ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ଚର୍ଚ୍ଚା : ଭାଇରାଲ ପ୍ରଶ୍ନପତ୍ରରେ କୌଣସି ସତ୍ୟତା ନାହିଁ କହିଲା ବୋର୍ଡ

କଟକ, ୩୦।୬: ଓଟିଇଟି ପରୀକ୍ଷା ପ୍ରଶ୍ନ ଲିକ୍‌ ହୋଇଥିବା ଚର୍ଚ୍ଚାକୁ ନେଇ ବୋର୍ଡ କର୍ତ୍ତୃପକ୍ଷ ଉତ୍ତର ରଖିଛନ୍ତି। ସୋସିଆଲ ମିଡିଆରେ ଘୁରି ବୁଲୁଥିବା ପ୍ରଶ୍ନପତ୍ରରେ କୌଣସି ସତ୍ୟତା ନାହିଁ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କୁହାଯାଇଛି। ତେବେ ଦଶମ ଶ୍ରେଣୀ ପାଠ୍ୟ ପୁସ୍ତକରେ କିଛିଟା ତ୍ରୁଟି ଥିବା ନେଇ ଅଭିଯୋଗ ହୋଇଛି ।
କିନ୍ତୁ ମାଧ୍ୟମିକ ଶିକ୍ଷା ପରିଷଦ ନିକଟରେ ସେନେଇ କୌଣସି ସୂଚନା ନାହିଁ ବୋଲି ବୋର୍ଡ ସଭାପତି କହିଛନ୍ତି ।