୬ ଆଶାୟୀଙ୍କ ମଧ୍ୟରୁ ବିଧାୟିକାଙ୍କ ଘରୁ ୨

ଡେରାବିଶ, ୨୪ା୨(ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲାର ପାଟକୁରା ନିର୍ବାଚନମଣ୍ଡଳୀ ଡେରାବିଶ ବ୍ଲକର ୨୬ ପଞ୍ଚାୟତ, ଗରଦପୁର ବ୍ଲକର ୧୮ ଓ ମାର୍ଶାଘାଇ ବ୍ଲକର ୭ ପଞ୍ଚାୟତକୁ ନେଇ ଗଠିତ। ନିର୍ବାଚନମଣ୍ଡଳୀ ନାମ ବହନ କରୁଥିବା ପାଟକୁରାର ଠିକଣା ରହିଛି ଗରଦପୁର ବ୍ଲକରେ। ୨୦୦୪ରୁ ବିଜୁ ଜନତା ଦଳ (ବିଜେଡି)ର ପ୍ରାର୍ଥୀ ଏଠାରୁ ବିଜୟୀ ହୋଇ ଆସୁଛନ୍ତି। ୨୦୦୪ରେ ଅତନୁ ସବ୍ୟସାଚୀ ନାୟକ ଏବଂ ବେଦପ୍ରକାଶ ଅଗ୍ରୱାଲ ୨୦୦୯ ଓ ୨୦୧୪ରେ ଏହି ନିର୍ବାଚନମଣ୍ଡଳୀରୁ ବିଧାୟକ ହୋଇଥିଲେ। ୨୦୧୯ ସାଧାରଣ ନିର୍ବାଚନର ଅବ୍ୟବହିତ ପୂର୍ବରୁ ବେଦପ୍ରକାଶଙ୍କ ବିୟୋଗ ଯୋଗୁ ହୋଇଥିବା ଉପନିର୍ବାଚନରେ ସ୍ତ୍ରୀ ସାବିତ୍ରୀ ଅଗ୍ରୱାଲ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାଜପାର ବିଜୟ ମହାପାତ୍ରଙ୍କୁ ୬ ହଜାରରୁ ଅଧିକ ଭୋଟରେ ହରାଇଥିଲେ। ଅସୁସ୍ଥତା କାରଣ ଯୋଗୁ ସାବିତ୍ରୀଙ୍କ ପୁଅ ସଞ୍ଜୟ ଅଗ୍ରୱାଲ ବିଧାୟିକାଙ୍କ ପ୍ରତିନିଧି ଭାବେ ନିର୍ବାଚନମଣ୍ଡଳୀକୁ ଗସ୍ତ କରୁଥିବା ଦେଖାଯାଉଛି। ସଞ୍ଜୟ ମଧ୍ୟ ରାଜ୍ୟ ବିଜେଡି କାର୍ଯ୍ୟକାରିଣୀ ସଦସ୍ୟ ଅଛନ୍ତି। ସେ ଆସନ୍ତା ନିର୍ବାଚନରେ ଦଳୀୟ ପ୍ରାର୍ଥୀ ଭାବେ ଉଭା ହେବେ ବୋଲି କର୍ମୀ ମହଲରେ ଚର୍ଚ୍ଚା ଜୋର ଧରିଛି।
ଅନ୍ୟପକ୍ଷରେ କେନ୍ଦ୍ରାପଡ଼ା ଜିଲା ବିଜେଡିର ପୂର୍ବତନ ସଭାପତି ତଥା ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ରବି ସାମଲ ୨୦୦୯ଠାରୁ ଏଯାଏ ଏହି ନିର୍ବାଚନମଣ୍ଡଳୀରେ ବିଭିନ୍ନ ଗଁାକୁ ଗଁା ବୁଲି ଲୋକସମ୍ପର୍କକୁ ବଢ଼ାଇ ଚାଲିଛନ୍ତି। ତେଣୁ ସେ ଟିକେଟ ହାତେଇବାକୁ ଆଶାବାଦୀ। ସେହିପରି ବର୍ତ୍ତମାନ ଉଠାଜଳସେଚନ ନିଗମର ଅଧ୍ୟକ୍ଷ ଅମରେଶ ପତ୍ରୀ ଜଣେ ଯୁବ ଚେହେରା। କର୍ମୀଙ୍କ ଆସ୍ଥାଭାଜନ ପାଇଁ ବିଭିନ୍ନ ଦଳୀୟ ଓ ସାମାଜିକ କାର୍ଯ୍ୟକ୍ରମରେ ପାଟକୁରା ନିର୍ବାଚନମଣ୍ଡଳୀରେ ନିଜକୁ ଜଡ଼ିତ କରିଛନ୍ତି। ଅମରେଶ ଅନ୍ୟତମ ଆଶାୟୀ ଭାବେ ଉଭା ହୋଇଛନ୍ତି। ପୂର୍ବତନ ବିଧାୟକ ବେଦପ୍ରକାଶ ଅଗ୍ରଓ୍ବାଲଙ୍କ ଝିଅ ମଧୁମିତା ଅଗ୍ରୱାଲ ମଧ୍ୟ ବିଜେଡିର କର୍ମୀ ଭାବେ ମହିଳାଙ୍କ ମଧ୍ୟରେ ନିଜର ପରିଚୟ ସୃଷ୍ଟି କରିଛନ୍ତି। ବିଶେଷକରି ପିତାଙ୍କ ମୃତ୍ୟୁ ପରେ ବେଦ ପ୍ରକାଶ ଅଗ୍ରୱାଲ ସ୍ମୃତି ପରିଷଦ ଗଠନ କରି ଏହାର ଅଧ୍ୟକ୍ଷ ଦାୟିତ୍ୱ ନେଇ ସେ ପ୍ରାକୃତିକ ବିପର୍ଯ୍ୟୟ ଓ ଅସହାୟଙ୍କୁ ସହାୟତା ପ୍ରଦାନ କରି ଆସୁଛନ୍ତି। ସେ ମଧ୍ୟ ଟିକେଟ ଆଶାୟୀ। ସେହିପରି ଡେରାବିଶ ବ୍ଲକର ପୂର୍ବତନ ଅଧ୍ୟକ୍ଷ ସରୋଜକାନ୍ତ ସାହୁ, ୨୦୦୭ରୁ ଏଯାଏ ପଞ୍ଚାୟତ ସମିତିକୁ ନିଜ ଅକ୍ତିଆରରେ ରଖିଛନ୍ତି। ସ୍ତ୍ରୀ କଳ୍ପନାଙ୍କୁ ୨ଥର ପଞ୍ଚାୟତ ସମିତି ଅଧ୍ୟକ୍ଷା ଭାବେ ନିର୍ବାଚିତ କରାଇପାରିଥିଲେ। ସରୋଜ ୨୦୧୭ରେ ନିଜେ ଏହି ସମିତିର ଅଧ୍ୟକ୍ଷ ଭାବେ ମଧ୍ୟ ନିର୍ବାଚିତ ହୋଇଥିଲେ। ବେଦୁବାବୁ ଓ ବର୍ତ୍ତମାନର ବିଧାୟିକା ସାବିତ୍ରୀଙ୍କ ବିରୋଧୀ ଭାବେ ଜଣାଶୁଣା ସରୋଜ ୨୦୨୨ରେ ବିଧାୟିକାଙ୍କ ସମର୍ଥିତ ପ୍ରାର୍ଥୀଙ୍କୁ ହରାଇ ନିଜ ପ୍ରାର୍ଥୀ ପ୍ରଭାତୀ ମଲିକଙ୍କୁ ବ୍ଲକ ଅଧ୍ୟକ୍ଷା ଭାବେ ଜିତାଇବାରେ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ। ପରିବାରବାଦର ସ୍ବର ଉତ୍ତୋଳନ କରି ଆସନ୍ତା ନିର୍ବାଚନରେ ଦଳୀୟ ଟିକେଟ ହାତେଇବାକୁ ସେ ଆଶାବାଦୀ ଅଛନ୍ତି। ସେହିପରି ଜଣେ ସାମାଜିକ କର୍ମୀ ଭାବେ ପରିଚିତ ଅବସରପ୍ରାପ୍ତ ପ୍ରାଧ୍ୟାପକ ଅଜୟ କୁମାର ରାଉତ ଦୀର୍ଘବର୍ଷ ହେବ ପ୍ରାକୃତିକ ବିପର୍ଯ୍ୟୟରେ ପୀଡ଼ିତ ପରିବାରଙ୍କୁ ସହାୟତା ପ୍ରଦାନ କରିବା ସହ ଗରିବ ମେଧାବୀ ଛାତ୍ରୀଛାତ୍ରଙ୍କୁ ସହାୟତା ଓ ବିଭିନ୍ନ ସାମାଜିକ ଅନୁଷ୍ଠାନ ସହ ନିଜକୁ ଜଡ଼ିତ ରଖିଛନ୍ତି। ଆଶାୟୀଙ୍କ ତାଲିକା ଦେଖିଲେ ଆସନ୍ତା ନିର୍ବାଚନରେ ବିଜେଡି ଶୀର୍ଷ ନେତୃତ୍ୱ କାହାକୁ ଟିକେଟ ଦେବେ, ଏବେ ଦ୍ୱନ୍ଦ୍ୱରେ ପଡ଼ିଯାଇଥିବା ଭଳି ମନେହେବା ସ୍ବାଭାବିକ।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ଭିତରେ ହରମୁଜରେ ଫସିଲା ୯୨ହଜାର ଟନ୍‌ LPG ଥିବା ଜାହାଜ, ଭାରତୀୟ ଜାହାଜକୁ ଘେରିଗଲେ…

ନୂଆଦିଲ୍ଲୀ,୨୪।୩: ଭାରତୀୟ ନୌସେନା ଦୁଇଟି ଭାରତୀୟ ଏଲପିଜି ଜାହାଜକୁ ସୁରକ୍ଷିତ ଭାବରେ ଜଗ ବସନ୍ତ ଏବଂ ପାଇନ ଗ୍ୟାସ ହରମୁଜ ପ୍ରଣାଳୀ ଦେଇ ଗତି କରିଛି ଏବଂ…

ଆଇପିଏଲ୍‌ରୁ ଓହରିଲେ ଓପନିଂ ବ୍ୟାଟର ଡକେଟ

ନୂଆଦିଲ୍ଲୀ,୨୪ା୩: ଇଂଲଣ୍ଡର ଓପନିଂ ବ୍ୟାଟର ବେନ ଡକେଟ ଆଗାମୀ ଆଇପିଏଲ୍‌ରୁ ଓହରି ଯାଇଛନ୍ତି। ନିଜ କ୍ୟାରିୟର ଉପରେ ଧ୍ୟାନ ଦେବା ପାଇଁ ସେ ଏଭଳି ନିଷ୍ପତ୍ତି ନେଇଥିବା…

ଅଭିଭାବକ, ଶିକ୍ଷକ ମଧ୍ୟରେ ସମନ୍ବୟ ରହିଲେ…

ଭଞ୍ଜନଗର,୨୪।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଗାମୁଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିଥି ମାନେ ଯୋଗଦେଇ ଅଭିଭାବକ,…

ଯୋଡ଼ାରେ ବିଦେଶୀ ପକ୍ଷୀ

ଯୋଡା,୨୪ା୩(ମାନସ ମହାନ୍ତି)- କେନ୍ଦୁଝର ଜିଲା ଯୋଡ଼ା ସହରରେ ବିରଳ ଆଇବିସ ପକ୍ଷୀ ଦେଖିବାକୁ ମିଳିଛି। ଯୋଡ଼ା ଭଳି ଖଣି ଓ ଶିଳ୍ପ ଅଞ୍ଚଳରେ ଦେଖାଦେଇଥିବା ଏହି ବିଦେଶୀ…

ଏପ୍ରିଲ ୨୭ରୁ ନୃସିଂହନାଥ ବୈଶାଖ ମେଳା

ପାଇକମାଳ,୨୪ା୩(ବଡ଼ ଶତପଥୀ): ଗନ୍ଧମାର୍ଦ୍ଦନ ପର୍ବତର ପାଦ ଦେଶରେ ଥିବା ପ୍ରସିଦ୍ଧ ଶ୍ରୀ ନୃସିଂହନାଥ ମନ୍ଦିର ମିଟିଂ ହଲରେ ଆସନ୍ତା ବୈଶାଖ ମେଳା ପାଳନ ନେଇ ଏକ ପ୍ରସ୍ତୁତି…

ଉପକୂଳରେ ସମରାଭ୍ୟାସ ‘ସାଗର କବଚ’ ଆରମ୍ଭ

ଛତ୍ରପୁର,୨୪ା୩(ଦିଲୀପ ସାମଲ): ସମୁଦ୍ର ପଥରେ ସମ୍ଭାବ୍ୟ ଆତଙ୍କବାଦୀ ଅନୁପ୍ରବେଶ ଏବଂ ସାମୁଦ୍ରିକ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ କରିବା ପାଇଁ ମଙ୍ଗଳବାରଠାରୁ ଗଞ୍ଜାମ ଉପକୂଳରେ ମିଳିତ ସମରାଭ୍ୟାସ…

ଯୁଦ୍ଧ ବୁଡାଜାହାଜ ପଠାଇଲା ଆମେରିକା, ଚାଇନା ସହ ଯୁଦ୍ଧ ସଙ୍କେତ! ୩ ମହାସାଗରରେ ହଲଚଲ…

ବେଜିଂ,୨୪।୩: ଚୀନ ଏକ ବିଶାଳ ଜଳମଗ୍ନ ସର୍ଭେ ଏବଂ ମ୍ୟାପିଂ ଅପରେସନ ଆରମ୍ଭ କରୁଛି। ଏହାର ଉଦ୍ଦେଶ୍ୟ ହେଉଛି ସମୁଦ୍ର ବିଷୟରେ ଗଭୀର ସୂଚନା ସଂଗ୍ରହ କରିବା,…

ନୂଆ ଗ୍ୟାସ କନେକ୍ସନ ନେଉଥିଲେ ବଡ଼ ଘୋଷଣା, ଏପ୍ରିଲ ୩୦ ଯାଏ ମାଗଣା ମିଳିବ ଗ୍ୟାସ…

ନୂଆଦିଲ୍ଲୀ,୨୪।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ଯୋଗୁଁ ତରଳ ପେଟ୍ରୋଲିୟମ ଗ୍ୟାସ (LPG) ବ୍ୟବହାରକାରୀମାନେ ସମ୍ମୁଖୀନ ହେଉଥିବା ଅସୁବିଧା ମଧ୍ୟରେ, ପାଇପଲାଇନ ମାଧ୍ୟମରେ ପ୍ରାକୃତିକ ଗ୍ୟାସ ଯୋଗାଣ କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri