ଆମରଣ ଅନଶନରେ ଆୟୁଷ ଛାତ୍ରୀଛାତ୍ର : ଦେଲେ ଚେତାବନୀ, ଦାବି ପୂରଣ ନହେବା ଯାଏ…

ବଲାଙ୍ଗୀର, ୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସରକାରୀ ଆୟୁର୍ବେଦିକ କଲେଜ ଓ ହସ୍ପିଟାଲ ସମ୍ମୁଖରେ ନିଖିଳ ଓ ଆୟୁଷ ଛାତ୍ର ସଙ୍ଗଠନ ପକ୍ଷରୁ ଜୋରଦାର ଆନ୍ଦୋଳନ ଜାରି ରହିଛି। ଏବେ ଆୟୁଷ ଛାତ୍ରୀଛାତ୍ରମାନେ ଆମରଣ ଅନଶନରେ ବସିଛନ୍ତି। ସରକାରୀ ଆୟୁର୍ବେଦିକ କଲେଜର ୧୬ ଜଣ ଛାତ୍ରୀଛାତ୍ର ଆମରଣ ଅନଶନରେ ବସିବାର ଇତିମଧ୍ୟରେ ୨୪ ଘଣ୍ଟା ବିତିଯାଇଥିଲେ ମଧ୍ୟ କୌଣସି ଅଧିକାରୀ କି ପ୍ରତିନିଧି ଆସିନଥିବାରୁ ଛାତ୍ର ଅଶାନ୍ତି ବଢିବାରେ ଲାଗିଛି। ଅହୋରାତ୍ର ଆନ୍ଦୋଳନରେ ବସିରହିବା ପରେ ଏବେ ଛାତ୍ରୀଛାତ୍ରମାନେ ଆମରଣ ଅନଶନକୁ ଓହ୍ଳାଇଥିବାରୁ ସେମାନଙ୍କ ସ୍ବାସ୍ଥ୍ୟହାନୀ ଆଶଙ୍କା ବୃଦ୍ଧି ପାଇଛି। ପ୍ରବଳ ଶୀତରେ ଛାତ୍ରୀଛାତ୍ରମାନେ ରାତି ସାରା ଆନ୍ଦୋଳନରେ ବସିଛନ୍ତି। ମଙ୍ଗଳବାର ହସ୍ପିଟାଲ ପକ୍ଷରୁ ଡାକ୍ତରମାନେ ଅନଶନରେ ବସିଥିବା ଛାତ୍ରୀଛାତ୍ରଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ସହ ଚିନ୍ତା ପ୍ରକଟ କରିଛନ୍ତି। ଆନ୍ଦୋଳନରତ ଛାତ୍ରୀଛାତ୍ର କହିଛନ୍ତି ଯେ, ଅନଶନରେ ବସିଲା ପରେ ମଧ୍ୟ ସରକାର ଯଦି ସେମାନଙ୍କ ନ୍ୟାୟ ଦାବି ଶୁଣିବେ ନାହିଁ ତେବେ ଏଥିପାଇଁ ଯାହା ହେବ ସରକାର ହିଁ ଦାୟୀ ରହିବେ। ଯେକୌଣସି ପରିସ୍ଥିତିରେ ସେମାନେ ଆଉ ଅନଶନରୁ ଓହରିବେ ନାହିଁ। ସ୍ବାସ୍ଥ୍ୟମନ୍ତ୍ରୀ ନିଜ ଜିଲାର ହୋଇଥିବା ସତ୍ତ୍ୱେ ସେମାନଙ୍କ ପାଖକୁ ଆସୁନଥିବାରୁ ସେମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଆମରଣ ଅନଶନକୁ ନେଇ ଜିଲାପାଳ ଓ ସିଡିଏମଓଙ୍କୁ ଜଣାଇ ଦିଆଯାଇଛି ବୋଲି ସେମାନେ କହିଛନ୍ତି। ସୋମବାର ଛାତ୍ରୀଛାତ୍ରମାନେ ଦାବି ପୂରଣ ପାଇଁ କଲେଜ ସମ୍ମୁଖରେ ହୋମ ଯଜ୍ଞ କରିଥିଲେ।

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri