ଓଟିଡିସିର ‘ବଣଭୋଜି’ ଟୁର୍‌ ପ୍ୟାକେଜ୍

ଭୁବନେଶ୍ୱର(ବ୍ୟୁରୋ),୪ା୯: କରୋନା ମହାମାରୀ ପାଇଁ ଏକପ୍ରକାର ଭୁଶୁଡି ପଡିଥିବା ରାଜ୍ୟ ପର୍ଯ୍ୟଟନ ଶିଳ୍ପକୁ ପୁଣି ଠିଆ କରାଇବାକୁ ପ୍ରୟାସ ଆରମ୍ଭ କରିଛି ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି)। ଇକୋ ଟୁରିଜମ୍‌ ଭଳି ଏକାଧିକ ପଦକ୍ଷେପ ହାତକୁ ନେଇଥିବା ନିଗମ ‘ବଣଭୋଜି’ ନାମରେ ଏକ ସ୍ବତନ୍ତ୍ର ଟୁର୍‌ ପ୍ୟାକେଜ୍‌ ଆରମ୍ଭ କରାଯିବାକୁ ଯୋଜନା କରିଛି। ପ୍ରାକୃତିକ ସୌନ୍ଦର୍ଯ୍ୟର ଉପଯୋଗ କରି ପ୍ରାକୃତିକ ପରିବେଶ ମଧ୍ୟରେ ପର୍ଯ୍ୟଟକଙ୍କୁ ଏହା ନିଆରା ଅନୁଭୂତି ଦେବ। ନିରୋଳା ଓ ଶାନ୍ତ ପରିବେଶ ମଧ୍ୟରେ ଦିନଟିଏ ବିତାଇବା ସହ ବଣଭୋଜିର ମଜା ନେଇପାରିବେ ପର୍ଯ୍ୟଟକ। ଜଙ୍ଗଲ ଓ ପରିବେଶ ବିଭାଗ ସହାୟତାରେ ଏଭଳି ଏକ ନୂଆ ଟୁର୍‌ ବ୍ୟବସ୍ଥାକୁ ବାସ୍ତବ ରୂପ ଦେବ ଓଟିଡିସି। ସବୁ ବର୍ଗର ବ୍ୟକ୍ତି ଓ ପର୍ଯ୍ୟଟକଙ୍କୁ ନଜରରେ ରଖି ପ୍ୟାକେଜ ପ୍ରସ୍ତୁତ କରାଯାଇଛି। କରୋନା ଓ ପରବର୍ତ୍ତୀ ସମୟରେ ଲୋକଙ୍କ ଅବସର ବିନୋଦନରେ ଏହି ଟୁର୍‌ ପ୍ୟାକେଜ୍‌ ବିଶେଷ ସହାୟକ ହେବ ବୋଲି ଓଟିଡିସି ଆଶା ରଖିଛି। ଓଟିଡିସିର ୪୧ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଗୁରୁବାର ଓଟିଡିସି ମୁଖ୍ୟ କାର୍ଯ୍ୟାଳୟରେ ଆୟୋଜିତ ନିରାଡ଼ମ୍ବର ଉତ୍ସବରେ ନିଗମ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଏ ସମ୍ପର୍କରେସୂଚନା ଦେଇଛନ୍ତି।
କୋଭିଡ୍‌ କଟକଣାକୁ ଦୃଷ୍ଟିରେ ରଖି ଭିଡ଼ିଓ କନ୍‌ଫରେନ୍ସ ମାଧ୍ୟମରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ମିଶ୍ର ନିଗମର କାର୍ଯ୍ୟଧାରା ଏବଂ କୋଭିଡ୍‌ ସମୟରେ ଓଟିଡିସି ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ କହିଥିଲେ। ସେହି କହିଲେ, ରାଜ୍ୟରେ ପର୍ଯ୍ୟଟନର ବିକାଶ କ୍ଷେତ୍ରରେ ଓଟିଡିସି ଦୀର୍ଘ ୪୧ବର୍ଷ ଧରି ପ୍ରମୁଖ ଭୂମିକା ଗ୍ରହଣ କରିଛି। ଏକ ଲାଭଦାୟକ ଅନୁଷ୍ଠାନ ଭାବେ ଓଟିଡିସି ରାଜ୍ୟ ସରକାରଙ୍କ ରୌପ୍ୟବର୍ଗର ସରକାରୀ ଉଦ୍ୟୋଗ ହୋଇପାରିଛି। କରୋନା ପରିସ୍ଥିତି ମଧ୍ୟରେ ହୋଟେଲ ଓ ପର୍ଯ୍ୟଟନ ଶିଳ୍ପ ସର୍ବାଧିକ ପ୍ରଭାବିତ ହୋଇଥିବାବେଳେ ନିଗମ ନିଜର ୨୧ଟି ପାନ୍ଥନିବାସ ଓ ୨ଟି ପରିବହନ ୟୁନିଟ୍‌ ମାଧ୍ୟମରେ କରୋନା ଯୋଦ୍ଧାଙ୍କୁ ଦୈନିକ ଖାଦ୍ୟ, ପାନୀୟ, ରହଣି ଓ ପରିବହନ ସୁବିଧା ଯୋଗାଇଦେଇଛି। ଏଥିସହିତ ନିଗମ ନିଜର ବ୍ୟବସାୟିକ କାରବାରକୁ ଜାରି ରଖିବା ପାଇଁ ଯଥାସମ୍ଭବ ପ୍ରୟାସ କରିଛି। ରାଜ୍ୟର ପର୍ଯ୍ୟଟନ ଶିଳ୍ପକୁ କ୍ରିୟାଶୀଳ କରିବାଲାଗି ଓଟିଡିସି ପକ୍ଷରୁ ଏକ ସ୍ବତନ୍ତ୍ର ଭିଡ଼ିଓ ବିଜ୍ଞାପନ ଜାରି କରାଯାଇଛି। ରାଜ୍ୟର ବିଭିନ୍ନ ଅଞ୍ଚଳରେ ଥିବା ପାନ୍ଥନିବାସଗୁଡ଼ିକର ଆଧୁନିକୀକରଣ କାର୍ଯ୍ୟ ଇତିମଧ୍ୟରେ ହାତକୁ ନିଆଯାଇଥିବା ମିଶ୍ର କହିଛନ୍ତି।
ପ୍ରତିଷ୍ଠା ଦିବସରେ ବନ ବିଭାଗର ଅନୁରୋଧକ୍ରମେ ଓଟିଡିସି ନନ୍ଦନକାନନର ଏକ ଧଳାବାଘ ‘ସ୍ପନ୍ଦନ’ର ଭରଣପୋଷଣ ଦାୟିତ୍ୱ ନେଇଛି। ଏହାସହ ‘ଅତିଥି ଦେବୋ ଭବଃ’ ସ୍ଲୋଗାନରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଲାଗି ଏକ ସ୍ବତନ୍ତ୍ର ଭିଡ଼ିଓ ଉନ୍ମୋଚନ କରାଯାଇଥିଲା। ଓଟିଡିସି ପରିଚାଳନା ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବ ଭିଡ଼ିଓ କନ୍‌ଫରେନ୍ସରେ ନିଗମର ସମସ୍ତ କର୍ମଚାରୀଙ୍କୁ ପ୍ରତିଷ୍ଠା ଦିବସର ଶୁଭେଚ୍ଛା ଜଣାଇଥିଲେ। ଆଗାମୀ ଦିନରେ ପର୍ଯ୍ୟଟନ ଶିଳ୍ପ ବିକାଶରେ ଓଟିଡିସି ଯେପରି ପ୍ରମୁଖ ଭୂମିକା ଗ୍ରହଣ କରିବ ସେଥିପାଇଁ ସମସ୍ତେ ଯତ୍ନଶୀଳ ହେବାକୁ ସେ ପରାମର୍ଶ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ, ବଗିଚା ଭିତରୁ ମୁର୍ମୁଷୁ ଅବସ୍ଥାରେ ଉଦ୍ଧାର

ଦେବଗଡ,୧୭।୨(ଶଶାଙ୍କ ଶେଖର ଝାଙ୍କର): ତିଲେଇବଣି ବ୍ଲକ ତଥା ଦେବଗଡ ଥାନା ଅନ୍ତର୍ଗତ ଟାଇଁସର ସ୍ଥିତ ଏକ ବଗିଚା ଭିତରୁ ମୁର୍ମୁଷୁ ଅବସ୍ଥାରେ ଜଣେ ଯୁବକଙ୍କୁ ଉଦ୍ଧାର କରାଯାଇଛି…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ବିଶ୍ୱକପ ଜିତିବ ଇଣ୍ଡିଆ! ଜାଣନ୍ତୁ T20ର କେମେଷ୍ଟ୍ରି, ପ୍ଲାନିଂର ଗଣିତ, ବିଜୟର ସାଇନ୍ସ

ନୂଆଦିଲ୍ଲୀ,୧୬।୨: ରବିବାର ରାତିରେ କଲମ୍ବୋରେ ବର୍ଷା ହେବ ଏବଂ ୨୦୨୬ ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚ ଧୋଇ ହୋଇଯିବ ବୋଲି ଆଶଙ୍କା ଥିଲା, କିନ୍ତୁ ବିପରୀତ ଘଟିଥିଲା।…

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

ମାର୍ଚ୍ଚ ୮ରେ ଗର୍ଜିବେ ମହିଳା, ମଦ ନୁହଁ ମୌଳିକ ସୁବିଧା ଯୋଗାଇବାକୁ ହେବ ଲଢେଇ

ଦାରିଙ୍ଗବାଡି, ୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ନାରୀ ମହାସଙ୍ଘର ତ୍ରୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହାସଙ୍ଘର ସଭାନେତ୍ରୀ ଲୁସିମା…

ତାରିକ ରହମାନଙ୍କ ଶପଥ ଗ୍ରହଣକୁ ମୋଦିଙ୍କୁ ନିମନ୍ତ୍ରଣ ମିଳିବାରୁ, ପାକିସ୍ତାନ ଏକ୍ସପର୍ଟ କହୁଛନ୍ତି, ବହୁତ ବଡ଼ ଭୁଲ କଲା…

ନୂଆଦିଲ୍ଲୀ/ଢାକା/ଇସଲାମାବାଦ,୧୬।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାକୁ ନିମନ୍ତ୍ରଣ କରାଯିବା ପରେ ପାକିସ୍ତାନବାସୀ ଖୁବ ରାଗିଛନ୍ତି। ପାକ ବିଶେଷଜ୍ଞ କମର ଚିମା…

ବିଦାୟୀ ପୂର୍ବରୁ କିନ୍ନର ବାହାରିଲା ବର, ଶ୍ବଶୁର ଘର ଲୋକେ କଲେ….

ଲକ୍ଷ୍ନୌ,୧୬।୨: ଉତ୍ତର ପ୍ରଦେଶର ବାରବାଙ୍କି ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ବିଦାୟୀ ସମୟରେ ବର କିନ୍ନର ବୋଲି ଜଣାପଡିଲା । ଏହାପରେ ହଙ୍ଗାମା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri