ହାତଘଣ୍ଟାରେ ପ୍ରସ୍ତୁତ ସ୍କର୍ଟ ପିନ୍ଧି ଚର୍ଚ୍ଚାରେ ଉର୍ଫି: ଲୋକେ ଫଟୋ ଦେଖି ମୁଣ୍ଡରେ ଦେଉଛନ୍ତି ହାତ

ବମ୍ବେ: କିଏ ହାତରେ ଘଣ୍ଟା ପିନ୍ଧେ ନଚେତ କାନ୍ଥରେ ଟଙ୍ଗାଏ, ହେଲେ ସୋସିଆଲ ମିଡିଆ ସେନ୍‌ସେଶନ୍‌ ଉର୍ଫି ଜାଭେଦ ଏହାକୁ ପିନ୍ଧି ଏବେ ଚର୍ଚ୍ଚାରେ। ଆଶ୍ଚର୍ଯ୍ୟ ଲାଗିଲେ ବି କଥାଟି ସତ। ହାତ ଘଣ୍ଟା ବ୍ୟବହାର କରି ସେ ନିର୍ମାଣ କରିଛନ୍ତି ଏକ ସ୍କର୍ଟ। ଏହାକୁ ପିନ୍ଧି ବୁଲୁଥିବାର ଭିଡିଓ ଏବେ ବେଶ ଭାଇରାଲ ହେଉଛି।

ଉର୍ଫି ନିଜେ ମଧ୍ୟ ଇନ୍‌ଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏକ ଭିଡିଓ ଶେୟାର କରିଛନ୍ତି। ଏହା ଏବେ ବେଶ ଭାଇରାଲ ହେଉଛି। ଭିଡିଓରେ ଉର୍ଫି ହାତଘଣ୍ଟାକୁ ଯୋଡ଼ି ନିଜ ପାଇଁ ସ୍କର୍ଟ ପ୍ରସ୍ତୁତ କରିଥିବା ଦେଖାଯାଇଛି। ସେ ପୁଣିଥରେ ଫ୍ୟାଶନକୁ ନୂଆ ରୂପ ଦେଇଛନ୍ତି। ଏହି ସ୍କର୍ଟ ଉପରେ ସେ ଏକ ଟି-ଶର୍ଟ ପିନ୍ଧିବା ସହ ଚୁଟିକୁ କର୍ଲ କରିଛନ୍ତି। ଏଥିସହ ଲାଇଟ୍‌ ମେକଅପ୍‌ ଦେଇଛନ୍ତି।

ଭିଡିଓଟି ଉର୍ଫି ଶେୟାର କରିବା ପରେ ବେଶ ଭାଇରାଲ ହେଉଛି। ଲୋକମାନେ ଏପରି ପୋଷାକ କରିବା ବିଷୟରେ ଜୀବନରେ କଦାପି ଚିନ୍ତା କରିପାରିବେ ନାହିଁ ବୋଲି କହୁଛନ୍ତି।

Share