Categories: ଖେଳ

୧୮ ଅମ୍ପାୟରଙ୍କ ମଧ୍ୟରୁ ୨ ଭାରତୀୟ

ଭୁବନେଶ୍ୱର ଓ ରାଉରକେଲାରେ ଶୁକ୍ରବାରଠାରୁ ଆରମ୍ଭ ହେବାକୁ ଯାଉଥିବା ହକି ବିଶ୍ୱକପ୍‌ ପାଇଁ ମୋଟ୍‌ ୧୮ ଜଣ ଅମ୍ପାୟର ନିଯୁକ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୨ ଜଣ ଭାରତୀୟ ସାମିଲ ଅଛନ୍ତି। ସେମାନେ ହେଲେ ରଘୁ ପ୍ରସାଦ ଓ ଜାଭେଦ ଶେଖ୍‌। ଅନ୍ୟମାନଙ୍କ ମଧ୍ୟରେ ମାଲେସିଆର ରାଓ୍ବି ଅନ୍‌ବନାନ୍ଥନ, ଏରିକ୍‌ କୋ, ଇଂଲଣ୍ଡର ଡାନ୍‌ ବାର୍ଷ୍ଟୋ, ଜର୍ମାନୀର କ୍ରିଷ୍ଟିଆନ ବ୍ଲାଶ୍ଚ, ବେନ୍‌ ଗଣ୍ଟଜେନ୍‌, ଉରୁଗୁଏର ଫେଡେରିକୋ ଗାର୍ସିଆ, ନ୍ୟୁଜିଲାଣ୍ଡର ଗେରାଥ ଗ୍ରୀନ୍‌ଫିଲ୍ଡ, ଡେଭିଡ୍‌ ଟୋମଲିନସନ, ପୋଲାଣ୍ଡର ମାର୍ସିନ ଗ୍ରୋକାଲ, ସିଙ୍ଗାପୁରର ଲିମ୍‌ ହଙ୍ଗ୍‌ ଝେନ୍‌, ସ୍କଟ୍‌ଲାଣ୍ଡର ମାର୍ଟିନ ମାଡେନ, ଚେକ୍‌ ରିପବ୍ଲିକ୍‌ର ଜାକୁବ ମେଜଲିକ୍‌, ଆର୍ଜେଣ୍ଟିନାର ଜର୍ମନ ମୋଣ୍ଟେସ ଡି ଓକା, ଦକ୍ଷିଣ ଆଫ୍ରିକାର ସିଅନ ରାପାପୋର୍ଟ, ଅଷ୍ଟ୍ରେଲିଆର ଷ୍ଟିଭ୍‌ ରୋଡଗ୍ରେସ ଓ ନେଦରଲାଣ୍ଡ୍ସର କୋଏନ ଭାନ୍‌ ବୁଙ୍ଗେ। ପ୍ରକାଶଯୋଗ୍ୟ, ଦୁଇ ଭାରତୀୟ ଅମ୍ପାୟର ରଘୁ ପ୍ରସାଦ ଓ ଜାଭେଦ ଶେଖ୍‌ ୨୦୧୮ରେ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହକି ବିଶ୍ୱକପ୍‌ରେ ମଧ୍ୟ ମ୍ୟାଚ୍‌ ପରିଚାଳନା କରିଥିଲେ।

Share