ସୁଦାନରେ ସେନା-ବିଦ୍ରୋହୀ ୨୪ ଘଣ୍ଟାର ସଂଘର୍ଷ ବିରାମରେ ସହମତ

ଖାରତୁମ,୧୯।୪: ସୁଦାନର ସେନା ମଙ୍ଗଳବାର ସନ୍ଧ୍ୟାରୁ ୨୪ ଘଣ୍ଟାର ସଂଘର୍ଷ ବିରାମକୁ ନେଇ ସହମତି ପ୍ରକାଶ କରିଛନ୍ତି। କିଛି ଘଣ୍ଟା ପୂର୍ବରୁ ବିଦ୍ରୋହୀ ଅର୍ଦ୍ଧସାମରିକ ବଳ କହିଛି କି ସେ ବି ଚୁକ୍ତିର ପାଳନ କରିବ। ଉପଗ୍ରହ ଚ୍ୟାନେଲ ଅଲ-ଅରବିୟା ଓ ଅଲ-ଜଜିରା ଶୀର୍ଷ ସେନାର ଅଧିକାରୀ ସମ୍ସ ଏଲ ଡିନ କବ୍ବାସିଙ୍କ କଥା ଅନୁଯାୟୀ,କହିଛନ୍ତି କି ସେନା ସଂଘର୍ଷ ବିରାମର ପାଳନ କରିବ। ଭିଷଣ ସଂଘର୍ଷକୁ ଦେଖି ସୁଦାନରେ ଭାରତୀୟ ଦୂତାବାସ ପରାମର୍ଶ ଜାରି କରି ଭାରତୀୟ ନାଗରିକଙ୍କୁ ବାହାରକୁ ବାହାରିବାକୁ ବାରଣ କରିଛି।

ରାଜଧାନୀ ଖାରତୁମ ଓ ଅନ୍ୟ ବଡ ବଡ ସହରରେ ଫସି ରହିଥିବା ଲକ୍ଷ ଲକ୍ଷ ସୁଦାନ ନାଗରିକ ନିଜ ନିଜ ଘରେ ଲୁଚି ରହିଛନ୍ତି। ଏହା ପୂର୍ବରୁ ସୁଦାନ ପାଇଁ ସଂଯୁକ୍ତ ରାଷ୍ଟ୍ର ମହାସଚିବଙ୍କ ବିଶେଷ ପ୍ରତିନିଧି ଭୋଲ୍କର ପର୍ୟେଂସ କହିଛନ୍ତି, ସଂଘର୍ଷରେ ୧୮୫ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ସଂଖ୍ୟା ଆଗକୁ ବଢିପାରେ। ସଂଘର୍ଷରେ ଏବେ ପର୍ଯ୍ୟନ୍ତ ୧୮୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି।

Share