Posted inଜାତୀୟ

ସମସ୍ତେ ପାଇଲେ ଦୁଇଟି ଲଡୁ, ମୋତେ ମିଳିଲା ଗୋଟିଏ: ସିଧା ମୁଖ୍ୟମନ୍ତ୍ରୀ ହେଲପଲାଇନରେ ଅଭିଯୋଗ କଲେ ବ୍ୟକ୍ତି

ନୂଆଦିଲ୍ଲୀ,୨୨।୮: ମଧ୍ୟପ୍ରଦେଶର ଭିଣ୍ଡ ଜିଲାର ଜଣେ ବ୍ୟକ୍ତି କମଲେଶ ଖୁଶୱାହା ଏକ ଅଜବ ଅଭିଯୋଗ ନେଇ ମୁଖ୍ୟମନ୍ତ୍ରୀ ହେଲପଲାଇନକୁ ଫୋନ କରିଛନ୍ତି। ସ୍ୱାଧୀନତା ଦିବସ ଉତ୍ସବରେ ଗ୍ରାମ ପଞ୍ଚାୟତ ଭବନରେ ତାଙ୍କୁ ଦୁଇଟି ଲଡୁ ବଦଳରେ ଗୋଟିଏ ମାତ୍ର ଲଡୁ ଦିଆଯାଇଥିଲା।

ଘଟଣାଟି ସ୍ୱାଧୀନତା ଦିବସ ଉତ୍ସବ ସମୟରେ ଘଟିଥିଲା। ପତାକା ଉତ୍ତୋଳନ ପରେ ଉପସ୍ଥିତ ସମସ୍ତଙ୍କୁ ଲଡୁ ବଣ୍ଟନ କରାଯାଉଥିଲା। କମଲେଶଙ୍କ ପାଳି ଆସିବାରେ ତାଙ୍କୁ ଗୋଟିଏ ଲଡୁ ଦିଆଗଲା। ଦୁଇଟି ଲଡୁ ମାଗିବାରୁ ତାଙ୍କୁ ମନା କରାଯିବା ପରେ ସେ ପଞ୍ଚାୟତ ଭବନ ବାହାରୁ ମୁଖ୍ୟମନ୍ତ୍ରୀ ହେଲପଲାଇନକୁ ଫୋନ କରି ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗରେ ସେ ଉଲ୍ଲେଖ କରିଛନ୍ତି ଯେ, ପଞ୍ଚାୟତ ଲଡୁ ବଣ୍ଟନରେ ବିଫଳ ହୋଇଛି ଏବଂ ଏହାର ସମାଧାନ ଆବଶ୍ୟକ।

ପଞ୍ଚାୟତ ସେକ୍ରେଟାରୀ ରବିନ୍ଦ୍ର ଶ୍ରୀବାସ୍ତବ ଘଟଣାର ସତ୍ୟତା ନିଶ୍ଚିତ କରି କହିଛନ୍ତି, “କମଲେଶ ରାସ୍ତାରେ ଠିଆ ହୋଇଥିଲେ। ପିଅନ ତାଙ୍କୁ ଗୋଟିଏ ଲଡୁ ଦେଇଥିଲା, କିନ୍ତୁ ସେ ଦୁଇଟି ଦାବି କରିଥିଲେ। ନ ମିଳିବା ପରେ ସେ ହେଲପଲାଇନକୁ ଫୋନ କରିଥିଲେ।”

ବଦନାମ ନିୟନ୍ତ୍ରଣ ପାଇଁ ପଞ୍ଚାୟତ ବଜାରରୁ ଏକ କିଲୋ ମିଠା କିଣି ଅଭିଯୋଗକାରୀଙ୍କୁ କ୍ଷମା ମାଗି ଶାନ୍ତ କରିବାକୁ ନିଷ୍ପତ୍ତି ନେଇଛି।

ଉଲ୍ଲେଖଯୋଗ୍ୟ, ୨୦୨୦ ଜାନୁଆରୀରେ ଭିଣ୍ଡ ଜିଲାର ଜଣେ ଗାଁଲୋକ ଖରାପ ହ୍ୟାଣ୍ଡପମ୍ପ ନେଇ ହେଲପଲାଇନରେ ଅଭିଯୋଗ କରିଥିଲେ। ସେତେବେଳେ ଜନସ୍ୱାସ୍ଥ୍ୟ ଯାନ୍ତ୍ରିକ ବିଭାଗର ଅଧିକାରୀ ଅଭିଯୋଗକାରୀଙ୍କୁ “ପାଗଳ” ବୋଲି କହି ବିବାଦ ସୃଷ୍ଟି କରିଥିଲେ, ଯାହା ପରେ ତାଙ୍କୁ ନୋଟିସ ଜାରି ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ସହ ବୁଝାମଣାକୁ ନେଇ ଏମିତି କହିଲେ ସୋଫିଆ, କଂଗ୍ରେସର ସ୍ଥିତି ଆଜି କେବଳ…

ଭୁବନେଶ୍ୱର,୧୪ା୩: ବିଧାୟିକା ସୋଫିଆ ଫିର୍ଦ୍ଦୋସ ଖୋଲାଖୋଲି ଭାବେ ତାଙ୍କର ଅସନ୍ତୋଷ ଝାଡ଼ିଛନ୍ତି। ବିଜେଡି ସହ ବୁଝାମଣାକୁ ନେଇ ଉଠୁଥିବା କଥା ଉପରେ ସେ ଖୁବ୍‌ ରାଗିଯାଇଛନ୍ତି। ସେ…

ଏପ୍ରିଲ ୧ରୁ ବଦଳିଯିବ ଏସବୁ ନିୟମ: ପକେଟ ଉପରେ ପଡ଼ିବ ସିଧାସଳଖ ପ୍ରଭାବ

ନୂଆଦିଲ୍ଲୀ,୧୪।୩: ଚଳିତବର୍ଷ କେନ୍ଦ୍ରୀୟ ବଜେଟରେ ଆୟକର ଆଇନରେ ଅନେକ ସଂଶୋଧନ କରାଯାଇଥିଲା, ଯାହାର ଲକ୍ଷ୍ୟ ନିୟମକୁ ସରଳ କରିବା ଏବଂ କରଦାତାଙ୍କ ପାଇଁ ପ୍ରକ୍ରିୟାଗତ ବୋଝ ହ୍ରାସ…

୩ୟ ବିଶ୍ୱଯୁଦ୍ଧ ଆରମ୍ଭ! କିମ୍‌ କଲେ ୧୦ ମିସାଇଲ ଆଟାକ୍‌, ଛାରଖାର ହୋଇଯିବ…

ନୂଆଦିଲ୍ଲୀ,୧୪।୩: ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ଆଉ ଏକ ଅଞ୍ଚଳରେ ଉତ୍ତେଜନା ବୃଦ୍ଧି ପାଉଥିବା ରିପୋର୍ଟ ସାମ୍ନାକୁ ଆସିଛି। ଦକ୍ଷିଣ କୋରିଆ କହିଛି ଯେ ଉତ୍ତର…

ଗ୍ୟାସକୁ ନେଇ ହୁଅନ୍ତୁନି ଟେନସନ! ସରକାର କହିଲେ ରାଶନ କାର୍ଡ ଥିଲେ ମାଗଣାରେ ମିଳିବ….

ନୂଆଦିଲ୍ଲୀ,୧୪।୧: “ରନ୍ଧନ ଗ୍ୟାସର ଅଭାବ ହେଲେ ଆମେ ବିକଳ୍ପ ଇନ୍ଧନ ଭାବରେ କିରୋସିନ ଯୋଗାଇବାକୁ ପ୍ରସ୍ତୁତ” । ସାରା ଦେଶରେ ଯେତେବେଳେ ରନ୍ଧନ ଗ୍ୟାସ ଯୋଗାଣରେ ବିଳମ୍ବ…

ରାଜ୍ୟ ସଭା ନିର୍ବାଚନକୁ ନେଇ ନବୀନ-ଜୟନାରାୟଣ ମୁହାଁମୁହିଁ, ଘୋଡ଼ା ବେପାର କଥା ଉଠାଇ…

ଭୁବନେଶ୍ୱର,୧୪ା୩: ଆସନ୍ତା ୧୬ ତାରିଖରେ ଅନୁଷ୍ଠିତ ହେବ ରାଜ୍ୟ ସଭା ନିର୍ବାଚନ। ଏନେଇ ରାଜ୍ୟର ୩ ପ୍ରମୁଖ ଦଳ ଭାଜପା, ବିଜେଡି ଏବଂ କଂଗ୍ରେସ ନିଜ ବିଧାୟକମାନଙ୍କୁ…

ମୋଦି ସରକାରଙ୍କ ବଡ଼ ନିଷ୍ପତ୍ତି: ଜେଲ୍‌ରୁ ବାହାରିବେ ସୋନମ ୱାଙ୍ଗଚୁକ

ନୂଆଦିଲ୍ଲୀ,୧୪।୩: ଲଦାଖରେ ହିଂସା ଘଟଣାରେ ଗିରଫ ହୋଇଥିବା ସାମାଜିକ କର୍ମୀ ତଥା ଇଞ୍ଜିନିୟର ସୋନମ ୱାଙ୍ଗଚୁକଙ୍କୁ ଜେଲ୍‌ରୁ ମୁକ୍ତି ଦେବାକୁ ମୋଦି ସରକାର ନିଷ୍ପତ୍ତି ନେଇଛନ୍ତି। ସରକାର…

LPG ସଙ୍କଟକୁ ନେଇ ମୋଦିଙ୍କ ବଡ଼ ବୟାନ, ମିଳିବ…

ନୂଆଦିଲ୍ଲୀ,୧୪।୧: ଆସାମର ସିଲଚରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ ବିଶ୍ୱ ଉତ୍ତେଜନା ଏବଂ ଯୁଦ୍ଧ ଭଳି…

ବନ୍ଧା ହେଲେ ଜନସେବା କେନ୍ଦ୍ର ମାଲିକ, ଲୋକ ଅଦାଲତ ନାଁରେ କରୁଥିଲେ…

ସମ୍ବଲପୁର,୧୪ା୩(ପ୍ରମୋଦ ବହିଦାର): ଜାତୀୟ ଲୋକ ଅଦାଲତରେ ବିଭିନ୍ନ ସମସ୍ୟାର ସମାଧାନ କରିଦେବାକୁ କହି ଶତାଧିକ ଲୋକଙ୍କୁ ଠକିବା ଅଭିଯୋଗରେ ସମ୍ବଲପୁର ଟାଉନ ଥାନା ପୋଲିସ ଜଣେ ଜନସେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri