ସେବାରେ ନିଜର ସ୍ବତନ୍ତ୍ରତା ପ୍ରତିଫଳିତହେବା ଦରକାର

ଦେଶିଆ ଇକୋ ରିସୋର୍ଟର ଫାଉଣ୍ଡର ତଥା ସଫଳ ଉଦ୍ୟୋଗୀ ହେଉଛନ୍ତି ଯୁଗବ୍ରତ କର। ପୁରୀରେ ତାଙ୍କର ଜନ୍ମ, ସେଇଠି ସେ ଛୋଟରୁ ବଡ଼ ହୋଇଛନ୍ତି। ପୁରୀ ଆସୁଥିବା ବିଦେଶୀ ପର୍ଯ୍ୟଟକଙ୍କ କାହାଣୀ ଜାଣିବାକୁ ତାଙ୍କୁ ଭଲ ଲାଗେ। ସେମାନେ ଯେପରି ବୁଲିବାକୁ ଆସୁଛନ୍ତି ସେ ମଧ୍ୟ ପୂରା ବିଶ୍ୱ ଭ୍ରମଣ କରିବାକୁ ଚାହୁଁଥିଲେ। ଅନ୍ୟ ମଧ୍ୟବିତ୍ତ ପରିବାର ଭଳି ତାଙ୍କ ଘରେ ମଧ୍ୟ ତାଙ୍କୁ ସୁରକ୍ଷିତ ଭବିଷ୍ୟତ ପାଇଁ ପ୍ରୋତ୍ସାହିତ କରୁଥିଲେ। କିନ୍ତୁ ସେ ଦେଶିଆ ଇକୋ ରିସୋର୍ଟ ମାଧ୍ୟମରେ ନିଜର ସ୍ବପ୍ନ ସାକାର କରିପାରିଛନ୍ତି। ପରିବେଶ ଅନୁକୂଳ ପର୍ଯ୍ୟଟନ ଶିଳ୍ପକୁ ଗୁରୁତ୍ୱ ଦେଉଥିବା ଯୁଗବ୍ରତଙ୍କ ସହ ଧରିତ୍ରୀର ସ୍ବତନ୍ତ୍ର ଆଲୋଚନା…

ପ୍ର- ପର୍ଯ୍ୟଟନ କ୍ଷେତ୍ରରେ ଭବିଷ୍ୟତ ଗଢ଼ିବା କଥା କିପରି ଚିନ୍ତାକଲେ?
ଉ- ମୁଁ ମେକାନିକାଲ ଇଞ୍ଜିନିୟରିଂରେ ପାଠପଢ଼ା ସାରିବା ପରେ ଏକ ବହୁରାଷ୍ଟ୍ରୀୟ କମ୍ପାନୀ(ଏମ୍‌ଏନ୍‌ସି)ରେ ଯୋଗଦେଇଥିଲି। ଏଗ୍ରିକଲ୍‌ଚରାଲ ପମ୍ପ୍‌ ସେଲ୍‌ ପାଇଁ ମୋତେ ଗ୍ରାମୀଣ ଓଡ଼ିଶାକୁ ଯାତ୍ରା କରିବାକୁ ପଡ଼ୁଥିଲା। ମାତ୍ର ପରିଭ୍ରମଣ ଓ ନୂଆ ନୂଆ ପରମ୍ପରା ବିଷୟରେ ଜାଣିବାର ମୋର ଯେଉଁ ଆଗ୍ରହ ଥିଲା, ତାହା ମୋତେ ଚାକିରି ଛାଡ଼ିବାକୁ ବାଧ୍ୟ କରିଥିଲା ଏବଂ ପର୍ଯ୍ୟଟନ କ୍ଷେତ୍ରରେ ମୁଁ ଉଦ୍ୟୋଗୀ ଭାବେ ପାଦ ଦେଇଥିଲି। ଏହା ଭିତରେ ପ୍ରାୟ ୩୦ ବର୍ଷ ବିତିଗଲାଣି। ପର୍ଯ୍ୟଟନ କ୍ଷେତ୍ରରେ ଅଭିବୃଦ୍ଧି ସହ ସ୍ଥାନୀୟ ସମ୍ପ୍ରଦାୟକୁ ସଶକ୍ତ କରିବା ଏବଂ ସଂସ୍କୃତି ଓ ଐତିହ୍ୟ ବିକାଶ ଦିଗରେ କାର୍ଯ୍ୟ କରୁଛି।

ପ୍ର- ଏହି କ୍ଷେତ୍ରରେ ସୋସିଆଲ ମିଡିଆର ଭୂମିକା କେତେ ଗୁରୁତ୍ୱପୂର୍ଣ୍ଣ?
ଉ- ଓଡ଼ିଶା ଇକୋ ଟୁରିଜମ୍‌ର ପ୍ରଚାରପ୍ରସାର କ୍ଷେତ୍ରରେ ସୋସିଆଲ ମିଡିଆର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଓଡ଼ିଶାର ବିସ୍ତୃତ ସମୁଦ୍ର ତଟ, ଘଞ୍ଚ ଅରଣ୍ୟ, ବିବିଧ ବନ୍ୟପ୍ରାଣୀ ପର୍ଯ୍ୟଟକମାନଙ୍କୁ ବିଶେଷକରି ଯୁବପିଢ଼ିଙ୍କୁ ଖୁବ୍‌ ଆକୃଷ୍ଟ କରୁଛି। ଇନ୍‌ଷ୍ଟା, ଫେସ୍‌ବୁକ୍‌, ୟୁଟ୍ୟୁବ୍‌ ଆଦି ମାଧ୍ୟମରେ ଜାତୀୟ ଉଦ୍ୟାନ ଭିତରକନିକାଠାରୁ ଆରମ୍ଭ କରି ଶିମିଳିପାଳ, କୋରାପୁଟ ଉପତ୍ୟକା ଆଦି ସ୍ଥାନ ଲୋକପ୍ରିୟତା ସାଉଁଟୁଛି। ଭିଜୁଆଲ ଷ୍ଟୋରି ଟେଲିଂ ତଥା ସୋସିଆଲ ମିଡିଆ ଇନ୍‌ଫ୍ଲୁଏନ୍ସରମାନେ ରାଜ୍ୟର ସ୍ବତନ୍ତ୍ର ଐତିହ୍ୟ ପରମ୍ପରାର ପ୍ରଚାରପ୍ରସାରରେ ସହାୟକ ହେଉଛନ୍ତି। ବାର୍ଡ ଓ୍ବାଚିଂ, ଟ୍ରେକିଂ ଓ ଭିଲେଜ୍‌ ଟୁର୍‌ର ଚାହିଦା ବଢ଼ୁଛି।

ପ୍ର- ଆପଣଙ୍କ ବ୍ୟବସାୟ କ୍ଷେତ୍ରରେ ବିଭିନ୍ନ ଗ୍ରାହକଙ୍କ ଚାହିଦା ଭିନ୍ନ ଭିନ୍ନ ରହିଥାଏ। ଆପଣ ଏହାର କେମିତି ସମାଧାନ କରନ୍ତି?
ଉ- ଯେଉଁ ଅତିଥିମାନେ ଆମ ସହ ପରିଭ୍ରମଣ କରିଥା’ନ୍ତି ସେମାନେ ପ୍ରଥମରୁ ଆମେ ପ୍ରଦାନ କରୁଥିବା ସେବା ଓ ସୁବିଧା ସମ୍ପର୍କରେ ଅବଗତ ଥା’ନ୍ତି। ତେଣୁ ଅତିଥିମାନେ ସେହି ଅନୁରୂପ ସେବା ଆଶା ରଖନ୍ତି। ଆମେ ମଧ୍ୟ ଆମ ସେବାରେ ଅବହେଳା କରୁନା। ତେଣୁ କୌଣସି ଅସୁବିଧା ହୁଏ ନାହିଁ।

ପ୍ର- ଆପଣଙ୍କ ଏ ପର୍ଯ୍ୟନ୍ତର ଯାତ୍ରା କିପରି ରହିଛି? ଆଗକୁ କ’ଣ ଯୋଜନା ରହିଛି?
ଉ- ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଓ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ବିଶ୍ୱ ଦରବାରରେ ପରିଚିତ କରାଇବାର ପ୍ରୟାସକୁ ଆମ ଟିମ୍‌, ପାର୍ଟନର ଏବଂ ସ୍ଥାନୀୟ ବାସିନ୍ଦା ସଫଳ କରିଛନ୍ତିି। ପର୍ଯ୍ୟଟନ ଶିଳ୍ପରେ ପରିବେଶ ଅନୁକୂଳ କାର୍ଯ୍ୟକଳାପକୁ ଗୁରୁତ୍ୱ ଦେଉଛୁ। ନୀଳାଦ୍ରି ବିଚ୍‌, ସାତପଡ଼ା ଟୁରିଷ୍ଟ ଜେଟିସ୍‌କୁ ପ୍ଲାଷ୍ଟିକ୍‌ମୁକ୍ତ କରିବା ପାଇଁ ଆମର ଓଡ଼ିଶା ଇକୋଟୁରିଜମ୍‌ ଫାଉଣ୍ଡେଶନ୍‌ କାର୍ଯ୍ୟ କରୁଥିବାବେଳେ ଆଗକୁ ଅନ୍ୟାନ୍ୟ ସ୍ଥାନରେ ଏହି ପଦକ୍ଷେପ ଗ୍ରହଣ କରାଯିବ। ଦେଶିଆ ଡ଼ୁଡ଼ୁମା, ଦେଶିଆ ଦେଓମାଳି, ଦେଶିଆ ଚିଲିକା ନେଷ୍ଟ ପରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ଇକୋ ଲଜ୍‌ ପାଇଁ ଯୋଜନା କରାଯାଉଛି। ସୋସିଆଲ ମିଡିଆରେ ପ୍ରଚାରପ୍ରସାର ସହ କର୍ମଚାରୀଙ୍କୁ ଅଧିକ ତାଲିମ ଦିଆଯିବ।

ପ୍ର- ପର୍ଯ୍ୟଟନ କ୍ଷେତ୍ରରେ ସଫଳ ଉଦ୍ୟୋଗୀ ହେବାର କ’ଣ ସୂତ୍ର ରହିଛି?
ଉ- ପର୍ଯ୍ୟଟନ ଓ ସ୍ଥାନୀୟ ସମ୍ପ୍ରଦାୟର ବିକାଶ ଉଦ୍ଦେଶ୍ୟରେ ନିଷ୍ଠାର ସହ ଏହି କ୍ଷେତ୍ରରେ ପ୍ରବେଶକଲେ ସଫଳତା ମିଳିବ। ଅତିଥିଙ୍କୁ ପ୍ରଦାନ କରାଯାଉଥିବା ସେବାରେ ଆପଣଙ୍କ ସ୍ବତନ୍ତ୍ରତା ପ୍ରତିଫଳିତ ହେବା ଦରକାର। ସେହିପରି ପରିବେଶ ଅନୁକୂଳ କାର୍ଯ୍ୟକଳାପ ଓ ସାମାଜିକ ଦାୟିତ୍ୱବୋଧ ଦୀର୍ଘକାଳୀନ ସଫଳତାର ସୂତ୍ର। ଏହିସବୁ ସୂତ୍ରକୁ ପାଥେୟ କରି ପର୍ଯ୍ୟଟନ ଶିଳ୍ପରେ ଭବିଷ୍ୟତ ଗଢ଼ିହେବ।

-ସାକ୍ଷାତ୍‌କାର: ଅନୁରାଧା ମହାରଣା, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପଙ୍କ ଧମକ ପରେ ଇରାନର ବଡ଼ ଘୋଷଣା, ଶତ୍ରୁ ରାଷ୍ଟ୍ରର ଜାହାଜ ବ୍ୟତୀତ ସମସ୍ତ ଜାହାଜକୁ…

ନୂଆଦିଲ୍ଲୀ,୨୨।୩: ଟ୍ରମ୍ପଙ୍କ ଧମକ ପରେ ଇରାନ ପାଲଟା ଜବାବ ଦେଇଛି । ଇରାନ ହର୍ମୁଜ୍ ଷ୍ଟ୍ରେଟ ସମ୍ପର୍କରେ ନିଜର ମତରେ ସାମାନ୍ୟ ନରମତା ଦେଖାଇଛି । ଏହା…

VIDEO:ଷ୍ଟ୍ରେଟ ଅଫ୍ ହର୍ମୁଜରେ ଇରାନର ବଡ଼ ଆକ୍ରମଣ, F-୧୫ ଫାଇଟର ଜେଟକୁ ଖସାଇ ଦେଇଥିବା ଦାବି

ନୂଆଦିଲ୍ଲୀ,୨୨।୩: ଇରାନ ପୁଣିଥରେ ଇସ୍ରାଏଲ ଏବଂ ଆମେରିକାକୁ ଏକ ବଡ଼ ଝଟକା ଦେଇଛି । ଏକ ଇରାନୀ କ୍ଷେପଣାସ୍ତ୍ର ହର୍ମୁଜ୍ ଷ୍ଟ୍ରେଟରେ ଶତ୍ରୁପକ୍ଷର ଏକ F-୧୫ ଲଢ଼ୁଆ…

ବିଶ୍ୱ ଜଳ ଦିବସ ସମାରୋହ ୨୦୨୬ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ, ବଡ଼ ଘୋଷଣା କରି…..

ଭୁବନେଶ୍ବର,୨୨।୩: ରାଜ୍ୟ ସ୍ତରୀୟ ବିଶ୍ୱ ଜଳ ଦିବସ ସମାରୋହ ୨୦୨୬ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଲୋକସେବା ଭବନ କନଭେନଶନ ସେଣ୍ଟର ଠାରେ…

ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଆକ୍ସନରେ ମୋଦି!

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ବିଶ୍ୱବ୍ୟାପୀ ଚିନ୍ତାକୁ ବୃଦ୍ଧି କରିଛି। ଗତ ୨୩ ଦିନ ଧରି ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଶତ୍ରୁତା ଲାଗି ରହିଛି।…

ଏପ୍ରିଲ ପହିଲାରୁ ATM ବ୍ୟବହାର ହୋଇଯିବ ମହଙ୍ଗା, ଜାଣିରଖନ୍ତୁ ନୂଆ ନିୟମ, ନଚେତ…

ନୂଆଦିଲ୍ଲୀ,୨୨।୩: ନୂତନ ଆର୍ଥିକ ବର୍ଷ ଆରମ୍ଭରୁ ସାଧାରଣ ଗ୍ରାହକଙ୍କ ପାଇଁ ବ୍ୟାଙ୍କିଙ୍ଗ ନିୟମରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଏପ୍ରିଲ ୧ ତାରିଖରୁ ATMରୁ ଟଙ୍କା ଉଠାଣ,…

୧୩ହଜାର ଟଙ୍କା ଶସ୍ତା ହେଲା ସୁନା; ଏକ୍ସପର୍ଟ କଲେ ବଡ଼ ଭବିଷ୍ୟବାଣୀ, ଆଗକୁ…

ନୂଆଦିଲ୍ଲୀ,୨୨।୩: ଇରାନ, ଇସ୍ରାଏଲ ଏବଂ ଆମେରିକା ସହିତ ସଂଘର୍ଷ ଏବଂ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଇବା ଯୋଗୁଁ, ଏହି ସପ୍ତାହରେ ସୁନା ଏବଂ ରୂପା ମୂଲ୍ୟରେ ତୀବ୍ର…

ହରମୁଜ ସଙ୍କଟ ଭିତରେ ଭାରତ ତେଲକୁ ନେଇ ନେଲା ବଡ଼ ନିଷ୍ପତ୍ତି, ମେ ମାସ ଆରମ୍ଭରୁ…

ନୂଆଦିଲ୍ଲୀ,୨୨।୩: ବଢ଼ୁଥିବା ବିଶ୍ୱ ଉତ୍ତେଜନା ଏବଂ ଯୋଗାଣ ସଙ୍କଟ ମଧ୍ୟରେ, ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ (HPCL) ଆଙ୍ଗୋଲାରୁ 2 ନିୟୁତ ବ୍ୟାରେଲ ଅଶୋଧିତ ତୈଳ କ୍ରୟ କରିବା…

ଟ୍ରମ୍ପଙ୍କ ଅଲ୍ଟିମେଟମ୍‌ ପରେ ବିପଜ୍ଜନକ ଧମକ ଦେଲା ଇରାନ, ଭୟରେ ଥରହର ସାରା ବିଶ୍ୱ

ଓ୍ବାଶିଂଟନ୍‌,୨୨।୩: ଆମେରିକା-ଇସ୍ରାଏଲ ଯୁଦ୍ଧ ଏବେ ଆରବ ଦେଶଗୁଡ଼ିକୁ ତୃଷାର୍ତ୍ତ କରିପାରେ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ୪୮ ଘଣ୍ଟାର ଅଲ୍ଟିମେଟମ୍‌ ପରେ ଇରାନ ପ୍ରତିଆକ୍ରମଣ ଆରମ୍ଭ କରିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri