ଆମ ‘ଏକ୍ସପାଏରି ଡେଟ୍‌’

ପ୍ରତ୍ୟେକ ଔଷଧ ଖୋଳ ବା ପ୍ୟାକେଟ୍‌ ହୋଇ ବିକ୍ରି ହେଉଥିବା ଖାଦ୍ୟସାମଗ୍ରୀ ଉପରେ ତାହା କେଉଁ ତାରିଖରୁ ବ୍ୟବହାର ଉପଯୋଗିତା ହରାଇବ ତାହାର ସୂଚନା ଦିଆଯାଇଥାଏ। ଏହାକୁ କହନ୍ତି ‘ଏକ୍ସପାଏରି ଡେଟ୍‌’। ସଜୀବମାନଙ୍କ କ୍ଷେତ୍ରରେ ଏହା ହେଲା ତାଙ୍କର ସମ୍ଭାବ୍ୟ ଜୀବନକାଳ ବା ଆୟୁଷ। ଉଦାହରଣ ସ୍ବରୂପ ମୂଷାର ଏହା ୪ ବର୍ଷ, ଧଳାମୂଷାର ୫ବର୍ଷ, ଛେଳିର ୧୦ବର୍ଷ ହେଲାବେଳେ ଘୋଡ଼ାର ୪୦ବର୍ଷ, ସିଂହର ୩୫ବର୍ଷ, ଭାରତୀୟ ହସ୍ତୀର ୭୦ବର୍ଷ, କଇଁଛର ୫୦୦ ବର୍ଷ, କେତେ ଜାତିର ସାପଙ୍କର ୧୦୦୦ ବର୍ଷ ଓ ସ୍ପଞ୍ଜର ୧୦,୦୦୦ ବର୍ଷରୁ ଅଧିକ ହୋଇଥାଏ ଏବଂ ହାଇଡ୍ରା ପ୍ରାୟତଃ ଅମର (ଏହାର ଗୋଟିକରୁ ଅନେକ ସୃଷ୍ଟି ହୋଇ ଚାଲିଥାଏ ଅନନ୍ତକାଳ ଧରି)। ବିବିଧ ଜୈବିକ, ଜିନୀୟ ଏବଂ ପରିବେଶୀୟ କାରଣଗୁଡ଼ିକ ଉପରେ ନିର୍ଭର କରି ମଣିଷର ଏହି ସମୟ ବା ‘ଏକ୍ସପାଏରି ଡେଟ୍‌’ ଅତିବେଶିରେ ୧୧୫ ପର୍ଯ୍ୟନ୍ତ ହୋଇପାରେ ବୋଲି ସୁଇଡେନଠାରେ ଅନୁଷ୍ଠିତ ଏକ ଗବେଷଣାରୁ ଜଣାପଡ଼ିଛି। ତେବେ ରେକର୍ଡ ଅନୁସାରେ ଆଜିଯାଏ ସର୍ବାଧିକ ୧୨୨ବର୍ଷ ବଞ୍ଚତ୍ଥିବା ବ୍ୟକ୍ତି ଜଣଙ୍କ ହେଲେ ଜଣେ ଫରାସୀ ମହିଳା।
‘ଏଭିଡେନ୍ସ ଫର୍‌ ଏ ଲିମିଟ୍‌ ଟୁ ହ୍ୟୁମ୍ୟାନ ଲାଇଫ ସ୍ପାନ୍‌’ ଶୀର୍ଷକ ଏକ ନିବନ୍ଧରେ ଉପରୋକ୍ତ ଗବେଷକମାନେ (୨୦୨୦ରେ) ସୂଚନା ଦେଇଛନ୍ତି ଯେ, ୧୮୬୦ ଦଶକ ବେଳକୁ ମଣିଷର ବଞ୍ଚତ୍ବାର ସର୍ବାଧିକ ସମ୍ଭାବନା ୧୦୧ ବର୍ଷ ଏବଂ ୧୯୯୦ ଦଶକ ବେଳକୁ ୧୦୮ ବର୍ଷ ଥିଲା। ଉନ୍ନତ ଚିକିତ୍ସା ଓ ପୁଷ୍ଟିର ଲଭ୍ୟତା ଏହାକୁ ବୃଦ୍ଧି କରିଛି। ତେବେ ତାହା କଦାପି ୧୨୫ ବର୍ଷ ଅତିକ୍ରମ କରିପାରିବ ନାହିଁ। ସେଥିପାଇଁ ଲୋଡ଼ାହେବ ଜିନୀୟସ୍ତରରେ ହସ୍ତକ୍ଷେପ।
ମନେ କରାଯାଉଥିଲା ଯେ, ସମ୍ଭବତଃ କୌଣସି ସକ୍ରିୟ ପ୍ରଜାତିର ସମ୍ଭାବ୍ୟ ଜୀବନକାଳ ବା ଆୟୁଷ ତା’ ଶରୀରର ଆକାର ସହିତ କିଛି ସମ୍ପର୍କ ରହିଛି। ସାଧାରଣତଃ ଛୋଟ ଛୋଟ ଜୀବମାନେ ବଡ଼ମାନଙ୍କ ତୁଳନାରେ ଶୀଘ୍ର ଶୀଘ୍ର ସେମାନଙ୍କ ଶରୀର ଶକ୍ତି ବ୍ୟବହାର କରନ୍ତି। କାରଣ ତାଙ୍କ ଜୀବକୋଷଗୁଡ଼ିକର କ୍ରିୟାଶୀଳତା ଦ୍ରୁତ, ଯାହାକି ଏହାର ଦ୍ରୁତ ଅପଚୟ ସହ ସମ୍ପୃକ୍ତ। ତେବେ ଅଧିକ ଅନୁଧ୍ୟାନ କଲେ ଏହା ଠିକ୍‌ ମନେହୁଏ ନାହିଁ। କାରଣ ଅନେକ ଛୋଟଛୋଟ ଜୀବ ଅପେକ୍ଷାକୃତ ବୃହତ୍ତର ଜୀବଙ୍କ ତୁଳନାରେ ଅଧିକ ବର୍ଷ ବଞ୍ଚତ୍ବାର ଦୃଷ୍ଟାନ୍ତମାନ ରହିଛି। ବୃହତ୍ତମ ସଜୀବ ନୀଳତିମି ୩୫ ବର୍ଷ ବଞ୍ଚତ୍ଲାବେଳେ ଘୋଡ଼ାର ସମ୍ଭାବ୍ୟ ଜୀବନକାଳ ୪୦ବର୍ଷ, ଭାରତୀୟ ହାତୀର ୭୦ବର୍ଷ ଏବଂ ମଣିଷର ୭୦-୮୦ ବର୍ଷ। ସେହିପରି କ୍ଷୁଦ୍ରତମ ହମିଂବାର୍ଡର ଆୟୁଷ (୮ବର୍ଷ) ମୂଷାଠାରୁ ଅଧିକ (୪ ବର୍ଷ) ଏବଂ ରାଣୀ ପିମ୍ପୁଡ଼ି (୩ ବର୍ଷ), ଚୁଚୁନ୍ଦ୍ରା (୩ବର୍ଷ) ସହିତ ସମାନ ବର୍ଷ ବଞ୍ଚେ।
ଅନ୍ୟପକ୍ଷରେ ସ୍ଥାନ, କାଳ, ପାତ୍ର ଉପରେ ନିର୍ଭର କରି ଗୋଟିଏ ପ୍ରଜାତିର ସମ୍ଭାବ୍ୟ ଜୀବନକାଳ ଭିନ୍ନ ଭିନ୍ନ ହୋଇଥିବାର ମଧ୍ୟ ଦେଖାଯାଏ। ଯେପରିକି ମଣିଷ ଉଦାହରଣ ସ୍ବରୂପ, ହଂକଂରେ ପୁରୁଷ ଓ ନାରୀମାନଙ୍କର ଏହା ଯଥାକ୍ରମେ ୮୨.୨ ଏବଂ ୮୮.୧ ବର୍ଷ ହେଲାବେଳେ, ଆମେରିକାରେ ୭୬.୩ ବର୍ଷ ଓ ୮୧.୪ ବର୍ଷ। ସେହିପରି ଅର୍ଥନୈତିକ ଦୃଷ୍ଟିକୋଣରୁ ଉନ୍ନତତର ଦେଶ ଜାପାନ (୮୧.୪ ଓ ୮୭.୫ବର୍ଷ), ସୁଇଡେନ୍‌ (୮୧.୩ ଓ ୮୪.୨) ଏବଂ ଭାରତ (୬୮.୫ ଓ ୭୧.୦)ରେ ଏହା ବିଭିନ୍ନ ଆଫ୍ରିକୀୟ ଦେଶମାନଙ୍କ (ସୋମାଲିଆ ୫୫.୭ ଓ ୫୯.୧ବର୍ଷ, ସେଣ୍ଟ୍ରାଲ ଆଫ୍ରିକା-୫୧.୧ ଓ ୫୫.୫୬) ତୁଳନାରେ ବେଶ୍‌ ଅଧିକ। ଅବଶ୍ୟ ହଂକଂ, ଜାପାନ ଏବଂ ଆମେରିକାର ଅଧିବାସୀଙ୍କ ସହ ତୁଳନା କଲେ ଆଫ୍ରିକୀୟମାନେ ଖର୍ବାକାର। ତେବେ ବୈଜ୍ଞାନିକମାନେ ଏହାକୁ ସେମାନଙ୍କ ସମ୍ଭାବ୍ୟ ଆୟୁଷ କମ୍‌ ହେବାର କାରଣ ରୂପେ ଗ୍ରହଣ କରନ୍ତି ନାହିଁ। ପୁନଶ୍ଚ କେବଳ ଆମରି ଦେଶ ମଧ୍ୟରେ ବିବିଧ ସାମାଜିକ ବର୍ଗର ଲୋକଙ୍କର ଏହା ଭିନ୍ନ ଭିନ୍ନ ହୋଇଥିବାର ନିକଟରେ ଅନୁଷ୍ଠିତ ଏକ ସର୍ବେକ୍ଷଣରୁ ଜଣାପଡ଼ିଛି (୨୦୧୩-୨୦୧୬ ଗଣନା)। ଉଦାହରଣ ସ୍ବରୂପ, ତଥାକଥିତ ଉଚ୍ଚବର୍ଗର ଲୋକଙ୍କ କ୍ଷେତ୍ରରେ ମହିଳା ଓ ପୁରୁଷମାନଙ୍କ ସମ୍ଭାବ୍ୟ ଜୀବନକାଳ ଯଥାକ୍ରମେ ୭୨.୨ ଏବଂ ୬୯.୪ ବର୍ଷ, ଯାହାକି ଜନଜାତିର ଲୋକଙ୍କ କ୍ଷେତ୍ରରେ ୬୮.୦ ଏବଂ ୬୨.୪ ବର୍ଷ।
ବିଗତ ୨୦୨୦-୨୧ ମସିହାରେ କେମ୍ବ୍ରିଜ୍‌ର ଓ୍ବେଲକମ୍‌ ସାଙ୍ଗର ଇନ୍‌ଷ୍ଟିଚ୍ୟୁଟ୍‌ଠାରେ ହୋଇଥିବା ନୂତନ ଗବେଷଣାରୁ ଜଣାପଡ଼ିଛି ଯେ ସମ୍ଭବତଃ ସଜୀବଠାରେ ଜିନୀୟ ଅବକ୍ଷୟର ବେଗ ହାତରେ ରହିଛି ତାହାର ବଞ୍ଚତ୍ ରହିବାର ଚାବିକାଠି। ସାଧାରଣ ଜୀବନଯାପନ କରୁଥିବା ଅଧିକାଂଶ ମଣିଷ ପ୍ରାୟ ୮୦ବର୍ଷ ବୟସରେ ମୃତ୍ୟୁବରଣ କରନ୍ତି। ଏହାର ଏକ ବିଜ୍ଞାନ ଭିତ୍ତିକ ସମ୍ଭାବ୍ୟ କାରଣ ନିର୍ଦ୍ଧାରଣ କରିଛନ୍ତି ଏବର ଗବେଷକଗଣ। ଏଥି ଅନୁସାରେ ଦୀର୍ଘକାଳ ବଞ୍ଚୁଥିବା ଜୀବମାନେ ସଫଳତାର ସହ ବୟସ ନିର୍ବିଶେଷରେ ସେମାନଙ୍କ ଡିଏନ୍‌ଏ (ଜିନୀୟ ପଦାର୍ଥ)ର ଧ୍ରୁବୀକରଣ ହାର ମନ୍ଥର କରିପାରନ୍ତି। ଗୋଟିଏ ବୃହତ୍ତର ଶରୀରଧାରୀ ନୀଳତିମି (୩୫ବର୍ଷ)ଠାରୁ ଜଳହସ୍ତୀ (୪୦ବର୍ଷ) ଏବଂ ଭାରତୀୟ ଜଳହସ୍ତୀ (୭୦ବର୍ଷ) ଅଧିକ କାଳ ବଞ୍ଚତ୍ବା ଏହାର ଏକ କାରଣ ହୋଇପାରେ। ସମ୍ଭବତଃ ଏହି କାରଣରୁ ବର୍ଷକୁ ୯୯ଟି ଧ୍ରୁବୀକରଣର ସମ୍ମୁଖୀନ ହେଉଥିବା ଜିରାଫମାନଙ୍କ ଆୟୁ ୭୯୬ଟି ଧ୍ରୁବୀକରଣ ଘଟୁଥିବା ମୂଷାଠାରୁ ଅଧିକ।
ଜୀବକୋଷ ମଧ୍ୟରେ ପ୍ରାକୃତିକ ଭାବେ ଏ ପ୍ରକାର ଜିନୀୟ ପରିବର୍ତ୍ତନ ଆସିଥାଏ। ଉପରୋକ୍ତ କେମ୍ବ୍ରିଜ ଗବେଷକଗଣ ଆବିଷ୍କାର କରିଛନ୍ତି ଯେ ବାର୍ଦ୍ଧକ୍ୟ ପ୍ରକ୍ରିୟାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବା ଶାରୀରିକ ଧ୍ରୁବୀକରଣ ହାର ସହିତ ସମ୍ଭାବ୍ୟ ଆୟୁଷ ବିଷମାନୁପାତିକ। ସେମାନେ ପ୍ରତିପାଦିତ କରିଛନ୍ତି ଯେ, ବିଶେଷକରି, ସ୍ତନ୍ୟପାୟୀମାନଙ୍କ କ୍ଷେତ୍ରରେ ଜୀବନକାଳର ସମ୍ଭାବନା ଯେତେ ଦୀର୍ଘ ତାଙ୍କଠାରେ ଧ୍ରୁବୀକରଣ ହାର ସେତେ କମ୍‌। ତେବେ ଏ ମତବାଦକୁ ପ୍ରତିଷ୍ଠିତ କରିବା ଲାଗି ଆବଶ୍ୟକ ଆହୁରି ଅନେକ ଗବେଷଣା ଓ ପରୀକ୍ଷା-ନିରୀକ୍ଷା। ତେବେ ତାହା ହୋଇପାରିଲେ ମଣିଷର ବୟସ ବୃଦ୍ଧି ବା ବାର୍ଦ୍ଧକ୍ୟ ପ୍ରକ୍ରିୟା ବୁଝିବା ପାଇଁ ଦ୍ୱାର ଉନ୍ମୁକ୍ତ ହୋଇପାରିବ ଏବଂ ଫଳସ୍ବରୂପ, ହୁଏତ ଆମ ସମ୍ଭାବ୍ୟ ଜୀବନକାଳ ବା ‘ଏକ୍ସପାଏରି ଡେଟ୍‌’ ବୃଦ୍ଧି କରିବା ସମ୍ଭବ ହେବ।

ପ୍ର. ରମେଶ ଚନ୍ଦ୍ର ପରିଡ଼ା
-ଉଷା ନିବାସ, ୧୨୪/୨୪୪୫, ଖଣ୍ଡଗିରି ବିହାର, ଭୁବନେଶ୍ୱର-୩୦
ମୋ: ୯୯୩୭୯୮୫୭୬୭


Enter your email to get our daily news in your inbox.

All Right Reserved By Dharitri.Com

ଏମିତି ବି ଆସେ ମୃତ୍ୟୁ: ରାତିରେ ଖାଇପିଇ ଶୋଇଲେ ସକାଳକୁ…

ପାତ୍ରପୁର,୩।୪(ଉମାଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ କୋଳିହଳା ଗ୍ରାମର ବାସୁଦେବ ବେହେରା(୪୫)କୋଏମ୍ବାଟୁରର ଏକ ସୁତା କଳରେ ଦାଦନ ଖଟୁଥିବା ବେଳେ ଗୁରୁବାର ରାତିରେ ହୃଦଘାତରେ ତାଙ୍କର…

ବନ୍ଧୁ ମିଳନ ନାମରେ ବଳ କଷିଲେ ଯୁବ ଗୋଷ୍ଠୀ: ସାମିଲ ହେଲେ ଶହ ଶହ…

ଗଞ୍ଜାମ,୩।୪(ବିଦ୍ୟାଧର ସାହୁ ): ୧୬ ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ମା’ ଏଲେମା ମନ୍ଦିର ପ୍ରାଙ୍ଗଣରେ ଗଞ୍ଜାମ ସହରର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଶୁକ୍ରବାର…

ଉତ୍ସବମୁଖର ଦାରିଙ୍ଗବାଡି: ଉତ୍ସାହ ସହ ପାଳନହେଲା ଗୁଡ ଫ୍ରାଇଡେ, ଯୀଶୁଖ୍ରୀଷ୍ଟଙ୍କ ଯାତନାର ଦୃଶ୍ୟ…

ଦାରିଙ୍ଗବାଡି,୩।୪ (ଅରୁଣ ସାହୁ): ଗୁଡ୍‌ ଫ୍ରାଇଡେ ପାଇଁ କନ୍ଧମାଳ ଜିଲା  ଉତ୍ସବ ମୁଖର ହୋଇଥିବା ବେଳେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମଧ୍ୟ ଏହି ପର୍ବ ବଡ଼ ଧୁମଧାମରେ…

ମାମୁଁ ଘରକୁ ଆସି ଗତକାଲିଠୁ ଥିଲେ ନିଖୋଜ: ଆଜି କେନାଲରୁ ମିଳିଲା ମୃତଦେହ, ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ପଟ୍ଟାମୁଣ୍ଡାଇ ୩।୪(କଳ୍ପତରୁ ନାୟକ) କେନ୍ଦ୍ରାପଡା ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗୁରୁବାର ପୂର୍ବାହ୍ନରୁ ନିଖୋଜ ଥିବା ଜଣେ ୭ ବର୍ଷୀୟ ନାବାଳିକା ସ୍କୁଲ…

ଇସ୍ରାଏଲକୁ ‘ପଙ୍ଗୁ’ କରିଦେଲା ଇରାନ: IDF ‘ଗୁପ୍ତଚର’ଙ୍କୁ ତାଲିମ ଦେଇଥିବା କାରଖାନାକୁ ଉଡ଼ାଇ ଦେଲା

ତେହରାନ,୩।୪: ଇରାନ ପୁଣିଥରେ ଇସ୍ରାଏଲର ଏକ ଉଚ୍ଚ-ପ୍ରଯୁକ୍ତି ପ୍ରତିରକ୍ଷା କେନ୍ଦ୍ର ଉପରେ ଏକ ସଠିକ ବାଲିଷ୍ଟିକ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏଥର, ଟାର୍ଗେଟ ଥିଲା ପେଟାହ ଟିକଭା…

ଆମେରିକାକୁ ଇରାନର ଖୋଲା ଧମକ, କହିଲା ‘ଆମେ ଆମେରିକାକୁ ପ୍ରସ୍ତର ଯୁଗଠାରୁ ବି ପୂର୍ବ ଯୁଗକୁ ଫେରାଇ ଦେବୁ’

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବେ ଆହୁରି ବିପଦପୂର୍ଣ୍ଣ ପର୍ଯ୍ୟାୟରେ ପ୍ରବେଶ କରିଛି। ଏହି ମୁକାବିଲା ଆଉ କେବଳ ଦୁଇଟି ରାଷ୍ଟ୍ର…

ରାଜ୍ୟ ସଭାର ଉପନେତା ପଦରୁ ହଟାଯିବା ପରେ କମିଯିବ କି ରାଘବ ଚଢାଙ୍କ ଦରମା? ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୩।୪: ରାଜ୍ୟ ସଭାରେ ଉପନେତା ପଦରୁ ରାଘବ ଚଢାଙ୍କୁ ହଟାଇବା ପରେ ରାଜନୈତିକ ବିତର୍କ ଆରମ୍ଭ ହୋଇଛି। ଅଶୋକ ମିତ୍ତଲ ଏବେ ଏହି ଭୂମିକା ଗ୍ରହଣ କରିବେ।…

ସ୍ତ୍ରୀଙ୍କ ସହ ଯାଇଥିଲେ ଶ୍ୱଶୁର ଘର: ଘରେ ବୁଲିଲା କଳାକନା

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଜଗନ୍ନାଥ ମନ୍ଦିର ସାହିରେ ରହୁଥିବା ରାଜମିସ୍ତ୍ରୀ ପିଣ୍ଟୁ ସାହୁଙ୍କ ଘର ତାଲା ଭାଙ୍ଗି ଦୁର୍ୱୃତ୍ତମାନେ କଳାକନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri