ଆମ ଚରିତ୍ର

ନାରାୟଣ ମିଶ୍ର

 

ଆନ୍ତର୍ଜାତିକସ୍ତରରେ ପ୍ରସିଦ୍ଧି ଲାଭ କରିଥିବା ଏକ ପ୍ରାଇଭେଟ୍‌ କମ୍ପାନୀର ମାଲିକ ଆମ ଦେଶକୁ ବୁଲିବାକୁ ଆସିଥିଲେ। ଗାଁଗୁଡ଼ିକର ଦୃଶ୍ୟ, କ୍ଷେତବାଡ଼ି ଓ ଲୋକଙ୍କ ଚାଲିଚଳଣ ଦେଖି ସେ ଅଭୀଭୂତ ହୋଇଯାଇଥିଲେ। ଦିନେ ଦୁଇପଟେ କ୍ଷେତ ଥିବା ଏକ ଗ୍ରାମ୍ୟରାସ୍ତାରେ ଯାଉ ଯାଉ ତାଙ୍କ ଗାଡ଼ିର ଆଗଚକ ଦୁଇଟି କାଦୁଅ ଭର୍ତ୍ତି ହୋଇଥିବା ଏକ ଖାଲରେ ଗଳିପଡ଼ିଲା। ଅନନ୍ୟୋପାୟ ହୋଇ ସେ ଚାରିଆଡ଼କୁ ଆଖି ବୁଲାଇ ଦେଖିଲେ, ଦୂରରେ ଦୁଇଜଣ ଯୁବକ ତାଙ୍କ ଭିତରେ କଥା ହେଉଛନ୍ତି। ସେ ବଡ଼ପାଟିରେ ଡାକିବାରୁ ଯୁବକଦ୍ୱୟ ଦୌଡ଼ି ଦୌଡ଼ି ଆସିଲେ ଓ କାର୍‌ର ପଛପଟୁ ଠେଲି କାଦୁଅରୁ ଗାଡ଼ିଟିକୁ ପୁଣି ଭଲ ରାସ୍ତାକୁ ନେବା ବ୍ୟବସ୍ଥା କରିଦେଲେ। ଖୁସି ହୋଇ ଗାଡ଼ି ମାଲିକ କହିଲେ, ଶୁଣ ମୁଁ ତ ନିଶ୍ଚୟ କିଛି ପାରିଶ୍ରମିକ ଦେବି। କିନ୍ତୁ ତୁମର ପରୋପକାରର ନିଷ୍ଠା ଦେଖି ମୁଁ ତୁମ ଦୁହିଙ୍କୁ ମାସିକ ୫ ହଜାର ଟଙ୍କା ଲେଖାଁ ଚାକିରି ଦେବାକୁ ଭାବୁଛି- କ’ଣ ତୁମେ ରାଜି? ଉଭୟ ଏକ ସ୍ବରରେ ମନାକଲେ। ଆଶ୍ଚର୍ଯ୍ୟ ହୋଇ ଗାଡ଼ି ମାଲିକ ପଚାରିଲେ- କାହିଁକି ? ପିଲା ଦୁଇଜଣ ଯାକ ନୀରବ ରହିଲେ। ବାରମ୍ବାର ପଚାରିବାରୁ ଜଣେ କହିଲା- ଆମକୁ ପାଞ୍ଚ ହଜାର ପୋଷେଇବ ନାହିଁ। ଗାଡ଼ି ମାଲିକ କହିଲେ- ହଉ, ସାତ ହଜାର ଦେଲେ ହେବ କି ? ଆର ପିଲାଟି କହିଲା- ସାର୍‌, ସତକଥା ହେଉଛି, ରାସ୍ତା କାଟିଛୁ ଆମେ, କାଦୁଅ ବି ଭର୍ତ୍ତିକରିଛୁ ଆମେ। ଦିନକୁ ଚାରି ପାଞ୍ଚଟି ଗାଡ଼ି ଏଠି ଗଳିପଡ଼ିଲେ ଆମେ ଦୁଇଜଣ ଦୁଇଶ ଟଙ୍କା ନେଇ ଗାଡ଼ି ଠେଲି ବାହାର କରିଦେଉଛୁ। ମାସକୁ ଦଶରୁ ପନ୍ଦର ହଜାର ପର୍ଯ୍ୟନ୍ତ ରୋଜଗାର ହେଉଛି – ମୋର ଦଶ ହଜାର ତା’ର ବି ସେତିକି- କାହିଁକି ପାଞ୍ଚ, ସାତ ହଜାରରେ ମୁଣ୍ଡ ବିକ୍ରିକରି କାହାର ଗୋଲାମଗିରି କରିବୁ ? ଏତକ ଶୁଣି ଗାଡ଼ି ମାଲିକଙ୍କ ମୁଣ୍ଡ ଘୂରେଇଦେଲା। ସେ ଭାବିପାରିଲେନି ଯେ ଲୋକ ଅନ୍ୟକୁ କୂଅ ମଧ୍ୟକୁ ଠେଲି ଦଉଡ଼ି ପକାଇ ଉଦ୍ଧାର କରି ପୁରସ୍କାର ମାଗିବା ଭଳି ବ୍ୟବସାୟ ବି କରିପାରନ୍ତି। ଗାଡ଼ି ମାଲିକ ଚବିଶ ଘଣ୍ଟା ଭିତରେ ଭାରତ ଛାଡ଼ି ତାଙ୍କ ଦେଶକୁ ବାହୁଡ଼ିଗଲେ। ଥରେ ଭାବନ୍ତୁ, ଆମ ଭାରତୀୟଙ୍କ ଚରିତ୍ର ସମ୍ବନ୍ଧରେ କିଭଳି ଧାରଣା ନେଇ ବିଦେଶୀ ଯାଉଥିବେ !!!
ଆମର ଲୋକେ ଏଭଳି ଯେ, ଟ୍ରେନ୍‌ ଦୁର୍ଘଟଣାରେ ଆହତମାନଙ୍କୁ ଉଦ୍ଧାର ନ କରି ମୃତବ୍ୟକ୍ତିମାନଙ୍କର ବ୍ୟାଗ୍‌, ମନିପର୍ସ ଓ ସୁନାଗହଣା ଲୁଟିନିଅନ୍ତି। ଜିନିଷଗୁଡ଼ିଏ ତିଆରି କଲେ କେତେଶୀଘ୍ର ସେଇଟି ଭାଙ୍ଗୁ ସେ ଚିନ୍ତାକରୁ କାରଣ ଜଲ୍‌ଦି ଭାଙ୍ଗିଲେ ହିଁ ଆମ ବେପାରଟି ଭଲ ଚାଲିବ। ମନ୍ତ୍ରୀଙ୍କୁ ସ୍ବାଗତ କରିବାକୁ ପିଚୁରାସ୍ତା ଖୋଳି ଗାତ କରି ଆମେ ବାଉଁଶ ପୋତି ତୋରଣ ସଜାଉ, କିନ୍ତୁ ତା’ ପରେ ସେ ଗାତ ପୋତିବା କଥା ଭୁଲିଯାଉ। ଶିକ୍ଷା, ସ୍ବାସ୍ଥ୍ୟ ସବୁକିଛି ପ୍ରତିଷ୍ଠିତ ଶିଳ୍ପପତିଙ୍କ ହାତକୁ ଚାଲିଗଲାଣି। ନାଁ ଲେଖାଇବା ପାଇଁ ବର୍ଷକୁ ଲକ୍ଷାଧିକ ଟଙ୍କା ଗଣିବାକୁ ପଡୁଛି। ଦୁର୍ବଳ କାଗଜପତ୍ର, ଡୁପ୍ଲିକେଟ୍‌ ସୁନା ଓ ସ୍ଥାୟୀ ରସିଦ୍‌ ରଖି ଶିଳ୍ପପତିମାନେ ହଜାର ହଜାର କୋଟି ଟଙ୍କା ବ୍ୟାଙ୍କରୁ ଋଣ ନେଇଯାଉଛନ୍ତି। ସରକାରଙ୍କ ଅର୍ଥ ବିଭାଗର ଅଧିକାରୀଙ୍କ ଜାଣତରେ ଏ ସବୁ ହେଉଛି ଏବଂ ପରେ ଋଣଗ୍ରହୀତା ବିଦେଶକୁ ପଳେଇବାର ବ୍ୟବସ୍ଥା ବି ସରକାର କରୁଛନ୍ତି। ସେମାନେ ଯିବା ପରେ ସିବିଆଇକୁ କେସ୍‌ ଦେଇ ଲୋକଙ୍କୁ ଖୁସି କରାଯାଉଛି ଏବଂ ସେ ଋଣକୁ ଅନାଦାୟ ଋଣ ବୋଲି ଘୋଷଣା କରି ରିଜର୍ଭ ବ୍ୟାଙ୍କରୁ ବ୍ୟାଙ୍କମାନଙ୍କୁ କୋଟି କୋଟି ଟଙ୍କା ଦେଇ କ୍ଷତି ଭରଣା କରାଯାଉଛି।
ସତ୍ୟେନ୍ଦ୍ର ନାଥ ଦୁବେ ନାମକ ଜଣେ ଯୁବ ଇଞ୍ଜିନିୟର ରେଲଓ୍ବେରେ ନିଯୁକ୍ତି ପାଇବାର କିଛି ମାସ ମଧ୍ୟରେ ଜାଣିଗଲେ ଯେ, ଶତକଡା ଚାଳିଶ ଭାଗ ଯୋଜନା ଅର୍ଥ ହରିଲୁଟ୍‌ ହେଉଛି। ସେ ଏ ବିଷୟରେ ରେଲ୍‌ଓ୍ବେର ସର୍ବୋଚ୍ଚ ଅଧିକାରୀ, କେନ୍ଦ୍ର ସରକାରଙ୍କ ଅର୍ଥ ବିଭାଗ ଓ ପ୍ରଧାନମନ୍ତ୍ରୀଙ୍କ ଦପ୍ତରକୁ ଲେଖି ଜଣାଇଲେ। ଜଣାଇବାର ଦୁଇ ତିନିଦିନ ମଧ୍ୟରେ ତାଙ୍କ ମୃତଦେହ ରେଳଲାଇନ୍‌ରୁ ଦୁଇଭାଗରେ କଟା ହେବା ଅବସ୍ଥାରେ ମିଳିଲା। କିଛି ବର୍ଷ ପୂର୍ବେ ଚିଫ୍‌ ଇଲେକ୍‌ଶନ କମିଶନର ଏନ୍‌. ଭିଟ୍ଟାଲଙ୍କ ଭାଷାରେ ୧୯୯୩ର ବମ୍ବେ ବିସ୍ଫୋରଣରେ ବ୍ୟବହୃତ ବିସ୍ଫୋରକ ଦ୍ରବ୍ୟ ସବୁକୁ ଦିଲ୍ଲୀ ବିମାନଘାଟିର କଷ୍ଟମ୍‌ସ ଅଫିସରମାନେ ସେତେବେଳେ କୋଡ଼ିଏ ଲକ୍ଷ ଟଙ୍କା ଲାଞ୍ଚ ନେଇ ବିସ୍ଫୋରକ ଆଣିଥିବା ଲୋକଙ୍କୁ ଭାରତ ପ୍ରବେଶ ଅନୁମତି ଦେଇଥିଲେ। ଏହା ଯଦି ସତ୍ୟ ହୁଏ, ଦେଶଟାକୁ ପୂରା ନଷ୍ଟ କରିବାକୁ ଆଉ ଅଧିକ ସମୟ ବୋଧେ ଲାଗିବନି।
ଆମ ଭିତରେ ଅନେକ ମିର୍ଜାଫର ଓ ଜୟଚନ୍ଦ୍ର ଅଛନ୍ତି। ହାକିମମାନଙ୍କ ଗୋଲାମଗିରି କରି ନିଜ ଜାତିଭାଇଙ୍କୁ ଶୋଷିବା ବା ମାରିବାରେ ଆମେ ସିଦ୍ଧହସ୍ତ, ନ ହେଲେ ଇଂରେଜମାନେ ବେପାର କରିବାକୁ ଲାଇସେନ୍ସ ପାଇ ଦୁଇଶହ ବର୍ଷ ଶାସନ କରି ଦେଶଟାକୁ ଲୁଟିଲେ କେମିତି ? ଗଣତନ୍ତ୍ର ଆଉ ନାହିଁ। ସମ୍ପୂର୍ଣ୍ଣ ରାଜତନ୍ତ୍ର ଆଡ଼କୁ ଆମେ ଆପଣେଇ ସାରିଲୁଣି। ମନ୍ତ୍ରୀ, ବିଧାୟକମାନଙ୍କ ପିଲାଙ୍କୁ ଗାଦି ଅକ୍ତିଆର କରିବାକୁ ସୁଯୋଗ ଦେବା ଏକ ଅଲିଖିତ ନିୟମ ହୋଇସାରିଲାଣି। ଆମର ଆଉ ଏକ ପ୍ରକୃତି ହେଲା, ବାଛବିଚାର କରିବା। ଯିଏ ବିରିୟାନି, ମାଛ, ମାଂସ ଖାଉଛି ଆମ ସରକାର ତା’ପାଇଁ ସରକାରୀ ରାଜକୋଷରୁ ବିଦେଶୀ ମଦର ବ୍ୟବସ୍ଥା କରାନ୍ତି ଆଉ ଯିଏ ପଖାଳ ସାଙ୍ଗରେ ଆଳୁଭର୍ତ୍ତା ଖାଉଥିଲା ତା’ ପାଇଁ ବିପିଏଲ୍‌ ଚାଉଳର ପଖାଳ ସହ ପିଆଜ ଲଙ୍କାର ବ୍ୟବସ୍ଥା କରାନ୍ତି।
କେବଳ ଏତିକି ନୁହେଁ, ସବୁ ଜିନିଷର ନକଲି ରୂପ ତିଆରି କରିବାରେ ଆମ ବୁଦ୍ଧି କିଛି କମ୍‌ କାମ କରୁନାହିଁ। ସର୍ଫ ଓ ତେଲରୁ କ୍ଷୀର ପ୍ରସ୍ତୁତ କରି ସେଥିରୁ ପନିର ତିଆରି କରି ଆମେ ଦୋକାନରେ କିଲୋ ପ୍ରତି ଶହେ ଟଙ୍କାରେ ଦେଉଛୁ ଓ ଦୋକାନୀ ସର୍ବସାଧାରଣଙ୍କୁ କିଲୋ ପିଛା ଦୁଇଶହ ଚାଳିଶରେ ବିକୁଛି, ଆମ ହୀନ ପ୍ରକୃତିର ଅନ୍ତ ନାହିଁ।
ଆମେ ପୂର୍ବଜନ୍ମରେ ମାଙ୍କଡ଼ ଥିଲୁ। ତେଣୁ ଭଡ଼ାଘରର କାନ୍ଥ ଗାରେଇବା, ଖଣ୍ଡିଆ କରିବା, କବାଟ ଝରକା ଭାଙ୍ଗିବାରେ ଆମେ ଶାନ୍ତି ପାଉ। କାହାର ନୂଆ ଗାଡ଼ି ଚକରେ କଣ୍ଟା ମାରିଦେବା, କାହା ସୋଫାସେଟ୍‌କୁ ନଖରେ କଣା କରିଦେବା, କାହାର ନୂଆ ଗାଡ଼ି ସିଟ୍‌ଟାକୁ କାଟିଦେବା ଇତ୍ୟାଦି କାମ ଆମ ଭିତରୁ ହିଁ କିଛି ଲୋକ କରନ୍ତି। ଅନ୍ୟର କ୍ଷତି କରି କ୍ଷଣିକ ଆନନ୍ଦ ପାଇବା କିଛି ଲୋକଙ୍କର ନିତିଦିନିଆ ଅଭ୍ୟାସ। ଆଉ କିଛି ଲୋକ ଗୈରିକ ବସନ ପିନ୍ଧି ଚିତା ଲଗାଇ ମାଳ ପକାଇ ଲୋକଙ୍କ ସମସ୍ୟା ଦୂର କରିବାକୁ ଟିଭି ମାଧ୍ୟମରେ ବାସ୍ତୁ ଓ ଜ୍ୟୋତିଷ ବେପାର କରୁଛନ୍ତି। ଲୋକେ ହଠାତ୍‌ ଉପରକୁ ଉଠିଯିବା ପାଇଁ ସେମାନଙ୍କ ଦ୍ୱାରମୁହଁରେ ନିଜର କଷ୍ଟ ଅର୍ଜିତ ଧନ ଅଜାଡ଼ି ଚାଲିଛନ୍ତି। ଆମେ ହୋଟେଲରେ ପଚାଶ, ଶହେ ଟଙ୍କା ବକ୍‌ସିସ୍‌ ଦେଉ କିନ୍ତୁ ଭିକାରୀକୁ ଯେଉଁ ପାଞ୍ଚ ଟଙ୍କା ବା ଦଶଟଙ୍କାକୁ ସେତିକିରେ ସୀମିତ ରଖିଥାଉ।
ଏ ସବୁ ଚରିତ୍ର ଏତେ ଅଧିକ ଯେ ଯେତିକି ଲେଖାଗଲା ତାହା ଏକ ଶତାଂଶରୁ ବି କମ୍‌। ଆମେ ସମସ୍ତେ ଏମିତି ଅନ୍ୟକୁ ଠକିବାକୁ ଚେଷ୍ଟା ଅବ୍ୟାହତ ରଖିଲେ ଏ ଦେଶ କେତେଦିନ ସ୍ବାଧୀନ ରହିପାରିବ।
ଗୁରୁକୃପା, ୪୯/୬୦୦, ଲକ୍ଷ୍ମୀବିହାର
ଭୁବନେଶ୍ୱର, ମୋ-୯୯୩୭୪୪୬୩୭୭


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

ଜନଜାତୀୟ ଖେଳ ପ୍ରତିଭା: ଆମ ଜାତୀୟ ଗୌରବ

ମୁଁ  ଦେଖିଛି ଯେ ଆମ ଦେଶର ଗ୍ରାମାଞ୍ଚଳ ଓ ବନାଞ୍ଚଳରେ ପିଲାମାନେ ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ପ୍ରକୃତି କୋଳରେ ଅତିବାହିତ କରିଥା’ନ୍ତି। ସେମାନେ ପ୍ରାକୃତିକ…

ଆଣବିକ ପ୍ରତିରୋଧ ଓ ମହାଶକ୍ତି

ଆଣବିକ ଅସ୍ତ୍ରଶସ୍ତ୍ର ଯୋଗୁ ମହାଶକ୍ତିଙ୍କ ମଧ୍ୟରେ ଯୁଦ୍ଧର ବିଜୟ ଅସମ୍ଭବ ହୋଇଯାଇଛି। ଅର୍ଥାତ୍‌ ମହାଶକ୍ତିଙ୍କ ନିକଟରେ ଏତେ ଅଣୁ ଅସ୍ତ୍ରଶସ୍ତ୍ର ରହିଛି ଯେ, ଯଦି ସେମାନଙ୍କ ମଧ୍ୟରେ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri