ଆମ ସାଥୀ ଜିପିଏସ୍‌

ଦିନ ଥିଲା ଅଧିକାଂଶ ମହିଳାଙ୍କୁ କୌଣସି କାର୍ଯ୍ୟରେ ବାହାରକୁ ଯିବା ପାଇଁ ପରିବାର ସଦସ୍ୟଙ୍କ ଉପରେ ନିର୍ଭର କରିବାକୁ ପଡୁଥିଲା। ଅତ୍ୟାବଶ୍ୟକ ସ୍ଥଳେ ଏକାକୀ କୌଣସି ଅଜଣା ଜାଗାକୁ ଯିବାକୁ ଥିଲେ କେବେ ବାଟବଣା ହୋଇଯିବାକୁ ନେଇ ତ ଆଉ କେବେ ଅଚିହ୍ନା ଗାଡିବାଲା ଅନ୍ୟତ୍ର ନେଇ ଯିବାକୁ ନେଇ ଭୟ ରହୁଥିଲା। ହେଲେ ଏହାର ସରଳ ସମାଧାନ ଉପାୟ ପାଲଟିଛି
ଜିପିଏସ୍‌ ବା ଗୁଗୁଲ୍‌ ମ୍ୟାପ୍‌। ନିଜ ମୋବାଇଲ୍‌ ଫୋନ୍‌ରେ ଏହାକୁ ବ୍ୟବହାର କରି
ସେମାନେ ପ୍ରତ୍ୟେକ ସ୍ଥାନରେ ସହଜରେ ପହଞ୍ଚତ୍ ପାରୁଛନ୍ତି…

ଜିପିଏସ୍‌ ବା ଗୁଗଲ୍‌ ମ୍ୟାପ୍‌ ବର୍ତ୍ତମାନ ସମସ୍ତଙ୍କ ଲାଗି ବିଶେଷ କରି ବାହାରକୁ ଯିବା ଲାଗି ଅନ୍ୟ ଉପରେ ନିର୍ଭର କରୁଥିବା ମହିଳାଙ୍କ ଖୁବ୍‌ ସୁବିଧା ଯୋଗାଉଛି। ଏହାଦ୍ୱାରା କୌଣସି ସ୍ଥାନ ଖୋଜିବା ଲାଗି ଅନ୍ୟର ସାହାଯ୍ୟ ନେବା କିମ୍ବା ଦୀର୍ଘ ସମୟ ଧରି ଏଣେତେଣେ ବୁଲିବା ଭଳି ସମସ୍ୟା ରହୁନାହିଁ। ଅଯଥା ସମୟ ନଷ୍ଟ ସହ ଅନାବଶ୍ୟକ ଇନ୍ଧନ ଖର୍ଚ୍ଚକୁ ମଧ୍ୟ ରୋକାଯାଇପାରୁଛି। ଗୁଗଲ୍‌ ମ୍ୟାପ୍‌ରେ ସମସ୍ତ ଯାନବାହନ ଚଳାଚଳ ଲାଗି ମଲ୍ଟିପ୍‌ଲ ଟ୍ରାନ୍ସପୋର୍ଟେଶନ୍‌ ମୋଡ୍‌ ରହିଛି; ଯେଉଁଥିରେ ପାଦଚଲା ରାସ୍ତାଠାରୁ ଟୁ ହ୍ବିଲର, କାର, ଅନ୍ୟ ପବ୍ଲିକ୍‌ ଯାନବାହନ ଚାଳକମାନଙ୍କ ସୁବିଧା ମୁତାବକ ମଧ୍ୟ ଫିଚର୍ସ ଉପଲବ୍ଧ। ଏଥିରେ ଥିବା ଭଏସ୍‌ ନାଭିଗେଶନ୍‌ ସିଷ୍ଟମ ଦ୍ୱାରା ଶୁଣିଶୁଣି ମଧ୍ୟ ଆପଣ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚତ୍ପାରିବେ। ପ୍ଲସ୍‌ କୋଡ୍ସ ଦ୍ୱାରା ବିଭିନ୍ନ ଛୋଟଛୋଟ ସ୍ଥାନର ଅବସ୍ଥିତି ମଧ୍ୟ ସହଜରେ ଠାବ କରିପାରିବେ। ଏଥିରେ ଗୁଗଲ୍‌ ଦ୍ୱାରା ପ୍ରତ୍ୟେକ ସ୍ଥାନ ଲାଗି ୪ ଅଙ୍କ ବିଶିଷ୍ଟ ଭିନ୍ନଭିନ୍ନ ସ୍ପେଶାଲ କୋଡ୍‌ ରହିଛି, ଯାହାକୁ ସହରର ନାମ ସହ ଯୋଡ଼ା ଯାଇଛି। ତେବେ ବର୍ତ୍ତମାନ ଏହାର ଲାଟେଷ୍ଟ ଫିଚର ଲାଇଭ୍‌ ଲୋକେଶନ୍‌ ଦ୍ୱାରା ବ୍ୟବହାରକାରୀ କୌଣସି ସ୍ଥାନର ଅବସ୍ଥିତି ଜାଣିବା ଲାଗି ନିଜେ ଏହି କୋଡ୍‌ ବ୍ୟବହାର କରିବା ସହ ଶେୟାର ବି କରିପାରିବେ।
ଲାଇଭ୍‌ ଲୋକେଶନ୍‌ କମାଇଛି ଖୋଜିବାର ସମୟ: କୌଣସି ନୂଆ ସ୍ଥାନରେ କାହାକୁ ଭେଟିବାର ଥିଲେ ଅନେକ ସମୟରେ ଖୋଜିବାରେ ହିଁ ସବୁଠୁ ଅଧିକ ସମୟ ନଷ୍ଟ ହୋଇଥାଏ। ହେଲେ ଏବେ ଜିପିଏସ୍‌ରେ ଲାଇଭ ଲୋକେଶନ୍‌ ସେୟାର୍‌ କରିବାର ସୁବିଧା ଉପଲବ୍ଧ, ଯାହାଦ୍ୱାରା ଏଣେତେଣେ ନ ଖୋଜି ସିଧାସଳଖ ମ୍ୟାପ୍‌ ଦେଖି ଜଣଙ୍କ ପାଖରେ ପହଞ୍ଚତ୍ବା ଖୁବ୍‌ ସହଜ ହୋଇପାରିଛି।
ଯାତ୍ରାକୁ ସହଜ କରୁଛି ଭଏସ୍‌ ନାଭିଗେଶନ୍‌ ସେବା: ବର୍ତ୍ତମାନ ଅଧିକାଂଶ ମହିଳା ଦୁଇ ଚକିଆରୁ ୪ ଚକିଆ ପର୍ଯ୍ୟନ୍ତ ଯେକୌଣସି ସ୍ଥାନକୁ ଗାଡି ଭଡାକରି ଯିବା ଅପେକ୍ଷା ନିଜେ ଡ୍ରାଇଭ୍‌ କରି ଯିବାର ଚାର୍ମ ଅଲଗା। ହେଲେ ଯେହେତୁ ପ୍ରତ୍ୟେକ ସ୍ଥାନର ରାସ୍ତା ବିଷୟରେ ଜଣାନାହିଁ, ତେଣୁ ଗୁଗଲ୍‌ ମ୍ୟାପ୍‌ର ସାହାଯ୍ୟ ନେଇଥାଏ। ବିଶେଷକରି ଏଥିରେ ଥିବା ଭଏସ୍‌ ନାଭିଗେଶନ୍‌ ସେବା ସବୁଠୁ ବେଷ୍ଟ। ଏହାଦ୍ୱାରା ଅନ୍ୟମନସ୍କ ହୋଇ ଅଲଗା ରାସ୍ତାରେ ପଶିଯିବାର ଟେନ୍‌ଶନ୍‌ ନାହିଁ। ଭଏସ୍‌ କମାଣ୍ଡ ଶୁଣି ଠିକ୍‌ ସମୟରେ ଟର୍ନିଂ ନେଇ ପହଞ୍ଚତ୍ ହେଉଛି।
କମିଛି ଏକା ଯିବାର ଭୟ: କୌଣସି ସ୍ଥାନକୁ ମୁଖ୍ୟତଃ ନୂଆ ସ୍ଥାନକୁ ଏକାକୀ ଭଡ଼ା ଗାଡି ବା କ୍ୟାବ୍‌ରେ ଯିବା ସମୟରେ ଡ୍ରାଇଭର ଠିକ୍‌ ରାସ୍ତାରେ ନେଉଛି କି ନାହିଁର ଭୟ ଅନେକ ମହିଳାଙ୍କ ମନରେ ରହିଥାଏ। ହେଲେ ବର୍ତ୍ତମାନ ଏହି ଭୟକୁ କମାଇ ଦେଇଛି ଗୁଗଲ୍‌ ମ୍ୟାପ୍‌। ଏହାଦ୍ୱାରା ଗାଡିରେ ବସିବା ପରେ ନିଜେ ରାସ୍ତା ଦେଖି ହେବା ସହ ଅବିଳମ୍ବେ ଗନ୍ତବ୍ୟ ସ୍ଥଳରେ ପହଞ୍ଚତ୍ ହେଉଛି। ସେଥିରେ ଜିପିଏସ୍‌ ଟ୍ରାକିଂ ସିଷ୍ଟମ୍‌ ରହିଥିବାରୁ କୌଣସି ଅଘଟଣ କିମ୍ବା ଅସୁବିଧା ହେଲେ ତୁରନ୍ତ ଏହାକୁ ଠାବ କରାଯାଇପାରୁଛି। କେବଳ ଏତିକି ନୁହେଁ ଅନ୍ୟ କେହି ସେଠାକୁ ଆସିବାର ଥିଲେ ଡେଷ୍ଟିନେଶନ କୋଡ୍‌ ଶେୟାର ମଧ୍ୟ କରି ହେଉଛି।
ଟୁରିଷ୍ଟ ଗାଇଡ୍‌ ପାଲଟିଛି: ପୂର୍ବରୁ ମହିଳାମାନଙ୍କୁ କୌଣସି ଅଜଣା ସ୍ଥାନକୁ ବୁଲି ଗଲେ ବିଶେଷକରି ସ୍ବଳ୍ପ ସମୟ ମଧ୍ୟରେ ଅଧିକ ସ୍ଥାନ ବୁଲି ଯିବାର ଥିଲେ ବାଧ୍ୟତାମୂଳକ ଭାବେ ଉକ୍ତ ସ୍ଥାନ ସମ୍ପର୍କରେ ଜାଣିଥିବା କେହି ବ୍ୟକ୍ତି କିମ୍ବା ଟୁରିଷ୍ଟ ଗାଇଡ୍‌ଙ୍କ ସାହାଯ୍ୟ ନେବାକୁ ହୋଇଥାଏ। ହେଲେ ବର୍ତ୍ତମାନ ଏହି ଗାଇଡ୍‌ର ଦାୟିତ୍ୱ ତୁଲାଉଛି ଗୁଗଲ୍‌ ମ୍ୟାପ। କୌଣସି ନୂଆ ଯାଗାକୁ ଯାଇଥିଲେ ବିଳମ୍ବ ହୋଇଗଲେ ପାଖରେ ଥିବା ହୋଟେଲ୍‌, ଲଜ୍‌, ରେଷ୍ଟୋରାଣ୍ଟ ଆଦି ସମ୍ପର୍କରେ ଏଥିରୁ ସହଜରେ ଜାଣି ହେଉଛି।
ସମୟ ବଞ୍ଚାଇ ହେଉଛି: ପୂର୍ବରୁ କୌଣସି ଜରୁରିକାଳୀନ ପରିସ୍ଥିତିରେ କମ୍‌ ସମୟ ମଧ୍ୟରେ କୌଣସି ସ୍ଥାନରେ ପହଞ୍ଚତ୍ବା ଲାଗି ବାରମ୍ବାର ଅନ୍ୟମାନଙ୍କୁ ରାସ୍ତା ପଚାରି ବୁଝିବା ଭିତରେ ଅଯଥା ସମୟ ନଷ୍ଟ ହେଉଥିଲା। କେବେକେବେ ଏଥିପାଇଁ ଜରୁରୀ କାମ ବି ହୋଇପାରୁ ନ ଥିଲା। ହେଲେ ଗୁଗଲ୍‌ ମ୍ୟାପ୍‌ ବ୍ୟବହାର କରିବା ଦ୍ୱାରା ସହଜରେ ଯଥାସ୍ଥାନରେ ପହଞ୍ଚତ୍ୟିବା ସହ ସମୟ ମଧ୍ୟ ବଞ୍ଚାଇ ହେଉଛି।

 

ପ୍ରଣତି ପ୍ରଧାନ(କେଉଁଝର)- ଯେତେ ବେଳେ କୌଣସି ବି ନୂଆ ସ୍ଥାନକୁ ଯାଏ ବିନା ଦ୍ବିଧାରେ ଗୁଗଲ ମ୍ୟାପ୍‌ ସାହାଯ୍ୟରେ ପହଞ୍ଚତ୍ୟାଏ। କାରଣ ଏଥିରେ ଉକ୍ତ ସ୍ଥାନର ଦିଗ ବିଷୟରେ ଶୁଣିହୁଏ ଆଉ ଜାଣି ବି ହୁଏ। ଲକ୍ଷ୍ୟ ସ୍ଥଳରେ କେମିତି ଗଲେ କେତେ ସମୟ ଲାଗିବ ତାହା ବି ଏଥିରୁ ଜାଣିପାରେ। ଆଉ ସେହି ଅନୁସାରେ ନିର୍ଣ୍ଣୟ କରି ଯିବା ଆସିବାରେ ବେଶି କିଛି ଅସୁବିଧା ହୁଏନି। ଯେଥିପାଇଁ ଜିପିଏସ୍‌ ବ୍ୟବହାର କରି ଏକାକୀ ବି କୌଣସି ସ୍ଥାନକୁ ସହଜରେ ଯାଇ ହେଉଛି।
ଦୀପ୍ତି ରାଣୀ ଜେନା(ବାଲେଶ୍ୱର)- ଗୁଗଲ୍‌ ମ୍ୟାପରେ ସାଟେଲାଇଟ୍‌ ଚିତ୍ର, ଷ୍ଟ୍ରିଟ୍‌ ମାନଚିତ୍ର, ନିଜ କରେଣ୍ଟ ଲୋକେଶନର ଟ୍ରାଫିକ୍‌ ସ୍ଥିତି ଏବଂ ଜନସାଧାରଣ ପରିବହନର ମାର୍ଗ ଇତ୍ୟାଦି ଦେଖାଇଥାଏ। ଦରକାର ବେଳେ ଆମ ଆଖପାଖରେ ଥିବା ମେଡିକାଲ, ରେଷ୍ଟୁରାଣ୍ଟ ଏବଂ ଗ୍ରୋସରି ଦୋକାନର ରାସ୍ତା ମଧ୍ୟ ଦେଖାଏ। ମୋ ପୁଅ ପାଇଁ କିଛି ଔଷଧ ଦରକାର ଥିଲେ ମ୍ୟାପରେ ମେଡିସିନ ଦୋକାନର ଫୋନ ନମ୍ବର ବି ଥାଏ, ସେହି ନମ୍ବରକୁ କଲ୍‌ କଲେ ମେଡିସିନ ହୋମ ଡେଲିଭରି ମଧ୍ୟ କରିଦିଅନ୍ତି। ଆଉ ଏହି ସବୁ ସୁବିଧା ପାଇଁ ଏହି ଆପ୍‌ ବର୍ତ୍ତମାନ ମୋର ଅତି ପ୍ରିୟ ପାଲଟିଛି।
ସୋନାଲି ସାହୁ (ସମ୍ବଲପୁର)-
ମୁଁ ଯେ କୌଣସି ସ୍ଥାନ ବିଷୟରେ ଜାଣିବାକୁ ଇଚ୍ଛା କଲେ ଗୁଗଲ ମ୍ୟାପ୍‌ରେ ତା’ ସମ୍ପର୍କରେ ସମ୍ପୂର୍ଣ୍ଣ ଧାରଣା ପାଇଯାଏ। ଲକ୍ଷ୍ୟ ସ୍ଥଳରେ ପହଞ୍ଚତ୍ବାର ଦୂରତା, କେଉଁଥିରେ ଗଲେ କେତେ ସମୟରେ ଓ କେଉଁ ଦିଗରେ ଗଲେ ପହଞ୍ଚତ୍ପାରିବି ସେସବୁ ଏଥିରୁ ହିଁ ଜାଣିପାରେ। ଏହାର ଅଡିଓ, ଭିଜୁଆଲ ଏବଂ ଭୁଲ୍‌ ଦିଗର ସତର୍କତା ଗନ୍ତବ୍ୟ ପଥକୁ ସୁଗମ କରିଥାଏ। ସେଥିପାଇଁ ମୁଁ ଚାଲି ଚାଲି ହେଉ କିମ୍ବା କୌଣସି ଯାନବାହନରେ ଯିବା ପାଇଁ ବିନା ଦ୍ୱନ୍ଦରେ ଏହାର ସାହାଯ୍ୟ ନେଇଥାଏ।
ସ୍ମୃତି ଦାସ ଦେବ(ଭୁବନେଶ୍ୱର)- ଗୁଗଲ୍‌ ମ୍ୟାପ୍‌ କୌଣସି ଜାଗାର ରୁଟ୍‌ ଦେଖାଇବା ସହ ବହୁତ କିଛି କରିପାରିବ। ଆପ୍‌ ଆମ ମନ ପସନ୍ଦର ବିଷୟଗୁଡିକ ଉପରେ ସବିଶେଷ ବିବରଣୀ ପ୍ରଦାନ କରିପାରିବ। ଯେପରି କି ରେଷ୍ଟୁରାଣ୍ଟର ବର୍ଣ୍ଣନା, ରିଭିୟୁ, ଫଟୋ ଇତ୍ୟାଦି। ଗୁଗଲ୍‌ ମ୍ୟାପ୍‌ର ଏକ ବିଶେଷ ଉପଯୋଗୀ ସୂଚନା ହେଉଛି, ଯେତେବେଳେ ମୁଁ ଟ୍ରାଭେଲ କରେ ସେହି ସ୍ଥାନ ଅଧିକ ଭିଡ଼ ହୋଇଛି କି ନାହିଁ ଏଥିରୁ ଜାଣିବା ସହ ଆବଶ୍ୟକ ସ୍ଥଳେ ଗନ୍ତବ୍ୟ ସ୍ଥଳରେ ପହଞ୍ଚତ୍ବା ଲାଗି ଅନ୍ୟ ରୁଟ୍‌ ପରିବର୍ତ୍ତନ କରିପାରେ। ବସ୍‌, ଟ୍ରେନ କିମ୍ବା ସ୍କୁଟିରେ ଗଲେ କେଉଁଟା ମୋ ପାଇଁ ଭଲ ହେବ ତାହା ମଧ୍ୟ ଏହା ଦର୍ଶାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

ରେଷ୍ଟୁରାଣ୍ଟ-ଢାବା ମାଲିକଙ୍କ ପାଇଁ ନିର୍ଦ୍ଦେଶ: କେବଳ ଏମିତି କଲେ ମିଳିବ ବାଣିଜ୍ୟିକ ସିଲିଣ୍ଡର

ନୂଆଦିଲ୍ଲୀ,୪।୪: ଦିଲ୍ଲୀ ସରକାର ବାଣିଜ୍ୟିକ LPG ସିଲିଣ୍ଡର ଯୋଗାଣ ନିୟନ୍ତ୍ରଣ ନିୟମକୁ କଡ଼ାକଡ଼ି କରିଛନ୍ତି। ଏବେ, ଯେଉଁ ଅଞ୍ଚଳରେ ପାଇପ ଯୁକ୍ତ ପ୍ରାକୃତିକ ଗ୍ୟାସ (PNG) ନେଟୱାର୍କ…

ଇସ୍ତଫା ଦେଲେ ପେଣ୍ଡିଲି ସରପଞ୍ଚ, କାରଣ କହିଲେ…

ଗୁଡାରି,୪।୪(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ସରପଞ୍ଚ ରେଣୁକା ଶବର ନିଜ ପଦବୀରୁ ଶନିବାର ଅପରାହ୍ନରେ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା…

ଚାଲିଛି ଆଇପିଏଲ ସିଜନ୍‌: ଯୁବ ଗୋଷ୍ଠୀଙ୍କୁ ଲୋଭ ଦେଖାଇ ଆକୃଷ୍ଟ କରୁଛନ୍ତି ଦଲାଲ

ଗଞ୍ଜାମ,୪।୪(ବିଦ୍ୟାଧର ସାହୁ ): ବର୍ତ୍ତମାନ ଆରମ୍ଭ ହୋଇଯାଇଛି ଆଇପିଏଲ ସିଜନ । ପ୍ରତ୍ୟେକ ଦିନ ବିଭିନ୍ନ ଫ୍ରାଞ୍ଚାଇଜ ଦଳ ସହ ଅନୁଷ୍ଠିତ ହେଉଛି ୨୦-୨୦ ମ୍ୟାଚ ।…

ପୁରୀ ବିମାନବନ୍ଦର ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଭକ୍ତ, କହିଲେ…

ଭୁବନେଶ୍ୱର,୪ା୪: ପୁରୀ ବିମାନବନ୍ଦର ପାଇଁ ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ। ପିସିସି ସଭାପତି ଭକ୍ତ ଶନିବାର ଗଣମାଧ୍ୟକୁ…

ନିଜ ପଢ଼ା ସମୟର କଥା କହିଲେ ଉପଜିଲାପାଳ: କେମିତି ପଢ଼ିଲେ…

ତୁମୁଡିବନ୍ଧ,୪।୪(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧସ୍ଥିତ ନେତାଜୀ ସୁଭାଷ ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂତନ ଭାବେ ନିର୍ମିତ ହୋଇଥିବା କୋଠା ଗୃହକୁ ବାଲିଗୁଡା ଉପଜିଲାପାଳ …

ସମ୍ପର୍କରେ ଲାଗିଲା କଳଙ୍କ: ଜ୍ୱାଇଁଙ୍କ ସହ ଶାଶୁ ଫେରାର, ମୋବାଇଲ ଲୋକେସନ ଖୋଲିଦେଲା ସବୁ ଗୁମର

ରାଞ୍ଚି,୪ା୪: ଝାଡ଼ଖଣ୍ଡର ଦୁମକା ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଶାଶୁ-ଜ୍ୱାଇଁଙ୍କ ପରି ପବିତ୍ର ସମ୍ପର୍କରେ କଳଙ୍କ ଲଗାଇଛି। ସରିଆହାଟ ଥାନା ଅଞ୍ଚଳର ମଥାକେସୋ…

ଭାରତ ପାଇଁ ହେବ ଦ୍ୱିତୀୟ ମଧ୍ୟପ୍ରାଚ୍ୟ! ପ୍ରଚୁର ପରିମାଣରେ ଆସିବ LPG ସହ ପେଟ୍ରୋଲ, ହର୍ମୁଜକୁ ନେଇ ଆଉ ରହିବ ନାହିଁ ଚିନ୍ତା

ଓ୍ବାଶିଂଟନ,୪।୪: ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ‘ଷ୍ଟ୍ରେଟ ଅଫ ହର୍ମୁଜ’ ପ୍ରଭାବଶାଳୀ ଭାବରେ ଅବରୋଧିତ ରହିଛି। ଇରାନ ବନ୍ଧୁତ୍ୱପୂର୍ଣ୍ଣ ରାଷ୍ଟ୍ରଗୁଡ଼ିକୁ ଏହି ପ୍ରଣାଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri