୬ ଆଶାୟୀଙ୍କ ମଧ୍ୟରୁ ବିଧାୟିକାଙ୍କ ଘରୁ ୨

ଡେରାବିଶ, ୨୪ା୨(ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲାର ପାଟକୁରା ନିର୍ବାଚନମଣ୍ଡଳୀ ଡେରାବିଶ ବ୍ଲକର ୨୬ ପଞ୍ଚାୟତ, ଗରଦପୁର ବ୍ଲକର ୧୮ ଓ ମାର୍ଶାଘାଇ ବ୍ଲକର ୭ ପଞ୍ଚାୟତକୁ ନେଇ ଗଠିତ। ନିର୍ବାଚନମଣ୍ଡଳୀ ନାମ ବହନ କରୁଥିବା ପାଟକୁରାର ଠିକଣା ରହିଛି ଗରଦପୁର ବ୍ଲକରେ। ୨୦୦୪ରୁ ବିଜୁ ଜନତା ଦଳ (ବିଜେଡି)ର ପ୍ରାର୍ଥୀ ଏଠାରୁ ବିଜୟୀ ହୋଇ ଆସୁଛନ୍ତି। ୨୦୦୪ରେ ଅତନୁ ସବ୍ୟସାଚୀ ନାୟକ ଏବଂ ବେଦପ୍ରକାଶ ଅଗ୍ରୱାଲ ୨୦୦୯ ଓ ୨୦୧୪ରେ ଏହି ନିର୍ବାଚନମଣ୍ଡଳୀରୁ ବିଧାୟକ ହୋଇଥିଲେ। ୨୦୧୯ ସାଧାରଣ ନିର୍ବାଚନର ଅବ୍ୟବହିତ ପୂର୍ବରୁ ବେଦପ୍ରକାଶଙ୍କ ବିୟୋଗ ଯୋଗୁ ହୋଇଥିବା ଉପନିର୍ବାଚନରେ ସ୍ତ୍ରୀ ସାବିତ୍ରୀ ଅଗ୍ରୱାଲ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାଜପାର ବିଜୟ ମହାପାତ୍ରଙ୍କୁ ୬ ହଜାରରୁ ଅଧିକ ଭୋଟରେ ହରାଇଥିଲେ। ଅସୁସ୍ଥତା କାରଣ ଯୋଗୁ ସାବିତ୍ରୀଙ୍କ ପୁଅ ସଞ୍ଜୟ ଅଗ୍ରୱାଲ ବିଧାୟିକାଙ୍କ ପ୍ରତିନିଧି ଭାବେ ନିର୍ବାଚନମଣ୍ଡଳୀକୁ ଗସ୍ତ କରୁଥିବା ଦେଖାଯାଉଛି। ସଞ୍ଜୟ ମଧ୍ୟ ରାଜ୍ୟ ବିଜେଡି କାର୍ଯ୍ୟକାରିଣୀ ସଦସ୍ୟ ଅଛନ୍ତି। ସେ ଆସନ୍ତା ନିର୍ବାଚନରେ ଦଳୀୟ ପ୍ରାର୍ଥୀ ଭାବେ ଉଭା ହେବେ ବୋଲି କର୍ମୀ ମହଲରେ ଚର୍ଚ୍ଚା ଜୋର ଧରିଛି।
ଅନ୍ୟପକ୍ଷରେ କେନ୍ଦ୍ରାପଡ଼ା ଜିଲା ବିଜେଡିର ପୂର୍ବତନ ସଭାପତି ତଥା ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ରବି ସାମଲ ୨୦୦୯ଠାରୁ ଏଯାଏ ଏହି ନିର୍ବାଚନମଣ୍ଡଳୀରେ ବିଭିନ୍ନ ଗଁାକୁ ଗଁା ବୁଲି ଲୋକସମ୍ପର୍କକୁ ବଢ଼ାଇ ଚାଲିଛନ୍ତି। ତେଣୁ ସେ ଟିକେଟ ହାତେଇବାକୁ ଆଶାବାଦୀ। ସେହିପରି ବର୍ତ୍ତମାନ ଉଠାଜଳସେଚନ ନିଗମର ଅଧ୍ୟକ୍ଷ ଅମରେଶ ପତ୍ରୀ ଜଣେ ଯୁବ ଚେହେରା। କର୍ମୀଙ୍କ ଆସ୍ଥାଭାଜନ ପାଇଁ ବିଭିନ୍ନ ଦଳୀୟ ଓ ସାମାଜିକ କାର୍ଯ୍ୟକ୍ରମରେ ପାଟକୁରା ନିର୍ବାଚନମଣ୍ଡଳୀରେ ନିଜକୁ ଜଡ଼ିତ କରିଛନ୍ତି। ଅମରେଶ ଅନ୍ୟତମ ଆଶାୟୀ ଭାବେ ଉଭା ହୋଇଛନ୍ତି। ପୂର୍ବତନ ବିଧାୟକ ବେଦପ୍ରକାଶ ଅଗ୍ରଓ୍ବାଲଙ୍କ ଝିଅ ମଧୁମିତା ଅଗ୍ରୱାଲ ମଧ୍ୟ ବିଜେଡିର କର୍ମୀ ଭାବେ ମହିଳାଙ୍କ ମଧ୍ୟରେ ନିଜର ପରିଚୟ ସୃଷ୍ଟି କରିଛନ୍ତି। ବିଶେଷକରି ପିତାଙ୍କ ମୃତ୍ୟୁ ପରେ ବେଦ ପ୍ରକାଶ ଅଗ୍ରୱାଲ ସ୍ମୃତି ପରିଷଦ ଗଠନ କରି ଏହାର ଅଧ୍ୟକ୍ଷ ଦାୟିତ୍ୱ ନେଇ ସେ ପ୍ରାକୃତିକ ବିପର୍ଯ୍ୟୟ ଓ ଅସହାୟଙ୍କୁ ସହାୟତା ପ୍ରଦାନ କରି ଆସୁଛନ୍ତି। ସେ ମଧ୍ୟ ଟିକେଟ ଆଶାୟୀ। ସେହିପରି ଡେରାବିଶ ବ୍ଲକର ପୂର୍ବତନ ଅଧ୍ୟକ୍ଷ ସରୋଜକାନ୍ତ ସାହୁ, ୨୦୦୭ରୁ ଏଯାଏ ପଞ୍ଚାୟତ ସମିତିକୁ ନିଜ ଅକ୍ତିଆରରେ ରଖିଛନ୍ତି। ସ୍ତ୍ରୀ କଳ୍ପନାଙ୍କୁ ୨ଥର ପଞ୍ଚାୟତ ସମିତି ଅଧ୍ୟକ୍ଷା ଭାବେ ନିର୍ବାଚିତ କରାଇପାରିଥିଲେ। ସରୋଜ ୨୦୧୭ରେ ନିଜେ ଏହି ସମିତିର ଅଧ୍ୟକ୍ଷ ଭାବେ ମଧ୍ୟ ନିର୍ବାଚିତ ହୋଇଥିଲେ। ବେଦୁବାବୁ ଓ ବର୍ତ୍ତମାନର ବିଧାୟିକା ସାବିତ୍ରୀଙ୍କ ବିରୋଧୀ ଭାବେ ଜଣାଶୁଣା ସରୋଜ ୨୦୨୨ରେ ବିଧାୟିକାଙ୍କ ସମର୍ଥିତ ପ୍ରାର୍ଥୀଙ୍କୁ ହରାଇ ନିଜ ପ୍ରାର୍ଥୀ ପ୍ରଭାତୀ ମଲିକଙ୍କୁ ବ୍ଲକ ଅଧ୍ୟକ୍ଷା ଭାବେ ଜିତାଇବାରେ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ। ପରିବାରବାଦର ସ୍ବର ଉତ୍ତୋଳନ କରି ଆସନ୍ତା ନିର୍ବାଚନରେ ଦଳୀୟ ଟିକେଟ ହାତେଇବାକୁ ସେ ଆଶାବାଦୀ ଅଛନ୍ତି। ସେହିପରି ଜଣେ ସାମାଜିକ କର୍ମୀ ଭାବେ ପରିଚିତ ଅବସରପ୍ରାପ୍ତ ପ୍ରାଧ୍ୟାପକ ଅଜୟ କୁମାର ରାଉତ ଦୀର୍ଘବର୍ଷ ହେବ ପ୍ରାକୃତିକ ବିପର୍ଯ୍ୟୟରେ ପୀଡ଼ିତ ପରିବାରଙ୍କୁ ସହାୟତା ପ୍ରଦାନ କରିବା ସହ ଗରିବ ମେଧାବୀ ଛାତ୍ରୀଛାତ୍ରଙ୍କୁ ସହାୟତା ଓ ବିଭିନ୍ନ ସାମାଜିକ ଅନୁଷ୍ଠାନ ସହ ନିଜକୁ ଜଡ଼ିତ ରଖିଛନ୍ତି। ଆଶାୟୀଙ୍କ ତାଲିକା ଦେଖିଲେ ଆସନ୍ତା ନିର୍ବାଚନରେ ବିଜେଡି ଶୀର୍ଷ ନେତୃତ୍ୱ କାହାକୁ ଟିକେଟ ଦେବେ, ଏବେ ଦ୍ୱନ୍ଦ୍ୱରେ ପଡ଼ିଯାଇଥିବା ଭଳି ମନେହେବା ସ୍ବାଭାବିକ।


Enter your email to get our daily news in your inbox.

All Right Reserved By Dharitri.Com

ଉତ୍ତମ ପ୍ରଦର୍ଶନ ପାଇଁ ସମ୍ବର୍ଦ୍ଧିତ ହେଲେ ୨ ହୋମ୍‌ଗାର୍ଡ

ଭଞ୍ଜନଗର,୬ା୧୨(ବାବୁଲା ପ୍ରଧାନ): କର୍ମକ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ପାଇଁ ଭଞ୍ଜନଗର ଥାନାର ଦୁଇ ହୋମଗାର୍ଡ ସମ୍ବର୍ଦ୍ଧିତ ହୋଇଛନ୍ତି। ସେମାନେ ହେଲେ ଗୃହରକ୍ଷୀ ପ୍ଲାଟୁନ କମାଣ୍ଡର ପି.ହେମନ୍ତ ରାଓ...

ବାରବାଟୀ ମ୍ୟାଚ୍‌ ପାଇଁ ଗଡ଼ିବ ସ୍ବତନ୍ତ୍ର ବସ୍‌, ଭଡ଼ା ରହିଛି…

କଟକ,୬ା୧୨: ଆସନ୍ତା ୯ ତାରିଖରେ ବାରବାଟୀରେ ହେବ ଦମ୍‌ଦାର ଲଢ଼େଇ। ଭାରତ ସହ ଦକ୍ଷିଣ ଆଫ୍ରିକା ମଇଦାନକୁ ଓହ୍ଲାଇବ। ତେବେ ଏହି ମ୍ୟାଚ୍‌ ଦେଖିବା ପାଇଁ...

କମାଲ ଦେଖାଇଲେ ଶିଶୁ ବୈଜ୍ଞାନିକ, ଜିଲାପାଳ କହିଲେ…

ବରଗଡ଼,୬ା୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ରାଣା ପ୍ରତାପ ସ୍କୁଲ ପଡ଼ିଆରେ ଶନିବାର ଜିଲାସ୍ତରୀୟ ବିଜ୍ଞାନ ମେଳା ଉଦ୍‌ଘାଟିତ ହୋଇଛି। ଜିଲା ଶିକ୍ଷା ଅଧିକାରୀ ଜ୍ୟୋତିକାନ୍ତ ସାହୁଙ୍କ ଅଧ୍ୟକ୍ଷତା...

ଫିଫା ବିଶ୍ୱକପ୍‌ ଲାଗି ଡ୍ର’ ଉଠାଣ: ଜାଣନ୍ତୁ କେଉଁ ଦଳ କେବେ କାହାକୁ ଭେଟିବ…

ଓ୍ବାଶିଂଟନ,୬ା୧୨: ଆସନ୍ତା ବର୍ଷ ଆମେରିକା, କାନାଡା ଓ ମେକ୍ସିକୋରେ ହେବାକୁ ଯାଉଥିବା ଫିଫା ବିଶ୍ୱକପ୍‌ ଲାଗି ଶନିବାର ଡ୍ର’ ଉଠାଣ ପ୍ରକ୍ରିୟା ଅନୁଷ୍ଠିତ ହୋଇଯାଇଛି। ଏଥିସହିତ...

ଲାଞ୍ଚ ନେବାବେଳେ ଏଡିଇଓଙ୍କୁ ରେଡ୍‌ ହ୍ୟାଣ୍ଡରେ ଧରିଲା ଭିଜିଲାନ୍ସ, ପାଖରୁ ମିଳିଲା…

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ୍‌ ଅଧୀନ ତାଳପଦା ପଞ୍ଚାୟତ ଆକାଉଣ୍ଟାଣ୍ଟ କମ୍‌ ଡାଟା ଏଣ୍ଟ୍ରି ଅପରେଟର(ଏଡିଇଓ) ଲାଞ୍ଚ ନେଇ ଭିଜିଲାନ୍ସ ହାତରେ...

ନାଡ଼ାପାଟାଙ୍ଗ, ମାଣିକୁଟିକୁ ନୂତନ ପଞ୍ଚାୟତ କରିବା ପାଇଁ ଦାବିପତ୍ର

ବାଲିଗୁଡ଼ା, ୬।୧୨(ସଞ୍ଜୟ ପାଣିଗ୍ରାହୀ): ବାଲିଗୁଡ଼ା ବ୍ଲକ୍‌ ଅନ୍ତର୍ଗତ ବାରଖମା ପଞ୍ଚାୟତର ନାଡ଼ାପାଟାଙ୍ଗ ଏବଂ ସିନ୍ଦ୍ରିଗାଁ ପଞ୍ଚାୟତର ମାଣିକୁଟିକୁ ନୂତନ ପଞ୍ଚାୟତ କରିବା ପାଇଁ ଉପଜିଲାପାଳଙ୍କ ଜରିଆରେ...

ବାରବାଟୀରେ ଖେଳିପାରନ୍ତି ଶୁବମନ ଗିଲ୍‌

ଭୁବନେଶ୍ୱର,୬ା୧୨(ଅନାଦି କର): ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ମ୍ୟାଚ୍‌କୁ ଆଉ...

ଗାଧୋଇବା ପାଇଁ ଯାଉଥିବା ବେଳେ ମରଣାନ୍ତକ ଆକ୍ରମ: ଏବେ ଆସିଲା ବଡ଼ ରାୟ

ଦିଗପହଣ୍ଡି,୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଶନିବାର ଆଙ୍କୋରଡ଼ା ଗ୍ରାମର ଜେ.ଉଗ୍ରସେନଙ୍କୁ ଏକ ମରଣାନ୍ତକ ଆକ୍ରମଣ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଦର୍ଶାଇ ଗିରଫ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri