Categories: ଫୁରସତ

ସାଇକେଲ ଚାଳକଙ୍କ ସହ ରେସ୍‌ ଲଗାଇଲା ଓଟପକ୍ଷୀ, ଭିଡିଓ ଦେଖିଲେ…

ଓଟପକ୍ଷୀ ବିଷୟରେ ଆପଣ ନିଶ୍ଚିତ ଅନେକ କଥା ଶୁଣିଥିବେ। ଏହି ଯେମିତି ଏହା ଦୁନିଆର ସବୁଠୁ ବଡ଼ ପକ୍ଷୀ, ଏହା ଦୌଡ଼ିପାର। ଦ୍ରୁତ ଗତିରେ ଚାଲିପାରେ ଇତ୍ୟାଦି ଇତ୍ୟାଦି। ମାତ୍ର ଓଟପକ୍ଷୀ ସାଇକେଲ ସାଇକେଲ ଚାଳକଙ୍କ ସହ ତାଳ ଦେଇ ରେସ୍‌ କରିବା କେବେ ଦେଖିଛନ୍ତି? ଯଦି ନା ତେବେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ଓଟପକ୍ଷୀର ରେସ୍‌ ଦେଖିଲେ ଆଶ୍ଚର୍ଯ୍ୟ ହେବେ।

ସାଧାରଣତଃ ଓଟପକ୍ଷୀ ଘଣ୍ଟାପ୍ରତି ୪୫ କିଲୋମିଟର ବେଗରେ ଗତି କରିଥାଏ। ମାତ୍ର ସମୟ ଏବଂ ପରିସ୍ଥିତି ଉପରେ ନିର୍ଭର କରି ଏହାକୁ ସେ ଘଣ୍ଟା ପ୍ରତି ୬୦ କିଲୋମିଟରକୁ ବି ବଢ଼ାଇପାରେ। ଆଫ୍ରିକାରେ ବହୁ ଓଟପକ୍ଷୀ ଦେଖିବାକୁ ମିଳିଥାନ୍ତି। ଏବେ ଏଠାରେ ଏକ ଓଟପକ୍ଷୀ ରେସ୍‌ କରୁଥିବା ନଜର ଆସଛି।

ଭାଇରାଲ ଭିଡିଓରେ ଦୁଇଜଣ ସାଇକେଲ ଚାଳକ ଖାଲି ରାସ୍ତାରେ ଆରାମରେ ସାଇକେଲ ଚଳାଉଛନ୍ତି। ଏହି ସମୟରେ ଏକ ଓଟପକ୍ଷୀ ସେଠାରେ ଚାଲୁଥିଲା। ମନକୁ କ’ଣ ଆସିଲା କେଜାଣି ସେ ବି ସାଇକେଲ ଚାଳକଙ୍କ ସହ ଖୁବ୍‌ ଜୋର୍‌ରେ ଦୌଡ଼ିବା ଆରମ୍ଭ କଲା। ଉଭୟ ସାଇକେଲ ଚାଳକ ବି ଓଟପକ୍ଷୀକୁ ଦେଖି ସାଇକେଲର ଗତି ବଢ଼ାଉଛନ୍ତି।

‘theanimalnature’ ନାମକ ଏକ ଆକାଉଣ୍ଟରେ ଭିଡିଓଟି ଶେୟାର କରାଯାଇଛି। ବର୍ତ୍ତମାନ ସୁଦ୍ଧା ଏହାକୁ ୬୩ ହଜାର ଲୋକ ଦେଖିଥିବା ବେଳେ ଅନେକ ଲୋକ ଲାଇକ୍‌ କରିଛନ୍ତି। ଭିଡିଓରେ କମେଣ୍ଟର ବି ଅଭାବ ନାହିଁ। କେହି କେହି ୟୁଜର ଓଟପକ୍ଷୀର ଦୌଡ଼କୁ ପ୍ରଶଂସା କରୁଛନ୍ତି। ଓଟପକ୍ଷୀର ଗୋଟିଏ କି ଦୁଇଟି ନୁହେଁ, ୮ଟି ହାର୍ଟ ରହିଛି।

Share