ଓଟିଇଟି ନିୟମ ବଦଳିଲା

ଭୁବନେଶ୍ୱର,୧୩ା୫(ବ୍ୟୁରୋ): ରାଜ୍ୟ ସରକାର ଓଡ଼ିଶା ଟିଚର ଏଲିଜିବିଲିଟି ଟେଷ୍ଟ (ଓଟିଇଟି) ବୈଧତା ସୀମା ବୃଦ୍ଧି କରିଛନ୍ତି। ଥରେ ଓଟିଇଟି ପାସ୍‌ କଲେ ଆଉ ପରୀକ୍ଷା ଦେବାକୁ ପଡ଼ିବ ନାହିଁ। ପୂର୍ବରୁ ଓଟିଇଟି ପାସ୍‌ କଲେ ଏହାର ବୈଧତା ୭ ବର୍ଷ ରହୁଥିଲା। ଏବେ ଏହାକୁ ଜୀବନବ୍ୟାପୀ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନିଷ୍ପତ୍ତିରେ ପରିବର୍ତ୍ତନ କରିଛନ୍ତି। ୭ ବର୍ଷ ଭିତରେ ଚାକିରି ନ ପାଇଲେ ପୁଣି ପରୀକ୍ଷା ଦେବାକୁ ପଡୁଥିଲା। ଏବେ ଥରେ ଓଟିଇଟି ପାସ୍‌ କଲେ ଆଉ ଜୀବନବ୍ୟାପୀ ପରୀକ୍ଷା ଦେବାକୁ ପଡ଼ିବ ନାହିଁ ଓ ସେମାନେ ନିଯୁକ୍ତି ପାଇଁ ଯୋଗ୍ୟ ବିବେଚିତ ହେବେ।