ଭବାନୀପାଟଣା,୨୦।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ବଳରାମପୁର ଗ୍ରାମରେ ଗୁରୁବାର ଅପରାହ୍ନରେ ଏକ ଅଭାବନୀୟ ତଥା ରକ୍ତାକ୍ତ ଘଟଣା ସାମ୍ନାକୁ ଆସିଛି। ଭାତ ଖାଇବା ସମୟରେ ସାମାନ୍ୟ ବଚସାକୁ ନେଇ ସାନ ଭାଇ ଧରମୁ ଶବର (୩୨) ରାଗିଯାଇ ବଡ଼ ଭାଇ କୁଳମଣି ଶବର (୩୫)ଙ୍କୁ ଟାଙ୍ଗିଆରେ ହାଣି ନିର୍ମମ ଭାବେ ହତ୍ୟା କରିଛନ୍ତି।
ଘଟଣା ସମ୍ପର୍କରେ ଖବର ପାଇବା ପରେ ସ୍ଥାନୀୟ ପୋଲିସ ତୁରନ୍ତ ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଅଭିଯୁକ୍ତ ସାନ ଭାଇ ଧରମୁ ଶବରଙ୍କୁ ଅଟକ ରଖି ପଚରାଉଚୁରା ଚଳାଇଛି। ଏହି ଘଟଣାରେ ଭବାନୀପାଟଣା ସଦର ଥାନାରେ ଏକ ମାମଲା (ନଂ-୩୪୫/୨୦୨୬) ରୁଜୁ ହୋଇଛି। ଶୁକ୍ରବାର ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଥାନା ଆଇଆଇସି ଚିତ୍ରସେନ ପ୍ରଧାନୀ ସୂଚନା ଦେଇଛନ୍ତି।