୍ତି, ଭୀମପୁରା ମୌଜାର ଏହି ଜମିଟି ଭୁବନେଶ୍ୱର ଅନ୍ତର୍ଜାତୀୟ ବିମାନବନ୍ଦରଠାରୁ ମାତ୍ର କିଛି ଶହ ମିଟର ଦୂରରେ ରହିଛି। ଏହି ଅଞ୍ଚଳରେ ଅନ୍ୟ ବାସିନ୍ଦାଙ୍କୁ ଦ୍ୱିତୀୟ ମହଲା ଘର କରିବା ପାଇଁ ବିଡିଏ ଅନୁମତି ଦେଉ ନ ଥିଲାବେଳେ ଏବେ ବହୁତଳ ହୋଟେଲ ପାଇଁ କିଏ କାହିଁକି ଓ କାହା ସ୍ବାର୍ଥରେ ଅନୁମତି ପ୍ରଦାନ କରିଛନ୍ତି। ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ସେବାବୃତ୍ତି ନିମନ୍ତେ ସେବାୟତଙ୍କୁ ଦିଆଯାଇଥିବା ଜମିରୁ ନାମ କାଟି ଦିଆଯାଇଥିବାବେଳେ କିଭଳି ଏହାକୁ ବ୍ୟବସାୟିକ ଅନୁଷ୍ଠାନକୁ ହସ୍ତାନ୍ତର କରାଗଲା। ଘଟଣାରେ ସରକାର ଖୋଦ ମୁଖ୍ୟମନ୍ତ୍ରୀ ନିଜେ ମୁହଁ ଖୋଲନ୍ତୁ। ତତ୍‌ସହିତ ସେବାୟତଙ୍କୁ ସେବାବୃତ୍ତି ନିମନ୍ତେ ଦିଆଯାଇଥିବା ଜମିକୁ ତାଙ୍କ ମାର୍ଫତରେ ରଖାଯାଉ। ଏଥିପାଇଁ ସରକାର ସୁପ୍ରିମକୋର୍ଟରେ ଆବେଦନ କରନ୍ତୁ ବୋଲି ପିସିସି ପକ୍ଷରୁ ଦାବି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri