ପଞ୍ଜାବର ପରିସ୍ଥିତି ଉପରେ ଆମର ନଜର, କାନାଡାର ବୈଦେଶିକ ମନ୍ତ୍ରୀଙ୍କ ବିବୃତ୍ତି ନେଇ ଭାରତ କହିଲା ମିଥ୍ୟା ତଥ୍ୟରେ ବିଶ୍ୱାସ କରନ୍ତୁନି…

ଅଟଓ୍ବା,୨୬।୩ : କାନାଡାର ବୈଦେଶିକ ମନ୍ତ୍ରୀ ମେଲିନି ଜଲି ସଂସଦରେ ଏକ ବିବୃତ୍ତିରେ କହିଛନ୍ତି ଯେ ପଞ୍ଜାବର ପରିସ୍ଥିତି ଉପରେ କାନାଡା ତୀକ୍ଷଣ ନଜର ରଖିଛି ଏବଂ କାନାଡାରେ ରହୁଥିବା ସମ୍ପ୍ରଦାୟକୁ ଏହା ବିଷୟରେ ଅବଗତ କରାଇବ। ଏଥି ସହିତ ପଞ୍ଜାବ ସମ୍ବନ୍ଧରେ ବୈଦେଶିକ ନେତାଙ୍କ ବିବୃତ୍ତି ଉପରେ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ଭୁଲ ଏବଂ ବିଭ୍ରାନ୍ତିକର ତଥ୍ୟକୁ ବିଶ୍ୱାସ କରନ୍ତୁନାହିଁ। ଆମେ ଆପଣଙ୍କୁ କହି ରଖୁଛୁ ଯେ ପଞ୍ଜାବ ପୋଲିସ ଅମୃତପାଲ ସିଂଙ୍କ ଅନେକ ସହଯୋଗୀଙ୍କୁ ଗିରଫ କରିଛି, ୱାରିସ ପଞ୍ଜାବ ଡେ ମୌଳବାଦୀ ନେତା ଏବଂ ପଳାତକ ଅମୃତପାଲଙ୍କୁ ଖୋଜା ଚାଲିଛି।

କାନାଡା ସଂସଦରେ ଭାରତୀୟ ମୂଳ ସାଂସଦ ଇକବିନ୍ଦର ଏସ ଗହିରଙ୍କ ପ୍ରଶ୍ନର ଉତ୍ତରରେ କାନାଡାର ବୈଦେଶିକ ମନ୍ତ୍ରୀ ମେଲିନି ଜଲି କହିଛନ୍ତି ଯେ ପଞ୍ଜାବର ପରିବର୍ତ୍ତିତ ପରିସ୍ଥିତି ବିଷୟରେ ଆମେ ଅବଗତ ଏବଂ ଏହି ଘଟଣା ଉପରେ ନଜର ରଖିଛୁ। ଆମେ ଆଶା କରୁଛୁ ଶୀଘ୍ର ପରିସ୍ଥିତି ସ୍ବାଭାବିକ ଏବଂ ସ୍ଥିର ହୋଇଯିବ।

ଜଲି କହିଛନ୍ତି ଯେ କାନାଡିଆନମାନେ ସର୍ବଦା ସରକାରଙ୍କ ଉପରେ ଭରସା କରିପାରିବେ ଏବଂ ଆମେ ସେମାନଙ୍କ ସମସ୍ୟାର ସମାଧାନ ପାଇଁ କାର୍ଯ୍ୟ ଜାରି ରଖିଛୁ। ସାଂସଦ ଗହିର ମଧ୍ୟ ପଞ୍ଜାବରେ ଇଣ୍ଟରନେଟ ସେବାକୁ ସ୍ଥଗିତ ରଖିବା ପ୍ରସଙ୍ଗ ଉଠାଇ ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କୁ ଏହା ବିଷୟରେ ଗୃହକୁ ଜଣାଇବାକୁ ଦାବି କରିଛନ୍ତି।

ନିକଟ ଅତୀତରେ କାନାଡାରେ ହିନ୍ଦୁ ବିରୋଧୀ ଘଟଣା ମଧ୍ୟ ବୃଦ୍ଧି ପାଇଛି। ଅତୀତରେ ଖାଲିସ୍ତାନ ସମର୍ଥକମାନେ ଅନେକ ହିନ୍ଦୁ ମନ୍ଦିରକୁ ଟାର୍ଗେଟ କରିଥିଲେ। ଭାରତୀୟ ଦୂତାବାସ ମଧ୍ୟ ଏହି ପ୍ରସଙ୍ଗରେ କାନାଡା ସରକାରଙ୍କ ନିକଟରେ ଅଭିଯୋଗ କରିଥିଲେ ଏବଂ ଦୋଷୀମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ।

ଅନ୍ୟପକ୍ଷରେ ଅମୃତପାଲ ମାମଲାରେ ବୈଦେଶିକ ନେତା ତଥା ସଂସଦୀୟ ସଦସ୍ୟଙ୍କ ବିବୃତ୍ତି ଉପରେ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି ବିଦେଶରେ ରହୁଥିବା ଲୋକଙ୍କୁ ନିବେଦନ କରିଛନ୍ତି ଯେ ମିଥ୍ୟା ତଥା ବିଭ୍ରାନ୍ତିକର ତଥ୍ୟକୁ ବିଶ୍ୱାସ ନ କରନ୍ତୁ। ପ୍ରଶାସନ ଜଣେ ପଳାତକଙ୍କୁ ଧରିବାକୁ ଚେଷ୍ଟା କରୁଛି ଏବଂ ଏହା ସହ ଜଡିତ ସମସ୍ତ ତଥ୍ୟ ସମୟ ସମୟରେ ସଂପୃକ୍ତ ପ୍ରଶାସନ ଦ୍ୱାରା ପ୍ରଦାନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପାଣ୍ଡିଆନଙ୍କ ଭୂମିକାକୁ ନେଇ ଏମିତି କହିଲେ ସମ୍ବିତ ରାଉତରାୟ, ୨୦୨୬ରେ ବହୁତ କିଛି…

ଭୁବନେଶ୍ୱର,୨୧ା୧୨: ୨୦୨୬ରେ ବହୁତ କିଛି ହେବ। କିଛି ମେଳି ନାହିଁ ବୋଲି କହିଛନ୍ତି ବିଜେଡି ନେତା ସମ୍ବିତ ରାଉତରାୟ। ସେ କହିଛନ୍ତି, ରାଜନୀତି କଲେ ଚର୍ଚ୍ଚା...

ଥାନାରେ ଏତଲା ଦେଲେ ହ୍ୟୁମାନ ସାଗରଙ୍କ ମା, ମୋ’ ପୁଅକୁ…

କଟକ,୨୧ା୧୨: ଓଡ଼ିଶାର ଜଣାଶୁଣା କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ ଥାନାରେ ଏତଲା ଦିଆଯାଇଛି। ତେବେ କଟକ ମର୍କତ ନଗର ଥାନାରେ ଏତଲା ଦେଇଛନ୍ତି ହ୍ୟୁମାନଙ୍କ...

କାହିଁକି ଭଡ଼ା ବୃଦ୍ଧି କଲା ରେଳ ବିଭାଗ ଜାଣନ୍ତୁ…

ନୂଆଦିଲ୍ଲୀ,୨୧ା୧୨: ଭାରତୀୟ ରେଳ ବିଭାଗ ୨୬ ଡିସେମ୍ବରରୁ ଯାତ୍ରୀ ଭଡ଼ାରେ ପରିବର୍ତ୍ତନ ଘୋଷଣା କରିଛି। ତେବେ ଏହି ଭଡ଼ା ବୃଦ୍ଧି ପଛରେ ମୁଖ୍ୟ କାରଣ ହେଉଛି...

ବ୍ୟାଟରୁ ବିଜନେସ, କେମିତି ୧୦୦୦କୋଟିର ସାମ୍ରାଜ୍ୟ ଠିଆ କଲେ ବିରାଟ? ଜାଣନ୍ତୁ…

ନୂଆଦିଲ୍ଲୀ,୨୧।୧୨: ଯେତେବେଳେ ବିରାଟ କୋହଲି ପଡ଼ିଆରେ ଚୌକା ଏବଂ ଛକା ମାରିଥାନ୍ତି, ଷ୍ଟାଡିୟମ କରତାଳିରେ ପ୍ରତିଧ୍ୱନିତ ହୋଇଯାଏ। କିନ୍ତୁ ବହୁତ କମ ଲୋକ ଜାଣନ୍ତି ଯେ...

ବିଜେଡିକୁ ନେଇ ଏମିତି କହିଲେ ଅଶୋକ ପଣ୍ଡା, ଭାଜପା କଂଗ୍ରେସରେ ଯେଭଳି…

ଭୁବନେଶ୍ୱର,୨୧ା୧୨: ବିଜେଡିକୁ ନେଇ ବରିଷ୍ଠ ନେତା ଅଶୋକ ପଣ୍ଡା ଏକ ବୟାନ ଦେଇଛନ୍ତି। ସେ କହିଛନ୍ତି, ଭାଜପା-କଂଗ୍ରେସରେ ଯେଭଳି କନ୍ଦଳ ଥିଲା ବିଜେଡିରେ ସେଭଳି ନାହିଁ...

ବଡ଼ ଖବର: ୨୬ ଡିସେମ୍ୱରରୁ ମହଙ୍ଗା ହେବ ଟ୍ରେନଯାତ୍ରା, ଜେନରାଲ ସିଟ୍‌ ପାଇଁ ଦେବାକୁ ପଡିବ ଏତେ ଟଙ୍କା

ନୂଆଦିଲ୍ଲୀ,୨୧।୧୨: ଯାତ୍ରୀଗଣ ଦୟାକରି ଧ୍ୟାନ ଦିଅନ୍ତୁ। ଟ୍ରେନରେ ଯାତ୍ରା କରୁଥିଲେ ଆପଣଙ୍କ ପାଇଁ ଜରୁରୀ ଖବର। ଟ୍ରେନରେ ଯାତ୍ରା କରିବା ଏବେ ପଡିପାରେ ମହଙ୍ଗା। ଡିସେମ୍ୱର...

‘ଭାଜପା ପାଇଁ ସେକ୍ୟୁଲାରିଜମ ଶବ୍ଦ ସେତିକି ପିତା ଯେମିତି ନିମ୍ବର ଫଳ’, କାହିଁକି ଏମିତି କହିଲେ ଷ୍ଟାଲିନ? ଜାଣନ୍ତୁ…

ଚେନ୍ନାଇ,୨୧।୧୨: ଚେନ୍ନାଇରେ ଖ୍ରୀଷ୍ଟମାସ ପାଳନ ଅବସରରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ କେନ୍ଦ୍ରରେ କ୍ଷମତାସୀନ ଭାରତୀୟ ଜନତା ପାର୍ଟି (ଭାଜପା)କୁ କଡ଼ା ଟାର୍ଗେଟ କରିଥିଲେ। ସେ...

ସରକାରୀ ଜମିରୁ ଧାନକଟାକୁ ନେଇ ଦୁଇ ଗୋଷ୍ଠୀ ବିବାଦ: ଲାଗୁ ହେଲା ୧୬୩ ଧାରା

ମହାକାଳପଡ଼ା,୨୧ା୧୨(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ପେଟଛେଲା ଗ୍ରାମ ଜଙ୍ଗଲ ଜମି ଧାନ କାଟିବା ନେଇ ଦୁଇ ଗୋଷ୍ଠୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri