ଦେବତାଙ୍କୁ ଖୁସି କରିବା ଲାଗି ଆଙ୍ଗୁଳି କାଟୁଥିଲେ ପ୍ରାଚୀନ ମଣିଷ, ଅଧ୍ୟୟନରୁ ସ୍ପଷ୍ଟ

ନୂଆଦିଲ୍ଲୀ,୨୬।୧୨:ବର୍ତ୍ତମାନ ବଡି ମୋଡିଫିକେଶନକୁ ନେଇ ଅନେକ ମାମଲା ସାମ୍ନାକୁ ଆସୁଛି। ଭିନ୍ନ ଦେଖାଯିବାକୁ ଲୋକ ଓଠରେ ଲିପ ଫିଲର କରି ଓଠକୁ ମୋଟା କରିବା ସହ ଆକର୍ଷଣୀୟ କରୁଛନ୍ତି ତ କିଏ ନିଜ ଜିଭକୁ ଦି ଭାଗ କରୁଛନ୍ତି ତ କେହି କେହି ନକଲି ସିଙ୍ଗ ମଧ୍ୟ ଲଗାଉଛନ୍ତି। ଟାଟୁ ଫ୍ୟାଶନ ଚାଲିଥିବାବେଳେ ଅଧିକାଂଶ ଲୋକ ନିଜ ଶରୀରର ୯୦ଭାଗକୁ ଟାଟୁରେ କଭର କରୁଛନ୍ତି।
ଇଏ ତ ରହିଲା ବିଂଶ ଶତାଦ୍ଦୀର ଆଧୁନିକ ଯୁଗର କଥା। ହେଲେ ଏକବିଂଶ ଶତାବ୍ଦୀରେ ଫ୍ୟାଶନ ପାଇଁ ଲୋକେ ନିଜ ହାତର ଗୋଟିଏ ଆଙ୍ଗୁଠି କାଟି ଦେଉଥିଲେ। ଏକ ଅଧ୍ୟୟନରୁ ଏ ସମ୍ପର୍କରେ ଜଣାପଡିଛି।

ଅଧ୍ୟୟନନୁସାରେ, ପ୍ରାଚୀନ ପ୍ରସ୍ତର ଯୁଗରେ ପଶ୍ଚିମ ୟୁରୋପରେ ଉଭୟ ପୁରୁଷ ଓ ମହିଳାମାନେ ଧାର୍ମିକ ରୀତିନୀତକୁ ମାନି ନିଜ ନିଜ ଆଙ୍ଗୁଳି କାଟୁଥିଲେ। ଏହାର ପ୍ରମାଣ ମଧ୍ୟ ମିଳିଛି। ଗୁମ୍ଫାମାନଙ୍କରେ ସେମାନେ ଶତାଧିକ ହାତଛାପ ଚିହ୍ନଟ କରିଛନ୍ତି, ଯେଉଁଥିରେ ଲୋକଙ୍କ ହାତର ଗୋଟିଏ ଆଙ୍ଗୁଳି ନାହିଁ ।

କାନାଡାର ଭ୍ୟାଙ୍କୁଭରରେ ସାଇମନ ଫ୍ରେଜର୍‌ ବିଶ୍ୱବିଦ୍ୟାଳୟର ପ୍ରତ୍ନତତ୍ତ୍ୱବିତ ପ୍ରଫେସର ମାର୍କ କୋଲାର୍ଡ କହିଛନ୍ତି, ପ୍ରାଚୀନ ପ୍ରସ୍ତର ଯୁଗରେ ଲୋକମାନେ ଦେବତାଙ୍କ ଆଶିଷ ଲାଭ
ପାଇଁ ଧାର୍ମିକ ପରମ୍ପରା ନାମ ଦେଇ ନିଜର ଆଙ୍ଗୁଳି କାଟୁଥିଲେ। କୋଲାର୍ଡ ନିକଟରେ ୟୁରୋପିଆନ ସୋସାଇଟି ଫର୍‌ ହ୍ୟୁମାନ ଇଭୋଲ୍ୟୁ ସନେରେ ଉକ୍ତ ଅଧ୍ୟୟନର ରିପୋର୍ଟ
ଉପସ୍ଥାପନ କରିଛନ୍ତି । ଏଥିରେ ଫ୍ରାନ୍ସ ଓ ସ୍ପେନର ୨୫ହଜାର ବର୍ଷ ପୁରୁଣା ହାତର ଛାପ ଥିବା ଚିତ୍ର ବିଷୟରେ ବର୍ଣ୍ଣନା କରାଯାଇଛି । ପ୍ରାୟ ପ୍ରତ୍ୟେକ ୨୦୦ ଚିତ୍ରରେ ଲୋକଙ୍କର ଗୋଟିଏ ଆଙ୍ଗୁଳି ନ ଥିବା ଜଣାପଡିଛି। ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଲା, କିଛି ଚିତ୍ରରେ ଆଙ୍ଗୁଳିର ଉପର ଅଂଶ ଉଭାନ ରହିଛି।

 

Share