ଆମ ସାଥୀ ଜିପିଏସ୍‌

ଦିନ ଥିଲା ଅଧିକାଂଶ ମହିଳାଙ୍କୁ କୌଣସି କାର୍ଯ୍ୟରେ ବାହାରକୁ ଯିବା ପାଇଁ ପରିବାର ସଦସ୍ୟଙ୍କ ଉପରେ ନିର୍ଭର କରିବାକୁ ପଡୁଥିଲା। ଅତ୍ୟାବଶ୍ୟକ ସ୍ଥଳେ ଏକାକୀ କୌଣସି ଅଜଣା ଜାଗାକୁ ଯିବାକୁ ଥିଲେ କେବେ ବାଟବଣା ହୋଇଯିବାକୁ ନେଇ ତ ଆଉ କେବେ ଅଚିହ୍ନା ଗାଡିବାଲା ଅନ୍ୟତ୍ର ନେଇ ଯିବାକୁ ନେଇ ଭୟ ରହୁଥିଲା। ହେଲେ ଏହାର ସରଳ ସମାଧାନ ଉପାୟ ପାଲଟିଛି
ଜିପିଏସ୍‌ ବା ଗୁଗୁଲ୍‌ ମ୍ୟାପ୍‌। ନିଜ ମୋବାଇଲ୍‌ ଫୋନ୍‌ରେ ଏହାକୁ ବ୍ୟବହାର କରି
ସେମାନେ ପ୍ରତ୍ୟେକ ସ୍ଥାନରେ ସହଜରେ ପହଞ୍ଚତ୍ ପାରୁଛନ୍ତି…

ଜିପିଏସ୍‌ ବା ଗୁଗଲ୍‌ ମ୍ୟାପ୍‌ ବର୍ତ୍ତମାନ ସମସ୍ତଙ୍କ ଲାଗି ବିଶେଷ କରି ବାହାରକୁ ଯିବା ଲାଗି ଅନ୍ୟ ଉପରେ ନିର୍ଭର କରୁଥିବା ମହିଳାଙ୍କ ଖୁବ୍‌ ସୁବିଧା ଯୋଗାଉଛି। ଏହାଦ୍ୱାରା କୌଣସି ସ୍ଥାନ ଖୋଜିବା ଲାଗି ଅନ୍ୟର ସାହାଯ୍ୟ ନେବା କିମ୍ବା ଦୀର୍ଘ ସମୟ ଧରି ଏଣେତେଣେ ବୁଲିବା ଭଳି ସମସ୍ୟା ରହୁନାହିଁ। ଅଯଥା ସମୟ ନଷ୍ଟ ସହ ଅନାବଶ୍ୟକ ଇନ୍ଧନ ଖର୍ଚ୍ଚକୁ ମଧ୍ୟ ରୋକାଯାଇପାରୁଛି। ଗୁଗଲ୍‌ ମ୍ୟାପ୍‌ରେ ସମସ୍ତ ଯାନବାହନ ଚଳାଚଳ ଲାଗି ମଲ୍ଟିପ୍‌ଲ ଟ୍ରାନ୍ସପୋର୍ଟେଶନ୍‌ ମୋଡ୍‌ ରହିଛି; ଯେଉଁଥିରେ ପାଦଚଲା ରାସ୍ତାଠାରୁ ଟୁ ହ୍ବିଲର, କାର, ଅନ୍ୟ ପବ୍ଲିକ୍‌ ଯାନବାହନ ଚାଳକମାନଙ୍କ ସୁବିଧା ମୁତାବକ ମଧ୍ୟ ଫିଚର୍ସ ଉପଲବ୍ଧ। ଏଥିରେ ଥିବା ଭଏସ୍‌ ନାଭିଗେଶନ୍‌ ସିଷ୍ଟମ ଦ୍ୱାରା ଶୁଣିଶୁଣି ମଧ୍ୟ ଆପଣ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚତ୍ପାରିବେ। ପ୍ଲସ୍‌ କୋଡ୍ସ ଦ୍ୱାରା ବିଭିନ୍ନ ଛୋଟଛୋଟ ସ୍ଥାନର ଅବସ୍ଥିତି ମଧ୍ୟ ସହଜରେ ଠାବ କରିପାରିବେ। ଏଥିରେ ଗୁଗଲ୍‌ ଦ୍ୱାରା ପ୍ରତ୍ୟେକ ସ୍ଥାନ ଲାଗି ୪ ଅଙ୍କ ବିଶିଷ୍ଟ ଭିନ୍ନଭିନ୍ନ ସ୍ପେଶାଲ କୋଡ୍‌ ରହିଛି, ଯାହାକୁ ସହରର ନାମ ସହ ଯୋଡ଼ା ଯାଇଛି। ତେବେ ବର୍ତ୍ତମାନ ଏହାର ଲାଟେଷ୍ଟ ଫିଚର ଲାଇଭ୍‌ ଲୋକେଶନ୍‌ ଦ୍ୱାରା ବ୍ୟବହାରକାରୀ କୌଣସି ସ୍ଥାନର ଅବସ୍ଥିତି ଜାଣିବା ଲାଗି ନିଜେ ଏହି କୋଡ୍‌ ବ୍ୟବହାର କରିବା ସହ ଶେୟାର ବି କରିପାରିବେ।
ଲାଇଭ୍‌ ଲୋକେଶନ୍‌ କମାଇଛି ଖୋଜିବାର ସମୟ: କୌଣସି ନୂଆ ସ୍ଥାନରେ କାହାକୁ ଭେଟିବାର ଥିଲେ ଅନେକ ସମୟରେ ଖୋଜିବାରେ ହିଁ ସବୁଠୁ ଅଧିକ ସମୟ ନଷ୍ଟ ହୋଇଥାଏ। ହେଲେ ଏବେ ଜିପିଏସ୍‌ରେ ଲାଇଭ ଲୋକେଶନ୍‌ ସେୟାର୍‌ କରିବାର ସୁବିଧା ଉପଲବ୍ଧ, ଯାହାଦ୍ୱାରା ଏଣେତେଣେ ନ ଖୋଜି ସିଧାସଳଖ ମ୍ୟାପ୍‌ ଦେଖି ଜଣଙ୍କ ପାଖରେ ପହଞ୍ଚତ୍ବା ଖୁବ୍‌ ସହଜ ହୋଇପାରିଛି।
ଯାତ୍ରାକୁ ସହଜ କରୁଛି ଭଏସ୍‌ ନାଭିଗେଶନ୍‌ ସେବା: ବର୍ତ୍ତମାନ ଅଧିକାଂଶ ମହିଳା ଦୁଇ ଚକିଆରୁ ୪ ଚକିଆ ପର୍ଯ୍ୟନ୍ତ ଯେକୌଣସି ସ୍ଥାନକୁ ଗାଡି ଭଡାକରି ଯିବା ଅପେକ୍ଷା ନିଜେ ଡ୍ରାଇଭ୍‌ କରି ଯିବାର ଚାର୍ମ ଅଲଗା। ହେଲେ ଯେହେତୁ ପ୍ରତ୍ୟେକ ସ୍ଥାନର ରାସ୍ତା ବିଷୟରେ ଜଣାନାହିଁ, ତେଣୁ ଗୁଗଲ୍‌ ମ୍ୟାପ୍‌ର ସାହାଯ୍ୟ ନେଇଥାଏ। ବିଶେଷକରି ଏଥିରେ ଥିବା ଭଏସ୍‌ ନାଭିଗେଶନ୍‌ ସେବା ସବୁଠୁ ବେଷ୍ଟ। ଏହାଦ୍ୱାରା ଅନ୍ୟମନସ୍କ ହୋଇ ଅଲଗା ରାସ୍ତାରେ ପଶିଯିବାର ଟେନ୍‌ଶନ୍‌ ନାହିଁ। ଭଏସ୍‌ କମାଣ୍ଡ ଶୁଣି ଠିକ୍‌ ସମୟରେ ଟର୍ନିଂ ନେଇ ପହଞ୍ଚତ୍ ହେଉଛି।
କମିଛି ଏକା ଯିବାର ଭୟ: କୌଣସି ସ୍ଥାନକୁ ମୁଖ୍ୟତଃ ନୂଆ ସ୍ଥାନକୁ ଏକାକୀ ଭଡ଼ା ଗାଡି ବା କ୍ୟାବ୍‌ରେ ଯିବା ସମୟରେ ଡ୍ରାଇଭର ଠିକ୍‌ ରାସ୍ତାରେ ନେଉଛି କି ନାହିଁର ଭୟ ଅନେକ ମହିଳାଙ୍କ ମନରେ ରହିଥାଏ। ହେଲେ ବର୍ତ୍ତମାନ ଏହି ଭୟକୁ କମାଇ ଦେଇଛି ଗୁଗଲ୍‌ ମ୍ୟାପ୍‌। ଏହାଦ୍ୱାରା ଗାଡିରେ ବସିବା ପରେ ନିଜେ ରାସ୍ତା ଦେଖି ହେବା ସହ ଅବିଳମ୍ବେ ଗନ୍ତବ୍ୟ ସ୍ଥଳରେ ପହଞ୍ଚତ୍ ହେଉଛି। ସେଥିରେ ଜିପିଏସ୍‌ ଟ୍ରାକିଂ ସିଷ୍ଟମ୍‌ ରହିଥିବାରୁ କୌଣସି ଅଘଟଣ କିମ୍ବା ଅସୁବିଧା ହେଲେ ତୁରନ୍ତ ଏହାକୁ ଠାବ କରାଯାଇପାରୁଛି। କେବଳ ଏତିକି ନୁହେଁ ଅନ୍ୟ କେହି ସେଠାକୁ ଆସିବାର ଥିଲେ ଡେଷ୍ଟିନେଶନ କୋଡ୍‌ ଶେୟାର ମଧ୍ୟ କରି ହେଉଛି।
ଟୁରିଷ୍ଟ ଗାଇଡ୍‌ ପାଲଟିଛି: ପୂର୍ବରୁ ମହିଳାମାନଙ୍କୁ କୌଣସି ଅଜଣା ସ୍ଥାନକୁ ବୁଲି ଗଲେ ବିଶେଷକରି ସ୍ବଳ୍ପ ସମୟ ମଧ୍ୟରେ ଅଧିକ ସ୍ଥାନ ବୁଲି ଯିବାର ଥିଲେ ବାଧ୍ୟତାମୂଳକ ଭାବେ ଉକ୍ତ ସ୍ଥାନ ସମ୍ପର୍କରେ ଜାଣିଥିବା କେହି ବ୍ୟକ୍ତି କିମ୍ବା ଟୁରିଷ୍ଟ ଗାଇଡ୍‌ଙ୍କ ସାହାଯ୍ୟ ନେବାକୁ ହୋଇଥାଏ। ହେଲେ ବର୍ତ୍ତମାନ ଏହି ଗାଇଡ୍‌ର ଦାୟିତ୍ୱ ତୁଲାଉଛି ଗୁଗଲ୍‌ ମ୍ୟାପ। କୌଣସି ନୂଆ ଯାଗାକୁ ଯାଇଥିଲେ ବିଳମ୍ବ ହୋଇଗଲେ ପାଖରେ ଥିବା ହୋଟେଲ୍‌, ଲଜ୍‌, ରେଷ୍ଟୋରାଣ୍ଟ ଆଦି ସମ୍ପର୍କରେ ଏଥିରୁ ସହଜରେ ଜାଣି ହେଉଛି।
ସମୟ ବଞ୍ଚାଇ ହେଉଛି: ପୂର୍ବରୁ କୌଣସି ଜରୁରିକାଳୀନ ପରିସ୍ଥିତିରେ କମ୍‌ ସମୟ ମଧ୍ୟରେ କୌଣସି ସ୍ଥାନରେ ପହଞ୍ଚତ୍ବା ଲାଗି ବାରମ୍ବାର ଅନ୍ୟମାନଙ୍କୁ ରାସ୍ତା ପଚାରି ବୁଝିବା ଭିତରେ ଅଯଥା ସମୟ ନଷ୍ଟ ହେଉଥିଲା। କେବେକେବେ ଏଥିପାଇଁ ଜରୁରୀ କାମ ବି ହୋଇପାରୁ ନ ଥିଲା। ହେଲେ ଗୁଗଲ୍‌ ମ୍ୟାପ୍‌ ବ୍ୟବହାର କରିବା ଦ୍ୱାରା ସହଜରେ ଯଥାସ୍ଥାନରେ ପହଞ୍ଚତ୍ୟିବା ସହ ସମୟ ମଧ୍ୟ ବଞ୍ଚାଇ ହେଉଛି।

 

ପ୍ରଣତି ପ୍ରଧାନ(କେଉଁଝର)- ଯେତେ ବେଳେ କୌଣସି ବି ନୂଆ ସ୍ଥାନକୁ ଯାଏ ବିନା ଦ୍ବିଧାରେ ଗୁଗଲ ମ୍ୟାପ୍‌ ସାହାଯ୍ୟରେ ପହଞ୍ଚତ୍ୟାଏ। କାରଣ ଏଥିରେ ଉକ୍ତ ସ୍ଥାନର ଦିଗ ବିଷୟରେ ଶୁଣିହୁଏ ଆଉ ଜାଣି ବି ହୁଏ। ଲକ୍ଷ୍ୟ ସ୍ଥଳରେ କେମିତି ଗଲେ କେତେ ସମୟ ଲାଗିବ ତାହା ବି ଏଥିରୁ ଜାଣିପାରେ। ଆଉ ସେହି ଅନୁସାରେ ନିର୍ଣ୍ଣୟ କରି ଯିବା ଆସିବାରେ ବେଶି କିଛି ଅସୁବିଧା ହୁଏନି। ଯେଥିପାଇଁ ଜିପିଏସ୍‌ ବ୍ୟବହାର କରି ଏକାକୀ ବି କୌଣସି ସ୍ଥାନକୁ ସହଜରେ ଯାଇ ହେଉଛି।
ଦୀପ୍ତି ରାଣୀ ଜେନା(ବାଲେଶ୍ୱର)- ଗୁଗଲ୍‌ ମ୍ୟାପରେ ସାଟେଲାଇଟ୍‌ ଚିତ୍ର, ଷ୍ଟ୍ରିଟ୍‌ ମାନଚିତ୍ର, ନିଜ କରେଣ୍ଟ ଲୋକେଶନର ଟ୍ରାଫିକ୍‌ ସ୍ଥିତି ଏବଂ ଜନସାଧାରଣ ପରିବହନର ମାର୍ଗ ଇତ୍ୟାଦି ଦେଖାଇଥାଏ। ଦରକାର ବେଳେ ଆମ ଆଖପାଖରେ ଥିବା ମେଡିକାଲ, ରେଷ୍ଟୁରାଣ୍ଟ ଏବଂ ଗ୍ରୋସରି ଦୋକାନର ରାସ୍ତା ମଧ୍ୟ ଦେଖାଏ। ମୋ ପୁଅ ପାଇଁ କିଛି ଔଷଧ ଦରକାର ଥିଲେ ମ୍ୟାପରେ ମେଡିସିନ ଦୋକାନର ଫୋନ ନମ୍ବର ବି ଥାଏ, ସେହି ନମ୍ବରକୁ କଲ୍‌ କଲେ ମେଡିସିନ ହୋମ ଡେଲିଭରି ମଧ୍ୟ କରିଦିଅନ୍ତି। ଆଉ ଏହି ସବୁ ସୁବିଧା ପାଇଁ ଏହି ଆପ୍‌ ବର୍ତ୍ତମାନ ମୋର ଅତି ପ୍ରିୟ ପାଲଟିଛି।
ସୋନାଲି ସାହୁ (ସମ୍ବଲପୁର)-
ମୁଁ ଯେ କୌଣସି ସ୍ଥାନ ବିଷୟରେ ଜାଣିବାକୁ ଇଚ୍ଛା କଲେ ଗୁଗଲ ମ୍ୟାପ୍‌ରେ ତା’ ସମ୍ପର୍କରେ ସମ୍ପୂର୍ଣ୍ଣ ଧାରଣା ପାଇଯାଏ। ଲକ୍ଷ୍ୟ ସ୍ଥଳରେ ପହଞ୍ଚତ୍ବାର ଦୂରତା, କେଉଁଥିରେ ଗଲେ କେତେ ସମୟରେ ଓ କେଉଁ ଦିଗରେ ଗଲେ ପହଞ୍ଚତ୍ପାରିବି ସେସବୁ ଏଥିରୁ ହିଁ ଜାଣିପାରେ। ଏହାର ଅଡିଓ, ଭିଜୁଆଲ ଏବଂ ଭୁଲ୍‌ ଦିଗର ସତର୍କତା ଗନ୍ତବ୍ୟ ପଥକୁ ସୁଗମ କରିଥାଏ। ସେଥିପାଇଁ ମୁଁ ଚାଲି ଚାଲି ହେଉ କିମ୍ବା କୌଣସି ଯାନବାହନରେ ଯିବା ପାଇଁ ବିନା ଦ୍ୱନ୍ଦରେ ଏହାର ସାହାଯ୍ୟ ନେଇଥାଏ।
ସ୍ମୃତି ଦାସ ଦେବ(ଭୁବନେଶ୍ୱର)- ଗୁଗଲ୍‌ ମ୍ୟାପ୍‌ କୌଣସି ଜାଗାର ରୁଟ୍‌ ଦେଖାଇବା ସହ ବହୁତ କିଛି କରିପାରିବ। ଆପ୍‌ ଆମ ମନ ପସନ୍ଦର ବିଷୟଗୁଡିକ ଉପରେ ସବିଶେଷ ବିବରଣୀ ପ୍ରଦାନ କରିପାରିବ। ଯେପରି କି ରେଷ୍ଟୁରାଣ୍ଟର ବର୍ଣ୍ଣନା, ରିଭିୟୁ, ଫଟୋ ଇତ୍ୟାଦି। ଗୁଗଲ୍‌ ମ୍ୟାପ୍‌ର ଏକ ବିଶେଷ ଉପଯୋଗୀ ସୂଚନା ହେଉଛି, ଯେତେବେଳେ ମୁଁ ଟ୍ରାଭେଲ କରେ ସେହି ସ୍ଥାନ ଅଧିକ ଭିଡ଼ ହୋଇଛି କି ନାହିଁ ଏଥିରୁ ଜାଣିବା ସହ ଆବଶ୍ୟକ ସ୍ଥଳେ ଗନ୍ତବ୍ୟ ସ୍ଥଳରେ ପହଞ୍ଚତ୍ବା ଲାଗି ଅନ୍ୟ ରୁଟ୍‌ ପରିବର୍ତ୍ତନ କରିପାରେ। ବସ୍‌, ଟ୍ରେନ କିମ୍ବା ସ୍କୁଟିରେ ଗଲେ କେଉଁଟା ମୋ ପାଇଁ ଭଲ ହେବ ତାହା ମଧ୍ୟ ଏହା ଦର୍ଶାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍‌ରେ ବ୍ରହ୍ମପୁର ବିଜୟୀ

ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...

ୟୁକ୍ରେନ୍‌କୁ ବଡ଼ ଚେତାବନୀ ଦେଲେ ପୁଟିନ୍‌

ମସ୍କୋ,୨୮ା୧୨: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ୪ ବର୍ଷ ପୂରିବାକୁ ଯାଉଛି। ଏହାର ପରିସମାପ୍ତି ପାଇଁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଫ୍ଲୋରିଡ଼ାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା

ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

ଭୁବନେଶ୍ୱରରେ ରକ୍ତରଞ୍ଜିତ ହେଲା ଭୋଜି: ସାମାନ୍ୟ ଯୁକ୍ତିତର୍କରୁ ବୁଲିଲା ଖଣ୍ଡା, ୨ ଗୁରୁତର

ଭୁବନେଶ୍ୱର,୨୮ା୧୨: ରାଜଧାନୀରେ ପୁଣି ଥରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଶନିବାର ବିଳମ୍ବିତ ରାତିରେ ଖାରବେଳ ନଗର ଥାନା ଅନ୍ତର୍ଗତ ବିଗ୍ ବଜାର ନିକଟରେ ସାମାନ୍ୟ...

ଦାରିଙ୍ଗବାଡିର ଗର୍ବ ଓ ଗୌରବ, ଓପିଏସ୍‌ସି ପରୀକ୍ଷାରେ ୧୬ତମ ସ୍ଥାନରେ ମାନସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ): ଓପିଏସସିର ଫଳାଫଳ ବାହାରି ସାରିଥିବା ବେଲେ ଏଥିରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ମେରାମାହା ଗ୍ରାମର ମାନସ...

ପୃଥକ ଦୁର୍ଘଟଣା: ଅଟୋ-ବାଇକ୍‌ ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ, ଜଳିଗଲା କାର୍‌

ବ୍ରହ୍ମଗିରି,୨୮।୧୨: ଜାତୀୟ ରାଜପଥ ବ୍ରହ୍ମଗିରି ପଣଷପଦା ନିକଟରେ ରବିବାର ଏକ ଅଘଟଣ ଘଟିଛି। ଚିଲିକାରୁ ଫେରୁଥିବା ଏକ କାର୍‌ ରାଜପଥରେ ଜଳି ଯାଇଛି। CNG ଗ୍ୟାସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri