ଓଟିଏମ୍‌ ପୁନଃରୁଦ୍ଧାର ମାମଲା: ବକେୟା ଟଙ୍କା ନେଇ ରିପୋର୍ଟ ଦାଖଲ

କଟକ ଅଫିସ,୧୮।୧୦: ଓଟିଏମ୍‌ ପୁନଃରୁଦ୍ଧାର ସମ୍ପର୍କିତ ମାମଲାରେ ହାଇକୋର୍ଟରେ ଅଫିସିଆଲ ଲିକ୍ୟୁଡେଟର ମଙ୍ଗଳବାର ରିପୋର୍ଟ ଦାଖଲ କରିଛନ୍ତି। ଓଟିଏମ୍‌ ପୁନଃରୁଦ୍ଧାର ଏବଂ କର୍ମଚାରୀମାନଙ୍କ ବକେୟା ପ୍ରାପ୍ୟ ବାବଦରେ ଏହି ରିପୋର୍ଟ ଦାଖଲ କରାଯାଇଛି। କର୍ମଚାରୀଙ୍କ ବକେୟା ପ୍ରାପ୍ୟ ବାବଦରେ ରାଜ୍ୟ ସରକାର ଦେଇଥିବା ୧୧୫ କୋଟି ଟଙ୍କାକୁ ଫିକ୍ସ ଡିପୋଜିଟ ଆକାରରେ ରଖାଯାଇଥିବା ଲିକ୍ୟୁଡେଟର କୋର୍ଟଙ୍କୁ ଅବଗତ କରାଇଛନ୍ତି । କର୍ମଚାରୀମାନେ ପ୍ରାପ୍ୟ ବାବାଦୀୟ ଡକ୍ୟୁମେଣ୍ଟସ ଦାଖଲ କଲା ପରେ ସେମାନଙ୍କୁ ଟଙ୍କା ଦିଆଯିବ ବୋଲି ମଧ୍ୟ କୋର୍ଟଙ୍କୁ ଜଣାଇଦିଆଯାଇଛି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ନଭେମ୍ବର ୧୫ ରେ ହେବ।