ଟିପିସିଓଡିଏଲ୍‌ ପକ୍ଷରୁ ଓଟିଏସ୍‌ ସେବା

ଭୁବନେଶ୍ୱର,୧୭।୨:ଟାଟା ପାଓ୍ବାର ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିସିଓଡିଏଲ୍‌) ପକ୍ଷରୁ ଏକକାଳୀନ ସମାଧାନ ସ୍କିମ୍‌ (ଓଟିଏସ୍‌) ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଅତୀତର ବକେୟା ବିଲ୍‌ ପେମେଣ୍ଟ ଉପରେ ଗ୍ରାହକମାନଙ୍କୁ ଆଶ୍ୱସ୍ତି ପ୍ରଦାନ କରିବା ଲାଗି ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗ (ଓଇଆର୍‌ସି)ଙ୍କ ଅନୁମୋଦନକ୍ରମେ ଓଟିଏସ୍‌କୁ ଟିପିସିଓଡିଏଲ୍‌ ପକ୍ଷରୁ କାର୍ଯ୍ୟକାରୀ କରାଯାଇଛି। ଏହି ସ୍ବତନ୍ତ୍ର ସ୍କିମ୍‌ ଜରିଆରେ ୨୦୨୦ ମେ ୩୧ ପର୍ଯ୍ୟନ୍ତ ଥିବା ବିଦ୍ୟୁତ୍‌ ବକେୟା ଉପରେ ୩୦% ପର୍ଯ୍ୟନ୍ତ ରିହାତି ପ୍ରଦାନ କରାଯିବ। ସେହିଭଳି ସମସ୍ତ ଲୋ ଟେନ୍‌ସନ ଗ୍ରାହକ ଯେଉଁମାନଙ୍କ ଦୀର୍ଘଦିନରୁ ବିଦ୍ୟୁତ୍‌ ବିଲ୍‌ ବକେୟା ହୋଇ ରହିଛି ସେମାନେ ଅତୀତର ବକେୟା ମୂଳ ରାଶି ଉପରେ ଏକକାଳୀନ ୩୦% ପର୍ଯ୍ୟନ୍ତ ରିହାତି ଏବଂ ବିଳମ୍ବିତ ପେମେଣ୍ଟ ସରଚାର୍ଜ (ଡିପିଏସ୍‌) ଉପରେ ୮୦% ରିହାତି ପାଇପାରିବେ ଏବଂ ସମସ୍ତ ଏଚ୍‌ଟି-ଇଏଚ୍‌ଟି ଗ୍ରାହକମାନେ ବିଳମ୍ବିତ ସରଚାର୍ଜ ଉପରେ ୬୦% ପର୍ଯ୍ୟନ୍ତ ରିହାତି ପାଇପାରିବେ। ସେହିପରି ଦୀର୍ଘଦିନରୁ ବିଦ୍ୟୁତ୍‌ ବିଲ୍‌ ବକେୟା ରଖିଥିବା ଗ୍ରାହକମାନେ ତୁରନ୍ତ ଟିପିସିଓଡିଏଲ୍‌ର ଗ୍ରାହକ ସେବା କେନ୍ଦ୍ର, ସବ୍‌ଡିଭିଜନ, ଡିଭିଜନ, ସେକ୍ସନ ଅଫିସ ଜରିଆରେ କିମ୍ବା ୧୯୧୨, ୧୮୦୦୩୪୫୭୧୨୨ ନମ୍ବର ଡାଏଲ୍‌ କରି ପଞ୍ଜୀକରଣ କରିପାରିବେ। ନଚେତ୍‌ ଗ୍ରାହକମାନେ ୯୧୨୪୯୯୮୭୨୯ ନମ୍ବରରେ ହ୍ବାଟ୍ସଆପ୍‌ କରି ମଧ୍ୟ ପଞ୍ଜୀକରଣ କରିପାରିବେ। ଅପରପକ୍ଷରେ ଟିପିସିଓଡିଏଲ୍‌ର ‘ଗାଁ ଚାଲ’ ଶିବିରରେ ମଧ୍ୟ ପଞ୍ଜୀକରଣ ପ୍ରକ୍ରିୟା ସୁବିଧା ପ୍ରଦାନ କରାଯାଉଛି। ଦୀର୍ଘଦିନର ବିଦ୍ୟୁତ୍‌ ବିଲ୍‌ ବକେୟା ରଖିଥିବା ଗ୍ରାହକମାନଙ୍କ ଲାଗି ଉକ୍ତ ସ୍କିମ୍‌ ଏକ ସୁବର୍ଣ୍ଣ ସୁଯୋଗ ଆଣି ଦେଇଛି। ଯେହେତୁ ଏହି ସ୍କିମ୍‌ ସୀମିତ ଅବଧି ଲାଗି ଉପଲବ୍ଧ। ତେଣୁ ଦୀର୍ଘଦିନ ଧରି ବିଦ୍ୟୁତ୍‌ ବିଲ୍‌ ବକେୟା ରଖିଥିବା ଗ୍ରାହକମାନେ ତୁରନ୍ତ ଏଥିରେ ନିଜକୁ ପଞ୍ଜୀକରଣ କରି ଉକ୍ତ ସ୍କିମ୍‌ ଅଧୀନରେ ପ୍ରଦାନ କରାଯାଉଥିବା ସୁବିଧାର ଲାଭ ହାସଲ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

୮ ଏପ୍ରିଲରୁ ଏୟାର ଇଣ୍ଡିଆର ଯାତ୍ରା ହେବ ମହଙ୍ଗା! ଜାଣନ୍ତୁ କେତେ ବଢ଼ିବ

ନୂଆଦିଲ୍ଲୀ,୭।୪: ଟାଟା ଗ୍ରୁପ୍ ନେତୃତ୍ୱରେ ପରିଚାଳିତ ବିମାନ କମ୍ପାନୀ ଏୟାର ଇଣ୍ଡିଆ ଯାତ୍ରୀମାନଙ୍କୁ ଏକ ଝଟକା ଦେଇଛି । ବଢି଼ପାରେ ଭଡ଼ା । କମ୍ପାନୀ ୮ ଏପ୍ରିଲରୁ…

ଗ୍ରାହକକୈନ୍ଦ୍ରିକ ଆଭିମୁଖ୍ୟ ଆମକୁ ସ୍ବତନ୍ତ୍ର କରିଛି: ଜୀବନ କୁମାର ବଡୁ

ଓଡ଼ିଶାର ବିଦ୍ୟୁତ୍‌ ଭିତ୍ତିଭୂମି କ୍ଷେତ୍ରର ଅନ୍ୟତମ ପ୍ରତିଷ୍ଠିତ ସଂସ୍ଥା ଭୁବନେଶ୍ୱରର ମଞ୍ଚେଶ୍ୱର ଶିଳ୍ପାଞ୍ଚଳସ୍ଥିତ ‘ଓଡ଼ିଶା ଟ୍ରାନ୍ସଫର୍ମର୍ସ ପ୍ରାଇଭେଟ ଲିମିଟେଡ’ (ଓଟିପିଏଲ୍‌) ର ପରିଚାଳନା ନିର୍ଦ୍ଦେଶକ ହେଉଛନ୍ତି ଜୀବନ…

ପଶ୍ଚିମ ଏସିଆ ଯୁଦ୍ଧ, ଭାରତରେ ୨୦-୨୫% ମହଙ୍ଗା ହେବ କପଡ଼ା

ନୂଆଦିଲ୍ଲୀ,୭।୪: ପଶ୍ଚିମ ଏସିଆ ଯୁଦ୍ଧ ଏବେ ଭାରତର ସାଧାରଣ ଲୋକଙ୍କ ପକେଟ ଉପରେ ପ୍ରଭାବ ପକାଉଛି। ଖାଦ୍ୟ, ପେଟ୍ରୋଲ ଏବଂ ଗାଡ଼ି ମରାମତି ପରେ ଏବେ କପଡ଼ା…

ସଂସ୍ଥା ପ୍ରତି ନିଷ୍ଠା,ଏକାଗ୍ରତା ଜରୁରୀ: କରିମ୍‌ କବିରୁଦ୍ଦିନ

କଟକଠାରେ ପ୍ରତିଷ୍ଠିତ ହେଲ୍‌ଥ ଫୁଡ୍‌ ପ୍ରଡକ୍ଟ ପ୍ରା. ଲିଃ.ର ଏକ୍‌ଜିକ୍ୟୁଟିଭ ଡାଇରେକ୍ଟର କରିମ୍‌ କବିରୁଦ୍ଦିନ ଓଡ଼ିଶାର ଅନେକ ପରିବାରକୁ ରୋଜଗାରକ୍ଷମ କରି ବେକାର ସମସ୍ୟାର ସମାଧାନ କରିବାର…

ଯୁଦ୍ଧ ଭିତରେ ଭାରତ ଠାରୁ ମିସାଇଲ କିଣିଲା ଆମେରିକା, ବିଶ୍ୱରେ ଚହଳ…

ନୂଆଦିଲ୍ଲୀ,୫।୪: ୨୦୨୫-୨୬ ଆର୍ଥିକ ବର୍ଷରେ ଭାରତର ପ୍ରତିରକ୍ଷା ରପ୍ତାନି ସର୍ୱକାଳୀନ ସର୍ୱାଧିକ ସ୍ତରରେ ପହଞ୍ଚିଛି। ଏହା ବିଶ୍ୱ ଅସ୍ତ୍ରଶସ୍ତ୍ର ବଜାରରେ ଭାରତର ବର୍ଦ୍ଧିତ ଉପସ୍ଥିତିକୁ ସ୍ପଷ୍ଟ କରେ।…

ପ୍ରକୃତ ଉଦ୍ୟୋଗୀ କେବଳ ନିଜ ପାଇଁ ସମ୍ପତ୍ତି ସୃଷ୍ଟି କରନ୍ତି ନାହିଁ

ଭାଲଚନ୍ଦ୍ର ମହାନ୍ତି ଜଣେ ପ୍ରଥମ ପିଢିର ଓଡ଼ିଆ ଉଦ୍ୟୋଗୀ ଏବଂ ଓରିକ୍ଲିନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ। ୧୯୯୦ ମସିହାରେ କମ୍ପାନୀ ପ୍ରତିଷ୍ଠା ହେବା ପରଠାରୁ ସେ…

ଧନୀ ହେବାକୁ ଛାହୁଁଥିଲେ, ଛାଡ଼ନ୍ତୁ ଏହି ୫ ଅଭ୍ୟାସ: ନଚେତ୍‌ ପଡ଼ିବ ଅଭାବ

ମଧ୍ୟବିତ୍ତ ବର୍ଗର ଲୋକମାନେ ପ୍ରାୟତଃ ଭାବନ୍ତି, ବେଳେବେଳେ ହଠାତ୍‌ ସେମାନଙ୍କର ଆର୍ଥିକ ସଙ୍କଟ ଆସିଯାଉଛି; କିନ୍ତୁ ଏହା ବାସ୍ତବରେ ନୁହେଁ। ଏହା ଏକ ପରିସ୍ଥିତି ଯାହା ଧୀରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri