କଟକ,୨୮।୭: ମାଧ୍ୟମିକ ଶିକ୍ଷା ବୋର୍ଡ (ବିଏସଇ), ଓଡ଼ିଶା ପକ୍ଷରୁ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଏସଏସଟିଇଟି)-୨୦୨୬ର ତାରିଖ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି।
ବିଏସଇ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ଓଏସଏସଟିଇଟି-୨୦୨୬ ପରୀକ୍ଷା ସେପ୍ଟେମ୍ବର ୩୦, ୨୦୨୬ (ବୁଧବାର) ଦିନ ଗୋଟିଏ ସିଟିଂରେ ହେବ। ପେପର-୧ ଓ ପେପର-୨ ଉଭୟ ସକାଳ ୯ଟାରୁ ୧୧ଟା ୩୦ ମିନିଟ୍ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।
ବୋର୍ଡ ସୂଚନା ଦେଇଛି ଯେ, ପରୀକ୍ଷା ସମ୍ବନ୍ଧୀୟ ବିସ୍ତୃତ ନିର୍ଦ୍ଦେଶାବଳୀ, ଗାଇଡଲାଇନ ଏବଂ ଅନଲାଇନ ଆବେଦନ ପଞ୍ଜିକରଣର ସମୟସୂଚୀ ଖୁବ୍ଶୀଘ୍ର ପ୍ରକାଶ କରାଯିବ।

