Categories: ଜାତୀୟ

ମମତାଙ୍କୁ ପୁଣି ଲାଗିପାରେ ଝଟ୍‌କା: ଭାଜପାରେ ସାମିଲ ହୋଇପାରନ୍ତି ଟିଏମ୍‌ସିର ୪ ହେଭିୱେଟ

କୋଲକାତା,୩୦ ।୧: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ଶାସକ ତ୍ରୁଣମୂଳ କଂଗ୍ରେସ(ଟିଏମ୍‌ସି)କୁ ଝଟ୍‌କା ପରେ ଝଟ୍‌କା ଲାଗି ଚାଳିଛି । ଶନିବାର ପୁଣିଥରେ ଟିଏମ୍‌ସିର ୪ ହେଭିୱେଟ ନେତା ନୂଆଦିଲ୍ଲୀ ଗସ୍ତ କରିବା ପରେ ଅନୁମାନ କରାଯାଇଛି କି ଏମାନେ ବି ଭାରତୀୟ ଜନତା ପାର୍ଟି(ଭାଜପା)ରେ ଯୋଗ ଦେଇପାରନ୍ତି । ମିଳିଥିବା ସୂଚନା ଅନୁଯାୟୀ ୪ ନେତା ବିଶେଷ ବିମାନରେ ଦିଲ୍ଲୀ ଯାତ୍ରା କରିଛନ୍ତି । ଏମାନଙ୍କ ମଧ୍ୟରେ ରହିଛନ୍ତି ନିକଟରେ ଇସ୍ତଫା ଦେଇଥିବା ପୂର୍ବତନ ମନ୍ତ୍ରୀ ରାଜୀବ ବାନାର୍ଜୀ, ବିଧାୟକ ତଥା ବିସିସିଆଇର ପୂର୍ବତନ ଅଧ୍ୟକ୍ଷ ଜଗମୋହନ ଡାଲମିଆଙ୍କ ଝିଅ ବୈଶାଳୀ ଡାଲମିଆ, ବିଧାୟକ ପ୍ରବିର ଘୋଷାଲ ତଥା ହାୱଡା ନଗର ନିଗମର ପୂର୍ବତନ ମେୟର ରବିନ ଚକ୍ରବର୍ତ୍ତି । ଯଦି ଏମାନେ ଭାଜପାରେ ଯୋଗ ଦିଅନ୍ତି ତେବେ ଏହା ଟିଏମ୍‌ସି ପାଇଁ ଶକ୍ତ ଧକ୍କା ହେବ ବୋଲି ଆଲୋଚନା କରାଯାଉଛି ।

Share