ବସ୍ଷ୍ଟପ୍ ହେଉକି ଏୟାରପୋର୍ଟ ବା ଅଫିସ୍ । ଯଦି ଆପଣ ବୋର୍ ହେଉଛନ୍ତି ଓ ଜୋର୍ରେ ନିଦ ଲାଗୁଛି ତେବେ କ’ଣ କରିବେ। କେବଳ ହାଈ ମାରିବା ଛଡା ଅନ୍ୟ କିଛି ବାଟ ନ ଥାଏ। କାରଣ ଏଭଳି ସ୍ଥାନରେ କ’ଣ ଶୋଇ ହେବ? ତେବେ ଜାଣି ଆଶ୍ଚର୍ଯ୍ୟ ହେବେ ଏବେ ଏମିତି ଏକ ତକିଆ ଆସିଛି, ଯାହା ଆପଣଙ୍କୁ ଯେକୌଣସି ସ୍ଥାନରେ ଯେକୌଣସି ସମୟରେ କିଛି ସମୟର ସୁଖନିଦ୍ରା ଦେବାରେ ସାହାଯ୍ୟ କରିବ। ଏହି ତକିଆର ନାମ ହେଉଛି ‘ଅଷ୍ଟ୍ରିଚ୍ ପିଲ୍ଲୋ’। ଏହି ତକିଆ ଏକ ଛୋଟ କିନ୍ତୁ ଆରାମଦାୟକ ଓ ବ୍ୟକ୍ତିଗତ ପରିବେଶ ସୃଷ୍ଟି କରେ ଯଦ୍ୱାରା କି ଭଲରେ କିଛି ସମୟ ଶୋଇ ହେବ। ଏହାକୁ ଟି- ସର୍ଟ ପରି ଭଳି ମୁଣ୍ଡ ପଟେ ଗଳାଯାଏ। ସାମ୍ନା ଭାଗରେ ମୁହଁ ସାମାନ୍ୟ ଦେଖାଯିବା ଲାଗି କଣା ଥାଏ। ତକିଆର ଉପରଭାଗକୁ ଦୁଇ କାନର ଉପରକୁ ଦୁଇଟି କଣା ଥାଏ,ଯାହା ଭିତରେ ଦୁଇ ହାତ ପୁରାଇ ହେବ। ତକିଆଟିକୁ ମୁଣ୍ଡପଟେ ଗଳାଇ ଦୁଇ ହାତକୁ କାନ ଉପର କଣାରେ ପୁରାଇ ଯେକୌଣସି ଟେବୁଲ ଉପରେ ମୁଣ୍ଡ ରଖି ଆରାମରେ ଶୋଇ ହେବ। ଚେୟାର, ବେଞ୍ଚରେ ବସିଥିବାବେଳେ ବି ଏହାକୁ ପିନ୍ଧି ଆଖପାଖ ପରିବେଶଠାରୁ ନିଜକୁ କିଛି ସମୟ ପାଇଁ ଅଲଗା କରି ଶୋଇ ପାରିବେ।
Posted inଜୀବନଚର୍ଯ୍ୟା View All
ଆଜି ଜାତୀୟ ଦନ୍ତ ଚିକିତ୍ସକ ଦିବସ, ଦାନ୍ତ ସୁରକ୍ଷା ପ୍ରତି ଯତ୍ନବାନ୍ ହେବା ଜରୁରୀ
ଦାନ୍ତ ଆମକୁ ଖାଦ୍ୟ ଚୋବାଇବାରେ ସାହାଯ୍ୟ କରିଥାଏ । ଏହା ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ। ଏହାର ଯଦି ଆମେ ଠିକ୍ ଭାବରେ ଯତ୍ନ ନ…
ଆସନ୍ତାକାଲି ଚନ୍ଦ୍ରଗ୍ରହଣ: କେଉଁ ରାଶି ପାଇଁ ଶୁଭ ଆଉ ଅଶୁଭ, ଜାଣନ୍ତୁ…
ଚନ୍ଦ୍ରଗ୍ରହଣକୁ ଏକ ଗୁରୁତ୍ୱପୂର୍ଣ୍ଣ ଖଗୋଳବିଜ୍ଞାନ ଘଟଣା ଭାବରେ ବିବେଚନା କରାଯାଏ, ଯାହାକୁ ରକ୍ତ ଚନ୍ଦ୍ର, ଆଂଶିକ ଚନ୍ଦ୍ରଗ୍ରହଣ, ଚନ୍ଦ୍ରଗ୍ରହଣ ଏବଂ ପେନମ୍ବ୍ରାଲ ଚନ୍ଦ୍ରଗ୍ରହଣ ମଧ୍ୟ କୁହାଯାଏ। ଚନ୍ଦ୍ରଗ୍ରହଣ…
ଏସବୁ ଲକ୍ଷଣ ଦେଖାଯାଉଛି କି, ହୋଇପାରେ କିଡନୀ ଡ୍ୟାମେଜ୍
କିଡ୍ନୀ ଏପରି ଏକ ଅଙ୍ଗ, ଯାହାର କାର୍ଯ୍ୟ ଅକ୍ଷମତା ଅନେକ ଡେରିରେ ଧରାପଡ଼େ। ଅଙ୍ଗଟି ପ୍ରାୟ ୮୦-୯୦ ଶତାଂଶ ଅକ୍ଷମ ନ ହୋଇପଡ଼ିବାର ପୂର୍ବ ପର୍ଯ୍ୟନ୍ତ ରୋଗୀକୁ…
ଅଧିକ ସମୟ ଭିଡିଓ ଗେମ୍ ଖେଳୁଛନ୍ତି କି, ହୋଇଯାନ୍ତୁ ସାବଧାନ: ହୋଇପାରେ…
ଭିଡିଓ ଗେମ ଖେଳିବାରେ କେବଳ ଛୋଟ ପିଲାମାନେ ନୁହନ୍ତି ବରଂ ଏଥିରେ ଯୁବପିଢ଼ି ବି ପଛରେ ପଡିନାହାନ୍ତି। ଏହା ମନକୁ ସାମୟିକ ଆନନ୍ଦ ଦେଇଥାଏ ସତ ହେଲେ,…
ଚନ୍ଦ୍ରଗ୍ରହଣର ଗୋଟିଏ ଦିନ ପୂର୍ବରୁ ଷଡାଷ୍ଟକ ଯୋଗ, ସତର୍କ ରୁହନ୍ତୁ ଏହି ୩ ରାଶି
ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ୩ ମାର୍ଚ୍ଚ, ୨୦୨୬ ରେ ହେବ । ଏହି ଗ୍ରହଣର ଗୋଟିଏ ଦିନ ପୂର୍ବରୁ ୨ ମାର୍ଚ୍ଚରେ ଚନ୍ଦ୍ର ଏବଂ ଶୁକ୍ର ରାଶି…
ଗ୍ରହଣ ଦିନ ଜନ୍ମିତ ଶିଶୁ ଶୁଭ ନା ଅଶୁଭ? ସତ ଜାଣିଲେ ହୋଇଯିବେ ତାଜୁବ
ପୂର୍ଣ୍ଣିମା ଦିନ ଚନ୍ଦ୍ରଗ୍ରହଣ ହୁଏ। ଏହି ବର୍ଷ, ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ମାର୍ଚ୍ଚ 3, ଫାଲଗୁନ ମାସର ପୂର୍ଣ୍ଣିମା ଦିନ ହେବ। ଚନ୍ଦ୍ରଗ୍ରହଣ ଅପରାହ୍ନ 3:20 ରେ…
Holi 2026: ଏହି ଭୟଙ୍କର ଯୋଗରେ ପାଳିବେ ହୋଲି, ୪ରାଶି ହୋଇଯାଆନ୍ତୁ ସତର୍କ!
ହୋଲି ପର୍ୱକୁ ଅତ୍ୟନ୍ତ ପବିତ୍ର ଏବଂ ସ୍ୱତନ୍ତ୍ର ବୋଲି ବିବେଚନା କରାଯାଏ। ଏହି ବର୍ଷ, ମାର୍ଚ୍ଚ ୪ ତାରିଖରେ ସାରା ଦେଶରେ ହୋଲି ପାଳନ କରାଯିବ। ଏହି…
ମାନସିକ ସ୍ବାସ୍ଥ୍ୟ: ୬୦ତମ ସ୍ଥାନରେ ଭାରତୀୟ ଯୁବବର୍ଗ
ନୂଆଦିଲ୍ଲୀ,୨୮ା୨: ମାନସିକ ସ୍ବାସ୍ଥ୍ୟ ମାପକାଠି (ଏମ୍ଏଚ୍କ୍ୟୁ) ସ୍କୋରରେ ଭାରତୀୟ ଯୁବବର୍ଗ ନିମ୍ନମାନର ପ୍ରଦର୍ଶନ କରିଛନ୍ତି। ୮୪ଟି ଦେଶକୁ ନେଇ କରାଯାଇଥିବା ବୈଶ୍ୱିକ ସ୍ବାସ୍ଥ୍ୟ ଅଧ୍ୟୟନରେ ଭାରତୀୟ ଯୁବପିଢ଼ି…
Archives

