କେଉଁମାନଙ୍କୁ ପ୍ରଥମେ କରୋନା ଟିକା ଦେବା ଉଚିତ, କ’ଣ କହୁଛି ଡବ୍ଲୁଏଚ୍‌ଓ

ଜେନେଭା,୮ ।୧୨: ଶେଷ ହେବ କରୋନା ମହାମାରୀର ତାଣ୍ଡବ । ବିଶ୍ୱର ବିଭିନ୍ନ ଦେଶର ବୈଜ୍ଞାନିକମାନେ ଏବେ ପ୍ରାୟ କରୋନା ଟିକା ପ୍ରସ୍ତୁତିର ଶେଷ ପର୍ଯ୍ୟାୟରେ ପହଞ୍ଚି ଗଲେଣି । କରୋନା ଟିକା ଉପରେ ଏବେ ସମସ୍ତଙ୍କର ନଜର । କିନ୍ତୁ ଏହାକୁ ନେଇ ଏବେବି ଉଠୁଛି ନାନା ପ୍ରଶ୍ନ । ସବୁଠାରୁ ବଡ ପ୍ରଶ୍ନ ହେଲା ପ୍ରଥମେ କରୋନା ଟିକା କାହାକୁ ଦିଆଯିବା ଉଚିତ । ଏହାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚ୍‌ଓ) ତା’ର ମତ ରଖିଛି । ଡବ୍ଲୁଏଚଓର ମୁଖ୍ୟ କହିଛନ୍ତି ଏହି ଟିକା ପ୍ରଥମେ ଆଗାଧାଡିର କରୋନା ଯୋଦ୍ଧାଙ୍କୁ ଦିଆଯାଉ । ଏହାପରେ ଗମ୍ଭିର ରୋଗରେ ପୀଡିତଙ୍କୁ ପ୍ରାଧାନ୍ୟ ଦିଆଯାଉ । ତେବେ ଡବ୍ଲୁଏଚ୍ ଓ କହିଛି କେତେକ ଦେଶରେ ଖୁବ୍ କମ୍ ଦିନ ମଧ୍ୟରେ କରୋନା ଟିକା ଉପଲବ୍ଧ ହେବ । ପ୍ରଥମେ କରୋନା ଯୋଦ୍ଧାଙ୍କୁ ଏହି ଟିକା ଦିଆଯିବା ପରେ ହୁଏତ ଆଉ ଅଳ୍ପ ଦିନ ମଧ୍ୟରେ କରୋନା ଟିକା ବହୁ ପରିମାଣରେ ସବୁ ଦେଶରେ ଉବଲବ୍ଧ ହେବ । ସେତିକି ବେଳେ ଏହା ସାଧାରଣ ଜନତଙ୍କୁ ଦେବାରେ ସହଜ ହେବ ବୋଲି ଡବ୍ଲୁଏଚ୍‌ଓ ମୁଖ୍ୟ କହିଛନ୍ତି ।

Share