ପ୍ରକାଶ ପାଇଲା ଓଟିଇଟି ପରୀକ୍ଷାଫଳ

କଟକ ଅଫିସ,୮।୪: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା(ଓଟିଇଟି)ର ପରୀକ୍ଷାଫଳ ଶୁକ୍ରବାର ପ୍ରକାଶ ପାଇଛି। www.bseodisha.ac.in ୱେବସାଇଟରେ ରେଜଲ୍ଟ ଉପଲବ୍ଧ ହେଉଛି। ପରୀକ୍ଷାର୍ଥୀମାନେ ଏହି ଓ୍ବେବ୍‌ସାଇଟକୁ ଯାଇ ନିଜର ରୋଲ ନମ୍ବର ଓ ଜନ୍ମ ତାରିଖ ଦେଇ ପରୀକ୍ଷାଫଳ ଦେଖିପାରିବେ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି।