ଯାତ୍ରୀଙ୍କୁ ମାଡ଼ ମାରିବା ଆମ ବସ କଣ୍ଡକ୍ଟରଙ୍କୁ ପଡ଼ିଲା ମହଙ୍ଗା: ହେଲା ବଡ଼ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର,୧୮।୯: ଯାତ୍ରୀଙ୍କୁ ‘ଆମ ବସ’ କଣ୍ଡକ୍ଟରଙ୍କ ମାଡ଼ ଘଟଣାରେ CRUT(କ୍ରୁଟ୍‌) ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। CRUT ପକ୍ଷରୁ ସମ୍ପୃକ୍ତ କଣ୍ଡକ୍ଟରଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି। ଏପରିକି ଏହି ଘଟଣା ପାଇଁ CRUT ସୋସିଆଲ ମିଡିଆ ‘ଏକ୍ସ’ ଜରିଆରେ ଦୁଃଖ ପ୍ରକାଶ କରିଛି।

ଅନ୍ୟପକ୍ଷେ ସମ୍ପୃକ୍ତ କଣ୍ଡକ୍ଟରଙ୍କୁ ଚାକିରିରୁ ବହିଷ୍କାର କରାଯିବା ସହ ସ୍ଥାନୀୟ ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ମିଳିଥିବା ସୂଚନା ମୁତାବକ, ଗୁରୁବାର ୨୮ ନଂ ରୁଟ୍‌ରେ ଏକ ଅପ୍ରିତିକର ଘଟଣା ଘଟିଥିଲା। ଅବଶିଷ୍ଟ ଟିକେଟ ମୂଲ୍ୟ ପାଇବାକୁ ନେଇ ଯୁକ୍ତିତର୍କ ହୋଇଥିଲା। ଏହାପରେ ସମ୍ପୃକ୍ତ କଣ୍ଡକ୍ଟର ଯାତ୍ରୀଙ୍କୁ ବସ ବାହାରକୁ ଆଣି ମାଡ଼ ମାରିଥିଲେ। କଣ୍ଡକ୍ଟରଜଣକ ୟୁନିଫର୍ମରେ ଥାଇ ମାଡ଼ ମାରିବା ଦୃଶ୍ୟ ସିସିଟିଭି କ୍ୟାମେରାରେ ରେକର୍ଡ ହୋଇଛି। ୟୁନିଟ ୮ ମାର୍କେଟ ପାଖରେ ଥିବା ବସ୍‌ ଷ୍ଟପରେ ଏହି ଘଟଣା ଘଟିଥିଲା। ବସ ନଂ OD33AH0166 ଥିବା କଣ୍ଡକ୍ଟରଙ୍କ ଦାଦାଗିିରିକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ହେଉଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଏପ୍ରିଲ ୧ରୁ ମହଙ୍ଗା ହେବ ବିମାନ ଯାତ୍ରା! ସଙ୍କେତ ଦେଲେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ

ନୂଆଦିଲ୍ଲୀ,୨୨।୩: ଯଦି ଆପଣ ଆଗାମୀ ଦିନରେ ବିମାନ ଯାତ୍ରା କରିବାକୁ ଯୋଜନା କରୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିବ। କେନ୍ଦ୍ର ବେସାମରିକ ବିମାନ…

ଆଲୋଭେରା ଗଛ ଲଗାଇବାରେ କରନ୍ତୁନି ଏପରି ଭୁଲ, ନ ହେଲେ ଘରକୁ ମାଡ଼ିଆସିବ…

ଆଲୋଭେରାର ସ୍ବାସ୍ଥ୍ୟୋପଯୋଗୀ ଗୁଣ ଯଥେଷ୍ଟ ରହିଥିବା ହେତୁ ଅନେକେ ଏହାକୁ ଘରେ ଲଗାଇଥାନ୍ତି। ହେଲେ ଜାଣନ୍ତି କି ବାସ୍ତୁ ଅନୁଯାୟୀ, ଯଦି ଏହି ଗଛକୁ ଠିକ୍‌ ଦିଗରେ…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଫୋନ କରି ଯୁଦ୍ଧ ବନ୍ଦ କରିବାର ସର୍ତ୍ତ ଶୁଣାଇଲେ ଇରାନ ରାଷ୍ଟ୍ରପତି, ଟ୍ରମ୍ପ ଶୁଣିଲେ…

ନୂଆଦିଲ୍ଲୀ,୨୨।୩: ଇରାନ-ଆମେରିକା-ଇସ୍ରାଏଲ ବିବାଦ ମଧ୍ୟରେ, ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫୋନ କଲ ମାଧ୍ୟମରେ ଏକ ଗୁରୁତ୍ୱପୂର୍ଣ୍ଣ ଅପିଲ କରିଛନ୍ତି। ଯୁଦ୍ଧ ଆରମ୍ଭ…

୩ୟ ବିଶ୍ୱଯୁଦ୍ଧ ଆରମ୍ଭ? ପରମାଣୁ ଆଟାକ୍‌ ନେଇ ଆମେରିକା-ଇସ୍ରାଏଲକୁ ଖୋଲା ଧମକ ଦେଲେ ପୁଟିନ୍‌!

ମସ୍କୋ,୨୨।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ଅତ୍ୟନ୍ତ ବିପଜ୍ଜନକ ମୋଡ଼ ନେଇଛି। ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ୟୁରାନିୟମ ସମୃଦ୍ଧି କେନ୍ଦ୍ର ନାଟାଞ୍ଜ ଉପରେ ଏକ ଭୟଙ୍କର…

‘ଇରାନକୁ ସମ୍ପୂର୍ଣ୍ଣ ଭାବରେ ଧ୍ୱଂସ କରିଦେଇଛି’, ଯୁଦ୍ଧ ମଧ୍ୟରେ ଟ୍ରମ୍ପଙ୍କ ବୟାନକୁ ନେଇ ସାରା ବିଶ୍ୱ ଥରହର

ନୂଆଦିଲ୍ଲୀ,୨୨।୩: ଇରାନ ସହିତ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ ସୋସିଆଲରେ ଏକ ପୋଷ୍ଟରେ ଇରାନ ସମ୍ପର୍କରେ ଏକ…

ପ୍ରକୃତ ଖଳନାୟକ

ଚାହେଁ ଇରାନ ବିଜୟୀ ହେଉ। ବିଜୟର ଅର୍ଥକୁ ଇରାନ ଏହିପରି ପରିଭାଷିତ କରେ: ଇରାନ ଉପରେ ଅନେକ ଦଶନ୍ଧି ଧରି ଆମେରିକା ଲାଗୁକରିଥିବା କଟକଣାକୁ ହଟାଇବା ଦରକାର;…

ସକାଳୁଆ ସ୍କୁଲକୁ ନେଇ ଆସିଲା ବଡ଼ ଖବର, ଏହିଦିନ ଠୁ…

ଭୁବନେଶ୍ୱର,୨୨ା୩(ସୁଚିସ୍ମିତା ସାହୁ): ଖୁବ୍‌ଶୀଘ୍ର ସକାଳୁଆ ହେବ ସ୍କୁଲ। ରାଜ୍ୟରେ ତାପମାତ୍ରା ସହ ଖରା ପ୍ରକୋପ ଅଧିକ ରହୁଛି। ମାର୍ଚ୍ଚରେ ବିଭିନ୍ନ ସ୍ଥାନରେ ଅସହ୍ୟ ଗରମ ଅନୁଭବ ହେଉଛି।…

ଇରାନ ବିରୁଦ୍ଧରେ ଏକଜୁଟ୍‌ ହେଲେ ୨୨ଟି ଦେଶ, କହିଲେ ତୁରନ୍ତ ଧମକ ବନ୍ଦ କର, ନଚେତ୍‌…

ନୂଆଦିଲ୍ଲୀ,୨୨।୩: ଇରାନ-ଆମେରିକା ବିବାଦ ମଧ୍ୟରେ, ହର୍ମୁଜ ପ୍ରଣାଳୀର ସଙ୍କଟ ବିଶ୍ୱ ଅର୍ଥନୀତି ପାଇଁ ଏକ ଲାଲ ପତାକା ପାଲଟିଛି। ବ୍ରିଟେନ, ଫ୍ରାନ୍ସ, ଜର୍ମାନୀ, ୟୁଏଇ, ବାହାରିନ, ଜାପାନ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri