ଓଟିଟିର ଚାହିଦା ବଲିଉଡ୍‌ ପାଇଁ ଚିନ୍ତା

ମୁମ୍ବାଇ: ଓଟିଟି (ଓଭର ଦ ଟପ୍‌) ପ୍ଲାଟଫର୍ମର ଚାହିଦା ଦିନକୁ ଦିନ ବଢ଼ିବାରେ ଲାଗିଛି, ଯାହା ହିନ୍ଦୀ ସିନେମା ଜଗତ ପାଇଁ ଚିନ୍ତାର ବିଷୟ ପାଲଟିଛି। ଓଟିଟିର ଲୋକପ୍ରିୟତା ବଢ଼ିବା ଦ୍ୱାରା ଲୋକେ ସିନେମାଘର ଯାଇ ଚଳଚ୍ଚିତ୍ର ଦେଖିବାକୁ ଆଉ ପସନ୍ଦ କରୁ ନାହାନ୍ତି। ଅନ୍ୟପଟେ ହିନ୍ଦୀ ଫିଲ୍ମର ମାନ ସବୁ ଦିନକୁ ଦିନ ନିମ୍ନଧରଣରେ ହେବାରେ ଲାଗିଛି। ବଲିଉଡ୍‌ରେ ଯେଉଁସବୁ ଫିଲ୍ମ ନିର୍ମାଣ କରାଯାଉଛି ତା’ର ମାନ ନିକୃଷ୍ଟ କରିବା ହୁଏତ ଭୁଲ୍‌ ହେବ ନାହିଁ। ଅକ୍ଷୟ କୁମାରଙ୍କ ଦ୍ୱାରା ଅଭିନୀତ ଫିଲ୍ମ ‘ରକ୍ଷାବନ୍ଧନ’ ନିକଟରେ ରିଲିଜ୍‌ ହୋଇଥିଲା। ଫିଲ୍ମଟି ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରିପାରି ନ ଥିବାବେଳେ ଏହା ପଛର କାରଣ ଅକ୍ଷୟ କୁମାର ନିଜକୁ ଦାୟୀ କରିଥିଲେ। ସେ କହିଥିଲେ, ଦର୍ଶକ କ’ଣ ଚାହୁଁଛନ୍ତି ତାହା ଜାଣିବା ନିହାତି ଦରକାର। କାମରେ ପରିବର୍ତ୍ତନ ଆଣିବା ନିହାତି ଦରକାର। ଭିନ୍ନ ଧରଣର ମନୋରଞ୍ଜନ କଲାଭଳି ଫିଲ୍ମ ତିଆରି କରିବା ଦରକାର ବୋଲି ଅକ୍ଷୟ କହିଥିଲେ। ମହାମାରୀ କରୋନା କରେ ବଲିଉଡ୍‌ରେ ଏ ପ୍ରକାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ଚଳଚ୍ଚିତ୍ରର ମୁଖ୍ୟ ଆକର୍ଷଣ ଫିଲ୍ମର କାହାଣୀ ହୋଇଥିବାବେଳେ ଦୁର୍ବଳ ସଂଳାପ ପାଇଁ ଫିଲ୍ମ ଫ୍ଲପ୍‌ ହେଉଥିବା କେତେଜଣ ମତ ପ୍ରକାଶ କରିଛନ୍ତି।
କରୋନା କଟକଣା ହଟିବା ପରେ ପାଖାପାଖି ୨୬ଟି ବଲିଉଡ୍‌ ଫିଲ୍ମ ରିଲିଜ୍‌ ହୋଇଛି, ଯେଉଁଥିରୁ ୨୨ରୁ ୭୭ ପ୍ରତିଶତ ଫ୍ଲପ୍‌। ୨୦୧୬ରେ ନେଟଫ୍ଲିକ୍ସ ଏବଂ ଆମାଜନ ଏଣ୍ଟରଟେନ୍‌ମେଣ୍ଟ ମଇଦାନକୁ ଓହ୍ଲାଇଥିଲେ। ପ୍ରାରମ୍ଭିକ ସମୟରେ ଏହି ଦୁଇ ଓଟିଟି ପ୍ଲାଟଫର୍ମ ଆମେରିକା, ୟୁରୋପର କଣ୍ଟେଣ୍ଟ୍‌ ସବୁ ବ୍ୟବହାର କରି ଓ୍ବେବ୍‌ ସିରିଜ୍‌ମାନ ତିଆରି କରିବା ଆରମ୍ଭ କରାଯାଇଥିଲା। ଭାରତର ଏକଚତୁର୍ଥାଂଶ ଲୋକଙ୍କ କ୍ଷେତ୍ରରେ ଓଟିଟି ପ୍ଲାଟଫର୍ମ ବ୍ୟବହାରର ବୃଦ୍ଧି ଘଟିଛି। ୨୦୧୯ରେ ଏହାର ଚାହିଦା ୧୨% ବୃଦ୍ଧି ଘଟିଥିବାବେଳେ ୨୦୨୭ ବେଳକୁ ଏହା ୩୧%ରେ ପହଞ୍ଚିବ ବୋଲି କୁହାଯାଉଛି। ଟିକେଟ ବିକ୍ରି କମିଥିବାବେଳେ ବଲିଉଡ୍‌ ଇଣ୍ଡଷ୍ଟ୍ରିରୁ ଆଦାୟ ହେଉଥିବା ଟିକସର ପରିମାଣ ୪୫ % କମିଥିବା ଖବର ପ୍ରକାଶ ପାଇଛି। ମିଡିଆ ଆନାଲିଷ୍ଟ କରନ ତଉରାନିଙ୍କ ମତରେ, ସୁପରଷ୍ଟାର ଅଭିନୟ କରୁଥିବା ଫିଲ୍ମ ଗୁଡ଼ିକର ସ୍କ୍ରିପ୍ଟ ଓ ସିନ୍‌ ସବୁ ସେମାନଙ୍କ ନିୟନ୍ତ୍ରଣରେ ରହୁଛି। ଡରରେ ଏଥିରେ କୌଣସି ନିର୍ଦ୍ଦେଶକ ତଥା ପ୍ରଯୋଜକ ହସ୍ତକ୍ଷେପ କରୁ ନାହାନ୍ତି। ଚଳଚ୍ଚିତ୍ର ବ୍ୟବସାୟରୁ ଲାଭବାନ ହେବା ଲାଗି କେତେଜଣ ପ୍ରଯୋଜକ ରେଭିନ୍ୟୁ ଶେୟାରିଂ ମଡେଲମାନଙ୍କୁ ଫିଲ୍ମରେ ନେଉଛନ୍ତି। ଫିଲ୍ମକୁ ମନୋରଞ୍ଜନର ଏକ ମାଧ୍ୟମ ବଦଳରେ ରୋଜଗାରର ଏକ ମାଧ୍ୟମ ଭାବିବା କାରଣରୁ ବର୍ତ୍ତମାନ ଶହେ ବର୍ଷର ଇଣ୍ଡଷ୍ଟ୍ରିର ସ୍ଥିତି ଟଳମଳ ଅବସ୍ଥାରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri