Categories: ଜାତୀୟ

ଓଟିଟି ଉପରେ ଅଙ୍କୁଶ ଲାଗିବ

ନୂଆଦିଲ୍ଲୀ,୧୭ା୨(ପି.ଟି.): ନେଟ୍‌ଫ୍ଲିକ୍ସ ଓ ଆମାଜନ୍‌ ପ୍ରାଇମ୍‌ ଭଳି ଓଭର ଦି ଟପ୍‌(ଓଟିଟି) ପ୍ଲାଟଫର୍ମ ଉପରେ ଅଙ୍କୁଶ ଲଗାଇବା ପାଇଁ ପଦକ୍ଷେପ ନେବାକୁ ଚିନ୍ତା କରୁଥିବା ସୁପ୍ରିମକୋର୍ଟକୁ କହିଛନ୍ତି କେନ୍ଦ୍ର ସରକାର। ଓଟିଟି ପ୍ଲାଟଫର୍ମ ଉପରେ ନିୟନ୍ତ୍ରଣ ରଖିବାକୁ ଚାହୁଁଥିବା ଏକ ପିଟିସନର ଶୁଣାଣି କରି ଏପର୍ଯ୍ୟନ୍ତ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନର ଜବାବ ଦେବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ କହିଥିଲେ। ଏଥିପାଇଁ ପ୍ରଧାନ ବିଚାରପତି ଏସ୍‌. ଏ ବୋବଡେ ଏବଂ ଜଷ୍ଟିସ୍‌ ଏ. ଏସ୍‌. ବୋପାନ୍ନା ଓ ଭି ରାମସୁବ୍ରମଣ୍ୟନଙ୍କ ଖଣ୍ଡପୀଠ ସରକାରଙ୍କୁ ୬ ସପ୍ତାହ ସମୟ ଦେଇଥିଲେ। ଆଡଭୋକେଟ ଶଶାଙ୍କ ଶେଖର ଝା ଏବଂ ଅପୂର୍ବା ଅର୍‌ହିତା ଆବେଦନରେ ଦର୍ଶାଇଥିଲେ ଯେ, ସିନେମା ପରି ଓଟିଟି ଉପରେ ନିୟନ୍ତ୍ରଣ ରହିବା ଜରୁରୀ। ଅଶ୍ଳୀଳତା, ଯୌନ ଦୃଶ୍ୟ, ହିଂସା ଭଳି କାହାଣୀକୁ ବିନା ଦ୍ୱିଧାରେ ଏହି ଡିଜିଟାଲ ପ୍ଲାଟଫର୍ମରେ ରିଲିଜ କରାଯାଉଛି। ଏହା ଉପରେ ଅଙ୍କୁଶ ରହୁ ନ ଥିବାରୁ ସେନ୍ସର ବୋର୍ଡ ପକ୍ଷରୁ ଅନୁମତି ଉପରେ ଚିନ୍ତା କରାଯାଉନି। ଫଳରେ ଏଭଳି ଆପତ୍ତିଜନକ ବିଷୟବସ୍ତୁ ସାର୍ବଜନୀନ ହେଉଥିବା ଆବେଦନରେ ଉଲ୍ଲେଖ କରାଯାଇଥିଲା।

 

 

Share